ଜିଲ୍ଲା ଉନ୍ନୟନ  ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ପରିଷଦ ସୃଜନ ସମ୍ମଳନୀ କକ୍ଷରେ ମାନ୍ୟବର ସାଂସଦ କଟକ ଡଃ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ପର୍ଯ୍ୟାଲୋଚନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ବାଚସ୍ପତିଙ୍କ ରଣପୁର ନିର୍ବାଚନ ମଣ୍ଡଳୀର ପ୍ରତିନିଧି ଇଂ. ଅଭିଷେକ ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ସ୍ୱାଗତ ଭାଷଣ ରଖିଥିଲେ । ଏହାପରେ ମାନ୍ୟବର ସାଂସଦ ତାଙ୍କ ଅଭିବ୍ୟକ୍ତି ରଖିଥିଲେ । ସେ କହିଲେ ଯେ, ‘ବେଟି ବଚାଓ ଓ ବେଟି ପଢ଼ାଓ’ ସଫଳତାର ସହିତ ଭାରତ ବର୍ଷର ଅନେକ ଯାଗାରେ ଚାଲିଛି । ଆମ ନୟାଗଡ଼ ଜିଲ୍ଲା ପୂର୍ବ ତୁଳନାରେ…

Read More

ଓଡ଼ଗାଁ ବ୍ଲକ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସନ୍ତୋଷଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର

ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ଅଧ୍ୟୟନ ବିଭାଗ ଓଡ଼ିଶା ଭୁବନେଶ୍ୱର ଓ ନୟାଗଡ଼ ଜିଲ୍ଲା ଜଙ୍ଗଲ ପରିବେଶ ବିଭାଗ ତରଫରୁ ୨୦୨୪-୨୫ ବର୍ଷ ପାଇଁ ଓଡ଼ଗାଁ ବ୍ଲକରୁ ପନ୍ତିଖାରୀ ପଞ୍ଚାୟତ ଅନ୍ତର୍ଗତ ପନ୍ତିଖାରୀ ଶାସନ ନିବାସୀ ସନ୍ତୋଷ କୁମାର ସାହୁ ପ୍ରକୃତି ବନ୍ଧୁ ପୁରସ୍କାର ପାଇଛନ୍ତି। ସେ ରୋହିବାଙ୍କ ପଞ୍ଚାୟତ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ରୋହିବାଙ୍କର ଜଣେ ସରକାରୀ ଶିକ୍ଷକ ଅଟନ୍ତି। ସେ ୨୦୦୬ ମସିହାରୁ ଶିକ୍ଷକତା କରି ୨୦୦୭ ମସିହାରେ ପରିବେଶ ସଚେତନତା ସମ୍ବନ୍ଧିତ କେଳା କେଳୁଣୀ ଗୀତ ନାଚ ଦ୍ୱାରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଶାବାରୀର ନିଜ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦେଇ ବିଜ୍ଞାନ ମେଳାରେ ସମଗ୍ର ଓଡଗାଁ ବ୍ଲକରେ ପରିଚିତ ହୋଇଥିଲେ। ତାପରେ ଇକୋକ୍ଳବ ଶିକ୍ଷକ ହିସାବରେ ବର୍ତ୍ତମାନ ଶିକ୍ଷକତା କରୁଥିବା ରୋହିବାଙ୍କ ଉଚ୍ଚ ବିଦ୍ୟାଳୟକୁ…

Read More