ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ ପାଇଁ ଓକିଲ ସଙ୍ଘ ନେତୃତ୍ୱ ନେବାପାଇଁ ସହମତି

ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲା ଓକିଲ ସଙ୍ଘ ସମୂହ ସଭାପତି, ସମ୍ପାଦକ ଏବଂ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଜିଲ୍ଲା ଓକିଲ ସଙ୍ଘ ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଦଶପଲ୍ଲା ସତସଙ୍ଗ ବିହାର ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ବାର କାଉନସିଲ ସଭ୍ୟ ତଥା ଲୋକପ୍ରିୟ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ନିର୍ମମ ହତ୍ୟା ପ୍ରତିବାଦରେ ନିନ୍ଦା ପ୍ରସ୍ତାବ ନିଆଯାଇ ସମ୍ପ୍ରତି ରାଜ୍ୟରେ ଆଇନଜୀବୀ ସୁରକ୍ଷା ଆଇନ ପ୍ରଣୟନ ପାଇଁ ଆଲୋଚନା କରାଯାଇଥିଲା। ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନା ପାଇଁ ସାମୁହିକ ଭାବେ ଓକିଲ ସଙ୍ଘ ନେତୃତ୍ୱ ନେବାପାଇଁ ସର୍ବସମ୍ମତ ପ୍ରସ୍ତାବ ଆଲୋଚନା ହୋଇଥିଲା। ନିଖିଳ ଉତ୍କଳ ଆଇନଜୀବୀ ସଙ୍ଘ ପକ୍ଷରୁ ପ୍ରସ୍ତାବିତ ଡିସେମ୍ବର ଶେଷ ସପ୍ତାହରେ ରାଜ୍ୟ ସ୍ତରୀୟ ଆଇନଜୀବୀ ସମ୍ମିଳନୀ ସମସ୍ତ ଓକିଲ ସଙ୍ଘ କାର୍ଯ୍ୟକର୍ତ୍ତା ସହମତି ପ୍ରକାଶ କରିଥିଲେ।…

Read More

ଶୁକ୍ର ବେହେରା ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ରଣପୁର, (ନୟାଗଡ଼ ଦର୍ପଣ): ଶୁକ୍ର ବେହେରା ଡିଗ୍ରୀ କଲେଜ ପରିସରରେ ପ୍ରାକ୍ତନ ଅଧ୍ୟକ୍ଷ ମହେନ୍ଦ୍ର କୁମାର ମହାନ୍ତିଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ସଂଜୟ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ଶତାଧିକ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଅଂଚଳର ମାନ୍ୟଗଣ୍ୟ ବୁଦ୍ଧିଜିବି ତଥା ରଣପୁର ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟାପକ ସୁବାଷ ଚନ୍ଦ୍ର ରଥ, ଡଃ. ନିରୋଜ ମିଶ୍ର, ରଣପୁର କଲେଜର ଅଧ୍ୟକ୍ଷ ପ୍ରସାନ୍ତ କୁମାର ମିଶ୍ର, ଅଧ୍ୟାପକ ଭାଗ୍ୟଧର ସ୍ୱାଇଁ, ସହୀଦ ରଘୁବିବାକର କଲେଜର ଅଧ୍ୟକ୍ଷ ପବିତ୍ର ସେଠି, ନୟାଗଡ କଲେଜର ଅଧ୍ୟାପକ ସଂଗ୍ରାମ କେଶରୀ ଜୟସିଂ ଓ ପ୍ରଦୀପ କୁମାର ଆଚାର୍ଯ୍ୟ ଓ ଅଂଚଳ ବାସୀଙ୍କ ତରଫରୁ ପୂର୍ବତନ ସଭାପତି ସନାତନ ଦଳବେହେରା ଓ ଅଭିମନ୍ୟୁ ବେହେରା, ପୂର୍ବତନ ସଭ୍ୟ ପାଣ୍ଡବ ସେଠୀ, ଶଙ୍କର୍ଷଣ…

Read More

ବଡ ଏକାଦଶୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ

ରଣପୁର,(ନୟାଗଡ଼ ଦର୍ପଣ): ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ହୋଇଆସୁଥିବା ଜଗନ୍ନାଥ ମନ୍ଦିରରେ ମହାକାର୍ତ୍ତିକର ବଡଏକାଦଶୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଦିବାରାତ୍ର ପ୍ରବଳ ମାତ୍ରାରେ ଶ୍ରଦ୍ଧାଳୁମାନଙ୍କ ଭିଡ ଲାଗିଥିବା ଦେଖିବାକୁ ମିଳିଥିଲା। ଶ୍ରୀକ୍ଷେତ୍ରରେ ଷୋହଳ କଳା ବିଦ୍ୟମାନ ଥିବାବେଳେ ରଣପୁର ରେ ଏକକଳା ଥିବା ହେତୁ ଯେଉଁମାନେ ବଡ ଏକାଦଶୀରେ ଶ୍ରୀକ୍ଷେତ୍ରକୁ ଯାଇପାରୁନାହାନ୍ତି ସେମାନେ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁରରେ ମହାପ୍ରଭୁଙ୍କ ଦର୍ଶନ କରି ସେହି ପୂଣ୍ୟ ଲାଭ କରୁଥିବାର କିମ୍ବଦନ୍ତୀ ରହିଥିବାରୁ ରବିବାର ଦିନତମାମ ରଣପୁର ଜଗନ୍ନାଥ ମନ୍ଦିରରେ ପ୍ରବଳ ମାତ୍ରାରେ ଭିଡ ଲାଗିଥିଲା। ସମଗ୍ର ରଣପୁର ଅଞ୍ଚଳ ସହ ନୟାଗଡ ଓ ଖୋର୍ଦ୍ଧା ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଭକ୍ତ ମାନଙ୍କର ସମାଗମ ହୋଇଥିଲା। ଶନିବାର ରାତ୍ରରୁ ରବିବାର ଦିବାରାତ୍ର ଜଗନ୍ନାଥ ମନ୍ଦିର ସମ୍ମୁଖରେ ହରେକୃଷ୍ଣ ହରେରାମ ନାମକୀର୍ତ୍ତନ ରେ ରଣପୁର ଅଞ୍ଚଳରେ ଏକ ଭାବମୟ ପରିବେଷ…

Read More