ନୟାଗଡ ଜିଲ୍ଲାର କୃଷି ଓ କୃଷକଙ୍କ ସମସ୍ୟା ସମାଧାନ କରିବାରେ ସରକାର ବିଫଳ: କଂଗ୍ରେସ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଏକ ପ୍ରମୁଖ କୃଷି ଭିତ୍ତିକ ଜିଲ୍ଲା। ଜିଲ୍ଲାର ୭୫% ଲୋକ କୃଷି ଉପରେ ସମ୍ପୂର୍ଣ ନିର୍ଭରଶୀଳ। କିନ୍ତୁ ଦୁର୍ଭାଗ୍ୟ ର ବିଷୟ ଗତ ବି.ଜେ.ଡି ସରକାରର ୨୫ବର୍ଷ ଶାସନ ଓ ବର୍ତମାନର ବି.ଜେ.ପି ସରକାରର ଏକ ବର୍ଷରୁ ଅଧିକ ଶାସନରେ ଚାଷୀ ସବୁଠାରୁ କ୍ଷତିଗ୍ରସ୍ତ ଓ ଚାଷ ସମ୍ପୂର୍ଣ ବିପର୍ଯ୍ୟସ୍ତ। ଏହି ଉଭୟ ସରକାରର ଅପାରଗତା ଯୋଗୁ କଂଗ୍ରେସ ସରକାର ସମୟରେ ନୟାଗଡ଼ ଜିଲ୍ଲାରେ ପ୍ରତିଷ୍ଠା କରାଯାଇଥିବା ଚିନିକଳଟି ଆଜି ସମ୍ପୂର୍ଣ ବିଲୁପ୍ତ ।  ସେହିପରି ଚାଷ ପାଇଁ ଜଳସେଚନ ର ସୁଯୋଗ ଥିଲେ ମଧ୍ୟ ଚାଷୀ ଚାଷ ପାଇଁ ପାଣି ପାଉନାହିଁ। ବୃତଙ୍ଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରିତା କେବଳ ଘୋଷଣା ରେ ରହିଛି । ପୂର୍ବରୁ ଥିବା ଉଠା ଜଳସେଚନ ପଏଣ୍ଟ ଗୁଡିକ ଅଚଳ ହୋଇପଡିରହିଛି । ଜିଲ୍ଲାରେ…

Read More

ପ୍ରଥମ ଶ୍ରେଣୀ ଛାତ୍ରୀଙ୍କ ପାଇଁ ରକ୍ତଦାନ କଲେ ତିନି ଶିକ୍ଷକ, ପ୍ରଶଂସା ସାଉଁଟିଲେ ଶିକ୍ଷକ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଭାପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ଶ୍ରେଣୀର ଛାତ୍ରୀ କୁମାରୀ ରଞ୍ଜୁ ମାଝି ଅନ୍ତେବାସୀ ଭାବେ ରହି ଆସୁଥିଲେ। ଛାତ୍ରୀ ଜଣଙ୍କ ମେଲେରିଆ ଓ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଭାପୁର ଗୋଷ୍ଠୀ ଚିକିତ୍ସା କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ। ପରେ ଅଧିକ ଚିକିତ୍ସା ପାଇଁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ ୨୧ତାରିଖ ରାତ୍ର ଆଠ ଘଟିକା ସମୟରେ ଭର୍ତ୍ତି କରାଯାଇଥିଲା। ପରେ ଜଣାଗଲା ଯେ, ଛାତ୍ରୀ ଜଣଙ୍କର ରକ୍ତ ଅଭାବ ଅଛି ତୁରନ୍ତ ‘ଓ’ ପଜେଟିଭ ବ୍ଲଡ ଦରକାର। ଏହି ଜରୁରୀ ସୂଚନାକୁ ନୟାଗଡ଼ ଜିଲ୍ଲା ମଙ୍ଗଳ ଅଧିକାରୀ ଚିତ୍ତ ରଞ୍ଜନ ବେହେରା ନୟାଗଡ଼    ଜିଲ୍ଲା କଲ୍ୟାଣ ବିଭାଗ ଓ୍ବାଟସ୍ଅପ ଗ୍ରୁପରେ ସେୟାର କରିଥିଲେ ଯେ ଯେଉଁମାନେ ରକ୍ତ ଦାନ କରିବେ ତୁରନ୍ତ ସହମତି ଦିଅନ୍ତୁ। ଏହି ସୂଚନା…

Read More

ସ୍ଵାୟତ୍ତ ଶାସନ ଦିବସ ଉପଲକ୍ଷେ ପ୍ରତିଯୋଗିତା

ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ୱାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ନୟାଗଡ଼ ପୌର ପରିଷଦ କାର୍ଯ୍ୟାଳୟ ପକ୍ଷରୁ ଆଜି ଏନ୍.ଏ.ସି ଉଚ୍ଚ ବିଦ୍ୟାଳୟ ଠାରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଦେଶାତ୍ମକବୋଧକ ସଙ୍ଗୀତ, ଓଡ଼ିଆ ବକ୍ତୃତା, ଚିତ୍ରାଙ୍କନ ଓ ସାଧାରଣ ଜ୍ଞାନ ବିଷୟରେ କନିଷ୍ଠ ଓ ବରିଷ୍ଠ ବିଭାଗରେ ପ୍ରତିଯୋଗିତା ହୋଇଥିଲା । ସହରରେ ଥିବା ୨୨ଟି ଯାକ ବିଦ୍ୟାଳୟର ମନୋନୀତ ପ୍ରାୟ ୧୦୫ ଜଣ ଛାତ୍ର-ଛାତ୍ରୀ ଅଂଶଗ୍ରହଣ କରିଥିଲେ । ସେଥିମଧ୍ୟରୁ ୨୫ ଜଣ ଛାତ୍ର-ଛାତ୍ରୀ ପ୍ରତିଯୋଗିତାରେ ଯୋଗ୍ୟ ବିବେଚିତ ହୋଇଥିବା ନେଇ ଅପରାହ୍ନରେ ଫଳାଫଳ ଘୋଷଣା କରାଯାଇଥିଲା।ବିଚାରକ ଭାବେ ସୁର ଗନ୍ଧର୍ବ ନବ କିଶୋର ମିଶ୍ର, ବେତାର କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ, ସଙ୍ଗୀତକାର ଜୟଶ୍ରୀ ଦେବୀ, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଗୋଦାବରୀଶ ମିଶ୍ର, ଅଶୋକ ମଲ୍ଲ, ନିର୍ମଲ ଚନ୍ଦ୍ର ସୁରଦେଓ, ପ୍ରଦୀପ…

Read More

କୃଷିବିଜ୍ଞାନ କେନ୍ଦ୍ର ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଗାଜର ଘାସ ବିଷୟରେ ସଚେତନତା କାଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ କୃଷିବିଜ୍ଞାନ କେନ୍ଦ୍ର ତରଫରୁ ମଦର ଆବାସିକ ବିଦ୍ୟାଳୟରେ ଗାଜର ଘାସ ବିଷୟରେ ସଚେତନତା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନୁଷ୍ଠାନର ସଭାପତି ଚକ୍ରଧର ମାହାଳି, ପ୍ରତିଷ୍ଠାତା ପ୍ରଭାସିନୀ ନନ୍ଦଙ୍କ ସହିତ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ପ୍ରମୋଦ ପୃଷ୍ଟି ଓ ସହାୟକ ଦେବାଶିଷ ନାୟକ ଉପସ୍ଥିତ ଥିଲେ। ଗାଜର ଘାସ ଏହିଭଳି ଗୋଟେ ଘାସ ଯାହାଫଳରେ ପ୍ରତେକ ଜାଗାରେ ଅଛି କିନ୍ତୁ ଆମେ ତାକୁ ଜାଣିପାରୁନେ ଏହା ଦ୍ୱାରା ଲୋକମାନେ ଏହି ଘାସ ସଂସ୍ପସରେ ଆସିଲେ ଶ୍ୱାସ ରୋଗ, ଚର୍ମ ରୋଗ ସହିତ ଯଦି ଗାଈକୁ ଖାଇବାକୁ ଦିଆଯାଏ ତାହେଲେ ଗାଈର କ୍ଷୀର ପିତା ହେବ ସହିତ ମୃତ୍ୟୁ ମଧ୍ୟ ହୋଇଥାଏ। ଏହିଭଳି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବୈଜ୍ଞାନିକ ଶ୍ରୀଯୁକ୍ତ ପୃଷ୍ଟି ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଥିଲେ। ପରିଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧନ୍ୟବାଦ…

Read More