ଜିଲ୍ଲାବାସୀଙ୍କୁ ଡବଲ ଇଞ୍ଜିନ ସରକାର ଲଲିପପ ଧରେଇଲେ ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟ ବିଧାନସଭାରେ ବଜେଟ ଉପସ୍ଥାପନ ପରିପ୍ରେକ୍ଷୀରେ ମୋହନ ସରକାରଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନା ପାଇଁ ମୋହର ମାରି ପ୍ରଶାସନିକ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଭଦ୍ରକ ଜିଲ୍ଲା ଏବଂ ନୟାଗଡ ଜିଲ୍ଲା ଭୌଗଳିକ ଏବଂ ଜନସଂଖ୍ୟା ଦୃଷ୍ଟିରୁ ସମାନ। ଏକଦିନରେ ଜିଲ୍ଲାର ମାନ୍ୟତା ପାଇଥିଲା। ତେବେ ଉଭୟ ଜିଲ୍ଲାର ଜନସାଧାରଣ ମେଡିକାଲ କଲେଜ ପାଇଁ ବାରମ୍ବାର ଦାବୀ ଉଠାଉ ଥିଲେ। କିନ୍ତୁ ବିଜେପି ସରକାର ପାତରଅନ୍ତର ନୀତି ଆପଣାଇ ନୟାଗଡ ଜିଲ୍ଲା ବାସୀଙ୍କୁ ଭଣ୍ଡେଇ ଦେଇଛନ୍ତି ବୋଲି ନୟାଗଡ ବିଧାନସଭା କଂଗ୍ରେସ ପ୍ରାର୍ଥୀ ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ଟୁଇଟ କରି ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି। ଯେତେବେଳେ ବିଧାନସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଭଦ୍ରକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ…
Read MoreYear: 2025
ଭାରତର ବିଭିନ୍ନ ଜନଜାତିର ଭାଷା ଆଧାରରେ ଜାତୀୟସ୍ତରୀୟ ଅନୂଦିତ କାବ୍ୟପାଠ
ଭାରତୀୟ ଅନୁବାଦ ସାହିତ୍ୟ ତରଫରୁ ଅନଲାଇନ୍ ମାଧ୍ୟମରେ ୫ ଟି ରାଜ୍ୟର ୧୫ ଜଣ ଯୁବ କବି ତଥା ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ଖ୍ୟାତିପ୍ରାପ୍ତ ଅନୁବାଦକମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା ଜାତୀୟସ୍ତରର ଅନୂଦିତ କାବ୍ୟପାଠ ଓ ଆଲୋଚନାଚକ୍ର। ” ଶବ୍ଦ ଖୋ ଗୟେ ବସନ୍ତ କେ ଫୁଲୋଁ ମେଁ” ଶୀର୍ଷକ ଏହି କାର୍ଯ୍ୟକ୍ରମରେ , ଅରୁଣାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ନାଗାଲାଣ୍ଡ, ଓଡ଼ିଶା,,ଆସାମ, ରୁ ସାହିତ୍ୟିକମାନେ ପ୍ରତିନିଧିତ୍ଵ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଉତ୍ତରାଖଣ୍ଡର ବିଶିଷ୍ଟ ଲେଖକ, ଅନୁବାଦକ ଗମ୍ଭୀର ସିଂହ ପଲାନୀ ଯୋଗଦେଇ କହିଥିଲେ-ବର୍ତ୍ତମାନ ସାହିତ୍ୟ ରେ ଅନୁବାଦ ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ଏବଂ ଯୁବ ପିଢୀ ର ଯୋଗଦାନ ଏହି ଆବଶ୍ୟକତା କୁ ସଫଳ କରିପାରିବ। ଭାରତୀୟ ଅନୁବାଦ ସାହିତ୍ୟ ତରଫରୁ ଯୁବ ଅନୁବାଦକମାନଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଅନୁବାଦ ସାହିତ୍ୟ ଆଧାରିତ ବିଭିନ୍ନ କାର୍ଯ୍ୟକ୍ରମରେ…
Read Moreନୟାଗଡ଼ରେ ମିଳିତ ମଞ୍ଚର ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତିର ବୈଠକ ବ୍ରଜେନ୍ଦ୍ର ଉଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଲୋଷ୍ଟାର ଜିଲ୍ଲା ସମ୍ପାଦକ ନୀଳାଦ୍ରି ଭୂଷଣ ସୁବୁଦ୍ଧି ସଭାପତିତ୍ବ କରିଥିଲେ । ନୟାଗଡ଼ ଜିଲ୍ଲା ଓଷ୍ଟାର ନୂତନ ସମ୍ପାଦକ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ଶ୍ରୀଯୂକ୍ତ ମାନସ କୁମାର ସାହୁ ଙ୍କୁ ପୂର୍ବ ସମ୍ପାଦକ ତଥା ଜିଲ୍ଲା ଯୁଗ୍ମ ସମ୍ପାଦକ ପରମାନନ୍ଦ ଦଳାଇଙ୍କ ସମେତ ମଞ୍ଚାସୀନ ମାଣିକେଶ୍ବର ସ୍ୱାଇଁ, ସମ୍ପାଦକ ରାଜ୍ୟ କାର୍ଯ୍ୟକାରିଣୀ ଓଷ୍ଟା, ରାଜ୍ୟ ଓଷ୍ଟାର ସଦସ୍ୟ ବିନାୟକ ପରିଡ଼ା, ଜିଲ୍ଲା ଓଷ୍ଟାର ସଭାପତି ଅଯୋଧ୍ୟା ନାଥ ନାୟକ ,ଜିଲ୍ଲା କର୍ଯ୍ୟକାରୀ ସଭାପତି ଘନଶ୍ୟାମ ରାଉତ,୧୯୪ ସଂଗଠନର ନେତୃତ୍ବ ଇନ୍ଦ୍ରମଣି ବାରିକ ପ୍ରଭୃତି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଏହାପରେ ସମ୍ପାଦକ ବୈଠକର ଆଭିମୁଖ୍ୟ ଜଣାଇବା…
Read Moreଭକ୍ତି ସଙ୍ଗୀତ ଗ୍ରାଣ୍ଡ ଫାଇନାଲ,ବିଷ୍ନୁପ୍ରିୟା ହେଲେ ନୟାଗଡ଼ ‘ସଙ୍ଗୀତ କଲ୍ଲୋଳ’
ନୟାଗଡ଼,(ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ସ୍ଥାନୀୟ ବୁଦ୍ଧ ମଣ୍ଡପ ଠାରେ ଆଜି ଆୟୋଜିତ ଜିଲ୍ଲାସ୍ତରୀୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଗ୍ରାଣ୍ଡ ଫାଇନାଲରେ ନୟାଗଡ଼ ବ୍ଲକର ବିଷ୍ନୁପ୍ରିୟା ବେହେରା ବିଜୟୀ ହୋଇ ୧୧ହଜାର ନଗଦ ରାଶି ସହିତ ନୟାଗଡ଼ ସଙ୍ଗୀତ କଲ୍ଲୋଳ ଉପାଧିରେ ଭୂଷିତ ହୋଇଛନ୍ତି। ସେହିପରି ଦ୍ୱିତୀୟ ସ୍ଥାନରେ ଭାପୁର ବ୍ଲକର ଓମ ପ୍ରକାଶ ମହାରଣା ଏବଂ ତୃତୀୟ ସ୍ଥାନରେ ନୟାଗଡ଼ ବ୍ଲକର ଶୁଚିସ୍ମିତା ଦୋରା ବିଜୟୀ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ଜିଲ୍ଲାର ୮ଟି ବ୍ଲକରେ ଅନୁଷ୍ଠିତ ହୋଇଥିବା ବ୍ଲକସ୍ତରୀୟ ପ୍ରତିଯୋଗିତାରୁ ଶ୍ରେଷ୍ଠ ୧୩ ଜଣ ପ୍ରତିଯୋଗୀ ଫାଇନାଲ ପର୍ଯ୍ୟାୟକୁ ମନୋନୀତ ହୋଇଥିଲେ। ତିନି ପର୍ଯ୍ୟାୟରେ ଅନୁଷ୍ଠିତ ଏହି ଗ୍ରାଣ୍ଡ ଫାଇନାଲରେ ବିଚାରକ ଭାବେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ପ୍ରଚ୍ଛଦପଟ କଣ୍ଠଶିଳ୍ପୀ ନମିତାରାଣୀ ଦାଶ,କଣ୍ଠଶିଳ୍ପୀ ରଶ୍ମିତା ଦାଶ ଏବଂ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଶୋକ…
Read Moreନେହେରୁ ଯୁବା କେନ୍ଦ୍ର ପକ୍ଷରୁ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗୀତା
ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ଅଗ୍ରଣୀ ସ୍ଵେଚ୍ଛାସେବୀ ସଙ୍ଗଠନ “ସୋହମ” ଏବଂ ଭାରତ ସରକାରଙ୍କ ଯୁବ ଓ କ୍ରିଡା ବ୍ୟାପାର ବିଭାଗ ସହଯୋଗରେ ମୋ ଭାରତ କାର୍ଯ୍ୟକ୍ରମ ଅନ୍ତର୍ଗତ “ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗୀତା” ନୟାଗଡ ଷ୍ଟାଡିୟମ ଖେଳପଡିଆ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହାକୁ ନୟାଗଡ ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା, ନୟାଗଡ ମୁନିସପାଲିଟି ଅଧ୍ୟକ୍ଷା ନିରୂପମା ଖଟେଇ, ସୋହମ ସଙ୍ଗଠନର ସମ୍ପାଦକ କାମାକ୍ଷା ପ୍ରସାଦ ଦାଶ, ଉପସଭାପତି ତଥା ବିଶିଷ୍ଠ ପରିବେଶବିତ ଓ ପରିବେଶ ମିତ୍ର ଅନାଦି ଚରଣ ମହାନ୍ତି, ବରିଷ୍ଠ ସଦସ୍ୟ ପ୍ରଶାନ୍ତ କୁମାର ଶତପଥୀ ପ୍ରମୁଖ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଏଥିରେ ନୟାଗଡ ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ବିଜୟୀ ହୋଇ ଆସିଥିବା ଯୁବକ ବର୍ଗର ଫୁଟବଲ, ୧୦୦ ମିଟର ଦୌଡ, ଟାଇକୁଣ୍ଡ ଏବଂ…
Read More“ଜାତୀୟ ସ୍ତରୀୟ ହସ୍ତ କଳା ଶିକ୍ଷା ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମରେ:
ଓଡ଼ିଶାରୁ ଦଶଜଣ ଶିକ୍ଷକ ପ୍ରଶିକ୍ଷଣ ନେଲେ”
ନୟାଗଡ଼, (ନୟାଗଡ଼ ଦର୍ପଣ): ଆସାମ ରାଜ୍ୟ ଗୌହାଟୀ ଜିଲ୍ଲାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ଶିକ୍ଷା ପ୍ରଶିକ୍ଷଣ ଶିବିରରେ ନୟାଗଡ଼ ଜିଲ୍ଲାରୁ ୧୦ ଜଣ ଶିକ୍ଷକ ଯୋଗଦାନ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । କେନ୍ଦ୍ର ସଂସ୍କୃତି ବିଭାଗ ଦ୍ବାରା ପରିଚାଳିତ ସାଂସ୍କୃତିକ ପ୍ରଶିକ୍ଷଣ ଓ ସାଧନ କେନ୍ଦ୍ର ବା ସିସିଆର୍ଟି ଆଞ୍ଚଳିକକେନ୍ଦ୍ର ଗୌହାଟୀ ଆସାମ ଠାରେ ଆୟୋଜିତ ଏହି ୧୦ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଭାରତର ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରୁ ସମୁଦାୟ ୬୧ଜଣ ଶିକ୍ଷକ ଶିଷୟିତ୍ରୀ ଯୋଗଦାନ କରିଥିଲେ। ପ୍ରଶିକ୍ଷଣ ଶିବିରରେ ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମରେ ହସ୍ତକଳା କୌଶଳ ସମ୍ପର୍କରେ ଶିକ୍ଷକମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ଚଳିତ ଫେବୃୟାରି ମାସ ୦୪ରୁ ୧୩ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରକୁ କ୍ଷେତ୍ର ପରାମର୍ଶଦାତା ନିରଞ୍ଜନ ଭୂଇଁୟା ଓ ସଂଯୋଜକ ଶଶାଙ୍କ ଶେଖର…
Read Moreଇଟାମାଟି ଶିକ୍ଷା ଓ ବୈଷୟିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୭ତମ ବାର୍ଷିକ ଉତ୍ସବ
ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କ ପାଇଁ ଉତ୍ସବ ଏକ ଜାତୀୟ ଛୁଟି ଦିବସ ନୁହେଁ ବରଂ ସମସ୍ତଙ୍କ ପାଇଁ ଏକ ଅଭୁଲା ସ୍ମୃତି ରୁପେ ମାନସ ପଟ୍ଟରେ ସାଇତା ହୋଇ ରହିବ। ନିଜେ ନିଜେ ନିରନ୍ତର ଅଧ୍ୟୟନ ସହ ବ୍ୟାୟାମ ନାଚ ଗୀତ ପ୍ରତି ସମସ୍ତେ ସମୟ ଦେବା ଉଚିତ ବୋଲି ଇଟାମାଟି ଶିକ୍ଷା ଓ ବୈଷୟିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସ୍ଥାନୀୟ ବିଧାୟକ ଡ. ଅରୁଣ କୁମାର ସାହୁ ବକ୍ତବ୍ୟ ରଖିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଅଭିମନ୍ୟୁ ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ଅବସରପ୍ରାପ୍ତ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତି ବରିଷ୍ଠ ପ୍ରଶାସକ ନିରଞ୍ଜନ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗ ଦାନ କରି ଛାତ୍ର ଛାତ୍ରୀମାନଙ୍କୁ ଯେତେ ଭଲ ପାଠ ପଢ଼ିଲେ ବା ସଫଳତାର…
Read Moreଜିଲ୍ଲା ଆଇନ୍ସେବା ପ୍ରାଧିକରଣ ତରଫରୁ ସଡ଼କ ସୁରକ୍ଷା ଉପରେ ସଚେତନତା ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନ୍ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ସଚିବ, ଅଞ୍ଜଳି ମଚ୍ଛଖଣ୍ଡଙ୍କ ନେତୃତ୍ୱରେ ଡିଆର୍ଡିଏ ନୟାଗଡ଼ର ସୃଜନ ସମ୍ମିଳନୀ କକ୍ଷରେ ଶତାଧିକ ଗ୍ରାମୀଣ ଆଇନ୍ ସଚେତନତା କର୍ମୀମାନଙ୍କୁ ନେଇ ସଡ଼କ ସୁରକ୍ଷା ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା ସ୍ୱାଗତ ଭାଷଣ ଦେଇଥିବା ବେଳେ ଏହି ଶିବିରକୁ ସଚିବ ଅଞ୍ଜଳି ମଚ୍ଛଖଣ୍ଡ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଆଇନ୍ରେ ଥିବା ବିଧିବ୍ୟବସ୍ଥା ଏବଂ ନିୟମ କାନୁନ୍ ବିଷୟରେ ବୁଝାଇଥିବା ବେଳେ ସମ୍ମାନିତ ଅତିଥି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଶାନ୍ତ କୁମାର ଦାସ, ଏଡିଏମ୍ ରାଜେଶ ଦାସ, ଆଡିସ୍ନାଲ ଏସ୍ପି ସୁବାଷଚନ୍ଦ୍ର ପଣ୍ଡା, ଆର୍ଟିଓ ପ୍ରସନ୍ନ କୁମାର ପରିଡା, ପ୍ରବକ୍ତା ଦଣ୍ଡପାଣି ସ୍ୱାଇଁ, ରମେଶ ଚନ୍ଦ୍ର…
Read Moreନୟାଗଡ ଡାକ୍ତରଖାନା ପରିସରରେ ସ୍ଥାୟୀ ପବ୍ଲିକ ପାର୍କିଂ ବ୍ୟବସ୍ଥା କରାଯାଉ: କଂଗ୍ରେସ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରେ ଗୁରୁତର ଟ୍ରାଫିକ ସମସ୍ୟା ପ୍ରତ୍ୟହ ଅନୁଭୂତ ହେଉଛି। ଡାକ୍ତରଖାନା ପରିସରରେ ବଡବଡ଼ ଅଟ୍ଟାଳିକା, ଷ୍ଟାଫ କ୍ୱାର୍ଟର ନିର୍ମାଣ ହେବା ପରେ ପବ୍ଲିକ ପାର୍କିଂ, ୧୦୮ ଆମ୍ବୁଲାନ୍ସ, ଘରୋଇ ଆମ୍ବୁଲାନ୍ସ ପାର୍କିଂ ଏପରିକି ହସ୍ପିଟାଲ ଷ୍ଟାଫମାନଙ୍କ ଗାଡି ପାର୍କିଂ ପାଇଁ ଧ୍ୟାନ ଦିଆଯାଉ ନାହିଁ ଯାହାଫଳରେ ଜବରଦସ୍ତ ପାର୍କିଂ ସମସ୍ୟା ସମାଧାନ ପାଇଁ ଏବେ ଡାକ୍ତରଖାନା ପରିସରରେ ଥିବା ପୁରୁଣା ସର୍ଜରୀ ୱାର୍ଡ ଭଙ୍ଗା ଯାଉଥିବା ଉଦ୍ଧିଷ୍ଟ ସ୍ଥାନକୁ ପବ୍ଲିକ ପାର୍କିଂ ସ୍ଥଳ ଭାବେ ବ୍ୟବହାର କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ନୟାଗଡ ବିଧାୟକ ଡ଼ ଅରୁଣ ସାହୁ, ନୟାଗଡ ଜିଲ୍ଲପାଳଙ୍କୁ ନୟାଗଡ କଂଗ୍ରେସ ନେତା ତଥା ବରିଷ୍ଟ ଆଇନଜୀବୀ ରଣଜିତ ଦାଶ ସାମାଜିକ ଗଣମାଧ୍ୟମ ସ ଯୋଗେ ପ୍ରସ୍ତାବ ଦେଇଛନ୍ତି। ପ୍ରାୟ ୧୩…
Read Moreବିଜେପି ପକ୍ଷରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥି ପାଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଅନ୍ତର୍ଗତ ବାଉଁଶିଆପଡା – ଇଟାମାଟି ମଣ୍ଡଳରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥିକୁ ପାଳନ କରାଯାଇଛି। ଏଥିରେ ମଣ୍ଡଳରୁ ୫୦୦ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ପଣ୍ଡିତ ଜିଙ୍କ ତ୍ୟାଗ ପୂର୍ଣ୍ଣ ଜୀବନୀ ତଥା ବଳିଦାନ ସମ୍ଵନ୍ଧରେ ସ୍ମୁତି ଚାରଣ କରିବା ସହିତ ପ୍ରତିଜ୍ଞା କରିଥିଲେ କି ତାଙ୍କ ବଳିଦାନଙ୍କୁ ନିରର୍ଥକ ଯିବାକୁ ଦେବୁନି ତାଙ୍କ ଏକାନ୍ତ ମାନବ ବାଦ୍ କଥାକୁ ଚରିତାର୍ଥ କରିବୁ। ଏହି କାର୍ଯ୍ୟକ୍ରମର ନେତୃତ୍ଵ ନେଉଥିବା ସନ୍ତୋଷ କୁମାର ପ୍ରଧାନଙ୍କ ଭାଷଣରେ ଅଭିଭୂତ ହୋଇ ମା’ମାନେ ହୁଳହୁଳି ତଥା ଭାଇମାନଙ୍କ ହରିବୋଲରେ ଗ୍ରାମ ପ୍ରକମ୍ପିତ ହୋଇଥିଲା।ଆସନ୍ତା ଦିନରେ ପଞ୍ଚାୟତରେ ସମସ୍ତ ପଦବୀରେ ବିଜେପି ପ୍ରାଥୀଙ୍କୁ ବିଜୟୀ କରି ଦିନ୍ ଦୟାଲଙ୍କ ଅଧୁରା ସ୍ବପ୍ନକୁ ସାକାର କରିବାକୁ ମତ ପ୍ରକାଶ ପାଇଥିଲା। ମଞ୍ଚରେ ଜିଲ୍ଲା ସାଧାରଣ ସମ୍ପାଦକ ରଞ୍ଜନ ପଣ୍ଡା…
Read More