ଜିଲ୍ଲା ସ୍ତରୀୟ ରଘୁ-ଦିବାକରଙ୍କ ୮୬ତମ ତିରୋଧାନ ଦିବସ

ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଶହୀଦ ଦିବସ ଅବସରରେ  ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୋର ପରିଷଦ ଅଧ୍ୟକ୍ଷ ନିରୁପମା ଖଟେଇ/ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ/ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜ୍ୟୋତି ରଞ୍ଜନ ସାମନ୍ତରାୟ/ଉପ-ଜିଲ୍ଲାପାଳ, କର୍ଣଦେଵ ସମାଦାର ସମାଦାର ଯୋଗ ଦେଇଥିଲେ । ବୈଠକ ପ୍ରାରମ୍ଭରେ ରଘୁ -ଦିବାକର ଫଟୋଚିତ୍ର ରେ ଅତିଥି ମାନେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ। ଅତିଥି ମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ…

Read More

ରୋହିବାଙ୍କ ଗ୍ରାମରେ ପଞ୍ଚୁଦଣ୍ଡ ମହାମିଳନ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଅନ୍ତର୍ଗତ ରୋହିବାଙ୍କ ଗ୍ରାମରେ ସ୍ଥାନୀୟ ଗ୍ରାମର ରାଧାଗୋବିନ୍ଦ ନାୟକ ଓ ରୋହିବାଙ୍କ ଗ୍ରାମବାସୀଙ୍କ ସହଯୋଗରେ ପଞ୍ଚୁଦଣ୍ଡ ମହାମିଳନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ପଞ୍ଚୁଦଣ୍ଡ ମଧ୍ୟରୁ ସ୍ଥାନୀୟ ଗ୍ରାମର ବାବା ଚଣ୍ଡେଶ୍ୱର ମହାଦେବ, ପନ୍ତିଖାରୀଶାସନ ଗ୍ରାମର ନୀଳକଣ୍ଠେଶ୍ଵର ମହାଦେବ, ଗଞ୍ଜାମ ଜିଲ୍ଲା ଭାବସରର ମା ଦଣ୍ଡକାଳୀ, ଖଙ୍ଗାରପଲ୍ଲୀର ବାବା ଗୁପ୍ତେଶ୍ୱର ଓ ଚେମେଡି ଗ୍ରାମର ବାବା ସ୍ଵପ୍ନେଶ୍ଵର ଆଦି ପଞ୍ଚୁଦଣ୍ଡ ଠାକୁରଙ୍କୁ ସକାଳ 7 ରେ ଫୁଲ ଚନ୍ଦନ ଦେଇ ବରଣ କରିଥିଲେ କର୍ତ୍ତା ଶ୍ରୀ ନାୟକ। ଏହାପରେ ଗ୍ରାମବାସୀଙ୍କ ସହଯୋଗରେ ଗ୍ରାମପରିକ୍ରମା ସାଙ୍ଗକୁ ବିଭିର୍ଣ୍ଣ ସ୍ଥାନରେ ଧୂଳିଦଣ୍ଡ ଅନୁଷ୍ଠିତ ହୋଇଥିଲା। ରୋହିବାଙ୍କ ଗ୍ରାମ ସଭାପତି ରାଜେଶ କୁମାର ସୁବୁଦ୍ଧି ଓ ସମ୍ପାଦକ କାହ୍ନୁଚରଣ ଗୌଡ଼ଙ୍କ ଦ୍ୱାରା ଗଠିତ ଗ୍ରାମର ସ୍ବେଛାସେବୀମାନେ ଶାନ୍ତିଶୃଙ୍ଖଳା ରକ୍ଷାକରି ଗ୍ରାମବାସୀଙ୍କ ଦ୍ୱାରା ପ୍ରାୟ…

Read More

ଓଡ଼ଗାଁ ନିକଟସ୍ଥ ଶ୍ରୀ ପଲିଟେକନିକରେ ବସନ୍ତ କବିତା ଆସର

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ନିକଟସ୍ଥ ଶ୍ରୀ ପଲିଟେକନିକ, କୋମଣ୍ଡରେ ଆଜି ବସନ୍ତ କବିତା ଆସର ଅନୁଷ୍ଠିତ ହୋଇଯାଇଛି।ସମାଜସେବୀ ତଥା ଖେଳମଣିଷ ଦିବାକର ନାୟକଙ୍କ ସଭାପତିତ୍ୱ ରେ ଉକ୍ତ ଆସରରେ ଓଡ଼ଗାଁ ତହସିଲଦାର୍ ତଥା ଦଣ୍ଡାଧିକାରୀ ଡ. ମାନସ ରଞ୍ଜନ ଭୋଇ ମୁଖ୍ୟ ଅତିଥି, ଶ୍ରୀ ପଲିଟେକନିକ,କୋମଣ୍ଡର ଚେୟାରମ୍ୟାନ ଡ.ଶ୍ରୀନିବାସ ସୁବୁଦ୍ଧି ସ୍ୱତନ୍ତ୍ର ଅତିଥି ,ପ୍ରକୃତିବନ୍ଧୁ ପ୍ରଫୁଲ୍ଲ ମାଝୀ,ପଞ୍ଚାନନ ପଣ୍ଡା, ଅଧ୍ୟକ୍ଷ ସର୍ବେଶ୍ୱର ସ୍ୱାଇଁ ସମ୍ମାନିତ ଅତିଥି ରୂପେ ଆସନ ଅଳଂକୃତ କରିଥିଲେ।ଓଡ଼ଗାଁ ଅଞ୍ଚଳର କବି,କବୟତ୍ରୀ ଏବଂ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।ଇଂରେଜ ଅମଳରେ ଯେପରି କବିମାନେ କବିତା ମାଧ୍ୟମରେ ଇଁରେଜ ମାନଙ୍କ ବିରୁଦ୍ଧରେ ଆମ ଦେଶବାସୀଙ୍କୁ ଜାଗ୍ରତ କରାଇଦେଇଥିଲେ।ସେହିପରି ଆଜି ସମୟ ଆସିଛି କବିତା ମାଧ୍ୟମରେ ଆମେ ଜନସାଧାରଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସଚେତନ କରାଇ ଦେଇପାରିବା । ଆମ ଗାଁ, ଜିଲ୍ଲା, ରାଜ୍ୟ ଓ…

Read More

ନିର୍ଦ୍ଦେଶନାମା ଥିବା ସତ୍ୱେ ସକାଳୁଆ ହେଲାନି ସ୍କୁଲ, ଜିଲ୍ଲାପାଳଙ୍କୁ ଭେଟିଲେ ବିଭିନ୍ନ ଶିକ୍ଷକ ସଂଗଠନ

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ସ୍ଥାୟୀ ନିର୍ଦ୍ଦେଶନାମା ଥିବା ସତ୍ୱେ ନୟାଗଡ଼ ଜିଲ୍ଲାର ବିଦ୍ୟାଳୟ ଗୁଡିକ ଏପ୍ରିଲ ୨ ରୁ ସକାଳୁଆ ସ୍କୁଲ ହୋଇନାହିଁ। ଫଳରେ ପ୍ରବଳ ଖରାରେ ପିଲାମାନେ ଖୁବ କମ ସଂଖ୍ୟାରେ ସ୍କୁଲ ଆସୁଥିବା ଜଣାପଡିଛି। ବର୍ତ୍ତମାନ ନୟାଗଡ଼ ଜିଲ୍ଲାରେ ଦିନ ତାପମାତ୍ରା ୪୦ ଡିଗ୍ରୀ ପାର କରିଥିବା ବେଳେ ପ୍ରଚଣ୍ଡ ଖରା ଏବଂ ଝାଞ୍ଜି ପବନ ଯୋଗୁଁ ପିଲାମାନେ ସ୍କୁଲ ଆସିବା ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପଡ଼ିବାର ଆଶଙ୍କା ପ୍ରକାଶ ପାଇଛି। ଏ ନେଇ ଆଜି ଅପରାହ୍ନରେ ଜିଲ୍ଲାର ବିଭିନ୍ନ ଶିକ୍ଷକ ସଂଗଠନ ମାନଙ୍କ ନେତୃମଣ୍ଡଳୀ ଜିଲ୍ଲାପାଳ ମଧୁମିତା ରଥଙ୍କୁ ତାଙ୍କ କାର୍ଯ୍ୟାଳୟ ଠାରେ ସାକ୍ଷାତ କରି ତୁରନ୍ତ ରାଜ୍ୟ ସରକାରଙ୍କ ସ୍ଥାୟୀ ନିର୍ଦ୍ଦେଶନାମା ଅନୁଯାଇ ସକାଳୁଆ ସ୍କୁଲ କରିବା ପାଇଁ ଦାବି ଜଣାଇଥିଲେ। ଜିଲ୍ଲାପାଳ ସହୃଦୟର ସହିତ…

Read More

ଅଭିଷ୍ଟ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଶ୍ବ ସ୍ବପରାୟଣତା ଦିବସ ପାଳନ ଓ ଦିବ୍ୟାଙ୍ଗ ଉପଯୋଗୀ ଉପକରଣ ବଣ୍ଟନ

ରଣପୁର, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁର ଏନଏସି ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଅଭିଷ୍ଟ ଚାରିଟେବୁଲ ଟ୍ରଷ୍ଟଫ, ମହାବୀର ବିକଳାଙ୍ଗ ସହାୟତା ସମିତି ଏବଂ ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରସନ ଫର୍ ଦିବ୍ୟାଙ୍ଗ ସଂଘର ମିଳିତ ସହଭାଗିତାରେ  ବିଶ୍ବ ସ୍ବପରାୟଣତା ଦିବସ ପାଳନ ଓ ଦିବ୍ୟାଙ୍ଗ ଉପଯୋଗୀ ଶିକ୍ଷା ସାମଗ୍ରୀ, ଶ୍ରାବଣ ଯନ୍ତ୍ର, ଆଶାବାଡ଼ି ଓ ହ୍ୱିଲଚେୟାର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଅଭିଷ୍ଟ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ଏଲି ପାଢ଼ୀ ଜୈନଙ୍କ ସକ୍ରୀୟ ପ୍ରଚେଷ୍ଠାରେ ସଫଳ ହୋଇଯାଇଛି। ଶ୍ରୀମତୀ ପାଢ଼ୀ କାର୍ଯ୍ୟକ୍ରମର ପ୍ରାରମ୍ଭିକ ବକ୍ତବ୍ୟରେ  ଅଟିଜିମ୍ ଏକ ସ୍ନାୟବିକ ତ୍ରୁଟିଯୁକ୍ତ ଶାରୀରିକ ବିକାଶ ଯେଉଁଥିରେ ଅନ୍ୟ ଲୋକମାନଙ୍କ ସ‌ହିତ ସାମାଜିକ ଭାବ ବିନିମୟ ଓ ଯୋଗାଯୋଗ କରିବାରେ ସମସ୍ୟା ଦେଖାଯାଏ ଓ ସୀମିତ ତ‌ଥା ପୁନଃପୌନିକ ବ୍ୟବ‌ହାର ଦେଖାଯାଏ ବୋଲି ମତପ୍ରକାଶ…

Read More

ନୟାଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ: ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଓ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି ଜଣାଇଲା ରୋଟାରୀ କ୍ଲବ ନୟାଗଡ଼

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ ଅବସରରେ ଆଜି ରୋଟାରୀ କ୍ଲବ୍ ନୟାଗଡ଼ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ସ୍ମୃତି ଚାରଣ କରାଯାଇଛି। ଗୋଲେଇ ଛକସ୍ଥିତ ଜିଲ୍ଲା ଗଠନର ଅନ୍ୟତମ ପୁରୋଧା, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଭାଗବତ ବେହେରାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହି ସ୍ମୃତି ଚାରଣ ସଭାରେ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ମ୍ୟୁନିସିପାଲଟି ଅଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ଏବଂ ବିଭିନ୍ନ ୱାର୍ଡର କାଉନସିଲରମାନେ ରୋଟାରୀ କ୍ଲବର ସଦସ୍ୟଙ୍କ ସହ ସାମିଲ ହୋଇଥିଲେ। ଏହି ଅବସରରେ ରୋଟାରୀ କ୍ଲବ୍ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆଗତ କରାଯାଇଥିଲା। ନୟାଗଡ଼କୁ ଜିଲ୍ଲା ମାନ୍ୟତା ପ୍ରଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ…

Read More

ନୟାଗଡ଼ରେ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ପାଳିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

ନୟାଗଡ଼,(ନୟାଗଡ଼ ଦର୍ପଣ): ଉତ୍କଳ ଜନନୀର ବରପୁତ୍ରମାନଙ୍କ ସ୍ମୃତି ଚାରଣ ଓ ଓଡ଼ିଆ ଅସ୍ମିତାର ପର୍ବ “ଓଡ଼ିଶା ଦିବସ” ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତ୍ୟନ୍ତ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମ ପରିସରରେ ଆୟୋଜିତ ଏହି ଜିଲ୍ଲାସ୍ତରୀୟ ସମାରୋହରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଉତ୍ସବର ପ୍ରାରମ୍ଭରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଏବଂ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ଵାଇଁ ଯୋଗଦେଇ ଓଡ଼ିଶାର ସଂସ୍କୃତି ଓ ବିକାଶ ଧାରା ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନୟାଗଡ଼ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ,…

Read More

ନୟାଗଡରେ ଓଡ଼ିଶା ଦିବସ ପାଳିତ

ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ପ୍ରଶାସନ ଓ ଉତ୍କଳ ସମ୍ମିଳନୀ ନୟାଗଡ ଜିଲ୍ଲା ଶାଖାର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନ ଠାରେ ଓଡିଶା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ସଭାପତି ବସିରିନି ବିବିଙ୍କ ସଭାପତିତ୍ବରେ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ, ବିଶିଷ୍ଟ ଅତିଥି ଜିଲ୍ଲାପାଳ ମଧୁମିତା ରଥ, ସମ୍ମାନୀତ ଅତିଥି ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସାମୟୀ ଆଚାର୍ଯ୍ୟ, ଓ ଆଲୋଚକ ଭାବେ  ଶରତ ଚନ୍ଦ୍ର ଆଚାର୍ଯ୍ୟ, ମହମ୍ମଦ ଉମାର ମାଲିକ ଓ ହାଡ଼ିବନ୍ଧୁ ମହାଖୁଡ ପ୍ରମୁଖ ଉପସ୍ଥିତ ରହି ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପୃଷ୍ଠ ଭୂମି ଉପରେ ଆଲୋକପାତ କରିଥିଲେ ।…

Read More

ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ମଡେଲ ଡିଗ୍ରୀ କଲେଜ ଓ ନୟାଗଡ଼ ସଡ଼କ ପରିବହନ ପ୍ରାଧିକରଣ ଆନୁକୂଲ୍ୟରେ ସଡ଼କ ସୁରକ୍ଷାର ସମ୍ବେଦନତା ବିଷୟରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ସ୍ଥାନୀୟ ଏମ୍.ଭି.ଆଇ ପ୍ରକାଶ କୁମାର ଦୀପ୍ ଓ ସହକାରୀ ଆର୍.ଟି.ଓ. ସୁଶ୍ରୀ ଶ୍ରଦ୍ଧା ସାହୁ ବିଶେଷଜ୍ଞଭାବେ ଯୋଗ ଦେଇଥିଲେ। ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀ ଓ ଛାତ୍ରଛାତ୍ରୀମାନଙ୍କୁ ଏମ୍.ଭି.ଆଇ. ଦୁର୍ଘଟଣାକାଳୀନ “ଗୋଲଡେନ୍ ଆୱାର”ର ବିଶେଷତ୍ବ ବିଷୟରେ ସୂଚନା ଦେଇଥିଲେ। ଛାତ୍ରଛାତ୍ରୀମାନେ ମୋଟର ଯାନ ଚଳାଇବା ସମୟରେ ଟ୍ରାଫିକ ନିୟମ ମାନିବା ସହିତ ସଡ଼କରେ ଦିଆଯାଇଥିବା ସଂକେତ ବିଷୟରେ ଜାଣିବା ପାଇଁ ଶ୍ରୀମତି ସାହୁ ବିଶେଷ ଗୁରୁତ୍ବ ଦେଇଥିଲେ। ଯୁବ ଏନ୍.ଏନ୍.ଏସ୍. ଅଧିକାରୀ ଡକ୍ଟର ଗିରିଶ ଚନ୍ଦ୍ର ନାୟକ ସଭା ପରିଚାଳନା କରିବା ସହ…

Read More

ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟା, ନାଟକ ‘ଏକ ନାୟକର ମୃତ୍ୟୁ’:  ବ୍ୟବସ୍ଥା ଓ ଦୁର୍ନୀତି ବିରୋଧରେ ଏକ ଶାଣିତ ସ୍ୱର

ନୟାଗଡ଼,(ନୟାଗଡ଼ ଦର୍ପଣ): ନାଟ୍ୟଧାରା ପକ୍ଷରୁ ଆୟୋଜିତ ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ‘ପ୍ରତିଭା’ ନାଟ୍ୟ ପରିଷଦ, ଭୁବନେଶ୍ୱର ପକ୍ଷରୁ ମଞ୍ଚସ୍ଥ ହୋଇଥିଲା ସାମାଜିକ ନାଟକ ‘ଏକ ନାୟକର ମୃତ୍ୟୁ’। ସ୍ୱର୍ଗତଃ ନାରାୟଣ ଚନ୍ଦ୍ର ରାୟମହାପାତ୍ରଙ୍କ ଦ୍ୱାରା ରଚିତ ଏହି ନାଟକକୁ ପରିକଳ୍ପନା ଓ ନିର୍ଦ୍ଦେଶନା ଦେଇଥିଲେ ଦୀପ୍ତି ରଞ୍ଜନ ଦାଶ। ନାଟକଟି ସମାଜର ଜ୍ୱଳନ୍ତ ସମସ୍ୟା, ବେକାରୀ ଏବଂ ପ୍ରଶାସନିକ ଦୁର୍ନୀତିର ଏକ ନଗ୍ନ ଚିତ୍ରକୁ ସାମ୍ନାକୁ ଆଣିଥିବା ବେଳେ ଉପସ୍ଥିତ ଦର୍ଶକ ମାନେ ବେଶ ଭାବ ବିହ୍ଵଳ ହୋଇ ପଡ଼ିଥିଲେ । ନାଟକର ମୁଖ୍ୟ ଚରିତ୍ର ବିଶ୍ୱନାଥ ଛୋଟରାୟ, ଜଣେ ଉଚ୍ଚଶିକ୍ଷିତ କିନ୍ତୁ ବେକାର ଯୁବକ। ଅଭାବ ଅନଟନ ଭିତରେ ଗତି କରୁଥିବା ବିଶ୍ୱନାଥଙ୍କ ପାଖରେ ରୋଗଶଯ୍ୟାରେ ପଡ଼ିଥିବା ବାପାଙ୍କ ପାଇଁ ଔଷଧ କିଣିବାକୁ ମଧ୍ୟ ଅର୍ଥ ନାହିଁ। ବାପାଙ୍କ ଜୀବନ ବଞ୍ଚାଇବା…

Read More