ଲାଠିପଡ଼ା ବିଦ୍ୟାଳୟ ପ୍ରଥମ, ତରଣ୍ଡୋ ଦ୍ୱିତୀୟ ଓ ଭାବପୁର ତୃତୀୟ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାସ୍ତରୀୟ ବିଜ୍ଞାନ ଡ୍ରାମା ପ୍ରତିଯୋଗିତା ସ୍ଥାନୀୟ ପି.ଏମ. ଶ୍ରୀ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ, ନୟାଗଡ଼ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଜିଲ୍ଲାର ଆଠଟି ବ୍ଲକର ଆଠଟି ଦଳ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ନୟାଗଡ଼ର ବିଜ୍ଞାନ ପରିଦର୍ଶକ ଶରତ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାକାନ୍ତ ସେଠୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଶିକ୍ଷକ ଏ. ରହମାନ ସଂଯୋଜନା କରିଥିଲେ। ପ୍ରତିଯୋଗିତାରେ ବରିଷ୍ଠ ଲେଖକ ତଥା ନାଟ୍ୟ ନିର୍ଦ୍ଦେଶକ ପ୍ରଧାନୀ ବୃନ୍ଦାବନ ମହାପାତ୍ର ଏବଂ ବରିଷ୍ଠ ସାମ୍ବାଦିକ ତଥା ନାଟ୍ୟକାର ରାମକୃଷ୍ଣ ରଥ ବିଚାରପତି ଭାବେ ଯୋଗଦେଇଥିଲେ। ପ୍ରତିଯୋଗିତାରେ ପି.ଏମ. ଶ୍ରୀ…
Read MoreYear: 2026
ଆଶୀର୍ବାଦର ଦୀପ କାର୍ଯ୍ୟକ୍ରମ ସହ ସେବା ସଙ୍କଳ୍ପ ଅଭିଯାନ-୨୦୨୬ର ଶୁଭାରମ୍ଭ
ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ନୟାଗଡ଼ ଜିଲ୍ଲାରେ ନାରୀ ସଶକ୍ତିକରଣର ବାର୍ତ୍ତା ନେଇ ସେବା ସଙ୍କଳ୍ପ ଅଭିଯାନ-୨୦୨୬ ଶୁଭାରମ୍ଭ ହୋଇଯାଇଛି । ଏହି ଅଭିଯାନର ପ୍ରଥମ ଦିନରେ ମା’ ଦକ୍ଷିଣକାଳୀ ମନ୍ଦିର ସମ୍ମୁଖରେ ସନ୍ଧ୍ୟା ୭ଘଟିକା ସମୟରେ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ‘ଆଶୀର୍ବାଦର ଦୀପ’ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ, ପୂର୍ବତନ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ, ପୌର ପରିଷଦ ଅଧକ୍ଷା ନିରୁପମା ଖଟେଇ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ସାହୁ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, କର୍ମଚାରୀ, ଗଣମାଧ୍ୟମର ପ୍ରତିନିଧି ଓ ବହୁ ସଂଖ୍ୟାରେ ଜନ ସାଧାରଣ ଉପସ୍ଥିତ ଥିଲେ। ଜିଲ୍ଲା ପ୍ରଶାସନ, ନୟାଗଡ଼ ଓ ମିଶନ ଶକ୍ତି ବିଭାଗର…
Read Moreରୋହିବାଙ୍କ ଇକୋକ୍ଲବ ଛାତ୍ର ଛାତ୍ରୀଙ୍କ ଦ୍ୱାରା ବୃକ୍ଷରୋପଣ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ରାଜ୍ୟସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓ ନୟାଗଡ଼ ତଥା ଓଡଗାଁ ବ୍ଲକ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ଓଡଗାଁ ବ୍ଲକ ରୋହିବାଙ୍କ ପଞ୍ଚାୟତ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ରୋହିବାଙ୍କ ରେ ଯଶସ୍ବୀ ପ୍ରଧାନ ମନ୍ତ୍ରୀନରେନ୍ଦ୍ର ମୋଦିଙ୍କ ଙ୍କ ୭୬ତମ ଜନ୍ମବାର୍ଷିକ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ସହକାରୀ ଜଙ୍ଗଲ ସଂରକ୍ଷକ ଡ଼ଃ ସତ୍ୟଜିତ କର ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥିଭାବେ ଓଡଗାଁ ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲ୍ଲିକ, ଓଡଗାଁ ବନପାଳ ସରିତା ବରାଳ, ବନପାଳ ଜ୍ୟୋତିର୍ମୟୀ ସାମନ୍ତରାୟ, ଲାଉଖାଳ ବନରଖି ଦିପ୍ତିମୟୀ ରାଉତ, କୋମଣ୍ଡ ସାଧାନକେନ୍ଦ୍ର ସଂଯୋଜକ ଲଳିତମୋହନ ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ପ୍ରଧାନଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ବାରିକ ସମସ୍ତଙ୍କୁ ସ୍ୱାଗତ କରି ଥିବାବେଳେ ସମସ୍ତ…
Read Moreନୟାଗଡ଼ରେ ବିଜେପିର ବିଶାଳ ମିଶ୍ରଣ ପର୍ବ: ପଦ୍ମ ଧରିଲେ ବିରୁଡ଼ା ପଞ୍ଚାୟତର ହଜାରରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ବିଜେଡ଼ିର ଗଡ଼ କୁହାଯାଉଥିବା ବିରୁଡ଼ା ପଞ୍ଚାୟତରେ ଏବେ ପଦ୍ମ ଫୁଟିଛି। ନୟାଗଡ଼ ପୁରୁଣା ରାଜବାଟୀସ୍ଥିତ ବିଜେପି କାର୍ଯ୍ୟାଳୟଠାରେ ଆୟୋଜିତ ଏକ ବିଶାଳ ମିଶ୍ରଣ ପର୍ବରେ ବିରୁଡ଼ା ପଞ୍ଚାୟତର ୧୦୦୦ରୁ ଊର୍ଦ୍ଧ୍ୱ ବିଜେଡ଼ି ନେତା ଓ କର୍ମୀ ବିଜେପିରେ ଯୋଗଦାନ କରିଥିଲେ। ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ସରକାରର ଲୋକାଭିମୁଖୀ ଶାସନ ଓ ବିକାଶମୁଖୀ ନୀତି ପ୍ରତି ଆକୃଷ୍ଟ ହୋଇ ବିରୁଡ଼ା ଗ୍ରାମ ପଞ୍ଚାୟତର ବର୍ତ୍ତମାନର ସରପଞ୍ଚ ବିଷ୍ଣୁପ୍ରିୟା ସ୍ୱାଇଁ, ସମିତି ସଭ୍ୟା ଶୁଭଲକ୍ଷ୍ମୀ ସାହୁ, ନାଏବ ସରପଞ୍ଚ ସସ୍ମିତା ବିଶ୍ୱାଳଙ୍କ ସମେତ ୧୩ ଜଣ ୱାର୍ଡ ମେମ୍ବର ଏବଂ ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ ବିଜୁ ଜନତା ଦଳ ପରିତ୍ୟାଗ…
Read Moreବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ
ଶିକ୍ଷାର୍ଥୀ ଚିହ୍ନଟଠାରୁ ପରୀକ୍ଷା ପରବର୍ତ୍ତୀ ମାର୍କ ପ୍ରବେଶ ପର୍ଯ୍ୟନ୍ତ ଦିଆଗଲା ତାଲିମ ରଣପୁର,(ନୟାଗଡ଼ ଦର୍ପଣ): ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ‘ଉଲ୍ଲାସ’ କୁ ଆହୁରି ସୁଦୃଢ଼ ଓ ସଫଳ କରିବା ଉଦ୍ଦେଶ୍ୟରେ ରଣପୁର ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଏକ ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଗୋପାଳପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ବ୍ଲକ ଶିକ୍ଷା ଅଧିକାରୀ ପିଣ୍ଟୁ କୁମାର ପ୍ରଧାନ ଓ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରିଣୀ ଲକ୍ଷ୍ମୀ ଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଉଦ୍ଘାଟନୀ ଅବସରରେ ଅଧିକାରୀଦ୍ୱୟ ଉଲ୍ଲାସ କାର୍ଯ୍ୟକ୍ରମର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଗ୍ରାମୀଣ ଅଞ୍ଚଳରେ ନିରକ୍ଷର ବୟସ୍କ ଶିକ୍ଷାର୍ଥୀଙ୍କୁ ସାକ୍ଷର କରିବାରେ ଏହାର ଭୂମିକା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ତାଲିମ ଶିବିରରେ ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣା ଓ ବିଶ୍ୱମୋହନ ବେହେରା…
Read Moreରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ
ଶୋଭାଯାତ୍ରା, ଘୋଡ଼ାନାଚ ଓ ଲୋକନୃତ୍ୟରେ ଗାଁ ଗାଁରେ ପହଞ୍ଚିଲା ସାକ୍ଷରତାର ବାର୍ତ୍ତା ରଣପୁର,(ନୟାଗଡ଼ ଦର୍ପଣ): ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମକୁ ଜନଆନ୍ଦୋଳନର ରୂପ ଦେବା ଲକ୍ଷ୍ୟରେ ରଣପୁର ବ୍ଲକ ମହତପଲ୍ଲା ବିଦ୍ୟାଳୟ ପକ୍ଷରୁ ଏକ ଆକର୍ଷଣୀୟ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକଙ୍କ ସକ୍ରିୟ ଅଂଶଗ୍ରହଣରେ ସମଗ୍ର ଅଞ୍ଚଳରେ ସାକ୍ଷରତାର ବାର୍ତ୍ତା ପ୍ରଚାର କରାଯାଇଥିଲା। କାର୍ଯ୍ୟକ୍ରମର ଅଂଶ ଭାବେ ମହତପଲ୍ଲା ଗ୍ରାମରେ ଏକ ବିଶାଳ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀମାନେ ବିଭିନ୍ନ ପ୍ଲାକାର୍ଡ ଧରି ସାକ୍ଷରତା ସମ୍ପର୍କିତ ସ୍ଲୋଗାନ ଦେଇ ଗ୍ରାମବାସୀଙ୍କୁ ସଚେତନ କରିଥିଲେ। ‘ପଢ଼ିବା, ଶିଖିବା ଓ ଆଗକୁ ବଢ଼ିବା’ ଭଳି ବାର୍ତ୍ତା ମାଧ୍ୟମରେ ନିରକ୍ଷରତା ଦୂରୀକରଣ ସହ ସମସ୍ତଙ୍କୁ ଶିକ୍ଷାର ମୁଖ୍ୟଧାରାରେ ସାମିଲ ହେବା ପାଇଁ ଆହ୍ୱାନ ଦିଆଯାଇଥିଲା। ଶୋଭାଯାତ୍ରା ପରେ ଘୋଡ଼ାନାଚ…
Read Moreଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ପକ୍ଷରୁ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା
ପ୍ରକଳ୍ପରେ ଝଲସିଲେ ପ୍ରତିଭା, ବିଜ୍ଞାନମୟ ହେଲା ବିଦ୍ୟାଳୟ ପରିସର ନୟାଗଡ଼,(ନୟାଗଡ଼ ଦର୍ପଣ): ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତନ, ସୃଜନଶୀଳତା, ଗବେଷଣାମନସ୍କତା ଓ ପରୀକ୍ଷଣ ଦକ୍ଷତାର ବିକାଶ ଲକ୍ଷ୍ୟରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ, ଓଡ଼ିଶା ପକ୍ଷରୁ ନୟାଗଡ଼ ହାଉସିଂ ବୋର୍ଡ ନିକଟସ୍ଥ ରାମକୃଷ୍ଣ ବିହାରସ୍ଥିତ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ତଥା ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ନୟାଗଡ଼ ଜିଲ୍ଲା ପ୍ରମୁଖ ସମାଜସେବୀ ଶ୍ରୀଧର ସାହୁଙ୍କ ପୌରହିତ୍ୟରେ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ଯାଳୟର ବିଜ୍ଞାନ ଗୁରୁଜୀ ପବିତ୍ର ସାହୁ ଓ ଦେବଦତ୍ତ ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ବିଜ୍ଞାନ ମେଳାରେ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଛାତ୍ରଛାତ୍ରୀମାନେ ଯୋଗଦେଇ ପରିବେଶ ସୁରକ୍ଷା, ଜଳ ସଂରକ୍ଷଣ, ଶକ୍ତି ସଞ୍ଚୟ, ବର୍ଜ୍ୟବସ୍ତୁ ପରିଚାଳନା, କୃଷି, ସ୍ୱାସ୍ଥ୍ୟ ଓ ଆଧୁନିକ ପ୍ରଯୁକ୍ତି ଆଦି ବିଷୟକୁ ନେଇ…
Read Moreବିଦ୍ୟାଳୟ ରେ ପାଳିତ ହେଲା ଦାସିଆ ଅଜାଙ୍କ ଶ୍ରାଦ୍ଧ ଦିବସ
ନୟାଗଡ଼, (ନୟାଗଡ଼ ଦର୍ପଣ): ବାମନ ଅବକାଶ ସରକାରୀ ଉଚ୍ଚ ବିଦ୍ୟାଳୟ ଇଟାମାଟି ରେ ଓଡ଼ିଆ ପାଠାଗାର ଆନ୍ଦୋଳନର ପୁରୋଧା, ବିଶିଷ୍ଟ ସଂଗ୍ରାହକ, ସାରସ୍ୱତ ସାଧକ ଦାଶରଥି ପଟ୍ଟନାୟକ (ଦାସିଆ ଅଜା)ଙ୍କ ୨୯ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ଓ ସ୍ମୃତି ଚାରଣ ସଭା ରେ ସଂଯୋଜନା କରିଥିଲେ ଶିକ୍ଷୟିତ୍ରୀ ଚିନ୍ମୟୀ ନାୟକ। କାର୍ଯ୍ୟକ୍ରମ ଆରମ୍ଭ ରୁ ସଂସ୍କୃତ ଶିକ୍ଷକ ଶ୍ରୀହର୍ଷ ମହାପାତ୍ର ବେଦମନ୍ତ୍ର ପାଠ କରିଥିବା ବେଳେ ଶିକ୍ଷକ କିଶୋର ଚନ୍ଦ୍ର ପଣ୍ଡା,ଶରତ ଚନ୍ଦ୍ର ଆଚାର୍ଯ୍ୟ,ଶିକ୍ଷୟିତ୍ରୀ ହରପ୍ରିୟା ଦ୍ୱିବେଦୀ, ପ୍ରମୁଖ ଦାସିଆ ଅଜାଙ୍କ ତ୍ୟାଗ, ନିଷ୍ଠା, ସମର୍ପଣ ସହ ତାଙ୍କ ଜୀବନର କୃତି ଓ କିର୍ତ୍ତୀ ବିଷୟରେ ଆଲୋଚନା କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦାସିଆ ଅଜାଙ୍କ ଜୀବନୀ ଉପରେ ବକ୍ତବ୍ୟ ପ୍ରଦାନ…
Read Moreଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ,ପ୍ରଖ୍ୟାତ ସଂଗ୍ରାହକ ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ଏବଂ ସମସ୍ତଙ୍କ ପ୍ରିୟ ଦାଶରଥି ପଟ୍ଟନାୟକ ଓରଫ ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଜିଲ୍ଲା ପ୍ରଶାସନ ଏବଂ ଦାସିଆ ଅଜା ସ୍ମୃତି କମିଟି ତରଫରୁ କଚେରୀ ବଜାର ସ୍ଥିତ ତାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ ସହିତ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଦାସିଆ ଅଜା ଅମର ରହେ,ଦାସିଆ ଅଜା ଆମ ପ୍ରଣାମ ଘେନ ଆଦି ସ୍ଲୋଗାନରେ ସ୍ଥାନୀୟ ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା । ସ୍ମୃତି କମିଟି ଅଧ୍ୟକ୍ଷ ସମାଜେସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ମଧୁମିତା ରଥ ,ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୁମିତ୍ରା ଭୂୟାଁ,କମ୍ରେଡ ବିଶ୍ୱନାଥ ମହାପାତ୍ର,ସମାଜସେବୀ…
Read Moreଦାସିଆ ଅଜାଙ୍କ ୨୯ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି
ନୟାଗଡ଼,(ନୟାଗଡ଼ ଦର୍ପଣ): ପୂଜ୍ୟପୂଜା କମିଟି ନୟାଗଡ଼ ତରଫରୁ ପାଠାଗାର ଆନ୍ଦୋଳନର ଆଗଧାଡିର ନାୟକ ପ୍ରବାଦ ପୁରୁଷ ଦାଶରଥି ପଟ୍ଟନାୟକ (ଦାସିଆ ଅଜା)ଙ୍କ ୨୯ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଦିପ ଧୁପ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ପୂଜ୍ୟପୂଜା କମିଟି ର ବରିଷ୍ଠ ସଦସ୍ୟ ତଥା ସାମ୍ବାଦିକ ରାମକୃଷ୍ଣ ରଥଙ୍କ ସଂଯୋଜନା ରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭା ରେ ଭାରତ ବିକାଶ ପରିଷଦର ସଭାପତି ଶ୍ରୀ ପ୍ରଶନ୍ନ କୁମାର ବସନ୍ତିଆ, ରୋଟାରୀ କ୍ଲବ ସଭାପତି ବାସୁଦେବ ସାହୁ, ନୟାଗଡ଼ କ୍ଲବ୍ ସଂପାଦକ ଶ୍ରୀଧର ସାହୁ, ସିଭିଲ ସୋସାଇଟ ସଦସ୍ୟ, ରୋଟାରିଆନ ଜି ରଶ୍ମିରାଜ, ପୂର୍ବତନ ବିଇଓ ନିମାଇଁ ସାରଙ୍କ ସମେତ ଅନେକ ଦାସିଆ ଅଜା ପ୍ରେମୀ ଉପସ୍ଥିତ ଥିଲେ । ଶ୍ରୀ ରାମକୃଷ୍ଣ ଆଦର୍ଶ…
Read More