ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ କୃଷିବିଜ୍ଞାନ କେନ୍ଦ୍ର ତରଫରୁ ମଦର ଆବାସିକ ବିଦ୍ୟାଳୟରେ ଗାଜର ଘାସ ବିଷୟରେ ସଚେତନତା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନୁଷ୍ଠାନର ସଭାପତି ଚକ୍ରଧର ମାହାଳି, ପ୍ରତିଷ୍ଠାତା ପ୍ରଭାସିନୀ ନନ୍ଦଙ୍କ ସହିତ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ପ୍ରମୋଦ ପୃଷ୍ଟି ଓ ସହାୟକ ଦେବାଶିଷ ନାୟକ ଉପସ୍ଥିତ ଥିଲେ। ଗାଜର ଘାସ ଏହିଭଳି ଗୋଟେ ଘାସ ଯାହାଫଳରେ ପ୍ରତେକ ଜାଗାରେ ଅଛି କିନ୍ତୁ ଆମେ ତାକୁ ଜାଣିପାରୁନେ ଏହା ଦ୍ୱାରା ଲୋକମାନେ ଏହି ଘାସ ସଂସ୍ପସରେ ଆସିଲେ ଶ୍ୱାସ ରୋଗ, ଚର୍ମ ରୋଗ ସହିତ ଯଦି ଗାଈକୁ ଖାଇବାକୁ ଦିଆଯାଏ ତାହେଲେ ଗାଈର କ୍ଷୀର ପିତା ହେବ ସହିତ ମୃତ୍ୟୁ ମଧ୍ୟ ହୋଇଥାଏ। ଏହିଭଳି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବୈଜ୍ଞାନିକ ଶ୍ରୀଯୁକ୍ତ ପୃଷ୍ଟି ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଥିଲେ। ପରିଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧନ୍ୟବାଦ ଦେଇ ସଚେତନତା କାଯ୍ୟକ୍ରମକୁ ସମାପ୍ତ କରିଥିଲେ।
କୃଷିବିଜ୍ଞାନ କେନ୍ଦ୍ର ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଗାଜର ଘାସ ବିଷୟରେ ସଚେତନତା କାଯ୍ୟକ୍ରମ
