ଦଶପଲ୍ଲାରେ ମାନବିକ ଅଧିକାର ସଚେତନତା କାର୍ଯ୍ୟକ୍ରମ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ଓକିଲ ସଂଘ ଆୟୋଜନ କ୍ରମେ ଦଶପଲ୍ଲାସ୍ଥ ଗୋବିନ୍ଦ ଭବନ ଠାରେ ଅନୁସୂଚିତ ଜାତି , ଜନଜାତି ଓ ମହିଳା ମାନଙ୍କର ମାନବିକ ଅଧିକାର ଉପରେ ଏକ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପ୍ରାକ୍ତନ ମୁଖ୍ୟ ବିଚାରପତି ହାଇକୋର୍ଟ ତଥା ଅଧୁନା ଜାତୀୟ ମାନବିକ ଅଧିକାର ଆୟୋଗର ମାନ୍ୟବର ସଦସ୍ୟ ଜଷ୍ଟିସ ଡ. ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ଓ ମୁଖ୍ୟବକ୍ତା ଭାବରେ ପ୍ରାକ୍ତନ ସି.ବି.ଆଇ. ଜଜ୍ ଶରତ ଚନ୍ଦ୍ର ମିଶ୍ର ଯୋଗଦେଇଥିଲେ। ସଭାର ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ଵାରା ବାବା ସାହେବ୍ ଡ. ଆମ୍ବେଦକରଙ୍କ ଫଟୋଚିତ୍ରରେରେ ମାଲ୍ୟାର୍ପଣ ଏବଂ ପ୍ରଦୀପ ପ୍ରଯୋଳନ କରାଗଲା ପରେ ଓକିଲ ସଂଘର ସମ୍ପାଦକ ଶରତ ଚନ୍ଦ୍ର ବେହେରା ଅତିଥି ପରିଚୟ ସହିତ ସ୍ବାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।…

Read More

ନୟାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀଙ୍କ ବାଜିମାତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ଶିକ୍ଷାବର୍ଷ ୨୦୨୪-୨୫ ମାଧ୍ୟମିକ ପରୀକ୍ଷାରେ ନୟାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀଙ୍କ ଶତପ୍ରତିଶତ ସଫଳତା ଲାଭ କରିଛି। A1 ଗ୍ରେଡ଼ରେ ୬ଜଣ ଛାତ୍ରଛାତ୍ରୀ ସେହିପରି A2ରେ ୧୭ଜଣ, B1ରେ ୨୧ଜଣ B2ରେ ୨୧ଜଣ, C ଗ୍ରେଡ଼ରେ ୧୮ଜଣ, D-୨ଜଣ। ଏହିପରି କୃତି ଛାତ୍ରଛାତ୍ରୀ ମାନେ ବ୍ୟାପକ ସଫଳତା ଅର୍ଜନ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ଆଶିଷ କୁମାର ପ୍ରଧାନ ସର୍ବୋଚ୍ଚ ୫୭୩ନମ୍ବର ରଖି ପିତାମାତା, ବିଦ୍ୟାଳୟ ଓ ସମ୍ପୂର୍ଣ୍ଣ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ସେହିପରି ତୃତୀୟ ଶ୍ରେଣୀ ସରକାରୀ ବୃତ୍ତି ପରୀକ୍ଷାରେ ଆୟୁଷ କୁମାର ପ୍ରଧାନ ନୟାଗଡ଼ ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ ମୋଟ ୧୦୦ ରୁ ୯୯ ନମ୍ବର ରଖି କୃତ୍ତିତ୍ୱ ହାସଲ କରିଛନ୍ତି। ଗିରିଶ କୁମାର ଘଡେଇ ଦ୍ଵିତୀୟ ରାଙ୍କ ଓ ସ୍ବର୍ଣ୍ଣଲତା…

Read More

ମାଟ୍ରିକ୍ ପରୀକ୍ଷାରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀଙ୍କ ବାଜିମାତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ମାଟ୍ରିକ୍ ପରୀକ୍ଷାରେ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀମାନେ ୧୦୦% (ଶତପ୍ରତିଶତ) ରେଜଲ୍ଟ କରି ବାଜିମାତ କରିବା ସହିତ ସମସ୍ତ ଛାତ୍ରଛାତ୍ରୀ ୫୦% ରୁ ଉର୍ଦ୍ଧ୍ବ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ ପୁଣି ଏକ ନୂଆ ଇତିହାସ ରଚନା କରି ବିଦ୍ଯାଳୟ ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି। ୩୩ ଜଣ ପରୀକ୍ଷାର୍ଥୀଙ୍କ ମଧ୍ଯରୁ ଏ-୧ରେ ୦୧ଜଣ, ଏ-୨ରେ ୦୩ ଜଣ, ବି-୨ରେ ୧୭ଜଣ ଓ ସି-ଗ୍ରେଡ୍ ରେ ୧୨ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏ-୧ ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହୋଇଥିବା ହନିମେଷ ଡାକୁଆ ୫୫୦ ନମ୍ବର ରଖି ବିଦ୍ଯାଳୟର ସମ୍ମାନକୁ ଅକ୍ଷୁର୍ଣ୍ଣ ରଖିବା ସହିତ ଭବିଷ୍ଯତରେ ଜଣେ ଇଂଜିନିୟର ହେବା ପାଇଁ ଆଶା ରଖିଛନ୍ତି। ବିଦ୍ଯାଳୟର ସମସ୍ତ ଛାତ୍ରଛାତ୍ରୀ ୫୦%ରୁ ଉର୍ଦ୍ଧ୍ବ ନମ୍ବର ରଖିଥିବାରୁ  ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଯୁକ୍ତ ଶ୍ରୀଧର ସାହୁ ସେବାବ୍ରତୀ ଗୁରୁଜୀ…

Read More