ସାମ୍ବାଦିକ ଭବନ ସଭାଗୃହ ପ୍ରତିଷ୍ଠା

ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ଶ୍ରୀ ପଞ୍ଚମୀ ଅବସରରେ ଆଜି ନୟାଗଡ଼ ସାମ୍ବାଦିକ ଭବନ ସଭାଗୃହ ପ୍ରତିଷ୍ଠା କରାଯାଇଛି । ସଭାପତି ବୈଦ୍ୟ ଭୂଷଣ ମହାପାତ୍ର ଏବଂ କାର୍ଯ୍ୟକାରୀ ସମ୍ପାଦକ ଅନୀଲ କୁମାର ପଣ୍ଡାଙ୍କ ତତ୍ୱାବଧାନରେ ପୂଜା ଓ ହୋମ କାର୍ଯ୍ୟ ସମାପନ ହୋଇଛି । ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ କର୍ତ୍ତା ଭାବେ ଦାୟିତ୍ୱ ସମ୍ପାଦନ କରିଛନ୍ତି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଚେଷ୍ଟା ବଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ବାଦିକ ଭବନ ଉପର ମହଲାରେ ଏକ ସଭାଗୃହ ନିର୍ମାଣ ପାଇଁ ଆର୍ଥିକ ସହାୟତା ମିଳିଥିଲା । ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଆଜି ବୈଦିକ ରୀତି ଅନୁସାରେ ହୋମ କାର୍ଯ୍ୟ ସମାପନ ହୋଇଛି । ଆଗାମୀ ଦିନରେ ଏହାକୁ ଉଦଘାଟନ କରାଯିବା ପାଇଁ ସ୍ଥିର ହୋଇଛି । ଆଜିର…

Read More

ରାଜସୁନାଖଳା ମହାବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ପ୍ରତିଷ୍ଠାତାଙ୍କ ପରଲୋକ

ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ରାଜସୁନାଖଳା ଅଞ୍ଚଳରେ ମଧୁସୁଦନ ମହାପାତ୍ର (ମଧୁ ଅଜା)ଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି। ୧୯୭୮ମସିହା ଫେବୃଆରୀ ୨ତାରିଖରେ ରାଜସୁନାଖଳା କଲେଜର ପ୍ରତିଷ୍ଠାତା ରୂପେ ପରିଚିତ ମଧୁସୁଦନ ମହାପାତ୍ରଙ୍କ ଆଜି ସକାଳ ୬.୪୫ ମିନିଟିରେ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରଲୋକ ଘଟିଛି।ସେ କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ତାଙ୍କ ମୃତ୍ୟୁ ବେଳକୁ ୮୪ବର୍ଷ ବୋଲି ଜଣା ପଡିଛି । ଆଜି ରାଜସୁନାଖଳା ମହାବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳନ କରୁଥିବା ବେଳେ, ପ୍ରତିଷ୍ଠାତା ମଧୁସୂଦନଙ୍କ ମୃତୁ ଖବର ଶୁଣି କଲେଜ ଅଧକ୍ଷଙ୍କ ସମେତ ଛାତ୍ରଛାତ୍ରୀ ଗଭୀର ଦୁଃଖ ପ୍ରକାଶ କରିଥିଲେ। ଖବର ପାଇ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକଙ୍କ ସମେତ ସ୍ଥାନୀୟ ସରପଞ୍ଚ ଚିତ୍ତ ରଞ୍ଜନ ପ୍ରଧାନ, ସମିତି ସଭ୍ୟ, ବ୍ଲକ ବିଜେଡି ସଭାପତି, ରାଜ…

Read More