ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟକାରିଣୀ ବୈଠକ ଓ ଖଣ୍ଡପଡ଼ା ଜର୍ଣ୍ଣାଲିଷ୍ଟ ପ୍ରଥମ ବାର୍ଷିକ ଉତ୍ସବ

ଖଣ୍ଡପଡ଼ା, (ନୟାଗଡ଼ ଦର୍ପଣ): ଖଣ୍ଡପଡ଼ା ସହର ସ୍ଥିତ ପଠାଣି ସାମନ୍ତ କଲ୍ୟାଣ ମଣ୍ଡପ ପରିସରରେ ନୟାଗଡ଼ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଓ ଖଣ୍ଡପଡ଼ା ଜର୍ଣ୍ଣାଲିଷ୍ଟ ଆସୋସିଏସନର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଖଣ୍ଡପଡ଼ା ଜର୍ଣ୍ଣାଲିଷ୍ଟ ସଭାପତି ଚିତ୍ତରଞ୍ଜନ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବାର୍ଷିକ ଉତ୍ସବରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତାଭାବେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର ଯୋଗଦେଇଥିଲେ। ଚତୁର୍ଥ ସ୍ତମ୍ଭର ମର୍ଯ୍ୟାଦା ହାନୀ କରିବା ଭଳି କାର୍ଯ୍ୟ ନକରି କଲମ ମୁନକୁ ସ୍ବଛ ଭାବରେ ଚଲାଇବାକୁ ଶ୍ରୀ କର ପରାମର୍ଶ ଦେଇଥିଲେ। ସେହିପରି ସମ୍ମାନିତ ଅତିଥିଭାବେ ନୟାଗଡ଼ ଜିଲ୍ଲା ସଭାପତି ଶ୍ରୀକାନ୍ତ କୁମାର ଖଟେଇ, ଜିଲ୍ଲା ସମ୍ପାଦକ ବୈଦ୍ୟଭୂଷଣ ମହାପାତ୍ର, ଖଣ୍ଡପଡ଼ା…

Read More

ନିଶାମୁକ୍ତ ଭାରତ ଅଭିଯାନର ୫ମ ବର୍ଷ ପୂର୍ତ୍ତି ଉପଲକ୍ଷେ ସମୂହ ଶପଥପାଠ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ନିଶାମୁକ୍ତ ଭାରତ ଅଭିଯାନର ୫ମ ବର୍ଷ ପୂର୍ତ୍ତି ଉପଲକ୍ଷେ ଜିଲ୍ଲାବ୍ୟାପି ସମୂହ ଶପଥପାଠ ଉତ୍ସବ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଦିବା ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ମୁଖ୍ୟଅତିଥି ଭାବେ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ ନିଶା ସେବନର କୁପରିଣାମ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଅବକାରୀ ଅଧିକ୍ଷକ ଜ୍ଞାନରଂଜନ ପଣ୍ଡା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସର୍ବେଶ୍ୱର ପାଣିଗ୍ରାହୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ, ଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସହିତ ବ୍ରହ୍ମକୁମାରୀ ଗୀତା, IRCAର ସମସ୍ତ କର୍ମକର୍ତ୍ତା ଯୋଗଦାନ ପୂର୍ବକ ନିଶା ବିରୁଦ୍ଧରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ଦିବସ ପାଳନ ଅବସରରେ ଜିଲ୍ଲାର…

Read More

ବିଶ୍ଵ ଅଙ୍ଗଦାନ ଦିବସରେ “ସୁରଜ୍ ଆୱାର୍ଡ” ପ୍ରଦାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆଭାସି ଯୋଗେ ଯୋଡ଼ି ହୋଇଥିବା ସମସ୍ତ ଜିଲ୍ଲାର ପ୍ରଶାସନିକ ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ, ମୃତ ବ୍ୟକ୍ତିଙ୍କ ଅଙ୍ଗଦାନ କରିଥିବା  ପରିବାରଙ୍କୁ  ଆଜି ସ୍ବାସ୍ଥ୍ୟ ବିଭାଗ ତରଫରୁ “ସୁରଜ୍ ଆୱାର୍ଡ”  ସହ ଆର୍ଥିକ ପ୍ରୋତ୍ସାହନ ରାଶି ଡିମାଣ୍ଡ ଡ୍ରାଫ୍ଟ ଆକାରରେ ପ୍ରଦାନ କରାଯାଇଛି। ନୟାଗଡ଼ ଜିଲ୍ଲାରେ ଓସ୍ୱାନ ଭିଡିଓ ସମ୍ମିଳନୀ କକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଶାନ୍ତ କୁମାର ଦାସ, ଡେପୁଟି କଲେକ୍ଟର, ତପତି ରାଜ, ଡିପିଏମ ପ୍ରକାଶ ଚନ୍ଦ୍ର ବାନାର୍ଜୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ପ୍ରମୁଖ ଏଥିରେ ଯୋଡି ହୋଇଥିଲେ। ନୟାଗଡ଼ ପୁରୁଣା ସହର ସ୍ଥିତ ଦାଣ୍ଡ ସାହିର ସ୍ୱର୍ଗତ ଶିବୁନ ସିଦ୍ଧାର୍ଥ ସାହୁଙ୍କର ଅଙ୍ଗ, ଲିଭର ପ୍ରଦାନ କରିଥିବାରୁ ତାଙ୍କ ମା ଜୟନ୍ତୀ ସାହୁଙ୍କୁ “ସୁରଜ୍ ଆୱାର୍ଡ”…

Read More

ଶିକ୍ଷକ ମାନଙ୍କ ଜୋରଦାର ବିକ୍ଷୋଭ ପ୍ରଦର୍ଶନ, ଜିଲ୍ଲାପାଳଙ୍କ ଅଫିସ ଘେରାଉ

ନୟାଗଡ଼,(ନୟାଗଡ଼ ଦର୍ପଣ): ଅନଲାଇନ ଉପସ୍ଥାନକୁ ବିରୋଧ କରି  ନୟାଗଡ଼ ଜିଲ୍ଲା ମିଳିତ  ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲା ସ୍ତରରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରାଯାଇଥିଲା। ଜିଲ୍ଲାର ସମସ୍ତ ୮ଟି ବ୍ଲକର ଶିକ୍ଷକ ମାନେ ଏଥିରେ ସାମିଲ ହୋଇ ଏକ ବିଶାଳ ରାଲିରେ ନିୟୁଟାଉନ ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ। ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରକାର ନାରା ଦେଇ ପ୍ରାୟ ୪ ହଜାରରୁ ଉର୍ଦ୍ଧ୍ଵ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବଜାର ପରିକ୍ରମା କରିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି  କାର୍ଯ୍ୟାଳୟ ସାମନା ମୁଖ୍ୟ ରାସ୍ତାକୁ ଅବରୋଧ କରି ପ୍ରତିବାଦ ସଭା କରିଥିଲେ। ଏଥିରେ ଜିଲ୍ଲାରେ କାର୍ଯ୍ୟରତ ମାଧ୍ୟମିକ ଶିକ୍ଷକ ସଂଘ, ପ୍ରାଥମିକ ଶିକ୍ଷକ ସଂଘ, ନୂତନ ପେନସନ ଭୁକ୍ତ ପ୍ରାଥମିକ ଏବଂ…

Read More

ନୟାଗଡ଼ରେ “ହର୍ ଘର୍ ତ୍ରିରଙ୍ଗା, ହର୍ ଘର୍ ସ୍ବଚ୍ଛତା” ଅଭିଯାନ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ପୌର ପରିଷଦ ତରଫରୁ ଆଜି “ହର୍ ଘର୍ ତ୍ରିରଙ୍ଗା, ହର୍ ଘର୍ ସ୍ବଚ୍ଛତା” ଅଭିଯାନ ଅନୁଷ୍ଠିତ ହୋଇଯାଇଛି । କାଉନସିଲର, କାର୍ଯ୍ୟାଳୟ କର୍ମଚାରୀ, ବରିଷ୍ଠ ନାଗରିକ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ମାର୍କେଟ ଓ ସ୍ଵଚ୍ଛତା ସଂଗଠନର ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ଏହି ଅଭିଯାନରେ ସାମିଲ୍ ହୋଇ ପ୍ରତି ଘରେ, ପ୍ରତି ଦୋକାନୀଙ୍କୁ ପତାକା ବଣ୍ଟନ କରିବା ସହିତ ସଚେତନତାର ବାର୍ତ୍ତା ଓ ସ୍ଲୋଗାନ ଦେଇଥିଲେ । ପ୍ରତି ସରକାରୀ-ବେସରକାରୀ ଓ ଦୋକାନ ଗୁଡିକରେ ଓଡ଼ିଆରେ ନାମଫଳକ ଲେଖିବାକୁ ପରାମର୍ଶ ଦିଆଯାଇଥିଲା । ଆଜି ସକାଳ ୮ଟା ସମୟରେ ଏହି ସଚେତନତା ପଦଯାତ୍ରା ମ୍ୟୁନିସିପାଲିଟି କାର୍ଯ୍ୟାଳୟ ଠାରୁ ବାହାରି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା ଓ ସେଠାରୁ ମାର୍କେଟ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ପର୍ଯ୍ୟନ୍ତ ପଦଯାତ୍ରା…

Read More