ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମଠାରେ ଚାଲିଥିବା ନାଟକ ମହୋତ୍ସବର ଦ୍ଵିତୀୟ ସଂଧ୍ୟାରେ ବାଗଦେବୀ ଲିଟରେଚର ଟ୍ରଷ୍ଟ, ଭୁବନେଶ୍ବରର କଳାକାରମାନଙ୍କ ଦ୍ବାରା ମଞ୍ଚସ୍ଥ ହେଲା ନାଟକ “ଏବଂ କିଏ!! “। ନୟାଗଡ଼ର ଅନନ୍ଯ ନାଟ୍ୟାନୁଷ୍ଠାନ ସିରିୟସ୍ ଜୋନ୍ ଦ୍ବାରା ଆୟୋଜିତ ନାଟକ ମହୋତ୍ସବର ଦ୍ବିତୀୟ ସଂଧ୍ୟାରେ କବି ଗୋପୀନାଥ ସେଠୀଙ୍କ ସଂଯୋଜନାରେ ଆୟୋଜିତ ସଭାରେ ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିଲେ ନୟାଗଡ଼ ବିଧାୟକ ଡ ଅରୁଣ କୁମାର ସାହୁ। ଅନୁଷ୍ଠାନର ସଭାପତି କିଷାନ କୁମାର ଦାସ, ନାଟ୍ୟଭୂଷଣ ଡ ବିଜୟ ଚୌଧୁରୀ ଓ ନାଟ୍ୟକାର ବିଶ୍ବନାଥ ମହାପାତ୍ର ପ୍ରମୁଖ ପ୍ରଦୀପ ପ୍ରଜ୍ଜଳନ କରି ନାଟକର ଶୁଭାରମ୍ଭ କରିଥିଲେ। ବିଧାୟକ ଡ ଅରୁଣ କୁମାର ସାହୁ ନାଟକ ଜୀବନକୁ ବୋଧ ଦିଏ ବୋଲି ମତ ପ୍ରକାଶ କରିଥିଲେ। ଦ୍ବିତୀୟ ସଂଧ୍ୟାରେ ମଞ୍ଚସ୍ଥ ନାଟକ ଏବଂ…
Read MoreDay: January 18, 2025
ରେଳ ପ୍ଲାଟଫର୍ମରେ ଗଭୀର ଗର୍ତ୍ତ, ବିଭାଗ ନିରବଦ୍ରଷ୍ଟା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଟାଉନ ରେଳ ପ୍ଲାଟଫର୍ମର ପୂର୍ବ ପାର୍ଶ୍ଵରେ ମାଟି ଦବିଯାଇ ଗଭୀର ଗର୍ତ୍ତ ସୃଷ୍ଟି ହୋଇଛି। ଏହା ଫଳରେ ରେଳଯାତ୍ରୀ ମାନେ ଦୈନିକ ଛୋଟମୋଟ ଦୁର୍ଘଟଣାର ଶିକାର ହେଉଥିବା ଅଭିଯୋଗ ହେଉଛି। ଗତ ଏକ ମାସରୁ ଉର୍ଦ୍ଧ୍ୱ ସମୟ ତଳୁ ଏହି ଗର୍ତ୍ତ ସୃଷ୍ଟି ହୋଇଥିବା ବେଳେ ରେଳ ବିଭାଗ ପକ୍ଷରୁ ଏହାର ମରାମତି ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ। କେବଳ ନାମକୁ ମାତ୍ର ଏହି ଗର୍ତ୍ତ ଚାରିପାଖରେ ବାଲି ବସ୍ତା ରଖାଯାଇ ଏହାକୁ ଘେରାବନ୍ଦୀ କରି ରଖାଯାଇଛି। ତେବେ ରାତ୍ର ସମୟରେ ଟ୍ରେନରେ ଫେରୁଥିବା ଯାତ୍ରୀମାନଙ୍କୁ ଏହା ଦେଖା ଯାଉନଥିବାରୁ ଏହା ମଧ୍ୟରେ ପଡ଼ି ଅନେକ ଆଘାତପ୍ରାପ୍ତ ହେଉଥିବା ଜଣା ପଡିଛି। ଏ ବିଷୟରେ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଷ୍ଟେସନ ପରିଚାଳକ ପ୍ରଦୀପ୍ତ କୁମାର ବରାଡ଼ଙ୍କୁ ଅଭିଯୋଗ କରାଯାଇଥିବା ବେଳେ…
Read Moreପତ୍ନୀ ହତ୍ୟାକାରୀ ସ୍ବାମୀଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ସଶ୍ରମ କାରାଦଣ୍ଡ
ଶରଣକୁଳ, (ନୟାଗଡ଼ ଦର୍ପଣ): ଶରଣକୁଳ ଥାନା ଅନ୍ତର୍ଗତ ପାଣିଭଣ୍ଡାର ଗ୍ରାମର ଶ୍ୟାମସୁନ୍ଦର ସ୍ୱାଇଁ ଶରଣକୁଳ ଥାନାରେ ଏକ ଲିଖିତ ଏତଲା ଅନିଲ କୁମାର ଜେନା, ଅନିଲଙ୍କ ମାମୁଁ ଝୋଟ ଓ ମାଆଙ୍କ ବିରୋଧରେ ତାଙ୍କ କନ୍ୟା ସୁଭଦାକୁ ହତ୍ୟା କରିଥିବା ଅଭିଯୋଗ କରି ଉଲ୍ଲେଖ କରିଥିଲେ କି, ତାଙ୍କ କନ୍ୟା ଶୁଭଦା ସ୍ୱାଇଁ ଙ୍କୁ ଅଭିଯୁକ୍ତ ଅନିଲ କୁମାର ଜେନା ଯିଏ କି କନ୍ଧମାଳ ଜିଲ୍ଲା ରେ ଥିବା ୮ମ ବାଟାଲିୟନ ରେ ହାବିଲଦାର ପଦବୀ ରେ କାର୍ଯ୍ୟ କରୁଥିଲେ ତାଙ୍କ ସହିତ ହିନ୍ଦୁ ବୈଦିକ ରୀତିରେ ବିବାହ ଦେଇଥିଲେ । ବିବାହ ର ୨/୩ ମାସପରେ ସୁଭଦା ଜାଣିବାକୁ ପାଇଲେ ଯେ ଅଭିଯୁକ୍ତ ଅନିଲ ଅନ୍ୟ ଏକ ଝିଅ ସହିତ ପ୍ରେମ ସମ୍ପର୍କ ରଖିଛନ୍ତି ତେଣୁ ସେ ବିରୋଧ କରିବାରେ ଅନିଲ ତାଙ୍କ ମାମୁଁ ଓ…
Read More