ଅବସରପ୍ରାପ୍ତ ଶିକ୍ଷକଙ୍କୁ ‘ଭକ୍ତିପୂତ ପ୍ରଣାମ’ କାର୍ଯ୍ୟକ୍ରମ, ସମାଜ ସଚେତନତା ପାଇଁ ଆହ୍ୱାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସଦରବ୍ଲକ ଓ ନଗରପାଳିକା ଆନୁକୁଲ୍ୟରେ ଆଜି ଅବସରପ୍ରାପ୍ତ ଶିକ୍ଷକଙ୍କୁ ଭକ୍ତିପୂତ ପ୍ରଣାମ କାର୍ଯ୍ୟକ୍ରମ ପଠାଣି ସାମନ୍ତ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଆବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୬ଶହରୁ ଉର୍ଦ୍ଧ୍ୱ ଅବସରପ୍ରାପ୍ତ ଶିକ୍ଷକ ଓ ଅବସରପ୍ରାପ୍ତ ଅଧ୍ୟାପକ ଯୋଗ ଦେଇଥିଲେ । ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୈାର ପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ଏବଂ ଅନେକ ନିର୍ବାଚିତ ଜନପ୍ରତିନିଧି ଗୁରୁମାନଙ୍କୁ ଉତ୍ତରୀୟ ଫୁଲ, ଚନ୍ଦନ ଦେଇ ସମ୍ବର୍ନ୍ଧିତ କରିଥିଲେ । ଏହି ଅବସରରେ ଆୟୋଜିତ ସଭାରେ ପୈାର ପରିଷଦ ଉପାଧ୍ୟକ୍ଷ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଅତିଥିଭାବେ ଯୋଗ ଦେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଏହି କାର୍ଯ୍ୟକ୍ରମ ଅନନ୍ୟ ବୋଲି…

Read More

ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ଗୁରୁ ଦିବସ ଉତ୍ସବ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ଗୁରୁ ଦିବସ ଉତ୍ସବ ପାଳନ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ହରେକୃଷ୍ଣ ମୁଦୁଲି, କୃପାସିନ୍ଧୁ କରଣ, ଭଗବାନ ସାହୁ, ଉମା ଚରଣ ତ୍ରିପାଠୀ ଉପସ୍ଥିତ ଥିଲେ। ମୁଖ୍ୟଅତିଥିଭାବେ ଅବସରପ୍ରାପ୍ତ ନୟାଗଡ଼ ମଣ୍ଡଳ ଶିକ୍ଷା ଅଧିକାରୀ ନିମାଇଁ ଚରଣ ପ୍ରଧାନ ଯୋଗଦେଇ ଶିଶୁମାନଙ୍କୁ ଉଦବୋଧନ ଦେଇଥିଲେ। ମୁଖ୍ୟ ଅତିଥି ଶିଶୁମାନଙ୍କୁ ଗୁରୁ ଶିଷ୍ୟ ପାଠ୍ୟକ୍ରମ ସହ ସମ୍ପର୍କକୁ ନେଇ କହିଥିଲେ ତିନିହେଁ ତ୍ରିଭୁଜର ଶୀର୍ଷ ବିନ୍ଦୁ ଅଟନ୍ତି । ଗୁରୁ ଶିଷ୍ୟ ପରସ୍ପର ମଧ୍ୟରେ ସମନ୍ବୟ ରକ୍ଷା କରି ଦେଶ ମାତୃକାର ମଙ୍ଗଳ କାମନା ରଖିବା ଉଚିତ୍ ବୋଲି ଆହ୍ବାନ କରିଥିଲେ। ୫୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଉପସ୍ଥିତ ରହି ଗୁରୁପୂଜନ କାର୍ଯ୍ୟକ୍ରମକୁ ମହାଆଡମ୍ବରରେ ପାଳନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଅମ୍ବିକା ପ୍ରସାଦ ପଟ୍ଟନାୟକଙ୍କ…

Read More

ନୟାଗଡ଼ ରୋଟାରୀ କ୍ଳବ୍ ପକ୍ଷରୁ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଗୁରୁ ଦିବସ ପାଳନ

ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ରୋଟାରୀ କ୍ଳବ୍ ନୟାଗଡ଼ ତରଫରୁ ଗୁରୁଦିବସ ମହାସମାରୋହରେ ପାଳନ ହୋଇଯାଇଛି। ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବେଳେ ରୋଟାରୀ କ୍ଳବ୍ ନୟାଗଡ଼ର ସଭାପତି ବସିରନ୍ ବିବି ସଭାରେ ସଭାପତିତ୍ୱ କରିଥିଲେ। ଏହି ଗୁରୁ ପୂଜନ ସମାରୋହରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ସଭାମଞ୍ଚରେ ସ୍ଥାପିତ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ପ୍ରତିଛବିରେ ପୁଷ୍ପ ମାଲ୍ୟାର୍ପଣ କରି ଧୂପଦୀପ ପ୍ରଦାନ କରିଥିଲେ।ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଏକ ନିଆରା ଢଙ୍ଗରେ ଗୁରୁ ପୂଜନ ଦେଖି ମୁଖ୍ଯ ଅତିଥି ବିମୋହିତ ହୋଇଥିଲେ। ଏବଂ ଶିଷ୍ଯମାନଙ୍କର ସଫଳତା ହେଉଛି ଗୁରୁଙ୍କ ପରିଚୟ ବୋଲି କହିଥିଲେ। ଛାତ୍ରଛାତ୍ରୀ ମାନେ ଗୋଟିଏ ଗୋଟିଏ ଥାଳିରେ…

Read More

ପିତାଙ୍କ ଅଧୁରା ସ୍ବପ୍ନକୁ ପୂରଣ କରି ପ୍ରଂଶସା ସାଉଁଟିଲେ ଝିଅ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଦୀର୍ଘ ୫ବର୍ଷ ପରେ ନନ୍ଦିଘୋରରେ ଜୟ ଜଗନ୍ନାଥ ଚୁଡା ମିଲର ନବୀକରଣ ସହିତ ଆଜି ଶୁଭ ଉଦଘାଟନ ହୋଇଯାଇଛି। ୩ ଏକର ପରିମିତ ଜାଗାରେ ନିର୍ମିତ ଏହି ମିଲରେ ଦିନକୁ ୨୦୦ ବସ୍ତା ଧାନ ପେଡା ଯାଇ ଚୁଡା ଉତ୍ପାଦନ ହେବ ବୋଲି ଜଣାପଡିଛି। ପ୍ରୋପାଇଟର ଆଦ୍ୟାଶା ପ୍ରିୟଦର୍ଶିନୀଙ୍କ କରକମଳରେ ଏହା ଉଦଘାଟିତ ହୋଇଛି। ମୁଖ୍ୟ ଭାବେ ଜଗନ୍ନାଥ ସାହୁ ସମସ୍ତକାର୍ଯ୍ୟ ପରିଚାଳନା କରିଥିଲେ। ସୂଚନାଯୋଗ୍ୟ, ଏହି ମିଲର ମାଲିକ ୨୦୨୦ ମସିହା ଜାନୁଆରୀ ମାସରେ କାର୍ ଦୁର୍ଘଟଣାରେ ସ୍ତ୍ରୀ ଓ ପୁଅ ସହିତ ପ୍ରାଣହରାଇ ଥିଲେ। ତାଙ୍କର ଯିବିତ ଏକମାତ୍ର ଝିଅ ଆଦ୍ୟାଶା ଆଜି ନିଜ ମିଲ ଚଳାଇବାକୁ ସାହସ କରିଛନ୍ତି। ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିଥିବାରୁ ଏଥିପାଇଁ ଝିଅ ଅଦ୍ୟାଶାଙ୍କୁ ସବୁମହଲରୁ ପ୍ରସଂଶାର ସୁଅ ଛୁଟିଛି। ନୂତନ ବ୍ୟବସାୟକୁ…

Read More

ଏକ ଦିବସୀୟ ଜିଲ୍ଲାସ୍ତରୀୟ ନବ ଭାରତ ସ୍ୱାକ୍ଷରତା କାର୍ଯ୍ୟକ୍ରମ(ଉଲ୍ଲାସ) ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଏକ ଦିବସୀୟ ଜିଲ୍ଲାସ୍ତରୀୟ ନବ ଭାରତ ସ୍ୱାକ୍ଷରତା କାର୍ଯ୍ୟକ୍ରମ (ଉଲ୍ଲାସ) ନୟାଗଡ଼ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ପରିଦର୍ଶନ କରି ନବ ଭାରତ ସାକ୍ଷରତା ଅଭିଯାନ କାର୍ଯକ୍ରମରେ ନିଜକୁ ସାମିଲ୍ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନବଭାରତ ସାକ୍ଷରତା  କାର୍ଯ୍ୟକ୍ରମରେ ସୁଚାର ରୂପେ କାର୍ଯ୍ୟ କରିବା ସହ ସଫଳ ରୂପାୟନ ପାଇଁ ହିତ ଉପଦେଶ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାର ୮ଗୋଟି ବ୍ଲକରୁ ମୋଟ ଅଠ ଚାଳିଶି ଜଣ ମାଷ୍ଟର ଟ୍ରେନରଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ପ୍ରତି ବ୍ଲକରୁ ପ୍ରାଇମେରୀ ବିଦ୍ୟାଳୟରୁ ତିନି ଜଣ ଓ ସେକେଣ୍ଡାରୀ ବିଦ୍ୟାଳୟରୁ ତିନି ଜଣ ଲେଖାଏଁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ମାଷ୍ଟର ଟ୍ରେନର ଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ମାଷ୍ଟର ଟ୍ରେନରମାନେ…

Read More

ନୟାଗଡ଼ ଜିଲ୍ଲା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନର ସାଙ୍ଗଠନିକ ନିର୍ବାଚନ ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନର ସାଙ୍ଗଠନିକ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ନିର୍ବାଚନରେ ଆସନ୍ତା ତିନି ବର୍ଷ ଅର୍ଥାତ ୨୦୨୫-୨୮ ବର୍ଷ ପାଇଁ  ସଭାପତି ଭାବେ ପ୍ରହଲ୍ଲାଦ ସାହୁ ଓ ସମ୍ପାଦକ ଭାବେ ସନ୍ତୋଷ କୁମାର ନାୟକ ତୃତୀୟ ଥର ପାଇଁ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ରାଜ୍ୟ ସଂଘ ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ (UCDA)ସହିତ ଅନୁବନ୍ଧିତ ଜିଲ୍ଲା ସଂଘର କାର୍ଯ୍ୟକାରିଣୀ ସଭ୍ୟମାନଙ୍କୁ ନେଇ ଔଷଧ ବ୍ୟବସାୟୀ ସଙ୍ଘର ଏହି ନିର୍ବାଚନ ପ୍ରକ୍ରିୟାରେ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ରାଜ୍ୟର ପୂର୍ବତନ ସାଧାରଣ ସମ୍ପାଦକ ତଥା ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ପ୍ରଶାନ୍ତ କୁମାର ଜେନା ଓ ସାଙ୍ଗଠନିକ ସମ୍ପାଦକ ସଞ୍ଜୟ କୁମାର ମହାନ୍ତି ଓ ଜୟ ପ୍ରକାଶ ପରିଡା ଯୋଗଦେଇ ନିର୍ବାଚନ ପ୍ରକ୍ରିୟା ପରିଚାଳନା କରିଥିଲେ। ପରିଶେଷରେ କୋଷାଧକ୍ଷ ଭାବେ…

Read More

ନୟାଗଡ଼ ଜିଲ୍ଲାସ୍ତରୀୟ ଆଦି କର୍ମଯୋଗୀ ଅଭିଯାନ କର୍ମଶାଳା

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଭାରତ ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟର ତରଫରୁ  ଧରିତ୍ ଆବା- ଜନଜାତି ଗ୍ରାମ ଉତ୍କର୍ଷ  ଅଭିଯାନର ଦ୍ବାରା  ତିନି ଦିନିଆ  ନୟାଗଡ଼ ଜିଲ୍ଲାସ୍ତରୀୟ ଆଦି କର୍ମଯୋଗୀ ଅଭିଯାନର ଏକ ପ୍ରୟୋଗଶାଳା ଦଶପଲ୍ଲା ବ୍ଲକରେ ସଭାଗୃହରେ  ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଦଶପଲ୍ଲା ତହସିଲଦାର, ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ଦ୍ବାରା ଦଶପଲ୍ଲା, ଗଣିଆ ଓ ନୂଆଗାଁ ବ୍ଲକର  ମୋଟ ୧୧୩ଟି ଅନୂସୁଚିତ ଜନଜାତି ବହୁଳ  ଗ୍ରାମର  ସାମଗ୍ରିକ ଉନ୍ନତ କରାଯିବାର ଲକ୍ଷ ରଖାଯାଇଛି। ସେଇ ଗ୍ରାମର ଜନଜାତି ଯୁବକ ଯୁବତୀମାନେ  ସଶକ୍ତ ହେବା ସହ  ଗ୍ରାମ ଓ ସରକାରୀ କର୍ମଚାରୀଙ୍କ ସହ ସଂଯୋଗ ସ୍ଥାପନା କରି  ବିକାଶ ବାହକ ହେବେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶିକ୍ଷକ ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଦଶପଲା, ଜିଲ୍ଲା ମଙ୍ଗଳ…

Read More

ବିଜେଡି ନଗର ସଭାପତିଙ୍କ ପରଲୋକ,
ଗଭୀର ଶୋକବ୍ୟକ୍ତ କଲେ ବିଧାୟକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୟାଗଡ଼ ପୈାର ପରିଷଦ ନଗର ସଭାପତି ତଥା ଅବସରପ୍ରାପ୍ତ ପୁଲିସ ଅଧିକାରୀ ଅମୁଲ୍ୟ କୁମାର ମହାନ୍ତିଙ୍କ ଆଜି ପରଲୋକ ଘଟିଛି । ଭୁବନେଶ୍ୱର ଘରୋଇ ହସ୍ପିଟାଲରେ ସେ ଇହଳିଳା ସମ୍ବରଣ କରିଛନ୍ତି । ଦୀର୍ଘଦିନ ହେବ ସେ ଅସୁସ୍ଥ ରହିଥିଲେ । ତାଙ୍କର ଚିକିତ୍ସା କରାଯାଉଥିଲା । ଗତକାଲି ତାଙ୍କ ସ୍ୱାସ୍ଥ୍ୟରେ ଅବନତୀ ଘଟିଥିଲା । ତାଙ୍କ ପରଲୋକ ଖବର ପାଇ ନୟାଗଡ଼ରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି । ସେ ଜଣେ ଭଦ୍ର, ଅମାୟିକ, ପରପୋକାରୀ ମଣିଷ ଥିଲେ । ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ବୋରିଗିନା ନିକଟସ୍ଥ ଓଳାସ ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଶ୍ରୀଯୁକ୍ତ ମହାନ୍ତି ପୁଲିସ ବିଭାଗରେ ଦୀର୍ଘଦିନ ଧରି କାର୍ଯ୍ୟ କରିଥିଲେ । ଅଭିଭୁକ୍ତ ପୁରୀ ଜିଲ୍ଲାରେ ସେ କାର୍ଯ୍ୟ କରି ସୁନାମ ଅର୍ଜ୍ଜନ…

Read More

କେ.ଏନ.ଜନତା ଉଚ୍ଚ ବିଦ୍ୟାଳୟ ସଜନାପଡାରେ ସଂସ୍କୃତ ସମ୍ଭାଷଣ ପ୍ରଶିକ୍ଷଣ ଶିବିର ଉଦଯାପିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ କେ.ଏନ୍. ଜନତା ଉଚ୍ଚ ବିଦ୍ୟାଳୟ, ସଜନାପଡ଼ା ଠାରେ ଅଖିଳଭାରତ ଅମୃତବାଣୀ ସେବାପ୍ରତିଷ୍ଠାନ, ବାଲେଶ୍ଵର ପକ୍ଷରୁ ଦଶଦିନଧରି ଚାଲିଥିବା ସରଳ ସଂସ୍କୃତ ଅଭ୍ୟାସଶିବିର ଉଦଯାପିତ ହୋଇଯାଇଛି। ଉଦଯାପନ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପବନ୍ଧୁ ଦାସ ସଭାପତିତ୍ବ କରିଥିଲାବେଳେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ମୁଖ୍ୟଅତିଥି, ସମାଜସେବୀ ତଥା ରୋଟାରିଆନ ପୂର୍ଣ୍ଣଚନ୍ଦ୍ର ସାହୁ ମୁଖ୍ୟବକ୍ତା, ଗୋଡ଼ିପଡ଼ା କଲେଜର ସଂସ୍କୃତ ଅଧ୍ୟାପକ ଡଃ ସନ୍ତୋଷ କୁମାର ସାହୁ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ସଭାରେ ଖଳିସାହି ଉଚ୍ଚବିଦ୍ୟାଳୟର ଶିକ୍ଷକ ଗୋସ୍ୱାମୀ ଦାସ ସଂଯୋଜନା କରିଥିବା ବେଳେ ସଂସ୍କୃତଶିକ୍ଷୟିତ୍ରୀ ବୀଣାପାଣି ସାହୁ ସ୍ବାଗତ ଭାଷଣ  ଓ ଶିକ୍ଷୟିତ୍ରୀ ଇପ୍ସିତା ମିଶ୍ର ଅତିଥି ପରିଚୟ ଦେଇଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଅମୃତବାଣୀ ଅନୁଷ୍ଠାନର ରାଷ୍ଟ୍ରୀୟ ମହାସଚିବ ଜୟପ୍ରକାଶ ଶାସ୍ତ୍ରୀ…

Read More

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ସଂସ୍କୃତ ସମ୍ଭାଷଣ ଶିବିର ଉଦଯାପିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ସଂସ୍କୃତ ମାସ ପାଳନ ଅବସରରେ ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ଓ ଅଖିଳ ଭାରତ ଅମୃତବାଣୀ ସେବା ପ୍ରତିଷ୍ଠାନ, ବାଲେଶ୍ୱରର ମିଳିତ ସହଯୋଗରେ ବିଦ୍ଯାଳୟର ପଞ୍ଚମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ଯୟନରତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ୧୦ ଦିବସୀୟ ସଂସ୍କୃତ ସମ୍ଭାଷଣ ଶିବିରର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏହି ଉଦଯାପନୀ ସଭାରେ ମୁଖ୍ଯଅତିଥି ଭାବେ ନୟାଗଡ଼ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ଯକ୍ଷ ପ୍ରଫେସର ହରପ୍ରସାଦ ମହାପାତ୍ର ଯୋଗଦେଇ ସଂସ୍କୃତ ଭାଷା ହେଉଛି ସମସ୍ତ ଭାଷାର ଜନନୀ ବୋଲି କହିବା ସହିତ ସକଳ ଜ୍ଞାନର ମୂଳ ହେଉଛି ବେଦ, ଏଣୁ ଏହି ବେଦକୁ ଜାଣିବା ପାଇଁ ହେଲେ ସଂସ୍କୃତ ଭାଷାରେ ଜ୍ଞାନ ଆହରଣ କରିବାକୁ ପଡିବ। କାରଣ ବେଦ…

Read More