ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାରେ ବିଭିନ୍ନ ସାମଗ୍ରୀ ପରିବହନ ପାଇଁ ବ୍ୟବହୃତ ଭାରୀ ମାଲବାହୀ ଯାନଗୁଡ଼ିକ ଦିନବେଳେ ଯାତାୟାତ କରୁଛନ୍ତି ଯାହା ନୟାଗଡ଼ ଜିଲ୍ଲାର ପଥଚାରୀ ଏବଂ ଯାତ୍ରୀମାନଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ବିଶେଷକରି ବାଲି, ମୁରମ୍ ଏବଂ ପଥର ଖଣ୍ଡ/ଧାତୁ ବହନ କରୁଥିବା ଟିପର୍ ଭଳି ଯାନଗୁଡ଼ିକ ସାମଗ୍ରୀ ଉପରେ ତାରପୋଲିନ୍ ଘୋଡ଼ାଇ ନ ଥିବାରୁ ଏବଂ ଗାଡ଼ିର ବିଭିନ୍ନ ଫାଙ୍କ ଯୋଗୁଁ ଓଭର ଫ୍ଲୋ ହେଉଛି କିମ୍ବା ସେମାନଙ୍କ ଗାଡ଼ିରୁ ସାମଗ୍ରୀ ଲିକ୍ ହେଉଛି। ଏବଂ ଏହାଦ୍ୱାରା ଏପରି ସାମଗ୍ରୀ ଚଲା ରାସ୍ତା ଉପରେ ଏକ ସ୍ତର ତିଆରି କରୁଛି ଯାହା ୧୫ରୁ ୪୫ ବର୍ଷ ବୟସର ଗୋଷ୍ଠୀରେ ଦୁର୍ଘଟଣା ଏବଂ ପରବର୍ତ୍ତୀ ମୃତ୍ୟୁର ପ୍ରମୁଖ କାରଣ ପାଲଟୁଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଯୁବକ ଏବଂ ସେମାନଙ୍କ ପରିବାରର ରୋଜଗାରକ୍ଷମ ବ୍ୟକ୍ତି ବିଶେଷ…
Read MoreDay: October 30, 2025
ଅଜଣା ବ୍ୟକ୍ତିଙ୍କ ମୃତ ଶରୀର ଉଦ୍ଧାର, ମୃତ ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ଥାନା ପକ୍ଷରୁ ଜାରି ହେଲା ଫଟୋ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ଥାନା ପୋଲିସ ଏକ ଅଚିହ୍ନା ଅସ୍ପଷ୍ଟ ବ୍ୟକ୍ତିଙ୍କର ମୃତ ଶରୀର ଉଦ୍ଧାର କରିଛି। ସୂଚନା ଯୋଗ୍ୟ- ଗତ ତା.୨୭.୧୦.୨୦୨୫ରିଖ ଅପରାହ୍ନ ଘ.୦୩.୪୦ମି. ସମୟରେ ଗଙ୍ଗାଧର ନାୟକ(୫୩), ଦଶପଲ୍ଲାଙ୍କ ଅଭିଯୋଗ କ୍ରମେ ତଦନ୍ତ କରି ଉକ୍ତ ଶବକୁ ନେଳିଗୁଡା ଜଙ୍ଗଲରୁ ଉଦ୍ଧାର କରି ନୟାଗଡ଼ ଶବ ବ୍ୟବଚ୍ଛେଦ କେନ୍ଦ୍ରକୁ ପଠାଯାଇଛି। ଶରୀର ଟି ଏମିତି ନଷ୍ଟ ହୋଇଛି ଯେ ଯାହାକି ଚିହ୍ନଟ କରାଯାଇପାରୁନାହିଁ। ସେଥିନିମନ୍ତେ ଦଶପଲ୍ଲା ଥାନା ଅଧିକାରୀ ଏକ ଫଟୋ ଜାରି କରିଛନ୍ତି। ଏ ଫଟୋ ଦେଖି ଯଦି କୌଣସି ବ୍ୟକ୍ତି ବିଶେଷ ଜାଣିପାରନ୍ତି ତେବେ ଥାନା ସହ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି।
Read Moreନୟାଗଡ଼ ଜିଲ୍ଲାର ପୁରାତନ ଫଟୋଗ୍ରାଫରଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ
ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ପୁରାତନ ଫଟୋଗ୍ରାଫରମାନଙ୍କୁ ନେଇ ନୟାଗଡ଼ ସ୍ଥିତ ଶୁଭମ୍ ଫାର୍ମ ହାଉସ ମୁକ୍ତାପୁର ଠାରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମାନବ କିଶୋର ରାୟ(ମାନ) ସୋନି ଷ୍ଟୁଡିଓ ଓ ବିରେନ୍ଦ୍ର ନାଥ ଦାସ (ଟୁନୁ) ଅସ୍ତରାଗ ଷ୍ଟୁଡିଓ, ଉଭୟଙ୍କ ଉଦ୍ୟମରେ ଜିଲ୍ଲାର ସମସ୍ତ ପୁରୁଣା ଫଟୋଗ୍ରାଫର ବନ୍ଧୁ ମାନଙ୍କୁ ଏକାଠି କରି ବର୍ଷରେ ଗୋଟିଏ ଦିନ ଯେଉଁ ବରିଷ୍ଠ ଫଟୋ ଗ୍ରାଫରମାନେ ଇହଧାମ ତ୍ୟାଗ କଲେଣି ତାଙ୍କର ଆତ୍ମାର ଶାନ୍ତି ଓ ଆନନ୍ଦ ପାଇବା ପାଇଁ ପରସ୍ପର ବନ୍ଧୁମାନଙ୍କର ଭାବ ସ୍ନେହର ଆନନ୍ଦ ଉଠାଇବା ପାଇଁ ବନ୍ଧୁ ମାନେ ଏକାଠି ହୁଅନ୍ତି। ଏହି ବନ୍ଧୁ ମିଳନ ଅନ୍ତିମ ଗେଟଟୁଗେଦର ନାମକରଣ କରି ୨୦୨୪ ମସିହାରୁ ପାଳନ କରୁଛନ୍ତି । ତାଙ୍କର ଭାବାର୍ଥ ହେଲା ଆମର ଯେତେ ପର୍ଯ୍ୟନ୍ତ ଅନ୍ତ ହୋଇନାହିଁ ସେତେ…
Read Moreନୟାଗଡ଼ରେ ସାଇବର ସୁରକ୍ଷା ଅଭିଯାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିକାଶ କ୍ଷେତ୍ରରେ ଦେଶରେ ଦିନକୁ ଦିନ ସାଇନ୍ସ ଓ ଟେକ୍ନୋଲୋଜିର ଆବଶ୍ୟକତା ଯେତିକି ଗୁରୁତ୍ବ ବହନ କରୁନି ଅପରାଧିକ କାର୍ଯ୍ୟକଳାପରେ ଏହାକୁ ଅଧିକ ବ୍ୟବହାର କରାଯାଉଛି। ବିଶେଷକରି ନାନା ଉପାୟରେ ସାଇବର୍ କ୍ରାଇମ୍ ବୃଦ୍ଧି ପାଇ ଚାଲିଛି। ଡ଼ିଜିଟାଲ୍ ମାଧ୍ୟମ ଠାରୁ ଆରମ୍ଭ କରି ନିବେଶ ଓ ଟ୍ରେଡ଼ିଂ ଠକେଇ, ପାର୍ସଲ ଓ କଷ୍ଟମ୍ସ ଠକେଇ, ସେକ୍ସଟୋର୍ସନ ଫାନ୍ଦ, ନକଲି ଋଣ ବା ତତ୍କାଳ କ୍ରେଡ଼ିଟ୍ ଆପ୍, ନକଲି ପରିଚୟ ଏବଂ ଓଟିପି ଠକେଇ, ଚାକିରି ଓ ଘରୁ କାମ କରିବାର ଠକେଇ ସହ ଇ–କମର୍ସ ତଥା ଅଫର୍ ଠକେଇ ଭଳି ନାନା ଉପାୟ ଅବଲମ୍ବନ କରି ସାଇବର ଅପରାଧି ମାନେ ଠକେଇ କରୁଛନ୍ତି। ତେବେ ଏହି ସାଇବର ଅପରାଧିଙ୍କ ଠାରୁ ନିଜକୁ ଦୂରେଇ ରଖିବା ତଥା ତୃଣମୂଳ ସ୍ତରରେ ଏସମ୍ପର୍କରେ ସେଚତନତା କରିବା…
Read More