ଫକିର ମୋହନ ସେନାପତିଙ୍କ ଜୟନ୍ତୀ ପାଳିତ

ନୟାଗଡ, (ନୟାଗଡ଼ ଦର୍ପଣ): ପୂଜ୍ୟପୂଜା କମିଟି ନୟଗଡ ଆନୁକୂଲ୍ୟରେ ସ୍ଥାନୀୟ ନୀଳମାଧବ କଲ୍ୟାଣ ମଣ୍ଡପ ଠାରେ ଓଡ଼ିଆ ସାହିତ୍ୟର କାଳଜୟୀ ସ୍ରଷ୍ଟା ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ପାଳିତ ହୋଇଯାଇଛି|ଏହି ଅବସରରେ ପୂଜ୍ୟପୂଜା କମିଟିର ଉପଦେଷ୍ଟା ଗୋଦାବରୀ ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଜୟନ୍ତୀ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ରୋଟାରିଆନ ଧୀରେନ୍ଦ୍ର ପଟ୍ଟନାୟକ, ଅବିନାଶ ସାହୁ, ବସନ୍ତ ରାଉତ, କୈଳାଶ ପ୍ରଧାନ, ସନ୍ତୋଷ ଶର୍ମା, ଗୋପବନ୍ଧୁ ଲେଙ୍କା, ଜିତେନ୍ଦ୍ର କୁମାର ସେଠୀ ପ୍ରମୁଖ ଯୋଗଦେଇ ଫକିର ମୋହନ ଙ୍କ ତୈଳ ଚିତ୍ରରେ ପୁଷ୍ପମଲ୍ୟ ଅର୍ପଣ ସହ ଫକୀର ମୋହନଙ୍କ ସାହିତ୍ୟକୃତିର ଗୁଣଗାନ କରିଥିଲେ|ଫକିରମୋହନଙ୍କ ରଚିତ ଓଡ଼ିଆ ସାହିତ୍ୟର ପ୍ରଥମ କ୍ଷୁଦ୍ରଗଳ୍ପ ରେବତୀ କିଭଳି ଓଡିଆ ଜନ ମାନସରେ ଘରେ ଘରେ ପ୍ରସିଦ୍ଧି ଲାଭ କରିଛି ସେ ସମ୍ପର୍କରେ ବ୍ୟାପକ ଆଲୋଚନା ହେବା ସହ ଓଡିଆ ସାହିତ୍ୟରେ ଯଶସ୍ୱୀ ସାଧକ ଫକୀର ମୋହନ ସେନାପତି ଅମର ରହେ ନାରା ଦିଆ ଯାଇଥିଲା ।

Related posts