ଅସୁରକ୍ଷିତ ପୋଲିସ, ୨୭ତାରିଖ ବୁଧବାର ନୟାଗଡ଼ ବନ୍ଦ କରିବ କଂଗ୍ରେସ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବିଜେପି ବିଧାୟିକା ପ୍ରାର୍ଥୀଙ୍କ ଉପସ୍ଥିତିରେ ନୟାଗଡ଼ ଟାଉନ ଥାନା କାର୍ଯ୍ୟରତ ଦଳିତ ପୋଲିସ ଅଧିକାରୀଙ୍କୁ ଜାତିଆଣ ଆକ୍ଷେପ କରି ମାଡ଼ ମାରିବା, ପୋଲିସକୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ଅଭିଯୋଗରେ ପ୍ରମୁଖ ବିଜେପି ନେତା ମାନଙ୍କ ସମ୍ପୃକ୍ତି ଥିବା ଥାନା ସିସିଟିଭି ଯାଞ୍ଚ କରାଯାଇ ଉଚିତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଅଭିଯୁକ୍ତ ମାନଙ୍କୁ ୭ଦିନ ମଧ୍ୟରେ ଗିରଫ କରାନଗଲେ ଆଗାମୀ ୨୭ତାରିଖ ବୁଧବାର ନୟାଗଡ଼ ବନ୍ଦ କରିବ କଂଗ୍ରେସ। ସାମ୍ବାଦିକ ସମ୍ମିଳନୀରେ ଘୋଷଣା କଲା କଂଗ୍ରେସ। ନ୍ୟାୟ ପାଇଁ ଆନ୍ଦୋଳନ କରିବା ଆମ ସମସ୍ତଙ୍କର ସାମ୍ବିଧାନିକ ଅଧିକାର କିନ୍ତୁ ଆନ୍ଦୋଳନ ଆଳରେ କର୍ତ୍ତବ୍ୟରତ ପୋଲିସ ମାନଙ୍କୁ ବିଭିନ୍ନ ଆଶ୍ରବ୍ୟ ଭାଷାରେ ଗାଳିଗୁଲଜ କରିବା, ବର୍ଦ୍ଦିରେ ଥିବା ଦଳିତ ପୋଲିସ ଅଧିକାରୀଙ୍କୁ ମାଡ ମାରିବା, ଆଇଆଇସି, ଏସଡ଼ିପିଓ ଙ୍କୁ ଅପମାନିତ କଲାଭଳି…

Read More

ମିଥ୍ୟା ମାମଲା କରି ଗଣମାଧ୍ୟମ କଂଣ୍ଠରୋଧ ଉଦ୍ୟମ ନ୍ୟାୟ ପାଇଁ ଏସ୍‌ପିଙ୍କୁ ଦାବି ଜଣାଇଲେ ସାମ୍ବାଦିକ

ନୟାଗଡ଼,(ନୟାଗଡ଼ ଦର୍ପଣ): ସାମ୍ବାଦିକଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରି ଗଣମାଧ୍ୟମ କଂଣ୍ଠରୋଧ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଆଜି ଏହାକୁ ନେଇ ସଦରମହକୁମାର ବହୁ ସାମ୍ବାଦିକ ନୟାଗଡ଼ ଏସ୍‌ପି ଏସ୍ ସୁଶ୍ରୀଙ୍କୁ ଭେଟି ନ୍ୟାୟ ପାଇଁ ଦାବି ରଖିଛନ୍ତି । ଏହା ସହିତ ଜିଲ୍ଲାର ବିଭିନ୍ନ ଥାନା ଅଧିକାରୀଙ୍କ ଜରିଆରେ ଏସ୍ପିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ନୟାଗଡ଼ ଜିଲ୍ଲାରେ ବିଗତ କିଛି ଦିନ ହେବ ସାମ୍ବାଦିକମାନେ କିଛି ଅସାମାଜିକ ବ୍ୟକ୍ତି ପାଇଁ ଭୟ ଓ ଆଶଙ୍କା ମଧ୍ୟରେ କାଳାତିପାତ କରୁଛୁ। ଦୁଇ ଜଣ ସାଇବର ମାଫିଆ ଜିଲ୍ଲାର ବହୁ ସାମ୍ବାଦିକଙ୍କ ସମେତ ଦୈନିକ ‘ସକାଳ’ ସାମ୍ବାଦିକ ଅନୀଲ କୁମାର ପଣ୍ଡାଙ୍କୁ ଟାର୍ଗେଟ କରି ତାଙ୍କର ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଚରିତ୍ରସଂହାର କରି ଫେସବୁକରେ ପୋଷ୍ଟ କରିଥିଲେ। ଏହାକୁ ନେଇ ଗତ ୩୦…

Read More

ଗଣିଆ ବ୍ଲକ ଟପର ହେଲେ ବିଷ୍ଣୁପ୍ରିୟା ବେହେରା

ଗଣିଆ,(ନୟାଗଡ଼ ଦର୍ପଣ): ଗଣିଆ ବ୍ଲକ ଅନ୍ତର୍ଗତ ଡଃ. ଆର.ସି. ସାମନ୍ତରାୟ ମହାବିଦ୍ୟାଳୟର ଛାତ୍ରୀ ଵିଷ୍ଣୁପ୍ରୀୟା ବେହେରା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ୫୬୫ନମ୍ବର ରଖି ଗଣିଆ ବ୍ଲକ ଟପ୍ପର ହୋଇଥିବା ବେଳେ ସୁଜାତା ବେହେରା କଳା ବିଭାଗରେ ୫୪୪ନମ୍ବର ରଖି ବ୍ଲକ ଟପର ହୋଇଛନ୍ତି। ମହାବିଦ୍ୟାଳୟର ଅଧ୍ୟକ୍ଷ ମଳୟ କୁମାର ପଣ୍ଡା, ଉପାଧ୍ୟକ୍ଷ ଉମାକାନ୍ତ ବେହେରା, ସମ୍ପାଦକ ଡ଼ .ଏଲ୍ଡାଡକାଇଣ୍ଡ  ସେଥ, ମ୍ୟାନେଜମେଣ୍ଟର ମୁଖ୍ୟ କବିଚନ୍ଦ୍ର ସାମନ୍ତରାୟ, ଓଡ଼ିଆ ଅଧ୍ୟାପକ ଜିତେନ୍ ପାଣିଗ୍ରାହୀଙ୍କ ସମେତ  ଅଂଚଳର ବୁଦ୍ଧିଜୀବୀ, ସ୍ବେଛାସେବୀମାନେ ଉଭୟ ଛାତ୍ରୀଙ୍କ ସମେତ ଉତ୍ତୀର୍ଣ୍ଣ କରିଥିବା ଛାତ୍ର ଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Read More

ନୟାଗଡ଼ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାପାଳ ମଧୁମିତା ରଥଙ୍କ  ଅଧ୍ୟକ୍ଷତାରେ ପ୍ରାକୃତିକ ବିପର୍ଯ୍ୟୟ  ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୟାଗଡ଼ ବିଧାୟକ ନୟାଗଡ ଡଃ ଅରୁଣ କୁମାର ସାହୁ, ଖଣ୍ଡପଡ଼ା ବିଧାୟକ ତଥା- ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁ, ବାଚସ୍ପତି – ତଥା – ରଣପୁର ବିଧାୟକଙ୍କ ପ୍ରତିନିଧି ଅଭିଷେକ ‌ସାମନ୍ତରାୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁବାସ ଚନ୍ଦ୍ର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ,  ଉପ-ଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ତପତି ରାଜ, ଅତିରିକ୍ତ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଜିତେନ୍ଦ୍ର କୁମାର ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। ବୈଠକ ପରିଚାଳନା…

Read More

ତଳ ମଣିନାଗ  ନୂତନ ମନ୍ଦିର ପ୍ରତିଷ୍ଠା ଓ ମା’ଙ୍କ ଗର୍ଭଗୃହ ପ୍ରବେଶ ନେଇ ସାମ୍ବାଦିକ ସମ୍ମିଳନୀ

ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ବିଜ୍ଞାପିତ ପରିଷଦ ଅଧୀନସ୍ଥ ତଳ ମଣିନାଗ ପୀଠରେ ନୂତନ ମନ୍ଦିର  ପ୍ରତିଷ୍ଠା, ମା’ଙ୍କ ଗର୍ଭଗୃହ ପ୍ରବେଶ ଓ ପଞ୍ଚଦିନାତ୍ମକ ଯଜ୍ଞ ଉତ୍ସବ ନେଇ ବୁଧବାର ସନ୍ଧ୍ୟାରେ ମନ୍ଦିର ପ୍ରାଙ୍ଗଣରେ ଏକ  ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର କମିଟିର ସଭାପତି ଡ଼. ପ୍ରଶାନ୍ତ କୁମାର ମିଶ୍ର ଙ୍କ ଆବାହକତ୍ୱରେ ଆୟୋଜିତ ହୋଇଥିବା ଏହି ସମ୍ମିଳନୀରେ ଯଜ୍ଞ ଉତ୍ସବର ସମସ୍ତ କାର୍ଯ୍ୟସୂଚୀ ଓ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପିତ କରାଯାଇଥିଲା । ମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ଆସନ୍ତା ଜୁନ ୨୦ ତାରିଖରେ ଅଙ୍କୁରାରୋପଣ ସହ ଉତ୍ସବର ଶୁଭାରମ୍ଭ ହେବ । ୨୧ ତାରିଖରେ ଭବ୍ୟ କଳସ ଯାତ୍ରା, ୨୨ ତାରିଖରେ ଗର୍ଭାଧାନ ନୀତି, ୨୩ ତାରିଖରେ ସ୍ନାନ, ଶୟନ ଓ କାଳରାତ୍ରି ପୂଜା ଏବଂ ୨୪ ତାରିଖରେ…

Read More

ସଙ୍ଗୀତଧାରା ଗ୍ରାଣ୍ଡ ଫାଇନାଲ: ଓମ ପ୍ରକାଶ ହେଲେ ନୟାଗଡ଼ ‘ସଙ୍ଗୀତ କଲ୍ଲୋଳ’

ନୟାଗଡ଼,(ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସ୍ବର୍ଣ୍ଣ ଜୟନ୍ତୀ ପ୍ରେକ୍ଷାଳୟରେ ଆଜି ଆୟୋଜିତ ଜିଲ୍ଲାସ୍ତରୀୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଗ୍ରାଣ୍ଡ ଫାଇନାଲରେ ଭାପୁର ବ୍ଲକର ଓମ ପ୍ରକାଶ ମହାରଣା ବିଜୟୀ ହୋଇ ୧୧ହଜାର ନଗଦ ରାଶି ସହିତ ‘ନୟାଗଡ଼ ସଙ୍ଗୀତ କଲ୍ଲୋଳ’ ଉପାଧିରେ ଭୂଷିତ ହୋଇଛନ୍ତି। ସେହିପରି ଦ୍ୱିତୀୟ ସ୍ଥାନରେ ଭାପୁର ବ୍ଲକର ସ୍ଵାଗତିକା ନାୟକ  ଏବଂ ତୃତୀୟ ସ୍ଥାନରେ  ଗଣିଆ ବ୍ଲକର ଓମକାର ମହାପାତ୍ର ବିଜୟୀ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ଜିଲ୍ଲାର ୮ଟି ବ୍ଲକରେ ଅନୁଷ୍ଠିତ ହୋଇଥିବା ବ୍ଲକସ୍ତରୀୟ ପ୍ରତିଯୋଗିତାରୁ  ୫୪ଜଣ ସେମି ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇ ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୧୧ ଜଣ ପ୍ରତିଯୋଗୀ ଫାଇନାଲ ପର୍ଯ୍ୟାୟକୁ ମନୋନୀତ ହୋଇଥିଲେ। ଦୁଇ ପର୍ଯ୍ୟାୟରେ ଅନୁଷ୍ଠିତ ଏହି ଗ୍ରାଣ୍ଡ ଫାଇନାଲରେ ବିଚାରକ ଭାବେ  ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ତଥା…

Read More

ଚାନ୍ଦପୁର ମଣ୍ଡଳ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ଶକ୍ତି ପଦଯାତ୍ରା

ରଣପୁର, (ନୟାଗଡ଼ ଦର୍ପଣ): ଲୋକସଭାରେ ମହିଳା ସଂରକ୍ଷଣ ବିଲକୁ କଂଗ୍ରେସ , ବିଜେଡି ଓ ଇଣ୍ଡି ମେଣ୍ଟ ର ବିରୋଧକୁ ନେଇ ଚାନ୍ଦପୁର ମହିଳା ମୋର୍ଚ୍ଚା ନେତୃତ୍ବରେ ବୁଧବାର ଦିନ ଅପରାହ୍ନ ସମୟରେ ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକ ଅନ୍ତର୍ଗତ ଚାନ୍ଦପୁର ମଣ୍ଡଳ ବିଜେପି ପକ୍ଷରୁ ଜନ ଆକ୍ରୋଶ ମହିଳା ଶକ୍ତି ପଦଯାତ୍ରା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ରଶ୍ମିରେଖା ଦାସ, ଖୋର୍ଦ୍ଧା ଜିଲ୍ଲାର ବିଜେପି ଉପ ସଭାପତିରୋଜାଲିନ ଦାସ, ଚାନ୍ଦପୁର ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ମାମୁନି ସିଂ, ଗୋପାଳପୁର ଜିଲ୍ଲାପରିଷଦ ସଦସ୍ୟା ଲକ୍ଷ୍ମୀ ପ୍ରିୟା ତରେଇ, ଅନୁସୟା ସାହୁ, ଚାନ୍ଦପୁର ମଣ୍ଡଳ ସଭାପତି ଅକ୍ଷୟ କୁମାର ସାହୁ, ପୁର୍ବତନ ମଣ୍ଡଳ ସଭାପତି ସୁବର୍ଣ୍ଣ ସିଂ,ସଧାରଣ ସମ୍ପାଦକ ଗଣେଶ୍ୱର ମାନ୍ଧାତା, ଝାଡ଼ପଡା ସରପଞ୍ଚ ସୌରୀବନ୍ଧୁ ସାହୁ, ତ୍ରିନାଥ…

Read More

୨୦ରେ ଦେଶବ୍ୟାପୀ ଔଷଧ ବ୍ୟବସାୟ ବନ୍ଦ, ଆନ୍ଦୋଳନରେ ସାମିଲ ହେବ ନୟାଗଡ଼ ବ୍ୟବସାୟୀ ସଂଘ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆସନ୍ତା ୨୦ ତାରିଖରେ ଦେଶବ୍ୟାପୀ ଔଷଧ ବ୍ୟବସାୟ ବନ୍ଦ ରହିବ ବୋଲି ନିଷ୍ପତ୍ତି ହୋଇଛି। ଉତ୍କଳ କେମିଷ୍ଟ ଏବଂ ଡ୍ରଗିଷ୍ଟ ଆସୋସିଏସନ୍ ଓ ଅଲ୍ ଇଣ୍ଡିଆ ଅର୍ଗାନାଇଜେସନ ଅଫ୍ କେମିଷ୍ଟ ଓ ଡ୍ରଗିଷ୍ଟର ଆହ୍ବାନ କ୍ରମେ ନୟାଗଡ଼ ଜିଲା ଔଷଧ ବ୍ୟବସାୟୀ ସଂଘ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଜିଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ କରିଛି। ସଂଘ ପକ୍ଷରୁ କୁହାଯାଇଛି, ସର୍ବ ଭାରତୀୟ ଔଷଧ ବ୍ୟବସାୟୀ ସଙ୍ଘ ସାରା ଦେଶରେ ୧୨ ଲକ୍ଷ ୪୦ ହଜାରରୁ ଅଧ‌ିକ କେମିଷ୍ଟ ଏବଂ ବିତରକଙ୍କୁ ପ୍ରତିନିଧ୍ବ କରୁଛି। ୫କୋଟିରୁ ଅଧ‌ିକ ପରିବାର ‘ଔଷଧ ବ୍ୟବସାୟ ଜରିଆରେ ପରିବାର ପ୍ରତିପୋଷଣ କରୁଛନ୍ତି। ଔଷଧ ବ୍ୟବସାୟ ଏବଂ ଜନସ୍ବାସ୍ଥ୍ୟକୁ ପ୍ରଭାବିତ କରୁଥ‌ିବା ଅନେକ ଗୁରୁତ୍ଵପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା ତାହା…

Read More

ବ୍ଲକ ଅଧ୍ୟକ୍ଷ କିଶୋର ହଟିବେ କି ଅଧ୍ୟକ୍ଷ ପଦରୁ, ଉପଜିଲ୍ଲାପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କ ବିରୁଦ୍ଧରେ ଆଜି ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଛି । ନୟାଗଡ଼ ବ୍ଲକର ୪୫ ଜଣ ସରପଞ୍ଚ ଓ ସମିତିସଭ୍ୟଙ୍କ ଦସ୍ତଖତ ସମ୍ବଳିତ ଅନାସ୍ଥା ପ୍ରସ୍ତାବକୁ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାରଙ୍କୁ ପ୍ରଦାନ କରାଯାଇଛି । ବ୍ଲକ ଉପାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ସାହୁଙ୍କ ନେତୃତ୍ୱରେ ଏହି ଅନସ୍ଥା ଆଗତ କରାଯାଇଛି । ନୟାଗଡ଼ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ସାହୁ ଗତ ୧୨ ତାରିଖରେ ବିଜେଡିରୁ ଇସ୍ତଫା ଦେଲେ । ୧୫ ତାରିଖ ସଂନ୍ଧ୍ୟାରେ ବିନା ଥାଟବାଟରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମିଶିଥିଲେ । ବିଜୁ ଜନତା ଦଳ ସରପଞ୍ଚ ଓ ସମିତିଙ୍କ ଅଗୋଚରରେ ସେ ଦଳୀୟ ଶୃଙ୍ଖଳାକୁ ଉଲଂଘନ କରି ଦଳ ଛାଡ଼ି ଥିବାରୁ ତାଙ୍କ ବିରୁଦ୍ଧରେ ଅସନ୍ତୋଷ ବଢ଼ିଥିଲା । ଯାହାକୁ ନେଇ ଗତ ୧୫ ତାରିଖରେ ସରପଞ୍ଚ…

Read More

ମନ ମୋହିଲା ନାଟକ “ବିଚାର ପଥର”

ନୟାଗଡ଼, (ନୟାଗଡ଼ ଦର୍ପଣ): ‘ତୃତୀୟ ନୟନ’ର ନାଟକ ‘ବିଚାର ପଥର ‘ ନୟାଗଡ଼ ପଠାଣି ସାମନ୍ତ ଅଡିଟୋରିୟମର ଭରପୂର ପ୍ରେକ୍ଷାଳୟରେ ମଇ ସତର ସନ୍ଧ୍ୟାରେ ନାଟ୍ୟପ୍ରେମୀ ଦର୍ଶକ ମାନଙ୍କୁ ଆରମ୍ଭରୁ ଶେଷ ଯାଏଁ ବାନ୍ଧି ରଖି ପାରିଥିଲା ଅଭ୍ଭୂତପୂର୍ବ ଉତ୍କଣ୍ଠାମୟ ମଞ୍ଚମାୟାରେ। କମ୍ରେଡ୍ ବିଶ୍ଵନାଥ ମହାପାତ୍ରଙ୍କ ବଳିଷ୍ଠ କାହାଣୀକୁ ନେଇ ନାଟ୍ୟରୂପ ଦେବା ସହିତ ନିର୍ଦ୍ଦେଶନା ଦେଇଥିଲେ ବରିଷ୍ଠ ନାଟ୍ୟକାର ଗଦାଧର ନନ୍ଦ। ବରିଷ୍ଠ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ନାଟକ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶୀଷ ପଟ୍ଟନାୟକ। ଅନୁଷ୍ଠାନର ସଂପାଦକ ବିଶ୍ଵନାଥ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଉଦ୍ଘାଟନ ପର୍ବରେ ନୟାଗଡ଼ର ଖ୍ୟାତନାମା ନାଟ୍ୟ ନିର୍ଦ୍ଦେଶକ ଭଗବତୀ ଚରଣ ପଟ୍ଟନାୟକ, ନାଟ୍ୟଭୂଷଣ ଡ. ବିଜୟ କୁମାର ଚୌଧୁରୀ ଓ ପବିତ୍ର କୁମାର ମହାନ୍ତିଙ୍କୁ ସମ୍ବର୍ଦ୍ଧିତ…

Read More