ନୟାଗଡ଼, (ନୟାଗଡ଼ ଦର୍ପଣ): ବ୍ରହ୍ମପୁରରେ ଚାଲିଥିବା ବିବେକାନନ୍ଦ ସାଂକୃତିକ ମେଳା-୨୦୨୫ ଆନୁକୂଲ୍ୟରେ ଜାନୁୟାରୀ ୧୧,୧୨ ଓ ୧୩ତାରିଖ ତିନିଦିନ ଧରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦ୍ୱିତୀୟ ଦିବସରେ ନୟାଗଡ଼ ଜିଲ୍ଲାର ଦୁଇଜଣ ଯୁବ ପ୍ରତିଭା ମିହିର ରଞ୍ଜନ ତ୍ରିପାଠୀ ଏବଂ ତାଙ୍କ ସହଧର୍ମିଣୀଙ୍କୁ ପୁଷ୍ପଗୁଛ ସହ “ସାହିତ୍ୟ ମିତ୍ର” ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ସେହି ଦୁଇଜଣ ଯୁବ ପ୍ରତିଭା ହେଲେ ଯଥା; ଆଦର୍ଶ ଶିକ୍ଷକ, ଯୁବକବି, ତଥା ନୟାଗଡ଼ ଜିଲ୍ଲାର ସାହିତ୍ୟ ସୃଜନୀର(ଏସ.ଆର.ଜି) ଡକ୍ଟର ପ୍ରତାପ କୁମାର ପରିଡ଼ା ଓ ଶିକ୍ଷକ, ଯୁବକବି ତଥା ନୟାଗଡ଼ ବ୍ଲକର ସାହିତ୍ୟ ସୃଜନୀର (ମାଷ୍ଟର ଟ୍ରେନର) ଡକ୍ଟର ଶିଶିର ନାୟକ। ଏହି ଜାତୀୟ ଯୁବ ଦିବସରେ ସାହିତ୍ୟ ମିତ୍ର ହୋଇ ବିବେକାନନ୍ଦଙ୍କ ପରି ସାହିତ୍ୟକୁ ବିଶ୍ବର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ଚେଷ୍ଟିତ ଥିବାରୁ ମଞ୍ଚରେ ଉପସ୍ଥିତ ଥିବା ଆୟୋଜକ ମିହିର ରଞ୍ଜନ ତ୍ରିପାଠୀ ତଥା ଅନ୍ୟାନ୍ୟ ଅତିଥି ସେମାନଙ୍କୁ ଭୁରି ଭୂରି ପ୍ରଶଂସା କରିଛନ୍ତି ।
ଜାତୀୟ ଯୁବ ଦିବସରେ ସମ୍ମାନିତ ହେଲେ କବି ଓ ଆଦର୍ଶ ଶିକ୍ଷକ
