ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଅନ୍ତର୍ଗତ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟରେ ୭୫ତମ ବାର୍ଷିକ ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇସାରିଛି। ଉତ୍ସବ ରେ ମୁଖ୍ୟଅତିଥିଭାବେ ତହସିଲଦାର ଡ଼.ମାନସ ରଞ୍ଜନ ଭୋଇ ଯୋଗଦେଇଥିବାବେଳେ ମୁଖ୍ୟ ବକ୍ତା ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ସୁଶ୍ରୀ ପ୍ରୀତିବାଳା ରଣା, ସମ୍ମାନୀତ ଅତିଥିଭାବେ ଓଡଗାଁ ଅତିରିକ୍ତ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ରାଜକିଶୋର ସାହୁ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଲଳିତ ମୋହନ ମିଶ୍ର, ରୋହିବାଙ୍କ ଗ୍ରାମ ପଞ୍ଚାୟତ ସରପଞ୍ଚ ତଥା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମହନ୍ତ ବେହେରା, ବିଦ୍ୟାଳୟ ଆଲୁମିନି କମିଟି ସଭାପତି ଭୀମସେନ ନାୟକ, ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ଜଳନ୍ଧର ରଥ, ରୋହିବାଙ୍କ ଗ୍ରାମ ସଭାପତି ରାଜେଶ ସୁବୁଦ୍ଧି, ସମ୍ପାଦକ କାହ୍ନୁଚରଣ ଗୌଡ଼ ସମାଜ ସେବି ଡିଲେଶ୍ଵର ପାତ୍ର ଓ ସଭାପତି ଭାବେ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ବାରିକ…
Read MoreDay: December 20, 2025
ରେଳ ଓଭରବ୍ରିଜ ପାର୍ଶ୍ଵ ରାସ୍ତାରେ ନାହିଁ ଷ୍ଟ୍ରିଟ ଲାଇଟ, ଅସୁରକ୍ଷିତ ରାତ୍ର ଫେରନ୍ତା ଯାତ୍ରୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ରେଳ ଷ୍ଟେସନ ପାର୍ଶ୍ଵସ୍ଥ ନୟାଗଡ଼-ଖଣ୍ଡପଡା ରାଜ୍ୟ ରାଜପଥ ଉପରେ ନିର୍ମିତ ରେଳ ଓଭରବ୍ରିଜର ଉଭୟ କଡରେ ମୁଖ୍ୟ ରାସ୍ତାରୁ ବାହାରି ରେଳ ଷ୍ଟେସନକୁ ଯାଇଥିବା ରାସ୍ତାରେ ଅଦ୍ୟାବଧି ଷ୍ଟ୍ରିଟ ଲାଇଟ ଲାଗିନାହିଁ। ଫଳରେ ରାତ୍ର ହେଲେ ଏହି ରାସ୍ତା କିଟି କିଟି ଅନ୍ଧାର ହୋଇଥାଏ। ଓଭରବ୍ରିଜ ତଳ ଏବଂ ଏହି ରାସ୍ତା ଦୁଇଟି ନିର୍ଜନ ଅଞ୍ଚଳ ହୋଇଥିବାରୁ ଅନ୍ଧାରର ସୁଯୋଗ ନେଇ ବିଭିନ୍ନ ଅସାମାଜିକ ଲୋକମାନେ ଏଠାରେ ଗଂଜେଇ,ଅଫିମ, ବ୍ରାଉନ ସୁଗାର, ମଦ୍ୟପାନ ଆଦି ନାନା ଅସାମାଜିକ କାର୍ଯ୍ୟରେ ଲିପ୍ତ ରହିଥାନ୍ତି। ଏହି ନିର୍ଜନ ଅନ୍ଧାର ରାସ୍ତା ଦେଇ ରାତ୍ରରେ ଫେରୁଥିବା ରେଳଯାତ୍ରୀ ମାନେ ନିଜକୁ ଅସୁରକ୍ଷିତ ମଣୁଥିବା ବେଳେ ଅଧିକାଂଶ ସମୟରେ ଲୁଟତରାଜର ଶିକାର ହେଉଥିବା ମଧ୍ୟ ଅଭିଯୋଗ ହେଉଛି। ଅନ୍ୟ ପକ୍ଷରେ ଏହି ରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇଥିବାରୁ ଅନ୍ଧାରରେ ଝୁଣ୍ଟି …
Read More