ଇଟାମାଟି, (ନୟାଗଡ଼ ଦର୍ପଣ): ଆଜି ମାର୍ଚ୍ଚ ମାସ ୨୦ ତାରିଖରେ ଇଟାମାଟି ନିକଟସ୍ଥ ଭୈରବୀ ମନ୍ଦିର ପ୍ରାଙ୍ଗଣରେ ବିଶ୍ୱ ପଖାଳ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଇଟାମାଟି ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ବହୁ ସମାଜସେବୀ, ରକ୍ତଦାତା, ସାହିତ୍ୟିକ, ଗାୟକ, କଳାକାର, ଲୋକପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ଏବଂ ପ୍ରକୃତିପ୍ରେମୀ ମାନେ ଯୋଗ ଦେଇଥିଲେ। ସମାଜସେବୀ ଭାଗିରଥି ବାଇ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିବା ବେଳେ ଦିଲ୍ଲୀପ କୁମାର ସାହୁ ଓ ପ୍ରଶାନ୍ତ କୁମାର ସାହୁ ଏହାକୁ ସଂଚାଳନ କରିଥିଲେ। ଏହି ସଭାରେ ଆଶିଷ କୁମାର ଅଗ୍ରୱାଲ, ବିଶ୍ୱନାଥ ମହାପାତ୍ର, ଶ୍ରବଣ ରାମ, କିଶୋର ଚନ୍ଦ୍ର ନାୟକ, ସଚ୍ଚିଦାନନ୍ଦ ସାଥୁଆ, ଉମେଶ ଚନ୍ଦ୍ର ସାହୁ, ପ୍ରଶାନ୍ତ ପ୍ରଧାନ,ସୁବାସ ଜେନା, ଅନୁବାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ, ସୁଶାନ୍ତ ରାୟ, ସନ୍ତୋଷ ପୃଷ୍ଟି, ଘନଶ୍ୟାମ ବେହେରା, ସୁରେଶ ସ୍ୱାଇଁ,…
Read MoreYear: 2025
ଅଡିଟୋରିଅମରେ ନାହିଁ ବିଦ୍ୟୁତ ସଂଯୋଗ, ଅତ୍ୟଧିକ ଭଡ଼ା ବୃଦ୍ଧି ଯୋଗୁଁ ଉପଭୋକ୍ତା ବିମୁଖ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ରେ ପ୍ରତିଷ୍ଠିତ ପଠାଣି ସାମନ୍ତ ସଂସ୍କୃତି ଭବନ ଏହାର ଅବସ୍ଥିତି, ଆବଶ୍ୟକତା, ଆଧୁନିକୀକୃତ ଉତ୍କର୍ଷତା, ବିଶେଷ ଭାବରେ ମୁନିସିପାଲିଟିର ଏକ ମୂଲ୍ୟବାନ ସ୍ଥାୟୀ ସମ୍ପଦ ଭାବରେ ଅତ୍ୟନ୍ତ ଗୁରୁତ୍ବ ବହନ କରେ । ମାତ୍ର ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏହି ମୂଲ୍ୟବାନ ସମ୍ପତ୍ତି ଅଚିରେ ପତନୋମୁଖୀ ହେବାର ଆଶଙ୍କା ରହିଛି । ଏହି ଅଡିଟୋରିୟମକୁ ବିଦ୍ୟୁତ୍ ସଂଯୋଗ ପାଇଁ ଅର୍ଥ ମଞ୍ଜୁର ହୋଇଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ ନକରିବା, ଏହାର ଭଡ଼ାକୁ ଅହେତୁକ ଭାବେ ବୃଦ୍ଧି କରି ଉପଭୋକ୍ତାମାନଙ୍କୁ ବିମୁଖ କରାଇ ଅଡିଟୋରିୟମକୁ ଦୀର୍ଘକାଳ ଧରି ଅବ୍ୟବହୃତ ରଖିବା ଓ ଫଳ ସ୍ୱରୂପ ଏହାର ଅବକ୍ଷୟ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବା, ପରିସରକୁ ଅନୁପ୍ରବେଶ ଓ ପ୍ରଦୂଷଣରୁ ସୁରକ୍ଷା ଦେବାରେ ବିଫଳତା ପ୍ରଭୃତି କାରଣ ଗୁଡ଼ିକ ଏହାକୁ ବିପର୍ଯ୍ୟୟ ଆଡ଼କୁ ଆଗେଇ…
Read Moreଓଡ଼ିଶା ଲୋକ ଦଳ ତରଫରୁ ଜିଲ୍ଲାପାଳଙ୍କୁ ଦାବିପତ୍ର
ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଶା ଲୋକ ଦଳ ତରଫରୁ ଆଜି ନିରାଡ଼ମ୍ବର ସହକାରେ ଟାଉନ ଥାନା ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଜିଲ୍ଲା ସଭାପତି ଶାନ୍ତନୁ ବିଶୋଇଙ୍କ ସହିତ ସାମାଜିକ କର୍ମୀ ଶ୍ରୀଧର ପ୍ରଧାନ, ରାଜ୍ୟ ସଭାପତି ତଥା ଓଡ଼ିଶା ଲୋକ ଦଳର ପ୍ରତିଷ୍ଠାତା ସନ୍ତୋଷ ନାରାୟଣ ଏହି ପଦଯାତ୍ରାରେ ଯୋଗ ଦେଇଥିଲେ। ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଓଡ଼ଗାଁ ବ୍ଲକ ଜନ ଶୁଣାଣି ଶିବିରରେ ଯୋଗ ଦେଇଥିବାରୁ ନୟାଗଡ଼ ଜିଲ୍ଲାର ଅତ୍ୟାବଶକୀୟ ଦାବି ଗୁଡିକୁ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କୁ ଓଡ଼ିଶା ଲୋକ ଦଳ ସଭାପତି ଶାନ୍ତନୁ ବିଶୋଇ ପ୍ରଦାନ କରିଥିଲେ। ନୟାଗଡ଼ ଜିଲ୍ଲାରେ ଏକ ଆଇନ ମହାବିଦ୍ୟାଳୟ ପ୍ରତିଷ୍ଠା, କିଡ୍ନୀ ଓ କ୍ୟାନ୍ସର ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା ଏବଂ କ୍ଷୁଦ୍ର ଶିଳ୍ପ ଓ କୁଟୀର…
Read Moreଇଟାମାଟି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ “ଘର ହିଁ ବିଦ୍ୟାଳୟ ପ୍ରକଳ୍ପ” କାର୍ଯ୍ୟକ୍ରମ ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଇଟାମାଟିସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଶିଶୁବାଟିକା ବିଭାଗ “ଘର ହିଁ ବିଦ୍ୟାଳୟ ପ୍ରକଳ୍ପ” ପ୍ରଥମ ପର୍ଯ୍ୟାୟର ତୃତୀୟ ସୋପାନ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଆୟୁର୍ବେଦିକ ଡାକ୍ତର ତପସ୍ଵିନୀ ଓଝା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ପ୍ରଧାନାଚାର୍ଯ୍ୟ ପ୍ରକାଶ ଜୀବନ ପାଳ ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ମୁଖ୍ୟ ଅତିଥି ଆଜିର ବିଷୟ ଶିଶୁର ରୋଗ ଏବଂ ତା’ର ଚିକିତ୍ସା ଉପରେ ଶିଶୁର ମାତାପିତାଙ୍କୁ ବିସ୍ତାରିତ ରୂପରେ ଧାରଣା ଦେଇଥିଲେ । ଶିଶୁ ଭାଇଭଉଣୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ, ସୋପାନ ବିଷୟକୁ ନେଇ ନୃତ୍ୟ, ପ୍ରାୟୋଗିକ (ଜ୍ଞାନାତ୍ମକ ପାଠ, ବୁଟ, ମଟର ସିଝା ) କରାଯାଇଥିଲା । ଶିଶୁ ଭାଇ ଭଉଣୀଙ୍କ ଦ୍ଵାରା ବାଲନାଟ୍ୟ କରାଯାଇଥିଲା ପରିଚାଳନା…
Read Moreଏନଏସି ଉଚ୍ଚ ବିଦ୍ୟାଳୟର ମୁଖ୍ୟ ପ୍ରବେଶପଥରୁ ଖସି ପଡ଼ିଲାଣି ନାମ ଫଳକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଗତ ସରକାର ସମୟରେ ଜାତୀୟ ଏବଂ ରାଜ୍ୟ ରାଜପଥ ପାଶ୍ୱର୍ରେ ଥିବା ନୟାଗଡ଼ ସହରର ସମସ୍ତ ସରକାରୀ କାର୍ଯ୍ୟାଳୟ, ମୁଖ୍ୟ ପ୍ରବେଶ ପଥ ଗୁଡ଼ିକର ରୂପାନ୍ତରିତ ହୋଇ ଅତ୍ୟାଧୁନିକ ରୂପରେଖ ପାଇଥିଲା। ପ୍ରତ୍ୟେକ ପ୍ରବେଶପଥ ଗୁଡ଼ିକରେ ସମ୍ପୃକ୍ତ କାର୍ଯ୍ୟାଳୟର ନାମ ଫଳକ ଗୁଡ଼ିକ ବଡ଼ ବଡ଼ ଧାତବ ଅକ୍ଷରରେ ଲେଖା ହୋଇଥିବା ବେଳେ ରାତ୍ର ସମୟରେ ଏଗୁଡ଼ିକ ବିଦ୍ୟୁତ ଆଲୋକ ଦ୍ୱାରା ବେଶ ଆକର୍ଷଣୀୟ ହୋଇ ଶୋଭା ବର୍ଦ୍ଧନ କରୁଛି । ତେବେ ନୟାଗଡ଼ ସହରର କେନ୍ଦ୍ରସ୍ଥଳରେ ଅବସ୍ଥିତ ଏନଏସି ଉଚ୍ଚ ବିଦ୍ୟାଳୟର ମୁଖ୍ୟ ଫାଟକରେ ଲାଗିଥିବା ବିଦ୍ୟାଳୟର ନାମ ଫଳକ ଅତି ନିମ୍ନ ମାନର ହୋଇଥିବା ବେଳେ ତାହା ଏବେ ଦୀର୍ଘ ୬ ମାସ ତଳୁ ଖସି ପଡ଼ିଛି। ଏ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଏହାର ନିର୍ମାଣ ଦାୟିତ୍ୱରେ ଥିବା ବ୍ଲକ କାର୍ଯାଳୟକୁ…
Read Moreସାମ୍ବାଦିକ ସମସ୍ୟା ସମାଧାନ ଦିଗରେ ମାର୍ଗ ପ୍ରସ୍ତୁତ ହେବ, ଉତ୍କଳ ସାମ୍ବାଦିକ ସଂଘ ପ୍ରବେଶ ଦ୍ଵାର ହେଉ- ବାଚସ୍ପତି
ନୟାଗଡ଼,(ନୟାଗଡ଼ ଦର୍ପଣ): ଉତ୍କଳ ସାମ୍ବାଦିକ ସଂଘ ନୟାଗଡ଼ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଓ ରଣପୁର ଶାଖା ପ୍ରତିଷ୍ଠା ଦିବସ ଆଜି ରଣପୁର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ରଣପୁର ବ୍ଲକ ଶାଖା ସଭାପତି ପ୍ରସନ୍ନ କୁମାର ସାମନ୍ତରାୟଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୂତି ଭୂଷଣ କର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ରଣପୁର ଏନଏସି ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ଜିଲ୍ଲା ଶାଖା ସଭାପତି ଶ୍ରୀକାନ୍ତ ଖଟେଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର ସାହୁ, ଜିଲ୍ଲା ଶାଖା ସମ୍ପାଦକ ବୈଦ୍ୟ ଭୂଷଣ ମହାପାତ୍ର, ରଣପୁର ଶାଖା ସମ୍ପାଦକ ମଧୁସୁଦନ ପରିଡ଼ା ପ୍ରମୂଖ ଯୋଗ ଦେଇଥିଲେ। ବାଚସ୍ପତି ଶ୍ରୀମତି ପାଢ଼ୀ ତାଙ୍କ ବକ୍ତବ୍ୟରେ ସାମ୍ବାଦିକ ସମସ୍ୟା…
Read Moreସୃଜନିକାର ଦ୍ଵିତୀୟ ସ୍ଵନକ୍ଷତ୍ର ଉତ୍ସବ ଅନୁଷ୍ଠିତ
ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡର ଭାଷା ସାହିତ୍ୟ ଓ ସଂସ୍କୃତି ପରିଷଦ ‘ସୃଜନିକା’ର ଦ୍ଵିତୀୟ ସ୍ଵନକ୍ଷତ୍ର ଉତ୍ସବ ସ୍ଥାନୀୟ କେ.ସି କ୍ଲବ୍ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶଶଧର ପଣ୍ଡା ଓ ଗୋଦାବରୀ ବସନ୍ତିଆ, ସମାଜସେବୀ ପ୍ରମୋଦ ପଟ୍ଟନାୟକ, କେଶବଚନ୍ଦ୍ର ରାଉତ ଓ ସଂପଦ କୁମାର ରଥ ଯୋଗଦେଇଥିଲେ । ଅତିଥିମାନେ ଆଧୁନିକ କବିତାର ସ୍ଥିତି ସମ୍ପର୍କରେ ଆଲୋଚନା କରି କହିଥିଲେ ଯେ ଆଧୁନିକ କବିତା ସାଂପ୍ରତିକ ସ୍ଥିତି ସହ ଗତି କରି ଚାଲିଛି। ବର୍ତ୍ତମାନର ସମସ୍ୟା ଘେରା ସମାଜ ବ୍ୟବସ୍ଥା ଭିତରେ ଆଧୁନିକ କବିତା ବେଳେବେଳେ ତାର ପଥକୁ ଖୋଜିପାରେ ନାହିଁ। ଏଣୁ ଏହି ଜଟିଳ ମାନସିକତା ଭିତର ଦେଇ ଆଧୁନିକ କବିତା ବର୍ତ୍ତମାନ ଗତି କରୁଛି। ଏହି ଅବସରରେ ଏକ ରାଜ୍ୟସ୍ତରୀୟ କବିତା ପାଠୋତ୍ସବର ଆୟୋଜନ ହୋଇଥିଲା…
Read Moreସ୍ମୃତିତୀର୍ଥ’ ପକ୍ଷରୁ ସାହିତ୍ୟ ଓ ସଂଗୀତର ଯୁଗଳ ବନ୍ଦୀ ‘ରଙ୍ଗ-ଫଗୁଣ’ ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ପବିତ୍ର ହୋଲି ପର୍ବରେ ସ୍ମୃତିତୀର୍ଥ ପକ୍ଷରୁ ରଙ୍ଗ-ଫଗୁଣ -୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ସାଗର ପୁଷ୍କରିଣୀ କୂଳସ୍ଥିତ ବୁଦ୍ଧ ମଣ୍ଡପରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ଯ ସଭାରେ ସାହିତ୍ୟ ଓ ସଙ୍ଗୀତର ଯୁଗଳବନ୍ଦୀରୁ ଶତାଧିକ ଦର୍ଶକ ଭରପୂର ଆନନ୍ଦ ଉପଭୋଗ କରିଥିଲେ । ଅନୁଷ୍ଠାନର ସଭାପତି ଡ. ଗୀତାଞ୍ଜଳି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ସଂପାଦକ ପ୍ରଭାତ କୁମାର ମିଶ୍ର ସଂପାଦକୀୟ ଉପସ୍ଥାପନାରେ ଗତ ବତିଶି ବର୍ଷ ଧରି ସ୍ମୃତିତୀର୍ଥର ଭୂମିକା ବିଷୟରେ ସମ୍ୟକ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ଅତିଥି ଭାବେ ବରିଷ୍ଠ ସଂସ୍କୃତି ଗବେଷକ ପ୍ରଦୀପ୍ତ କୁମାର ପଟ୍ଟନାୟକ, ବରିଷ୍ଠ ନାଟ୍ୟକାର ରାମଚନ୍ଦ୍ର ମିଶ୍ର, କମ୍ରେଡ ବିଶ୍ଵନାଥ ମହାପାତ୍ର ପ୍ରମୁଖ ଯୋଗଦାନ କରି ସ୍ଵକୀୟ ଭାଷଣ ଉପସ୍ଥାପନ କରିଥିଲେ । ପ୍ରତିବର୍ଷ ପରି ୨୦୨୫ ବର୍ଷ…
Read Moreଶିକ୍ଷକ ସହିଦ ଦିବସ ପାଳନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଗତ ୧୯୭୮ ମସିହା ମାର୍ଚ୍ଚ ୯ ତାରିଖରେ ଭୁବନେଶ୍ୱର ଠାରେ ଶିକ୍ଷକମାନଙ୍କ ବିଭିନ୍ନ ଦାବି ନେଇ ଶିକ୍ଷକ ମହାସଂଘର ଆନ୍ଦୋଳନ ଡାକରା ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲାରୁ ବିଭିନ୍ନ ବର୍ଗର ଶିକ୍ଷକମାନେ ଆନ୍ଦୋଳନରେ ସାମିଲ ହେବାକୁ ବସ ଯୋଗେ ଯାଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଟିକାତାଳଠାରେ ଦୁର୍ଘଟଣାରେ ଶିକାର ହୋଇ ମୋଟ ୬ଜଣ ଶିକ୍ଷକ ପ୍ରାଣ ହରାଇଥିଲେ । ସେମାନଙ୍କ ମଧ୍ୟରେ ନୟାଗଡ଼ ଜିଲ୍ଲାର ଜଣେ ଶିକ୍ଷକ ଏବଂ ୩ ଜଣ ଶିକ୍ଷୟିତ୍ରୀ ପ୍ରାଣ ହରାଇଥିଲେ । ପ୍ରାଣ ହରାଇଥିବା ଶିକ୍ଷକମାନେ ଥିଲେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର କାହ୍ନୁ ଚରଣ ପଟ୍ଟନାୟକ,ଦଶପଲ୍ଲା ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ବିଳାସିନୀ ପଟ୍ଟନାୟକ, ସହକାରୀ ଶିକ୍ଷୟିତ୍ରୀ ଚାରୁଲତା ପଟ୍ଟନାୟକ ଏବଂ ଶାନ୍ତିଲତା ମହାରଣା । ଶିକ୍ଷକ ସମାଜ ପାଇଁ ପ୍ରାଣବଳି ଦେଇ ସହିଦ୍ ହୋଇଥିବା ଏହି ଶିକ୍ଷକ…
Read Moreସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟରେ “ଆମ ସଂସ୍କୃତି ଆମ ଖେଳନା” କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟରେ “ଆମ ସଂସ୍କୃତି ଆମ ଖେଳନା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଧୀରେ ଧୀରେ ବିଲୁପ୍ତ ହୋଇଯାଉଥିବା ଆମ ସଂସ୍କୃତି ଓ ପରମ୍ପରା ଯଥା ଓଡ଼ିଆ ଘରର ଚାଲିଚଳଣୀ, ବେଶ ପୋଷାକ, ଖାଦ୍ୟପେୟ, ପିଠାପଣା ସହିତ ପର୍ବପର୍ବାଣୀ ଉପରେ ଛାତ୍ରଛାତ୍ରୀଙ୍କୁ ଧାରଣା ଦେବା ଓ ହାତତିଆରି କଣ୍ଢେଇ ବା ଖେଳନା, ଝୋଟି, କାଗଜର ଫୁଲ ସହିତ ଆକୃତି ଗଢ଼ିବା ଉପରେ ପିଲାଙ୍କ ମନରେ ଆଗ୍ରହ ଜାତ କରିବା ନିମନ୍ତେ ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁଙ୍କ ତତ୍ତ୍ଵାବଧାନରେ “ଆମ ସଂସ୍କୃତି ଓ ଆମ ଖେଳନା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପାଠପଢ଼ୁଥିବା ଛାତ୍ରଛାତ୍ରୀ ମାନେ ରଙ୍ଗବେରଙ୍ଗର କାଗଜ ଓ କନା ତିଆରି ଫୁଲ, ଝାଲର, ତୈଳଚିତ୍ର ଇତ୍ୟାଦି ତିଆରିକରି ଆଣିଥିବା ବେଳେ ସେଗୁଡିକୁ ଆଜିର…
Read More