ନୟାଗଡ଼,(ନୟାଗଡ଼ ଦର୍ପଣ): ବାଲେଶ୍ୱର ଏଫ୍ଏମ୍ ବିଶ୍ୱ ବିଦ୍ୟାଳୟରେ ଘଟିଥିବା ଅଘଟଣରେ ଛାତ୍ରୀ ସୈାମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ନୟାଗଡ଼ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ ପଦର୍ଶନ କରାଯାଇଛି । ବିଜୁ ଛାତ୍ର ଜନତା ଦଳ ଜିଲ୍ଲା ସଭାପତି ନୀଳମାଧବ ପଣ୍ଡାଙ୍କ ଆହ୍ୱାନ କ୍ରମେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସାମ୍ନାରେ ଅନୁଷ୍ଠିତ ବିକ୍ଷୋଭ କାର୍ଯ୍ୟକ୍ରମରେ ଶହ ଶହ ଛାତ୍ରଛାତ୍ରୀ ସାମିଲ ହୋଇ ସରକାରଙ୍କ ବିରୁଦ୍ଧରେ ନାରାବାଜି କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରୁଜଙ୍କ ବ୍ୟାନରରେ ନିଆଁ ଲଗାଇ ଦିଆଯାଇଛି । ରାଜ୍ୟ ସରକାରଙ୍କ ଅବହେଳା ପାଇଁ ଜଣେ ଛାତ୍ରୀଙ୍କ ଜୀବନ ଚାଲି ଯାଇଥିବା ଛାତ୍ରନେତାମାନେ ଅଭିଯୋଗ କରିଛନ୍ତି । ଛାତ୍ର ବିଜେଡ଼ି ନେତା ଅମୁଲ୍ୟ ସାହୁ, ସଞ୍ଜୀବ କୁମାର ମିଶ୍ର, ପ୍ରମୋଦ କୁମାର ସାହୁ ପ୍ରମୂଖ…
Read MoreMonth: July 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଶ୍ରାବଣ ମାସର ପ୍ରଥମ ସୋମବାର, ସକାଳୁ ଖେଳିଗଲା ଶୋକର ଛାୟା । ସ୍ତବ୍ଧ ପାଲଟିଗଲା ସାଲୁଣୀ ଗାଁ ଓ ଆଖ ପାଖ ଅଞ୍ଚଳ। ଗୋବର୍ଦ୍ଧନଙ୍କ ପରଲୋକରେ ନିରବି ଗଲେ ବନ୍ଧୁ, ପରିଜନ, ଶିଷ୍ୟ ଓ ଶୁଭେଚ୍ଛୁ। ସାରା ରାଜ୍ୟରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ମୃଦଙ୍ଗର ବାଦସାହା ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରା। ସୂଚନାନୁସାରେ, ନୟାଗଡ ବ୍ଲକ୍ ନାଟୁଗାଁ ପଞ୍ଚାୟତ ଅଧିନରେ ଥିବା ସାଲୁଣୀ ଗ୍ରାମରେ ୧୯୩୯ ମସିହା ଜନ୍ମ ଗ୍ରହଣ କରିଥିବା ଗୋବର୍ଦ୍ଧନ ବେହେରା ପଞ୍ଚମ ପାସ କରି ସାଂସ୍କୃତିକ ଲୋକକଳା ପାଲା ଜଗତରେ ମନ ବଳାଇଥିଲେ। ୧୫ବର୍ଷ ବୟସରୁ ପାଠକୁ ପଛରେ ପକାଇ ପାଲା ଜଗତରେ ମୃଦଙ୍ଗ ଧରିଥିଲେ। ଗାୟକ କେଶରୀ ସ୍ଵର୍ଗତ ଉଦୀୟନାଥ ଶର୍ମାଙ୍କ ସହ ମିଶି ପାଲା ପରିବେଷଣ କରିଆସୁଥିଲେ। ମୃଦଙ୍ଗରେ ସିଦ୍ଧହସ୍ତ ହୋଇ ସାରା ରାଜ୍ୟରେ ବାୟକ…
Read Moreନାରାୟଣ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ଦକ୍ଷତା ଦିବସ ୨୦୨୫ପାଳିତ
ନୟାଗଡ, (ନୟାଗଡ଼ ଦର୍ପଣ): ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ଆନୁକୁଲ୍ୟରେ ଶରଣକୂଳ ସ୍ଥିତ ନାରାୟଣ ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ଵ ଯୁବ ଦକ୍ଷତା ଦିବସ ୨୦୨୫ ପାଳିତ ହୋଇଯାଇଛି। ଏହି ବର୍ଷର ବିଶ୍ଵ ଯୁବ ଦକ୍ଷତା ଦିବସ, କୃତ୍ରିମ ବୁଦ୍ଧିମତା ଏବଂ ଡିଜିଟାଲ ଦକ୍ଷତା ଦ୍ଵାରା ଯୁବ ସଶକ୍ତିକରଣ ଉପରେ ଆଧାରିତ ଥିଲା । ଏହି ଦିବସ ପାଳନ ଅବସରରେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ମନସ୍ୱୀ ସେଠୀ, ରାଷ୍ଟ୍ରୀୟ ବୃତ୍ତି ସେବାର ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ, ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଗବେଷଣା ଫେଲୋ ରବି କୁମାର, ନାରାୟଣ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଶ୍ମିରଞ୍ଜନ ମିଶ୍ର, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶରଣକୁଳର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁ ଆଦି ଯୋଗଦେଇ ନିଜର ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ…
Read Moreଇଟାମାଟିରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
ଇଟାମାଟି, (ନୟାଗଡ଼ ଦର୍ପଣ): ଇଟାମାଟି ଯଦୁମଣି ବରିଷ୍ଠ ନାଗରିକ ମଞ୍ଚ ଆନୁକୁଲ୍ୟରେ ବାମନ ଅବକାଶ ଉଚ୍ଚ ବିଦ୍ୟାଳୟ ସହଯୋଗରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଏନ୍.ସି.ସି କ୍ୟାଡେଟ୍ ମାନେ ବିଦ୍ୟାଳୟ ପରିସରରେ ଅର୍ଜ୍ଜୁନ, ପଣସ, ବଉଳ, ଗଙ୍ଗଶିଉଳି ଆଦି ଉପାଦେୟ ଚାରା ରୋପଣ କରିଥିଲେ। ବୃକ୍ଷରୋପଣର ଉପକାରିତା ଓ ଆବଶ୍ୟକତା ବିଷୟରେ ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ ମାନେ ଏନ୍.ସି.ସି କ୍ୟାଡେଟମାନଙ୍କୁ ଅବଗତ କରାଇବା ସହ ଗଛକୁ ବଂଚାଇ ରଖିବା ଦିଗରେ ଯତ୍ନଶୀଳ ହେବାପାଇଁ ପରାମର୍ଶ ଦେଇଥିଲେ। ବରିଷ୍ଠ ନାଗରିକ ମଞ୍ଚର ସଂପାଦକ ଡ.ରଙ୍ଗନାଥ ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସକ୍ରିୟ ସଦସ୍ୟ ଡା. ରାଜକିଶୋର ବରାଡ, ଦୁର୍ଯ୍ୟୋଧନ ନାୟକ, ରମେଶ ଚନ୍ଦ୍ର ପଟ୍ଟନାୟକ, ମାଗୁଣି ଚରଣ ଖଣ୍ଡା ପ୍ରମୁଖ ସହଯୋଗ କରିଥିଲେ।
Read Moreସମଗ୍ର ରାଜ୍ୟରେ ବିତର୍କର ବିଜେତା ହେଲେ ବିଶ୍ୱବିଜିତା
ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ ବକୃତା ପ୍ରତିଯୋଗିତାରେ ନୟାଗଡ଼ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ବକୃତା ପ୍ରତିଯୋଗିତାରେ ଭାଗନେଇଥିଲେ ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ସପ୍ତମ ଶ୍ରେଣୀ ଛାତ୍ରୀ ବିଶ୍ୱବିଜିତା ମହାନ୍ତି । ସମସ୍ତ ଜିଲ୍ଲାରୁ ପ୍ରଥମ ସ୍ଥାନ ଅଧିକାର କରି ଆସିଥିବା ପ୍ରତିଯୋଗୀମାନଙ୍କୁ ପଛରେ ପକାଇ ବକୃତା ବିଜେତା ହେଲେ ବିଶ୍ୱବିଜିତା। ପୂର୍ବରୁ ନୟାଗଡ଼ର ପ୍ରତିଭା ଏହି କୁନି ଛାତ୍ରୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣକରି ଉତ୍କଳଜ୍ୟୋତି ସମ୍ମାନର ଅଧିକାରୀ ହୋଇଥିବା ସାଙ୍ଗକୁ ବିଜ୍ଞାନ ମେଳାରେ ପ୍ରଥମ ସ୍ଥାନ ଅଧିକାର କରି ନୟାଗଡ଼ ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି। ତୃତୀୟ ଓ ପଞ୍ଚମ ଶ୍ରେଣୀ ସରକାରୀ ମେଧାବୃତ୍ତି ସହିତ, ଗୀତାଶ୍ଳୋକ ଆବୃତ୍ତି ଓ କୁଇଜ଼ ପ୍ରତିଯୋଗିତାରେ ଭାଗନେଇ ପ୍ରଥମ ସ୍ଥାନ ଅଧିକାର କରି ନୟାଗଡ଼ ଜିଲ୍ଲାର ସୁନାମ ଅକ୍ଷୁର୍ଣ…
Read Moreଉତ୍ସର୍ଗ ଫାଉଣ୍ଡେସନ ଓ ଆମ ଓଡିଶା ପକ୍ଷରୁ ରକ୍ତଦାନ ଶିବିର
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ରକ୍ତଦାନ ମହାପୁଣ୍ୟ ଓ ରକ୍ତଦାନ ଜୀବନ ଦାନ। ଆଜିର ଦିନରେ ସମଗ୍ର ଓଡ଼ିଶାରେ ରକ୍ତ ହୀନତା ଜନିତ ରୋଗୀ, ମାତୃତ୍ଵ ଲାଭ କରୁଥିବା ମହିଳା, ଜୀବନର ଅପରାହ୍ନରେ ଉପନୀତ ବ୍ୟକ୍ତି, ସିକଲିନ୍ ପୀଡିତ ରୋଗୀ, ଦୁରାରୋଗ୍ୟ ବ୍ୟାଧିରେ ପୀଡିତ ରୋଗୀ ଓ ଅପ୍ରତ୍ୟାଶିତ ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତିମାନଙ୍କ ପାଇଁ ରକ୍ତର ଆବଶ୍ୟକତା ଥିବା ବେଳେ ସଠିକ୍ ସମୟରେ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ରହୁଛି । ରକ୍ତ ଭଣ୍ଡାରରେ ରକ୍ତର ଅଭାବ ପୂରଣକୁ ଦୃଷ୍ଟିରେ ରଖି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳର ଅଗ୍ରଣୀ ସେବା ସଂଗଠନ ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ ଓ ଆମ ଓଡିଶା ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ମଣୀନାଗ ବହୁମୁଖୀ ଜୁନିୟର ମହାବିଦ୍ୟାଳୟ ଟାକରା ପରିସରରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ସମୁଦାୟ ୨୨ୟୁନିଟ…
Read Moreନୟାଗଡ଼ କ୍ଳବ୍ ତରଫରୁ ରାସ୍ତା ପାର୍ଶ୍ୱରେ ଲିମ୍ବ ଓ ମହାଲିମ୍ବ ବୃକ୍ଷ ରୋପଣ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ନିକଟ ଲେଖନପୁର ସ୍ଥିତ ନୟାଗଡ଼ କ୍ଳବ୍ ପରିସରକୁ ଲାଗି ଯାଇଥିବା ରାସ୍ତାର ଦକ୍ଷିଣ ପାର୍ଶ୍ୱରେ କ୍ଳବ୍ ତରଫରୁ ବହୁ ଔଷଧୀୟ ଗୁଣର ଅଧିକାରୀ ଲିମ୍ବ ଓ ମହାଲିମ୍ବ ଗଛ ରୋପଣ କରାଯାଇଛି। ଏହି ଗଛ ଗୁଡିକ ପରିବେଶକୁ ଶୁଦ୍ଧ କରିବା ସହିତ ବହୁ ରୋଗ ଜୀବାଣୁକୁ ନଷ୍ଟ କରିଥାଏ। କାଛୁକୁଣ୍ଡିଆ ଠାରୁ ଆରମ୍ଭ କରି ବିଭିନ୍ନ ଚର୍ମ ରୋଗ ପାଇଁ ଏହି ଗଛର ଉପକାରିତାକୁ ଦୃଷ୍ଟିରେ ରଖି କ୍ଳବ୍ ତରଫରୁ ଏହି ଗଛ ଗୁଡିକୁ ରୋପଣ କରାଯାଉଥିବା ବିଷୟରେ କ୍ଳବ୍ ସଂପାଦକ ଶ୍ରୀଧର ସାହୁ ମତବ୍ୟକ୍ତ କରିଛନ୍ତି। ସଂପାଦକ ଶ୍ରୀଯୁକ୍ତ ସାହୁଙ୍କ ସଂଯୋଜନାରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ କ୍ଳବ୍ ସଭାପତି ପ୍ରାଧ୍ୟାପକ ଅଶୋକ କୁମାର ନାୟକ, ଉପସଭାପତି ଶରତଚନ୍ଦ୍ର ଆଚାର୍ଯ୍ୟ, ଯୁଗ୍ମ ସଂପାଦକ ପ୍ରକାଶ ଚନ୍ଦ୍ର ଷଡଙ୍ଗୀ, ବରିଷ୍ଠ ସଦସ୍ଯ…
Read Moreନୟାଗଡ଼ ଇନର୍ ହୁଇଲ କ୍ଲବ ପକ୍ଷରୁ “ବିଶ୍ଵ ଜନସଂଖ୍ୟା ଦିବସ” ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ବିଶ୍ଵ ଜନସଂଖ୍ୟା ଦିବସ ଉପଲକ୍ଷେ ଇନର ହୁଇଲ କ୍ଲବ ପକ୍ଷରୁ ତ୍ରିନାଥ ଛକ ନିକଟସ୍ଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲବର ସଭାପତି ସ୍ନିଗ୍ଧାରାଣୀ ପଟ୍ଟନାୟକ, ସମ୍ପାଦକ ରଶ୍ମିତା ଚୌଧୁରୀ, ଏଡିଟର ମମତାଜ ବେଗମ ତତ୍ ସହିତ କ୍ଳବର ସମସ୍ତ ସଦସ୍ୟାଙ୍କ ଉପସ୍ଥିତିରେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ଉପସ୍ଥିତି ରହିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଶ୍ଵ ଜନସଂଖ୍ୟା ଦିବସକୁ ନେଇ ଏକ ତର୍କ ପ୍ରତିଯୋଗିତା କରାଯାଇଥିଲା। ଏହି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା। ପ୍ରତିଯୋଗିତା ସଭାରେ ବିଦ୍ୟାଳୟର ଶିକ୍ଷକ ପ୍ରଦୀପ ମହାପାତ୍ର ସମ୍ପର୍ଣ୍ଣ ରୁପେ ସହଯୋଗ କରି ନୟାଗଡ଼ ଇନର ହୁଇଲ କ୍ଲବର ସଦସ୍ୟମାନଙ୍କ ଏହିପରି କାର୍ଯ୍ୟକୁ ଭୁରିଭୁରି ପ୍ରଶଂଶା କରିଥିଲେ। ପରିଶେଷରେ…
Read Moreରୋହିବାଙ୍କ ବିଦ୍ୟାଳୟରେ ବନ ମହୋତ୍ସବ ଓ ‘ଚରକ’ ଔଷଧୀୟ ବଗିଚା ଉନ୍ମୋଚନ
ଓଡଗାଁ, (ନୟାଗଡ଼ ଦର୍ପଣ): ପ୍ରାକୃତିକ ଔଷଧୀୟ ବୃକ୍ଷର ଦୈନନ୍ଦିନ ଜୀବନରେ ମନୁଷ୍ୟ ପାଇଁ ଦରକାରିତା ଓ ଶରୀର ପ୍ରତି ପାର୍ଶ୍ଵ ପ୍ରତିକ୍ରିୟା କାରି ଭେଷଜ ଔଷଧ ଠାରୁ ଦୂରରେ ରହିବାପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କ ରେ ବୃକ୍ଷ ରୋପଣ ସାଙ୍ଗକୁ “ଚରକ” ଔଷଧୀୟ ବଗିଚା ଉନ୍ମୋଚନ ହୋଇସାରିଛି। ଏଥିରେ ମୁଖ୍ୟ ଅତିଥିଭାବେ ଓଡଗାଁ ବ୍ଲକରେ ନୂତନ ଭାବେ ଯୋଗଦେଇଥିବା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜକିଶୋର ସାହୁ, ସମ୍ମାନିତ ଅତିଥିଭାବେ ଓଡଗାଁ ଫରେଷ୍ଟର ସୌମ୍ୟ ରଞ୍ଜନ ଦଳେଇ ଓ ଦିପ୍ତିମୟୀ ରାଉତ, କୋମଣ୍ଡ ସାଧନ କେନ୍ଦ୍ର ସଂଯୋଜକ ଲଳିତ ମୋହନ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ବାରିକ ଓ ମୁଖ୍ୟ ଅତିଥି ଶ୍ରୀ ସାହୁଙ୍କ ଦ୍ୱାରା ପ୍ରଥମେ…
Read Moreପରମାନନ୍ଦ ମହାବିଦ୍ୟାଳୟରେ ଗୁରୁ ପୂର୍ଣ୍ଣିମା
ବୋଲଗଡ଼, (ନୟାଗଡ଼ ଦର୍ପଣ): ବୋଲଗଡ଼ ସ୍ଥିତ ପରମାନନ୍ଦ ମହାବିଦ୍ୟାଳୟ ଠାରେ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଏକ ନିରାଡ଼ମ୍ବର ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା । କଲେଜର ପ୍ରାଣ ପ୍ରତିଷ୍ଠାତା ସ୍ୱର୍ଗତଃ ଭାସ୍କର ମହାପାତ୍ରଙ୍କ ସ୍ମୃତି ଚାରଣ ପୂର୍ବକ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଗୁରୁପୂର୍ଣ୍ଣିମା ମହତ୍ତ୍ୱ ସମ୍ପର୍କିତ ଆଲୋଚନା ଆଧାରରେ ମହାବିଦ୍ୟାଳୟର ଅଧ୍ୟାପକ ମାନେ ନିଜ ନିଜର ଭାବନାକୁ ଉପସ୍ଥାପନ କରିଥିଲେ। ଅଧ୍ୟକ୍ଷ ମହୋଦୟ ଭଗବାନ କୃଷ୍ଣ ଏବଂ ସନ୍ଦିପନି ଋଷିଙ୍କ ସଂପର୍କିତ ମାର୍ମିକ ବାଣୀରେ ପରିବେଶକୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ପରେପରେ ଅଧ୍ୟାପିକା ଗାୟତ୍ରୀ ପଟ୍ଟନାୟକ, ଅଧ୍ୟାପିକା ଅନୁସୟା ପୃଷ୍ଟି, ଅଧ୍ୟାପକ ରଞ୍ଜନ କୁମାର ଦାଶ, ଅଧ୍ୟାପକ ଗାନ୍ଧୀ କୁମାର ସାହୁ, ଅଧ୍ୟାପକ ଆଲୋକ କୁମାର ଦାସ, ଅଧ୍ୟାପକ ମିନୁସ ମଲ୍ଲିକ, ପଦାର୍ଥ ବିଜ୍ଞାନ ବିଭାଗର ରାଜ କିଶୋର ସାହୁ ମଧ୍ୟ ସେମାନଙ୍କ…
Read More