ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ୱଭାବ କବି ଗଙ୍ଗାଧର ମେହେର ଥିଲେ ଜଣେ ସଫଳ କାବ୍ୟକାର। ତାଙ୍କର ସୃଷ୍ଟି ଆଧୁନିକ ଓ ପ୍ରାଚୀନ କାବ୍ୟ କବିତା ମଧ୍ୟରେ ଥିଲା ଏକ ମୁଖ୍ୟ ସେତୁ । ସମାଲୋଚକମାନେ ତାଙ୍କୁ ଭାଷା ଓ ଭାବ ର ସମନ୍ୱୟ କବି ଭାବେ ଅଭିହିତ କରିଥାନ୍ତି। ପ୍ରାଚ୍ୟ ପରମ୍ପରା ଓ ଆଦର୍ଶରେ ଅନୁଗାମୀ ସ୍ୱଭାବ କବି ଗଙ୍ଗାଧର ମେହେର ଆମ ସଂସ୍କୃତି ଓ ସାହିତ୍ୟକୁ ଆଧାର କରି “ତପସ୍ୱିନୀ”, “ଇନ୍ଦୁମତୀ”, ” କୀଚକ ବଧ” , “ପଣୟବଲ୍ଲରୀ ” ପରି ଉଚ୍ଚକୋଟୀର କାବ୍ୟ କବିତା ରଚନା କରିଥିବା ବେଳେ ଅନେକ ଜାତୀୟ ଚିନ୍ତାଧାରା ଆଧାରିତ ସୃଷ୍ଟି ଯୋଗୁଁ ଓଡ଼ିଆ ସାହିତ୍ୟରେ ଯୁଗ ସ୍ରଷ୍ଟା ଭାବେ ବିବେଚିତ । ୧୮୬୨ ମସିହା ଅଗଷ୍ଟ ୯ ରେ ଜନ୍ମଗ୍ରହଣ କରିଥିବା ଏହି ମହାନ କବିଙ୍କ ୧୬୩ ତମ…
Read MoreMonth: August 2025
ଜିଲ୍ଲାସ୍ତରୀୟ ଆନ୍ଦୋଳନ ପାଇଁ ଶିକ୍ଷକ ସଂଘର ଜୋରଦାର ପ୍ରସ୍ତୁତି
ନୟାଗଡ଼,(ନୟାଗଡ଼ ଦର୍ପଣ): ଅନଲାଇନ ଉପସ୍ଥାନକୁ ବିରୋଧ କରି ଚଳିତ ମାସ ୧୩ ତାରିଖରେ ନୟାଗଡ଼ ଜିଲ୍ଲା ମିଳିତ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲା ସ୍ତରରେ ଏକ ଜୋରଦାର ଆନ୍ଦୋଳନ କରାଯିବ ବୋଲି ସୂଚନା ମିଳିଛି। ଏ ନେଇ ଜିଲ୍ଲାର ସମସ୍ତ ୮ଟି ବ୍ଲକରେ ବ୍ଲକ ଶିକ୍ଷକ ସଂଘ ଗୁଡ଼ିକ ପକ୍ଷରୁ ପ୍ରସ୍ତୁତି ବୈଠକ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମାଧ୍ୟମିକ ଶିକ୍ଷକ ସଂଘ, ପ୍ରାଥମିକ ଶିକ୍ଷକ ସଂଘ, ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ, ଆଲୋଷ୍ଟା, ଏକ୍ସ କ୍ୟାଡର ଶିକ୍ଷକ ସଂଘ ପ୍ରଭୃତି ଜିଲ୍ଲାସ୍ତରୀୟ ଆନ୍ଦୋଳନରେ ସାମିଲ ହୋଇ ସରକାରଙ୍କ ଅନଲାଇନ ଉପସ୍ଥାନ ନିଷ୍ପତ୍ତିକୁ ଜୋରଦାର ବିରୋଧ କରିବେ ବୋଲି ଜଣା ପଡିଛି। ଆନ୍ଦୋଳନରେ ଭାଗ ନେଉଥିବା ଶିକ୍ଷକ ମାନଙ୍କ କହିବା କଥା ହେଲା ସରକାର ଅନ୍ୟ କୌଣସି ବିଭାଗର କର୍ମଚାରୀ ମାନଙ୍କ ପାଇଁ…
Read Moreନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ୱାନ ଷ୍ଟପ କେନ୍ଦ୍ର ଉଦଘାଟିତ
ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ନିକଟରେ ନୂତନ ୱାନ ଷ୍ଟପ କେନ୍ଦ୍ର (ସଖି)ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ଏସ.ଡ଼ି.ପି.ଓ, ଏ.ଡି.ଏମ, ଡ଼ି.ଏସ.ଡବ୍ଲ୍ୟୁ.ଓ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରଶାସନ, ପୋଲିସ, ଜିଲ୍ଲା ସମାଜ ମଙ୍ଗଳ ଓ ଜିଲ୍ଲା ଶିଶୁ ସୁରକ୍ଷା ଓ ଏନ.ଜି.ଓ ମାନଙ୍କ ମିଳିତ ସହଯୋଗରେ ଏହି କେନ୍ଦ୍ର ଦୀର୍ଘ ପାଞ୍ଚ ବର୍ଷ ହେଲା ହସ୍ପିଟାଲରେ ଚାଲୁଥିଲା । ଆଜିଠାରୁ ଏହାର ନିଜସ୍ବ ଗୃହ ଉଦଘାଟନ ହେବା ସହ ସମସ୍ତ ପରାମର୍ଶ ଓ ଅନ୍ୟାନ୍ୟ ସେବା ଗୁଡିକ ସୁବିଧାରେ ଚାଲିପାରିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ପରିଶେଷରେ ସମ୍ପାଦିକା (ଓ.ଏସ.ସି ) ଧନ୍ୟବାଦ ଅର୍ପଣ କରିଥିଲେ।
Read Moreଗୋଲେଇ ଛକରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ, ବିଜେପି ସରକାର ବିରୁଦ୍ଧରେ ନାରାବାଜି
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ବିଜେପି ସରକାରକୁ ଦାୟୀ କରିଛି ନୟାଗଡ଼ ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଏବଂ ବିଜେଡି ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ବେହେରାଙ୍କ ପରାମର୍ଶ କ୍ରମେ ଆଜି ଦଳ ପକ୍ଷରୁ ଏକ ଶୋଭାଯାତ୍ରା ସହର ପରିକ୍ରମା କରିବା ସହ ସରକାର ବିରୁଦ୍ଧରେ ନାରାବାଜି କରାଯାଇଛି । ରାଜ୍ୟରେ ଛାତ୍ର ଓ ନାରୀ ଅସୁରକ୍ଷିତ । ଦିନକୁ ଦିନ ଛାତ୍ରୀ ଓ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଉଛି । ଯାହାକୁ ନେଇ ନୟାଗଡ଼ ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରରୁ ଏକ ଶୋଭାଯାତ୍ରା ବାହାରି ନୟାଗଡ଼ ଟାଉନଥାନାଠାରେ ନୟାଗଡ଼ ଏସ୍ଡିପିଓ ଜ୍ୟୋତିରଞ୍ଜନ ସାମନ୍ତରାୟ ଓ ଥାନା ଅଧିକାରୀ ବିଜୟା ସାହୁଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସେଠାରୁ…
Read Moreଶ୍ରୀରାମ ଫାଉଣ୍ଡେସନ ଓଡିଶା ସହଯୋଗରେ ଛାତ୍ର ପଢିଲେ ପାଠ
ଭାପୁର, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଭାପୁର ବ୍ଲକ ନିମାଣୀ ଗ୍ରାମରେ ଆଇ ଘରେ ବାର ବର୍ଷ ରହି ବିଦ୍ୟାଳୟ ବାରଣ୍ଡା ମାଡି ନଥିବା ପିଲାର ମାର୍ଗଦର୍ଶକ ସାଜିଲା ଶ୍ରୀରାମ ଫାଉଣ୍ଡେସନ ଓଡିଶା। ସୂଚନାଯୋଗ୍ୟ, ବୋଲଗଡ ନିର୍ବାଚନ ମଣ୍ଡଳୀ ସମ୍ପୁର ଗ୍ରାମର ବାଦଲ ନାୟକ(୧୨) ତାଙ୍କ ମା’ଙ୍କ ସହ ଆଉ ଦୁଇ ଜଣ ଭାଇ ଭଉଣୀ ଅଜା ଘର ନିମାଣୀ ଗ୍ରାମରେ ଆଇ କେଳୁଣୀ ନାୟକଙ୍କ ପାଖରେ ରହି ଆସୁଥିଲା। ବିଧବା ଆଇ ଦୁଃଖର ପାହାଡ଼ ମୁଣ୍ଡରେ ଧରି ଚାଲୁଥିବା ବେଳେ ବିକଳାଙ୍ଗ ଝିଅର ଛୁଆମାନଙ୍କର ଭରଣ ପୋଷଣ ମଧ୍ୟ କରୁଥିଲା। ବହୁ ବାର ଗ୍ରାମରେ ଥିବା ବିଦ୍ୟାଳୟରେ ନାତିର ନାମ ଲେଖାଇବା ପାଇଁ ଘୁରି ବୁଲିଲେ ବି କୌଣସି ସୁଫଳ ମିଳି ନଥିଲା। ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଖୋର୍ଦ୍ଧାରୁ ଆସୁଥିବା ଡାକ୍ତର ଆଶୁତୋଷ ମିଶ୍ର ଏହି…
Read Moreଓଏସଇଏଫଡ଼ି ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ବାଚସ୍ପତି ସୁରମା ପାଢ଼ୀଙ୍କୁ ସାକ୍ଷାତ
ନୟାଗଡ଼, (ନୟାଗଡ଼ ଦର୍ପଣ): ରଣପୁର ବିଧାୟିକା ତଥା ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀଙ୍କୁ ଓଏସଇଏଫଡ଼ି ନୟାଗଡ଼ ଜିଲ୍ଲା ଶାଖାର ସଭାପତି ତୃପ୍ତିମୟୀ ପ୍ରଧାନ, ସମ୍ପାଦିକା ଶୁଭସ୍ମିତା ମିଶ୍ର, ରାଜ୍ୟ କୋଷାଧ୍ୟକ୍ଷ ଅଭିଷେକ ଆଚ଼ାର୍ଯ୍ୟ, କାର୍ଯ୍ୟକାରିଣୀ ସଦସ୍ୟ ହିତେଶ କୁମାର ମହନ୍ତ ପ୍ରମୁଖ ବାଚସ୍ପତିଙ୍କ ବାସଭବନରେ ସାକ୍ଷାତ କରି ଓଡ଼ିଶାର ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନଙ୍କ ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ସଂକ୍ରାନ୍ତରେ ଆଲୋଚ଼ନା କରିବା ସହ ଅଧିକ ପୋଷ୍ଟ ଓ ସ୍ଥାୟୀ ନିଯୁକ୍ତି ନିମନ୍ତେ ବିଶଦ ଆଲୋଚନା କରିଥିଲେ। ସୂଚନାଥାଉକି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏକ ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ, ପ୍ରତ୍ୟେକ କ୍ଲଷ୍ଟରରେ ଜଣେ ଜଣେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ହେବେ, ୨୦୨୫-୨୦୨୭ ଶିକ୍ଷାବର୍ଷ ମଧ୍ୟରେ ୪୧୬୦ ପୋଷ୍ଟ ନିଯୁକ୍ତି ଦିଆଯିବା। କିନ୍ତୁ ସୁପ୍ରିମକୋର୍ଟଙ୍କ ସାରଣୀ ଅନୁସାରେ ଓଡିଶାକୁ ପ୍ରାରମ୍ଭିକ ସ୍ତରରେ…
Read Moreପାଣିପୋଇଲା ଶିଶୁମନ୍ଦିରରେ ବିଜ୍ଞାନମେଳା ଓ କଣ୍ଢେଇମେଳା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ପାଣିପୋଇଲା ଶିଶୁମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ଓ ପୂର୍ବପ୍ରାଥମିକ ବିଭାଗର ଶିଶୁମାନଙ୍କର କଣ୍ଢେଇମେଳା ଅନୁଷ୍ଠିତ ହୋଇଯାଇଅଛି। ଏହି ମେଳାର ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରାଧାମୋହନ ପତି, ସମ୍ମାନୀତ ଅତିଥି ଭାବେ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ କ୍ରିଦାଶପୁରର ବିଜ୍ଞାନ ଶିକ୍ଷକ ଲକ୍ଷ୍ମୀଧର ମହାପାତ୍ର ଯୋଗଦେଇ ଶିଶୁମାନେ ବିଜ୍ଞାନ ଅନୁସନ୍ଧିଛୁ ହେଲେ ଭବିଷ୍ୟତର ସୁନାଗରିକ ହୋଇପାରିବେ ବୋଲି ଅଭିଭାଷଣ ରଖିଥିଲେ। ବିଦ୍ୟାଳୟର ସମ୍ପାଦକ ମନୋରଞ୍ଜନ ପଣ୍ଡା ଉତ୍ସବ ଓ ପ୍ରତିଯୋଗିତାଦ୍ୱାରା ଶିଶୁଙ୍କ ମନ ପ୍ରଫୁଲ୍ଲିତ ହେବା ସହିତ ପୂର୍ଣ୍ଣାଙ୍ଗ ବିକଶିତ ହେବାରେ ସହାୟକ ବୋଲି ମତବ୍ୟକ୍ତ କରିବା ସହିତ ସମସ୍ତ ପ୍ରତିଭାଗୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓ ଶିଶୁମାନଙ୍କୁ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରାଇବା ପାଇଁ ଶ୍ରମ, ସମୟ ଦେଇ ସହାୟତା କରିଥିବା ସମସ୍ତ ପିତା, ମାତା,…
Read More୭୯ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ
ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଆଜି ଅପରାହ୍ନ ୪ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ଅଧ୍ୟକ୍ଷତା କରି ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସକୁ ସରସ ସୁନ୍ଦର ଭାବେ ପାଳନ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁବାସ ଚନ୍ଦ୍ର ପଣ୍ଡା, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଲଗ୍ନଜିତ ରାଉତ ଯୋଗଦାନ କରିଥିଲେ। ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରାରମ୍ଭିକ ସ୍ୱାଗତ ଭାଷଣ ରଖିଥିଲେ । ପୂର୍ବବର୍ଷ ପ୍ରସ୍ତୁତି ବୈଠକ ଅନୁଯାୟୀ ଏବଂ ବୈଠକର ନିଷ୍ପତି ଅନୁଯାୟୀ ଅଗଷ୍ଟ ୧୫ଦିନ ଜିଲ୍ଲାସ୍ତରୀୟ ପତାକା ଉତୋଳନ ପୂର୍ବାହ୍ନ…
Read Moreରୋଟାରୀ କ୍ଲବ ପକ୍ଷରୁ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): କର୍ମବୀର ଗୌରୀ ଶଙ୍କର ରାୟ ଓ ବିଚିତ୍ରାନନ୍ଦ ଦାସଙ୍କର ପ୍ରଚେଷ୍ଟାରେ ୧୮୬୬ ମସିଆ ଅଗଷ୍ଟ ୪ରେ ପ୍ରଥମ ଖବର କାଗଜ ଉତ୍କଳ ଦୀପିକା ପ୍ରକାଶ ପାଇଥିଲା। ଉତ୍କଳ ଦୀପିକାର ସଫଳତା ଓଡ଼ିଶାରେ ଖବର କାଗଜ ପ୍ରକାଶନର ଧାରା ସୃଷ୍ଟି କରିଥିଲା।ଯାହାକି ପରବର୍ତ୍ତୀ ସମୟରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ସହାୟକ ହୋଇଥିଲା। ସେହି ଦିବସଟିକୁ ଓଡ଼ିଆ ସାମ୍ବାଦିକତା ଦିବସ ଭାବରେ ସାରା ଓଡ଼ିଶାରେ ମହାଆଡ଼ମ୍ବରରେ ପାଳନ କରାଯାଉଛି। ନୟାଗଡ ରୋଟାରୀ କ୍ଲବ ଦ୍ୱାରା ଆୟୋଜିତ ଏହି ଓଡ଼ିଆ ସାମ୍ବାଦିକତା ଦିବସରେ ନୟାଗଡ଼ ଜିଲ୍ଲାର ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। କ୍ଲବ ସଭାପତି ବସିରନ ବିବିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥିଭାବେ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ମୁଖ୍ୟବକ୍ତା ନୟାଗଡ ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ,…
Read Moreମାଳିସାହି ସରସ୍ବତୀ ଶିଶୁମନ୍ଦିରରେ ବିଜ୍ଞାନମେଳା ଓ କଣ୍ଢେଇମେଳା ଅନୁଷ୍ଠିତ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ ମାଳିସାହି ସରସ୍ବତୀ ଶିଶୁଵିଦ୍ୟାମନ୍ଦିର ପରିସରରେ ଶିଶୁମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ରୁଚିସୃଷ୍ଟି କରାଇବା ପାଇଁ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ଏବଂ ଅରୁଣ ଓ ଉଦୟ ଶ୍ରେଣୀ ଶିଶୁମାନଙ୍କ ପାଇଁ କଣ୍ଢେଇମେଳା ଅନୁଷ୍ଠିତ ହୋଇଯାଇଅଛି। ବିଜ୍ଞାନମେଳାରେ ୩୦ଜଣ କୁନି ବୈଜ୍ଞାନିକ ସେମାନଙ୍କର ପ୍ରକଳ୍ପ ପ୍ରଦର୍ଶନ କରିଥିବା ଜଣାଯାଇଛି, ସେହିପରି କଣ୍ଢେଇମେଳାରେ ୨୫ଜଣ କୁନିକୁନି ଶିଶୁ ବିଭିନ୍ନ ରଙ୍ଗ ବେରଙ୍ଗର ସୁସଜ୍ଜିତ କଣ୍ଢେଇ ପ୍ରଦର୍ଶନ କରିଛନ୍ତି।ପ୍ରତିଯୋଗିତାର ବିଚାରକଭାବେ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ, କ୍ରିଦାଶପୁରର ବିଜ୍ଞାନ ଶିକ୍ଷକ ପ୍ରସନ୍ନ କୁମାର କୁଣ୍ଡ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରାଧାମୋହନ ପତି ଓ ମୁରଲୀଧର ମହାରଣା ଯୋଗଦେଇ ପ୍ରକଳ୍ପଗୁଡିକ ମୂଲ୍ୟାଙ୍କନ କରିବା ସହିତ କୁନି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଛନ୍ତି। ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ମନୋରଞ୍ଜନ ପଣ୍ଡା ସମସ୍ତ ଶିଶୁଙ୍କ ମନରେ ବୈଜ୍ଞାନିକ ଭାବନା ସୃଷ୍ଟି ହୋଇ ସମୃଦ୍ଧ ଦେଶ…
Read More