ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମାଟି ତଳେ ଲିଥିୟମ ଥିବା ନେଇ ମିଳିଛି ବଡ଼ ସଙ୍କେତ। ଭୁବନେଶ୍ବରରେ ଅନୁଷ୍ଠିତ ଜିଓଲଜିକାଲ ସର୍ଭେ ଅଫ୍ ଇଣ୍ଡିଆ- GSIର ସେଣ୍ଟ୍ରାଲ ବୋର୍ଡ ବୈଠକ ପରେ ଏମିତି ସୂଚନା ଦେଇଛନ୍ତି GSI ଉପମହାନିର୍ଦ୍ଦେଶକ ପଙ୍କଜ କୁମାର। ସେ କହିଛନ୍ତି, ପୂର୍ବଘାଟ ମୋବାଇଲ୍ ବେଲ୍ଟର ନୟାଗଡ଼ ଜିଲ୍ଲା ସମେତ ଅନ୍ୟ କିଛି ଜିଲ୍ଲାରେ ଲିଥିୟମ ଥିବା ନେଇ ସଙ୍କେତ ମିଳିଛି। ତେବେ ଏନେଇ ସର୍ବେକ୍ଷଣ ପ୍ରାଥମିକ ସ୍ତରରେ ରହିଛି। ଅଧିକ ଅନୁସନ୍ଧାନ ପରେ ଏ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ମିଳିପାରିବ।
ନୟାଗଡ଼ ଜିଲ୍ଲା ମାଟି ତଳେ ମୂଲ୍ୟବାନ ଲିଥିୟମ ଧାତୁ
