ଜିଲ୍ଲାସ୍ତରୀୟ ୧୧ତମ ଆନ୍ତର୍ଜାତିକ ଯୋଗ ଦିବସ

ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲା ସ୍ତରୀୟ ୧୧ତମ ଆନ୍ତର୍ଜାତିକ ଯୋଗ ଦିବସ ନୟାଗଡ଼ ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ସ୍ଥିତ ଡ଼ାଇମଣ୍ଡ ଜୁବିଲି ଅଡିଟୋରିୟମ ଠାରେ ପାଳିତ ହୋଇଯାଇଛି।  ଏହି ଯୋଗ ଦିବସରେ ମୁଖ୍ୟ ଅତିଥି ଭାବ ଓଡିଶା ସରକାରଙ୍କ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ଵାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ଅକ୍ଷୟ ସୁନିଲ୍ ଅଗ୍ରୱାଲଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ,ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ଯୋଗଦେଇଥିଲେ। ଏକା ସାଙ୍ଗରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧା ପ୍ରସାରଣ ସହିତ ଜୁବୁଲି ଅଡିଟୋରିୟମ ଓ କଲେଜ ଖେଳ ପଡ଼ିଆରେ ଯୋଗ ଶିକ୍ଷକ ପରମାନନ୍ଦ ପରିଡା, ସୁଶାନ୍ତ କୁମାର…

Read More

ରୋହିବାଙ୍କ ଉଚ୍ଚ ବିଦ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ପ୍ରଥମେ ସୁସ୍ଥ ଶରୀର ତାପରେ ବିଦ୍ୟାଧ୍ୟୟନ। ସୁସ୍ଥ ଶରୀର ପାଇଁ ଯୋଗ ଓ ବ୍ୟାୟାମ ନିତ୍ୟାନ୍ତ ଆବଶ୍ୟକ। ସୁସ୍ଥ ଶରୀର ସୁସ୍ଥ ମନ ସୃଷ୍ଟି କରେ ଯାହା କି ବିଦ୍ୟାର୍ଥୀମାନଙ୍କ ପାଇଁ ଅତି ଜରୁରୀ। ସେଥିପାଇଁ ପ୍ରତି ବିଦ୍ୟାଳୟରେ ଶାରୀରିକ କ୍ରୀଡା ଶିକ୍ଷକ ନିଯୁକ୍ତି କରାଯାଇଛି। ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ଓଡ଼ଗାଁ ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କରେ ପାଳିତ ହୋଇସାରିଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ବାରିକଙ୍କ ନିର୍ଦେଶ କ୍ରମେ କ୍ରୀଡା ଶିକ୍ଷକ ଆଲୋକ ନାୟକ ଓ ସହଯୋଗୀ ଶିକ୍ଷକ ପ୍ରକୃତି ବନ୍ଧୁ ସନ୍ତୋଷ କୁମାର ସାହୁ ପ୍ରାୟ ଉପସ୍ଥିତ ୨୮୭ଜଣ ଛାତ୍ରଛାତ୍ରୀଙ୍କୁ ନେଇ ବିଦ୍ୟାଳୟ ପରିସରରେ ଯୋଗ ଦିବସ ପାଳନ କରାଯାଇଥିଲା। ସମସ୍ତ ପିଲାମାନଙ୍କୁ ନେଇ ପଦ୍ମାସନ, ବାଳାସନ, ନଟରାଜାସନ, ତାଡାସନ, ଚକ୍ରାସନ, ବୃକ୍ଷା ସନ, ସୁଯ୍ୟ ନମସ୍କାର,…

Read More

ସରକାରୀ ଉଚ୍ଚ ବିଦ୍ୟାଳୟ ସିନ୍ଦୁରିଆରେ ବିଶ୍ଵ ଯୋଗ ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଜୁନ୍ ୨୧ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁଙ୍କ ସଂଯୋଜନାରେ “ବିଶ୍ଵ ଯୋଗ ଦିବସ” ପାଳିତ ହୋଇଯାଇଛି। ସର୍ବ ପ୍ରଥମେ ଯୋଗର ଆବଶ୍ୟକତା ସହିତ ସୁସ୍ଥ ରହିବା ପାଇଁ ନିୟମିତ ଯୋଗ ଓ ବ୍ୟାୟାମ କରିବା ଉପରେ ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁ ଛାତ୍ରଛାତ୍ରୀଙ୍କୁ ବୁଝାଇବା ପରେ ସାମୁହିକ ଯୋଗ କରାଯାଇଥିଲା। ବିଶିଷ୍ଟ ଯୋଗ ବିଶାରଦ ତଥା କ୍ରୀଡ଼ା ଶିକ୍ଷୟିତ୍ରୀ ସ୍ଵପ୍ନାରାଣୀ ନନ୍ଦ ସଭିଙ୍କୁ ଯୋଗ କରାଇଥିବା ବେଳେ ସହକାରୀ ଶିକ୍ଷୟିତ୍ରୀ ନିଶାମଣି ମିଶ୍ର ତାଙ୍କୁ ସହାୟତା କରିଥିଲେ। ଏହି ଯୋଗ କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ସଲିମ୍ ଇବ୍ରାହିମ୍, ତାଜୁଦ୍ଦିନ୍ ଖାଁ, ଜିତେନ୍ଦ୍ର କୁମାର ଗୁରୁ ସମେତ ସହକାରୀ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ନାୟକ, ରଶ୍ମୀ ରଞ୍ଜିତା ବେହେରା, ତ୍ରିପୁରା ସେଠୀ, ସବିତା ପଟ୍ଟନାୟକ, ପ୍ରବାସିନୀ ମିଶ୍ର…

Read More

ସମର୍ପଣ ବୃଦ୍ଧାଶ୍ରମରେ ବିଶ୍ବ ଯୋଗ ଦିବସ ପାଳନ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହର ନିକଟସ୍ଥ ଲେଖନପୁର ଠାରେ ଗଢିଉଠିଥିବା ସମର୍ପଣ ବୃଦ୍ଧାଶ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅନୁଷ୍ଠାନ ତରଫରୁ ବିଶ୍ବଯୋଗ ଦିବସ ପାଳନ ହୋଇଯାଇଛି। ନୟାଗଡ଼ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ତଥା ସିନିୟର ବିଭାଗ ବିଚାରପତି ଅଞ୍ଜଳୀ ମଛଖଣ୍ଡଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଆଇନସେବା ପ୍ରାଧିକରଣର ସାମାଜିକକର୍ମୀ ପ୍ରଫୁଲ କୁମାର ବେହେରା, ମମତା ବେହେରା ଓ ଜିନୁ ସାହୁ ଯୋଗଦେଇଥିଲା ବେଳେ ଯୋଗଗୁରୁ ଭାବେ ସମାଜସେବୀ ତଥା ଆଇନଜୀବୀ କାମାକ୍ଷା ପ୍ରସାଦ ଦାସ ଓ ସେବାବ୍ରତୀ ଆଚାର୍ଯ୍ୟା ଶୋଭାରାଣୀ ସାହୁ ସମର୍ପଣ ଅନ୍ତେବାସୀ ବରିଷ୍ଠ ନାଗରିକ ମାନଙ୍କୁ ଯୋଗ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ନିୟମିତ ଯୋଗ କରିବା ଦ୍ବାରା  ମନ ପ୍ରଫୁଲ ରହିବ ଏବଂ ବହୁ ପୁରାତନ ବାତରୋଗ ସହିତ ଅନେକ ରୋଗଯନ୍ତ୍ରଣାକୁ ଦୂର କରି ପାରିବା ବୋଲି ଯୋଗଗୁରୁ ମାନେ…

Read More