ନୟାଗଡ଼ ଜିଲ୍ଲା ମାଟି ତଳେ ମୂଲ୍ୟବାନ ଲିଥିୟମ ଧାତୁ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମାଟି ତଳେ ଲିଥିୟମ ଥିବା ନେଇ ମିଳିଛି ବଡ଼ ସଙ୍କେତ। ଭୁବନେଶ୍ବରରେ ଅନୁଷ୍ଠିତ ଜିଓଲଜିକାଲ ସର୍ଭେ ଅଫ୍ ଇଣ୍ଡିଆ- GSIର ସେଣ୍ଟ୍ରାଲ ବୋର୍ଡ ବୈଠକ ପରେ ଏମିତି ସୂଚନା ଦେଇଛନ୍ତି GSI ଉପମହାନିର୍ଦ୍ଦେଶକ ପଙ୍କଜ କୁମାର। ସେ କହିଛନ୍ତି, ପୂର୍ବଘାଟ ମୋବାଇଲ୍ ବେଲ୍ଟର ନୟାଗଡ଼ ଜିଲ୍ଲା ସମେତ ଅନ୍ୟ କିଛି ଜିଲ୍ଲାରେ ଲିଥିୟମ ଥିବା ନେଇ ସଙ୍କେତ ମିଳିଛି। ତେବେ ଏନେଇ ସର୍ବେକ୍ଷଣ ପ୍ରାଥମିକ ସ୍ତରରେ ରହିଛି। ଅଧିକ ଅନୁସନ୍ଧାନ ପରେ ଏ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ମିଳିପାରିବ।

Read More

ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ମନ ମୋହିଲା ନାଟକ “ମାଗୁଣିର ଶଗଡ଼

ନୟାଗଡ଼, (ନୟାଗଡ଼ ଦର୍ପଣ): ପଠାଣି ସାମନ୍ତ ଅଡିଟୋରିୟମଠାରେ ସିରିୟସ୍ ଜୋନ୍, ନୟାଗଡ଼ ଦ୍ବାରା ଚାଲିଥିବା ନାଟକ ମହୋତ୍ସବର ତୃତୀୟ ସଂଧ୍ୟାରେ ବିଦ୍ଯାକନକ ସୃଜନାନୁଷ୍ଠାନର କଳାକାରମାନଙ୍କ ଦ୍ବାରା ମଞ୍ଚସ୍ଥ ହେଲା ନାଟକ “ମାଗୁଣିର ଶଗଡ଼”।  ନାଟକ ମହୋତ୍ସବର ତୃତୀୟ ସଂଧ୍ୟାରେ କବି ଗୋପୀନାଥ ସେଠୀଙ୍କ ସଂଯୋଜନା ଓ ଅନୁଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ ଯାମିନୀକାନ୍ତ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ଯ ଅତିଥି ଭାବେ ରଣପୁରର ପୂର୍ବତନ ବିଧାୟକ ସତ୍ଯନାରାୟଣ ପ୍ରଧାନ ଏବଂ ସମ୍ମାନିତ ଅତିଥି ଭାବେ ପୌର ପରିଷଦର ଅଧ୍ୟକ୍ଷା ନିରୁପମା ଖଟେଇ ଓ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ ପ୍ରମୁଖ ଯୋଗଦେଇ ସଭାକୁ ସମୃଦ୍ଧ କରିଥିଲେ। ଏହି ଅବସରରେ ଉପସ୍ଥିତ ଅତିଥିଙ୍କ କରକମଳରେ କବି ପ୍ରଭାତ କୁମାର ମିଶ୍ରଙ୍କ କବିତା ପୁସ୍ତକ “ପ୍ରହରୀ” ର ପାଠକାର୍ପଣ ହୋଇଥିଲା। ତୃତୀୟ ସଂଧ୍ୟାରେ ମଞ୍ଚସ୍ଥ ନାଟକ “ମାଗୁଣିର ଶଗଡ଼”…

Read More

ରଜନୀଗନ୍ଧା ସାହିତ୍ୟ ପତ୍ରିକା ର ରୌପ୍ୟ ଜୟନ୍ତୀ ସମାରୋହ ଅନୁଷ୍ଠିତ

ନୟାଗଡ, (ନୟାଗଡ଼ ଦର୍ପଣ): ମୁକୁଳିତ ରଜନୀଗନ୍ଧା ସାହିତ୍ୟ ପତ୍ରିକା ର ରୌପ୍ୟ ଜୟନ୍ତୀ ସମାରୋହ ଆଜି ନୀଳମାଧବ ହୋଟେଲ ଠାରେ ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡ଼. ଅରୁଣ କୁମାର ସାହୁ, ବିଧାୟକ ନୟାଗଡ଼, ସମ୍ମାନିତ ଅତିଥି ଭାବେ ଇଂ . ଦେବାଶିଷ ପଟ୍ଟନାୟକ ଅଧ୍ୟକ୍ଷ ଜିଲ୍ଲା ପରିଷଦ ନୟାଗଡ଼, ନିରାକାର ଦାସ ବରିଷ୍ଠ କବି ଓ ଶତ୍ରୁଜିତ୍ ବରିଷ୍ଠ ସ୍ତମ୍ବକାର ଓ ଡ. ଗୀତାଶ୍ରୀ ପ୍ରିୟମ୍ବଦା ଯୋଗ ଦେଇଥିଲେ। ଅତିଥିମାନେ ସେମାନଙ୍କ ବକ୍ତବ୍ୟ ରେ ପ୍ରକାଶ କରିଥିଲେ ଯେ ସାହିତ୍ୟ କୁ ଅନୁଭବ କରିବାକୁ ହେଲେ ଗୋଟିଏ ଦରଦୀ ହୃଦୟ ଦରକାର ଏବଂ ପତ୍ର ପତ୍ରିକାର ଉନ୍ନତି ପାଇଁ ଏକ ସାରସ୍ଵତ ଆନ୍ଦୋଳନ ର ଆବଶ୍ୟକତା ରହିଛି   ଏହି ଅବସରରେ ଏକ ରାଜ୍ୟସ୍ତରୀୟ କବିତା…

Read More

ଶେଖ୍ ତୌଫିକ୍ ଅଲ୍ଲୀ ଜିତିଲେ ଷ୍ଟାର ଅଫ୍ ନୟାଗଡ଼ ସିଜନ୍ ଓ୍ବାନ ର ଟାଇଟଲ

ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାସ୍ତରୀୟ ସଂଗୀତ ପ୍ରତିଭା ଚୟନ କାର୍ଯ୍ୟକ୍ରମ ଷ୍ଟାର ଅଫ୍ ନୟାଗଡ଼ର ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ। ସତ୍ୟମ କମ୍ପ୍ୟୁଟର ଦ୍ବାରା ପ୍ରଯୋଜିତ ଆଜିର ଫାଇନାଲ‌ ପ୍ରତିଯୋଗିତାରେ ୧୦ଜଣ ପ୍ରତିଭାବାନ ପ୍ରତିଯୋଗୀ ସଂଗୀତ ପରିବେଷଣ କରିଥିଲେ ଇପ୍ସିତା ପ୍ରିୟଦର୍ଶିନୀ, ଶେଖ୍ ତୌଫିକ ଅଲ୍ଲୀ, ଲକ୍ଷ୍ମୀପ୍ରିୟା ନାୟକ, ଅମ୍ରିତା ରଥ, ଆଶୁତୋଷ ବେହେରା, ଜଗନ ବେହେରା, ମିଲନ କୁମାର ସ୍ବାଇଁ, ଶୁଭସ୍ମିତା ବେହେରା, ଲିପ୍ସା ରାଣୀ ପଣ୍ଡା, ଓ ଦିବ୍ୟାଶା ପ୍ରିୟଦର୍ଶିନୀ ।  ଫାଇନାଲରେ ବିଚାରକ ଭାବେ ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ପୁରସ୍କାର ପ୍ରାପ୍ତ ବରିଷ୍ଠ କଣ୍ଠଶିଳ୍ପୀ ନବକିଶୋର ମିଶ୍ର ଏବଂ ବରିଷ୍ଠ କଣ୍ଠଶିଳ୍ପୀ ଜଗଦୀଶ ପ୍ରସାଦ ରଥ ଯୋଗଦେଇଥିଲେ। ପ୍ରତ୍ୟେକ ପ୍ରତିଯୋଗୀ ଦୁଇଟି ଲେଖାଏଁ ଗୀତ ଗାଇଥିଲେ। ଶେଖ୍ ତୌଫିକ୍ ଅଲ୍ଲୀ ଏହି ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଯୁଗ୍ମ ଦ୍ବିତୀୟ…

Read More