ଛାତ୍ର ସଂସଦ ନିର୍ବାଚନ ବାତିଲ୍ କରି କ୍ୟାମ୍ପସ୍ ଗଣତନ୍ତ୍ରର ହତ୍ୟା କରାଯାଇଛି: କଂଗ୍ରେସ

ନିର୍ବାଚନ ବାତିଲ୍ ନିର୍ଦ୍ଦେଶ ପ୍ରତ୍ୟାହାର ପାଇଁ ଛାତ୍ର କଂଗ୍ରେସର ଦାବି ନୟାଗଡ଼, (ନୟାଗଡ଼ ଦର୍ପଣ): ଆଇନଶୃଙ୍ଖଳା ପରିସ୍ଥିତିର ଆଳ ଦେଖାଇ ନୟାଗଡ଼ ଜିଲ୍ଲାର ବିଭିନ୍ନ ପ୍ରମୁଖ ମହାବିଦ୍ୟାଳୟରେ ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିବା ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିୟାକୁ ବାତିଲ୍ କରାଯାଇ କ୍ୟାମ୍ପସ୍ ଗଣତନ୍ତ୍ରର ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ। ଏହା ଏକ ଯୋଜନାବଦ୍ଧ ପଦକ୍ଷେପ ବୋଲି ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ଅଭିଯୋଗ କରିଛନ୍ତି। ଜିଲ୍ଲା ପ୍ରଶାସନର ଏଭଳି ଛାତ୍ରବିରୋଧୀ ନିଷ୍ପତ୍ତି ଆଇନସମ୍ମତ ନୁହେଁ ବୋଲି ଦର୍ଶାଇ ତୁରନ୍ତ ଏହି ନିର୍ଦ୍ଦେଶନାମା ପ୍ରତ୍ୟାହାର କରିବାକୁ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁ ଦାବି କରିଛନ୍ତି। ଦୀର୍ଘ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ନିଜ ପସନ୍ଦର ଛାତ୍ରନେତା ବାଛିବାକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ରହିଥିଲା।…

Read More

ଟିବି ମୁକ୍ତ ନୟାଗଡ଼ ପାଇଁ ଗଠନ ହେବ ‘ଜୋସ୍’ ଟିମ୍, ୮ଟି ଗ୍ରାମ ପଞ୍ଚାୟତକୁ ଟିବି ମୁକ୍ତ ପଞ୍ଚାୟତ ପୁରସ୍କାର ପ୍ରଦାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଯକ୍ଷ୍ମାମୁକ୍ତ ଭାରତ ଗଠନ ଅଭିଯାନକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ସହ ଜନସାଧାରଣଙ୍କ ସକ୍ରିୟ ସହଭାଗିତା ବୃଦ୍ଧି ଲକ୍ଷ୍ୟରେ ନୟାଗଡ଼ ଜିଲ୍ଲାରେ ‘ଜୋସ୍’ (JOSH) ଟିମ୍ ଗଠନ ପାଇଁ ପଦକ୍ଷେପ ନିଆଯାଇଛି। ଏଥିସହ ୨୦୨୫ ମସିହାରେ ଯକ୍ଷ୍ମା ନିରାକରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଜିଲ୍ଲାର ୮ଟି ଗ୍ରାମ ପଞ୍ଚାୟତକୁ ‘ଟିବି ମୁକ୍ତ ପଞ୍ଚାୟତ ପୁରସ୍କାର’ ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ଗୁରୁବାର ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯକ୍ଷ୍ମାମୁକ୍ତ ଭାରତ ଅଭିଯାନର ବାର୍ତ୍ତାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ସହ ଏହି ଅଭିଯାନରେ ଜନସାଧାରଣଙ୍କ ସହଯୋଗ ଲୋଡ଼ିଥିଲେ। ଜିଲ୍ଲାରେ ସାମାଜିକ ସଚେତନତା…

Read More

ଗୋଡ଼ିପଡ଼ା କଲେଜରେ ସ୍ୱଚ୍ଛତା ଅଭିଯାନ ଉଦ୍‌ଯାପିତ, ୧୫୦ଜଣ ସ୍ୱେଚ୍ଛାସେବୀଙ୍କ ଅଂଶଗ୍ରହଣ

ଗୋଡ଼ିପଡ଼ା,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଗୋଡ଼ିପଡ଼ାସ୍ଥିତ ଶ୍ରୀ ଲଡୁକେଶ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ (YRC) ଓ ଜାତୀୟ ସେବା ଯୋଜନା (NSS) ବିଭାଗ ପକ୍ଷରୁ ଆୟୋଜିତ ସ୍ୱଚ୍ଛତା ଅଭିଯାନ ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟର ୧୫୦ ଜଣ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରି ବିଭିନ୍ନ ସେବାମୂଳକ କାର୍ଯ୍ୟ ସମ୍ପାଦନ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଦାଶରଥି ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍‌ଯାପନୀ ସଭାରେ ପ୍ରାକ୍ତନ ଅଧ୍ୟକ୍ଷା ଡ. ଉଷାରାଣୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱଚ୍ଛତା ହିଁ ମାନବର ପରମ ଧର୍ମ ବୋଲି ମତବ୍ୟକ୍ତ କରିଥିଲେ। ଏଥିସହ ସ୍ୱଚ୍ଛତାକୁ ଜୀବନର ଏକ ଅଭିନ୍ନ ଅଙ୍ଗ ଭାବେ ଗ୍ରହଣ କରିବାକୁ ସେ ଆହ୍ୱାନ ଦେଇଥିଲେ। ଯୁବ ରେଡକ୍ରସ ପରାମର୍ଶଦାତା ଅଧ୍ୟାପକ ଡ. ସନ୍ତୋଷ କୁମାର ସାହୁ ସ୍ୱଚ୍ଛତା ଅଭିଯାନର ମହତ୍ତ୍ୱ ଓ ଏହାର ସାମାଜିକ…

Read More

ନୟାଗଡ଼ରେ ଶାନ୍ତିପୂର୍ଣ୍ଣ ଭାବେ ଇଣ୍ଡିଆ ମେଣ୍ଟର ବନ୍ଦ ପାଳନ, ସମର୍ଥନ ପାଇଁ କଂଗ୍ରେସ ସଭାପତି କୃତଜ୍ଞତା ପ୍ରକାଶ କରିଛନ୍ତି

ନୟାଗଡ଼,(ନୟାଗଡ଼ ଦର୍ପଣ): ଦେଶର ଗଣତନ୍ତ୍ର ସମ୍ବିଧାନ ବଞ୍ଚାଇବା ପାଇଁ ଏବଂ ନିର୍ବାଚନ କମିଶନ ଜ୍ଞାନେଶ କୁମାରଙ୍କ ବରଖାସ୍ତ ଦାବୀରେ ଇଣ୍ଡିଆ ମେଣ୍ଟ ଅଂଶୀଦାର ଦଳସମୂହ ଆହ୍ୱାନ କ୍ରମେ ଓଡିଶା ବନ୍ଦ ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲାର ଅଗଣିତ ଜନସାଧାରଣ, ଜିଲ୍ଲା ଓକିଲ ସଙ୍ଘ ସମେତ ଜିଲ୍ଲାର ପ୍ରମୁଖ ଗଣସଂଗଠନ, ବ୍ୟାଙ୍କ ଇନ୍ସୁରାନ୍ସ, ପୋଷ୍ଟାଲ କର୍ମଚାରୀ ସଙ୍ଘ, ଘରୋଇ ବସ, ମଟର ପରିବହନ, ଟ୍ୟାକ୍ସି ଅଟୋ ମାଲିକ କର୍ମଚାରୀ ସଙ୍ଘ,ସର୍ବୋପରି ବଣିକ ସଙ୍ଘ କାର୍ଯ୍ୟକର୍ତ୍ତା   ସଦସ୍ୟ ମାନଙ୍କ ମିଳିତ ସମର୍ଥନ ଏବଂ ସହଯୋଗରେ  ନୟାଗଡ଼ ବନ୍ଦ ସମ୍ପୂର୍ଣ୍ଣ ସଫଳ ହୋଇଥିବା ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି। ବନ୍ଦ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବରେ  ଶେଷ ହୋଇଥିଲା। ଜିଲ୍ଲାରେ ଓକିଲ ମାନେ ବନ୍ଦକୁ ସମର୍ଥନ ଜଣାଇ କାର୍ଯ୍ୟରୁ ନିବୃତ୍ତ ରହିବାରୁ ଜିଲ୍ଲାବ୍ୟାପି କୋର୍ଟ…

Read More

ବିକଶିତ ଭାରତ @୨୦୪୭” ସାମୂହିକ ସଂକଳ୍ପ ଓ “ସେବା ଜ୍ୟୋତି” ପଦଯାତ୍ରା ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସଦର ମହକୁମା ସ୍ଥିତ ନୟାଗଡ଼ ଷ୍ଟାଡିୟମଠାରେ ସେବା ସଂକଳ୍ପ ଅଭିଯାନ -୨୦୨୬ ଅନ୍ତର୍ଗତ ଏକ ସେବା ଜ୍ୟୋତି ପଦଯାତ୍ରା ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, ଖଣ୍ଡପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ସ୍ୱାଇଁ, ପୂର୍ବତନ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ,  ଜିଲ୍ଲା ଜନ ଜାତି ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତ୍ରିନାଥ ମଲ୍ଲିକ, ବରିଷ୍ଠ ଆଇନଜୀବୀ ମାଧବ ପ୍ରସାଦ ମିଶ୍ର, ବିଶିଷ୍ଟ ସମାଜ ସେବୀ ରାଘବ ମଲ୍ଲିକ, ତାପସ ରଞ୍ଜନ ମାର୍ଥା, ସୁରଥ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ସକାଳ ୯ ଘଟିକା ସମୟରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ପ୍ରଥମେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ…

Read More

ନୟାଗଡ଼ରେ ସଡ଼କ ସୁରକ୍ଷା ସଚେତନତା ସହ ମାଗଣା ହେଲମେଟ ବଣ୍ଟନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି  ନୟାଗଡ଼ ଜିଲ୍ଲା ସଦର ମହକୁମା ସ୍ଥିତ ଗୋଲେଇ ଛକଠାରେ  ସେବା ସଂକଳ୍ପ ଅଭିଯାନ-୨୦୨୬  ଅବସରରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ,ନୟାଗଡ଼ ତରଫରୁ ସଡ଼କ ସୁରକ୍ଷା ସଚେତନତା ଓ ମାଗଣା ହେଲମେଟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁବାଷ ଚନ୍ଦ୍ର ପଣ୍ଡା, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବିଭୁ ରଞ୍ଜନ ନାୟକ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ  ଶ୍ରୀ ପ୍ରଦୀପ୍ତ କୁମାର ସେନାପତି ଉପସ୍ଥିତ ରହି ଜନସାଧାରଣଙ୍କୁ ସଡ଼କ ସୁରକ୍ଷା ନେଇ ସଚେତନ କରିଥିଲେ। ଦୁଇଚକିଆ ଯାନ ଚାଳନା ସମୟରେ ହେଲମେଟ ପିନ୍ଧିବା, ଅତ୍ୟଧିକ ବେଗରେ ଯାନ ନ ଚଳାଇବା, ମଦ୍ୟପାନ କରି ଗାଡ଼ି ନ ଚଳାଇବା ଏବଂ ଗାଡ଼ି ଚଳାଇବା ସମୟରେ ମୋବାଇଲ୍‌ ଫୋନ୍‌ ବ୍ୟବହାର…

Read More

ଜିଲ୍ଲା ପାଠାଗାର ‘ଅଧ୍ୟୟନ’ର ସମସ୍ୟା ଶୁଣି ତୁରନ୍ତ ପହଞ୍ଚିଲେ ପୌର ନିର୍ବାହୀ ଅଧିକାରୀ: ତ୍ୱରିତ ସମାଧାନ ପାଇଁ ଦେଲେ ନିର୍ଦେଶ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପାଠାଗାର “ଅଧ୍ୟୟନ”ରେ ଦେଖାଦେଇଥିବା ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ତତ୍ପରତା ପ୍ରକାଶ ପାଇଛି। ପାଠାଗାରରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସମସ୍ୟା ସମ୍ପର୍କରେ ଖବର ପାଇବା କ୍ଷଣି ନୟାଗଡ଼ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ (ଇଓ) ସ୍ନେହଲତା ଆଚାର୍ଯ୍ୟ ତୁରନ୍ତ ସେଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।ଏହାସହ ଛାତ୍ରଛାତ୍ରୀଙ୍କ ସହ ମୁହାଁମୁହିଁ ଆଲୋଚନା କରି ସମସ୍ତ ସମସ୍ୟାର ତ୍ୱରିତ ସମାଧାନ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।ସୂଚନା ଅନୁଯାୟୀ, ଜିଲ୍ଲାର ପ୍ରତିଯୋଗିତାମୂଳକ ପରୀକ୍ଷାର୍ଥୀ ତଥା ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ କାର୍ଯ୍ୟକ୍ଷମ ଥିବା “ଅଧ୍ୟୟନ” ପାଠାଗାରରେ ଗତ କିଛି ଦିନ ଧରି ୱାଇ-ଫାଇ (Wi-Fi) ସଂଯୋଗ ବ୍ୟାହତ ହେବା ସହ ସିସିଟିଭି (CCTV) ନିରୀକ୍ଷଣ ବ୍ୟବସ୍ଥା ଆଦି କେତେକ ଆନୁଷଙ୍ଗିକ ଅସୁବିଧା ଲାଗିରହିଥିଲା। ଏହା ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବାଧା ସୃଷ୍ଟି କରୁଥିବା ନେଇ ଅଭିଯୋଗ ହୋଇଥିଲା। ଘଟଣା ସମ୍ପର୍କରେ…

Read More

ନୟାଗଡ଼ରେ ‘ସ୍ୱଚ୍ଛତା ହିଁ ସେବା ଉତ୍ସବ’ ପାଳିତ, ବିଦ୍ୟାଳୟ ପରିସର ସଫେଇ ସହ ବୃକ୍ଷରୋପଣ ଓ ସ୍ୱଚ୍ଛତା ଶପଥ

ନୟାଗଡ଼,(ନୟାଗଡ଼ ଦର୍ପଣ): ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସ ଠାରୁ ଏକ ମାସ ବ୍ୟାପୀ ଚାଲିଥିବା ‘ସ୍ୱଚ୍ଛତା ହିଁ ସେବା ଉତ୍ସବ’ ଅବସରରେ ନୟାଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟ, ସିନ୍ଦୁରିଆର ମିଳିତ ଆନୁକୂଲ୍ୟରେ ଆଜି ପୂର୍ବାହ୍ନରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଡିଓ ଐଶ୍ୱର୍ଯ୍ୟା ଭୂଇଁୟା, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ଦଳବେହେରା, ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁ, ବରିଷ୍ଠ ଶିକ୍ଷକ ଶେଖ୍ ଅବଦୁଲ୍ ଖାଲିକ୍, ବ୍ଲକ୍ ସହକାରୀ ଯନ୍ତ୍ରୀ ମୋନାଲିସା ଶତପଥୀ, ବ୍ଲକ୍ ବିଆର୍‌ସି ଦୀପକ କୁମାର ପଟ୍ଟନାୟକ, ସିନ୍ଦୁରିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରମୋଦ କୁମାର ବେହେରା, କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରହଲ୍ଲାଦ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ସେହିପରି ବିଦ୍ୟାଳୟର ପଞ୍ଚସଖା ଶିକ୍ଷା ସେତୁ ଯୋଜନାର ସଭାପତି ଭଗବାନ ଜେନା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସନ୍ତୋଷ…

Read More

ନୟାଗଡ଼ ଜିଲ୍ଲାର ପିଏମ୍ ଶ୍ରୀ ବିଦ୍ୟାଳୟ ପରିଦର୍ଶନ କଲେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ସ୍ମିତା ରାଉତ (ଆଇଏଏସ୍) ଓ ଡେପୁଟି ଡାଇରେକ୍ଟର ଶ୍ରୀ ଚନ୍ଦନ କୁମାର ରଥ ମଙ୍ଗଳବାର ନୟାଗଡ଼ ଜିଲ୍ଲାର ବିଭିନ୍ନ ପିଏମ୍ ଶ୍ରୀ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷାକାର୍ଯ୍ୟର ନିରୀକ୍ଷଣ ଓ ସମୀକ୍ଷା କରିଥିଲେ। ଏହି ପରିଦର୍ଶନ ସମୟରେ ସେମାନେ ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟ, ଲାଠିପଡ଼ା; ପିଏମ୍ ଶ୍ରୀ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ, ନୟାଗଡ଼; ପିଏମ୍ ଶ୍ରୀ ଏନ୍‌ଏସି ଉଚ୍ଚ ବିଦ୍ୟାଳୟ, ନୟାଗଡ଼; ପିଏମ୍ ଶ୍ରୀ ହାଇଅର ସେକେଣ୍ଡାରୀ ଉଚ୍ଚ ବିଦ୍ୟାଳୟ, ମହୀପୁର; ପିଏମ୍ ଶ୍ରୀ ସୋଲପଟା ଉଚ୍ଚ ବିଦ୍ୟାଳୟ ଏବଂ ପିଏମ୍ ଶ୍ରୀ ଆର୍‌ସି ଉଚ୍ଚ ବିଦ୍ୟାଳୟ, ଖଣ୍ଡପଡ଼ା ଆଦି ପରିଦର୍ଶନ କରିଥିଲେ। ପିଏମ୍ ଶ୍ରୀ ବିଦ୍ୟାଳୟଗୁଡ଼ିକର ସୁପରିଚାଳନା ସହ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟଣ ଉପରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ଗୁରୁତ୍ୱାରୋପ କରିଥିଲେ। ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମିକୁ…

Read More

ନଭେମ୍ବର ୧୫ରେ ନାଟକ ‘କୁଆଁରୀ କୋଠି’

‘ତୃତୀୟ ନୟନ’ ପକ୍ଷରୁ ପଠାଣି ସାମନ୍ତ ଅଡିଟୋରିୟମରେ ହେବ ମଞ୍ଚସ୍ଥ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ର ପ୍ରଗତିଶୀଳ ନାଟ୍ୟମଞ୍ଚ ‘ତୃତୀୟ ନୟନ’ ପକ୍ଷରୁ ଆସନ୍ତା ନଭେମ୍ବର ୧୫ ତାରିଖରେ ପଠାଣି ସାମନ୍ତ ଅଡିଟୋରିୟମରେ ନାଟକ ‘କୁଆଁରୀ କୋଠି’ ମଞ୍ଚସ୍ଥ କରାଯିବ। କମ୍ରେଡ୍ ବିଶ୍ୱନାଥ ମହାପାତ୍ରଙ୍କ ରଚିତ ଏହି ନାଟକକୁ ନାଟ୍ୟକାର ଗଦାଧର ନନ୍ଦ ନିର୍ଦ୍ଦେଶନା ଦେବେ। ଅନୁଷ୍ଠାନର ସଭାପତି ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ନାଟକ ମଞ୍ଚସ୍ଥ କରିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ନାଟକଟି ଦର୍ଶକମାନଙ୍କ ପାଇଁ ବେଶ୍ ଉପଭୋଗ୍ୟ ହେବ ବୋଲି କଳାକାରମାନେ ଆଶା ପ୍ରକାଶ କରିଛନ୍ତି। ଅକ୍ଟୋବର ୪ ତାରିଖ ସନ୍ଧ୍ୟାରେ ଶିକ୍ଷକ ଭବନଠାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପ୍ରବୀଣ କଳାକାର ମିଷ୍ଟର କାଳିଆ, ଅନ୍ତର୍ଯ୍ୟାମୀ ମହାନ୍ତି, ପ୍ରଦୀପ୍ତ ଡାକୁଆ, ସୁଦର୍ଶନ ରାଉତ, ନିରଞ୍ଜନ ସାହୁ, ପ୍ରତାପ ସାହୁ,…

Read More