ସି.ପି.ଆଇ.(ଏମ୍)ର ବରିଷ୍ଠ ସଭ୍ୟ କମ୍ରେଡ ଜଗନ୍ନାଥ ମିଶ୍ରଙ୍କ ବିୟୋଗରେ ଶୋକସଭା

ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଶାର କୃଷକ ଆନ୍ଦୋଳନର ପ୍ରବୀଣ ନେତା ତଥା ସି.ପି.ଆଇ.(ଏମ୍) ଓଡ଼ିଶା ରାଜ୍ୟ କମିଟିର ବରିଷ୍ଠ ସଂପାଦକ ମଣ୍ଡଳୀ ସଭ୍ୟ କମ୍ରେଡ ଜଗନ୍ନାଥ ମିଶ୍ରଙ୍କ ବିୟୋଗରେ ନୟାଗଡ଼ରେ ସାଥୀ ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଶୋକସଭା ପୂର୍ବକ ଗଭୀର ଶୋକ ବ୍ୟକ୍ତ କରାଯାଇଛି। ଜଗନ୍ନାଥ ମିଶ୍ରଙ୍କ ବିୟୋଗରେ ଓଡିଶା ତଥା କୃଷକ ସମାଜ ତା’ର ଜଣେ ଅଦ୍ୱିତୀୟ ଜନନେତାଙ୍କୁ ହରାଇଲା ବୋଲି ଶୋକବାର୍ତ୍ତାରେ କୁହାଯାଇଛି। ନୟାଗଡ଼ର ଆଖୁଚାଷୀଙ୍କ ଆନ୍ଦୋଳନ, ରଣପୁରର କାଜୁ ଆନ୍ଦୋଳନ, ଭାପୁରର ଜମି ସୁରକ୍ଷା ଆନ୍ଦୋଳନ, ଦଶପଲ୍ଲାର ଆଦିବାସୀ ଆନ୍ଦୋଳନରେ କମ୍ରେଡ ଜଗନ୍ନାଥ ମିଶ୍ରଙ୍କ ଅବଦାନ ଅବିସ୍ମରଣୀୟ ବୋଲି ନେତାମାନେ ପ୍ରକାଶ କରିଥିଲେ। ପାର୍ଟିର ପୂର୍ବତନ ଲୋକାଲ କମିଟି ସଂପାଦକ ଶ୍ରୀକାନ୍ତ ପଟ୍ଟନାୟକ, ବର୍ତ୍ତମାନର ସଂପାଦକ କୁଳମଣି ପୃଷ୍ଟି,  ଯୁବନେତା ବିଭୁତି ପଟ୍ଟନାୟକ, ସନ୍ତୋଷ ବେହେରା ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ !

Read More

ଜାତୀୟ ଯୁବ ଦିବସରେ ସମ୍ମାନିତ ହେଲେ କବି ଓ ଆଦର୍ଶ ଶିକ୍ଷକ

ନୟାଗଡ଼, (ନୟାଗଡ଼ ଦର୍ପଣ): ବ୍ରହ୍ମପୁରରେ ଚାଲିଥିବା ବିବେକାନନ୍ଦ ସାଂକୃତିକ ମେଳା-୨୦୨୫ ଆନୁକୂଲ୍ୟରେ ଜାନୁୟାରୀ ୧୧,୧୨ ଓ ୧୩ତାରିଖ ତିନିଦିନ ଧରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦ୍ୱିତୀୟ ଦିବସରେ ନୟାଗଡ଼ ଜିଲ୍ଲାର ଦୁଇଜଣ ଯୁବ ପ୍ରତିଭା ମିହିର ରଞ୍ଜନ ତ୍ରିପାଠୀ ଏବଂ ତାଙ୍କ ସହଧର୍ମିଣୀଙ୍କୁ ପୁଷ୍ପଗୁଛ ସହ “ସାହିତ୍ୟ ମିତ୍ର” ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ସେହି ଦୁଇଜଣ ଯୁବ ପ୍ରତିଭା ହେଲେ ଯଥା; ଆଦର୍ଶ ଶିକ୍ଷକ, ଯୁବକବି, ତଥା ନୟାଗଡ଼ ଜିଲ୍ଲାର ସାହିତ୍ୟ ସୃଜନୀର(ଏସ.ଆର.ଜି) ଡକ୍ଟର ପ୍ରତାପ କୁମାର ପରିଡ଼ା ଓ ଶିକ୍ଷକ, ଯୁବକବି ତଥା ନୟାଗଡ଼ ବ୍ଲକର ସାହିତ୍ୟ ସୃଜନୀର (ମାଷ୍ଟର ଟ୍ରେନର) ଡକ୍ଟର ଶିଶିର ନାୟକ। ଏହି ଜାତୀୟ ଯୁବ ଦିବସରେ ସାହିତ୍ୟ ମିତ୍ର ହୋଇ ବିବେକାନନ୍ଦଙ୍କ ପରି ସାହିତ୍ୟକୁ ବିଶ୍ବର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ଚେଷ୍ଟିତ ଥିବାରୁ ମଞ୍ଚରେ ଉପସ୍ଥିତ ଥିବା ଆୟୋଜକ…

Read More

ନୟାଗଡ଼ରେ ସ୍ବାମୀ ବିବେକାନନ୍ଦଙ୍କ ୧୬୨ତମ ଜୟନ୍ତୀ ପାଳନ

ନୟାଗଡ଼, (ନୟାଗଡ଼ ଦର୍ପଣ): ବିଶ୍ୱବିଜୟୀ ସ୍ବାମୀ ବିବେକାନନ୍ଦଙ୍କ ୧୬୨ ତମ ଜୟନ୍ତୀ ଅବସରରେ  ନୟାଗଡ଼ ପୂଜ୍ୟପୂଜା କମିଟି ଏବଂ ସିଭିଲ ସୋସାଇଟି ନୟାଗଡ଼ ତରଫରୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଅଛି। ୧୯୮୪ ମସିହା ଜାନୁୟାରୀ ୧୨ ତାରିଖରୁ ମହାନ୍ ଆଧ୍ୟାତ୍ମିକ ସନ୍ନ୍ୟାସୀ, ଦାର୍ଶନିକ, ବିଚାରକ, ସଂସ୍କାରକ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଜୟନ୍ତୀକୁ ଜାତୀୟ ଯୁବ ଦିବସ ଭାବେ ମଧ୍ୟ ସମଗ୍ର ଭାରତ ବର୍ଷରେ ପାଳନ କରାଯାଉଅଛି। ବିବେକାନନ୍ଦ ଥିଲେ ଯୁବକମାନଙ୍କ ପାଇଁ ପ୍ରେରଣାର ସ୍ରୋତ। ରାଷ୍ଟ୍ର ଓ ସମାଜ ନିର୍ମାଣରେ ଯୁବକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ତାଙ୍କର ଆହ୍ୱାନ ଯୁଗେ ଯୁଗେ ଯୁବ ସମାଜକୁ ପ୍ରେରିତ କରୁଥିବ ବୋଲି ଆଜି ଶ୍ରଦ୍ଧାଞ୍ଜଳି ସଭାରେ ବିଭନ୍ନ ବ୍ୟକ୍ତି ବିଶେଷ ମତବ୍ୟକ୍ତ କରିଥିଲେ। ଗୋଦାବରୀ ସାହୁଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ପୂଜ୍ୟପୂଜା ଅନୁଷ୍ଠାନର ଉପସଭାପତି ରାମକୃଷ୍ଣ ରଥ, ସଂପାଦକ ଶରତ…

Read More

ରଘୁବରଙ୍କୁ କାହିଁକି ତଣ୍ଟିଆ ମାରିଲା ବିଜେପି ସାମ୍ବାଦିକ ସମ୍ମିଳନୀରେ ପଚାରିଲେ ଅରୁଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟର ପୂର୍ବତନ ରାଜ୍ୟପାଳ ରଘୁବର ଦାସ ଝାରଖଣ୍ଡ ଫେରି ଯାଇଛନ୍ତି । ଏହା ପରେ ସେ ପୁଣି ଥରେ ବିଜେପିରେ ଯୋଗ ଦେଇଛନ୍ତି । କାର୍ଯ୍ୟକାଳ ପୂର୍ବରୁ ସେ ରାଜ୍ୟପାଳ ପଦରୁ ହଟିଥିଲେ ମଧ୍ୟ ରାଜ୍ୟରେ ତାଙ୍କ ଚର୍ଚ୍ଚା ଏବେ କମିନି । ସେ କହିଛନ୍ତି ରାଜ୍ୟପାଳ ଲାଟ ସାହେବ ନୁହଁନ୍ତି । ଏହାକୁ ନେଇ ରାଜନୈତିକ ସ୍ତରରେ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଜେପି ରଘୁବର ଜଣେ ଲୋକପ୍ରିୟ ରାଜ୍ୟପାଳ ବୋଲି ପ୍ରକାଶ କରିଛି । ଏହାର ଜବାବରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ବିରୋଧୀଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି । ଆଜି ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ. ସାହୁ ରଘୁବର ରାଜ୍ୟପାଳ ବିଜେପିର ଏଜେଣ୍ଟ ଥିଲେ ବୋଲି କହିଛନ୍ତି ।…

Read More

ସେବା ଉତ୍ସବ ପକ୍ଷରୁ ମିନି ମାରାଥନ ଓ ଯୁବ ଉତ୍ସବ

ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ନୟାଗଡ଼ ସେବା ଉତ୍ସବ ସମିତି ପକ୍ଷରୁ ଜାତୀୟ ଯୁବ ଦିବସ ଅବସରରେ ମିନି ମାରାଥନ ଓ ଯୁବ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସକାଳୁ ସକାଳୁ ବିଭିନ୍ନ ଶିକ୍ଷାନୁଷ୍ଠାନର ଏକ ହଜାରରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଓ ଜିଲ୍ଲାର ଅଗ୍ରଣୀ ଯୁବ ସଂଗଠନର ଯୁବକ ଯୁବତୀ ମାନେ ନୟାଗଡ଼ ଦୁର୍ଗାପ୍ରସାଦ ଠାରୁ ବାହାରି ପ୍ରାୟ ୩ କିମି ମାରାଥନରେ ଅଂଶଗ୍ରହଣ କରି ନୟାଗଡ଼ ଜଗନ୍ନାଥ ମନ୍ଦିର ନିକଟରେ ପହଂଚିଥିଲେ। ସବୁଜ ପୃଥିବୀ ଯିବା ଆଗରୁ ଆମକୁ ସବୁଜିମାମୟ ପୃଥବି ଗଢ଼ିବା ବାର୍ତା ନେଇ ଏହି ମାରାଥନ ଅନୁଷ୍ଠିତ ହୋଇଥିଲା। ଏହି ମାରାଥନକୁ ସକାଳେ ସେଵା ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ନୟାଗଡ଼ ଜିଲ୍ଲାପରିଷଦ ଅଧକ୍ଷ ଦେବାଶିଷ ପଟ୍ଟନାୟକ, ବିଜେପି ନେତା ସନ୍ତୋଷ ପ୍ରଧାନ, ଭାପୁର ବ୍ଲକ…

Read More

ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ରେଳ ଷ୍ଟେସନ ସଫେଇ

ନୟାଗଡ଼,(ନୟାଗଡ଼ ଦର୍ପଣ): ପରିବେଶକୁ ସ୍ୱଚ୍ଛ,ସୁନ୍ଦର ଓ ପରିଷ୍କାର ରଖିବା ଲକ୍ଷ୍ୟ ନେଇ ନୟାଗଡ଼ ଜିଲ୍ଲାର ଅଗ୍ରଣୀ ନାଗରିକ ଅନୁଷ୍ଠାନ ‘ନୟାଗଡ଼ ନାଗରିକ ମଞ୍ଚ’ ପକ୍ଷରୁ  ନୟାଗଡ଼ ଟାଉନ ରେଳ ଷ୍ଟେସନ ଏବଂ ଏହାର ପରିସରକୁ ସଫେଇ କରାଯାଇଛି । ରେଳ ଷ୍ଟେସନ ମଧ୍ୟରେ ପଡ଼ିଥିବା ପ୍ଲାଷ୍ଟିକ ପାଣି ବୋତଲ,ପାଉଚ, ଜରି,କାଗଜ ଟୁକୁରା ତଥା ବିଭିନ୍ନ ଆବର୍ଜନା ଗୁଡ଼ିକୁ ପରିଷ୍କାର କରାଯାଇଥିଲା । ସେହିପରି ଷ୍ଟେସନ ପରିସର ଏବଂ ଏହାର ଆଖପାଖରେ ଉଠିଥିବା ଅନାବନା ଗଛ,ଘାସ ଇତ୍ୟାଦିକୁ କଟାଯାଇ ଥିବା ବେଳେ ଷ୍ଟେସନ ମଧ୍ୟରେ ଥିବା ପିଇବା ପାଣି ଟ୍ୟାପ ନିକଟରେ ନିଷ୍କାସିତ ହୋଇ ନପାରି ଜମା ହୋଇ ରହୁଥିବା ଆବର୍ଜନା ପାଣିକୁ ନିଷ୍କାସିତ କରାଯାଇଥିଲା । ନୟାଗଡ଼ ନାଗରିକ ମଞ୍ଚ ସଭାପତି ପ୍ରମୋଦ ପଟ୍ଟନାୟକ ଏବଂ ଉପ ସଭାପତି ପ୍ରଦୀପ କୁମାର ସାହୁଙ୍କ  ନେତୃତ୍ୱରେ ଆୟୋଜିତ ଏହି…

Read More

ନୟାଗଡ଼ରେ ମାର୍ଚ୍ଚ ୧ରୁ ପଞ୍ଚମ ରାଜ୍ୟସ୍ତରୀୟ ନାଟ୍ୟମେଳା

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବର୍ଷ ମାର୍ଚ୍ଚ ୧ରୁ ସପ୍ତାହବ୍ୟାପୀ ପଞ୍ଚମ ରାଜ୍ୟସ୍ତରୀୟ ନାଟ୍ୟମେଳା ପଠାଣି ସାମନ୍ତ ଅଡିଟୋରିଅମ ଠାରେ ଅନୁଷ୍ଠିତ ହେବ। ନୟାଗଡ଼ ସହରର ପଞ୍ଜିକୃତ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମାର୍ଚ୍ଚ ୧ ରୁ ୭ ତାରିଖ ଯାଏଁ ନାଟକ ମହୋତ୍ସବ ଅନୁଷ୍ଠିତ ହେବ। ଚଳିତ ବର୍ଷ ଭୁବନେଶ୍ବର, ସମ୍ବଲପୁର, କଟକ ଏବଂ ନୟାଗଡ଼ ପ୍ରଭୃତି ସ୍ଥାନର ଧୁରୀଣ ନାଟ୍ୟାନୁଷ୍ଠାନମାନଙ୍କ ସହିତ ନାଟକ ମଞ୍ଚସ୍ଥ ନିମନ୍ତେ ଯୋଗାଯୋଗ କରାଯାଇଅଛି । ପ୍ରତ୍ୟହ ସନ୍ଧ୍ୟା ୭ ଘ. ୩୦ ମିନିଟ ସମୟରେ ଆରମ୍ଭ ହେବାକୁ ଥିବା ନାଟକ ଗୁଡିକ ଥିଏଟର ଶୈଳୀରେ ପ୍ରଦର୍ଶିତ ହୋଇ ସର୍ବାଧିକ ଦୁଇ ଘଣ୍ଟା ଅବଧି ମଧ୍ୟରେ ପରିସମାପ୍ତ ହେବ । ନାଟକ ସମୂହ ସାଂପ୍ରତିକ ସମାଜ ଭିତ୍ତିକ ହୋଇ ଦର୍ଶକୀୟ ଆଦୃତି ଲାଭ କରିବ ବୋଲି…

Read More