ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନ୍ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ସଚିବ, ଅଞ୍ଜଳି ମଚ୍ଛଖଣ୍ଡଙ୍କ ନେତୃତ୍ୱରେ ଡିଆର୍ଡିଏ ନୟାଗଡ଼ର ସୃଜନ ସମ୍ମିଳନୀ କକ୍ଷରେ ଶତାଧିକ ଗ୍ରାମୀଣ ଆଇନ୍ ସଚେତନତା କର୍ମୀମାନଙ୍କୁ ନେଇ ସଡ଼କ ସୁରକ୍ଷା ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା ସ୍ୱାଗତ ଭାଷଣ ଦେଇଥିବା ବେଳେ ଏହି ଶିବିରକୁ ସଚିବ ଅଞ୍ଜଳି ମଚ୍ଛଖଣ୍ଡ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଆଇନ୍ରେ ଥିବା ବିଧିବ୍ୟବସ୍ଥା ଏବଂ ନିୟମ କାନୁନ୍ ବିଷୟରେ ବୁଝାଇଥିବା ବେଳେ ସମ୍ମାନିତ ଅତିଥି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଶାନ୍ତ କୁମାର ଦାସ, ଏଡିଏମ୍ ରାଜେଶ ଦାସ, ଆଡିସ୍ନାଲ ଏସ୍ପି ସୁବାଷଚନ୍ଦ୍ର ପଣ୍ଡା, ଆର୍ଟିଓ ପ୍ରସନ୍ନ କୁମାର ପରିଡା, ପ୍ରବକ୍ତା ଦଣ୍ଡପାଣି ସ୍ୱାଇଁ, ରମେଶ ଚନ୍ଦ୍ର…
Read MoreDay: February 12, 2025
ନୟାଗଡ ଡାକ୍ତରଖାନା ପରିସରରେ ସ୍ଥାୟୀ ପବ୍ଲିକ ପାର୍କିଂ ବ୍ୟବସ୍ଥା କରାଯାଉ: କଂଗ୍ରେସ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରେ ଗୁରୁତର ଟ୍ରାଫିକ ସମସ୍ୟା ପ୍ରତ୍ୟହ ଅନୁଭୂତ ହେଉଛି। ଡାକ୍ତରଖାନା ପରିସରରେ ବଡବଡ଼ ଅଟ୍ଟାଳିକା, ଷ୍ଟାଫ କ୍ୱାର୍ଟର ନିର୍ମାଣ ହେବା ପରେ ପବ୍ଲିକ ପାର୍କିଂ, ୧୦୮ ଆମ୍ବୁଲାନ୍ସ, ଘରୋଇ ଆମ୍ବୁଲାନ୍ସ ପାର୍କିଂ ଏପରିକି ହସ୍ପିଟାଲ ଷ୍ଟାଫମାନଙ୍କ ଗାଡି ପାର୍କିଂ ପାଇଁ ଧ୍ୟାନ ଦିଆଯାଉ ନାହିଁ ଯାହାଫଳରେ ଜବରଦସ୍ତ ପାର୍କିଂ ସମସ୍ୟା ସମାଧାନ ପାଇଁ ଏବେ ଡାକ୍ତରଖାନା ପରିସରରେ ଥିବା ପୁରୁଣା ସର୍ଜରୀ ୱାର୍ଡ ଭଙ୍ଗା ଯାଉଥିବା ଉଦ୍ଧିଷ୍ଟ ସ୍ଥାନକୁ ପବ୍ଲିକ ପାର୍କିଂ ସ୍ଥଳ ଭାବେ ବ୍ୟବହାର କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ନୟାଗଡ ବିଧାୟକ ଡ଼ ଅରୁଣ ସାହୁ, ନୟାଗଡ ଜିଲ୍ଲପାଳଙ୍କୁ ନୟାଗଡ କଂଗ୍ରେସ ନେତା ତଥା ବରିଷ୍ଟ ଆଇନଜୀବୀ ରଣଜିତ ଦାଶ ସାମାଜିକ ଗଣମାଧ୍ୟମ ସ ଯୋଗେ ପ୍ରସ୍ତାବ ଦେଇଛନ୍ତି। ପ୍ରାୟ ୧୩…
Read Moreବିଜେପି ପକ୍ଷରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥି ପାଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଅନ୍ତର୍ଗତ ବାଉଁଶିଆପଡା – ଇଟାମାଟି ମଣ୍ଡଳରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥିକୁ ପାଳନ କରାଯାଇଛି। ଏଥିରେ ମଣ୍ଡଳରୁ ୫୦୦ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ପଣ୍ଡିତ ଜିଙ୍କ ତ୍ୟାଗ ପୂର୍ଣ୍ଣ ଜୀବନୀ ତଥା ବଳିଦାନ ସମ୍ଵନ୍ଧରେ ସ୍ମୁତି ଚାରଣ କରିବା ସହିତ ପ୍ରତିଜ୍ଞା କରିଥିଲେ କି ତାଙ୍କ ବଳିଦାନଙ୍କୁ ନିରର୍ଥକ ଯିବାକୁ ଦେବୁନି ତାଙ୍କ ଏକାନ୍ତ ମାନବ ବାଦ୍ କଥାକୁ ଚରିତାର୍ଥ କରିବୁ। ଏହି କାର୍ଯ୍ୟକ୍ରମର ନେତୃତ୍ଵ ନେଉଥିବା ସନ୍ତୋଷ କୁମାର ପ୍ରଧାନଙ୍କ ଭାଷଣରେ ଅଭିଭୂତ ହୋଇ ମା’ମାନେ ହୁଳହୁଳି ତଥା ଭାଇମାନଙ୍କ ହରିବୋଲରେ ଗ୍ରାମ ପ୍ରକମ୍ପିତ ହୋଇଥିଲା।ଆସନ୍ତା ଦିନରେ ପଞ୍ଚାୟତରେ ସମସ୍ତ ପଦବୀରେ ବିଜେପି ପ୍ରାଥୀଙ୍କୁ ବିଜୟୀ କରି ଦିନ୍ ଦୟାଲଙ୍କ ଅଧୁରା ସ୍ବପ୍ନକୁ ସାକାର କରିବାକୁ ମତ ପ୍ରକାଶ ପାଇଥିଲା। ମଞ୍ଚରେ ଜିଲ୍ଲା ସାଧାରଣ ସମ୍ପାଦକ ରଞ୍ଜନ ପଣ୍ଡା…
Read More