ନୟାଗଡ଼, (ନୟାଗଡ଼ ଦର୍ପଣ): ବଲାଙ୍ଗି ପାର୍କରେ ପ୍ରାତଃ ଭ୍ରମଣ କଲାବେଳେ ଏକ ଗର୍ଭବତୀ କୁଟୁରାକୁ ବାଲାଙ୍ଗି ପାର୍କ ମଧ୍ୟରେ ଏକ ଜଳାଶୟରୁ ଉଦ୍ଧାରକରି ଜିଲ୍ଲା ବନ୍ୟ ବିଭାଗକୁ ହସ୍ତାନ୍ତର କରିଛନ୍ତି। ଏକ ଜଳାଶୟ ମଧ୍ୟରୁ ଜୀବନ୍ତ ଉଦ୍ଧାର କରିଥିଲେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶରତ କୁମାର ସାହୁ ଓ ଶିକ୍ଷକ ପ୍ରତାପ କୁମାର ପରିଡ଼ା। ଶିକ୍ଷକ ଶ୍ରୀଯୁକ୍ତ ପରିଡ଼ା ଜଳାଶୟ ମଧ୍ୟରେ ସାହସର ସହ ପ୍ରବେଶ କରି ସେହି କୁଟୁରାକୁ ଉଦ୍ଧାର କରିଥିଲେ ଓ ଶରତ ସାହୁ ବନ୍ୟପ୍ରାଣୀ ବିଭାଗକୁ ଫୋନ କରି ଜଣାଇଥିଲେ। ଅନ୍ୟ ଜନ ସାଧାରଣ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ସହଯୋଗ ପାଇଁ ଦୁଇ ଆଦର୍ଶ ଶିକ୍ଷକଙ୍କୁ ଡି.ଏଫ୍.ଓ ଓ ସ୍ଥାନୀୟ ଜନସାଧାରଣ ସାଧୁବାଦ ଜଣାଇଛନ୍ତି।
Read MoreYear: 2025
ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସଚେତନତା ଶିବିର
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଦୌରାଜଜ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶକ୍ରମେ ସଚିବ ଅଞ୍ଜଳି ମଚ୍ଛଖଣ୍ଡଙ୍କ ତତ୍ବାବଧାନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସି.ଡି.ଏମ.ଓ., ନୟାଗଡଙ୍କ ସମ୍ମିଳନୀ କକ୍ଷରେ କଠିନ ଆବର୍ଜନାର ପରିଚାଳନା ଉପରେ ପାରା ମେଡିକାଲ ୱାର୍କର, ପାରା ଲିଗାଲ ସ୍ଵେଚ୍ଛାସେବୀ, ରୋଟେରୀ କ୍ଲବର ସଭ୍ଯମାନେ ତଥା ମୁଖ୍ୟ ଚିକିତ୍ସାଳୟର ପ୍ରତ୍ୟୋକ ବିଭାଗର କର୍ମଚାରୀ ମାନଙ୍କୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମଚାରୀ ପବନ କୁମାର ବେହେରା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲା ବେଳେ ମୁଖ୍ୟ ଅତିଥି ଭାବେ ଅଞ୍ଜଳି ମଚ୍ଛଖଣ୍ଡ ସ୍ଵାଗତ ଭାଷଣ ଦେଇ କଠିନ ଆବର୍ଜନାର ସଂଗ୍ରହ, ପରିବହନ, ପୁନଃଚକ୍ରଣ ଓ ପରିଚାଳନା ଏବଂ ପୋସ ଆକ୍ଟ ଉପରେ ଆଲୋକପାତ କରିଥିଲେ । ଏଥିରେ ବରିଷ୍ଠ…
Read Moreଶ୍ରୀ ଜଗନ୍ନାଥ ସଂଗ୍ରହାଳୟକୁ ଦୁର୍ଲଭ ତାଳପତ୍ର ପୋଥୀ, ପୁସ୍ତକ , ପୁରାତନ ରେଡ଼ିଓ ପ୍ରଦାନ
ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ଆନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଅବସରରେ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାର, ଦୁର୍ଦ୍ଦୁରା ଅନୁଷ୍ଠାନର ଯୁଵସଂଗ୍ରାହକ ସଞ୍ଜୟ କୁମାର ସାହୁ ବିଭିନ୍ନ ସ୍ଥାନରୁ ଦୁର୍ଲଭ ଜିନିଷ ସଂଗୃହିତ କରିଛନ୍ତି। ଏହିପରିପ୍ରେକ୍ଷୀରେ କନକ ଟିଭିର ଜିଲ୍ଲା ପ୍ରତିନିଧି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ ରଥଙ୍କ ନେତୃତ୍ବରେ ପଲୀଶାସନଗ୍ରାମରୁ ରାମଚନ୍ଦ୍ର ମିଶ୍ର, ରମେଶ ରଥଙ୍କ ବାସଭବନରୁ ପୁରାତନ ରେଡ଼ିଓ, କ୍ୟାମେରା, ପେଟ୍ରୋମାସ୍କ ଲାଇଟ୍, କାଠ ନିର୍ମିତ ପୁରାତନ କଳାକୃତି ସାମଗ୍ରୀ ସଂଗୃହିତ ହେବା ସହ ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସୋହମ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଯୁବ ସ୍ଵେଚ୍ଛାସେବୀ କାମାକ୍ଷା ପ୍ରସାଦ ଦାସଙ୍କ ବାସଭବନରୁ ସଂସ୍କୃତ ଓ ଓଡ଼ିଆ ଲିପି ଆୟୁର୍ବେଦ ଚିକିତ୍ସା ଦୁର୍ଲ୍ଲଭ ତାଳପତ୍ର ପୋଥୀ ୬ଖଣ୍ଡ ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାର ଅନୁଷ୍ଠାନକୁ ସ୍ଵେଚ୍ଛାକୃତଭାଵେ ପ୍ରଦାନ କରିଛନ୍ତି। ସମାନ୍ତରାଳଭାଵେ ନୟାଗଡ଼…
Read Moreଭାରତ ମାତାକି ଜୟ ଓ ପାକିସ୍ଥାନ ମୁର୍ଦାବାଦ୍ ଧ୍ବନିରେ ଭାରତୀୟ ଯବାନଙ୍କୁ ସମ୍ମାନ ଜଣାଇଲେ ସିନ୍ଦୁରିଆ ୭୮୬ କ୍ଳବର ସଦସ୍ୟ
ନୟାଗଡ଼, (ନୟାଗଡ଼ ଦର୍ପଣ): ଭାରତର ପଡ଼ୋଶୀ ରାଷ୍ଟ୍ର ପାକିସ୍ଥାନ ସମର୍ଥିତ ଆତଙ୍କବାଦୀଙ୍କ ନରସଂହାର ପରେ ଭାରତୀୟ ସୈନ୍ୟବାହିନୀ ପାକିସ୍ଥାନକୁ ଉପଯୁକ୍ତ ଜବାବ୍ ଦେବା ସହ ପାକିସ୍ଥାନରେ ଥିବା ଆତଙ୍କବାଦୀ ଶିବିର ଗୁଡ଼ିକୁ ଧ୍ବଂସ କରିଥିଲେ। ଯାହାଦ୍ଵାରା କି ଚାରିଦିନରେ ପାକିସ୍ଥାନ ଅସ୍ତ୍ରବିରତି ପାଇଁ ବିଭିନ୍ନ ଦେଶକୁ ଅନୁରୋଧ କରିଥିଲା। ଏହି ଚାରିଦିନ ଭିତରେ ଭାରତୀୟ ସୈନ୍ୟବାହିନୀ ଯେଉଁ ପ୍ରକାର ପରାକ୍ରମ ଦେଖାଇଥିଲେ ସେଥିପାଇଁ ସବୁ ଭାରତୀୟ ଗର୍ବିତ। ଭାରତୀୟ ସୈନ୍ୟବାହିନୀର ମନୋବଳ ବୃଦ୍ଧି ଓ ପରାକ୍ରମକୁ ସମ୍ନାନ ଜଣାଇ ସିନ୍ଦୁରିଆ ୭୮୬ ୟୁଥ୍ କ୍ଳବ୍ ସଦସ୍ୟମାନେ ସିନ୍ଦୁରିଆ ଖେଳପଡ଼ିଆରେ ଏକତ୍ର ହୋଇ ଭାରତ ମାତା କି ଜୟ, ପାକିସ୍ଥାନ ମୁର୍ଦାବାଦ୍ ଓ ଭାରତୀୟ ସୈନ୍ୟବାହିନୀ ଜିନ୍ଦାବାଦ୍ ଧ୍ଵନିରେ ପରିବେଶକୁ ପ୍ରକମ୍ପିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଶିଷ୍ଟ କବି ତଥା ଶିକ୍ଷାବିତ୍ ଶେଖ୍ ଅବଦୁଲ୍ ଖାଲିକ୍ ସଂଯୋଜନା କରିଥିବା…
Read Moreଗ୍ରୀଷ୍ମକାଳୀନ ଚେସ ପ୍ରଶିକ୍ଷଣ ଶିବିର ଉଦଘାଟିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଏବଂ ଅଲ ଓଡ଼ିଶା ଚେସ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଏକ ଗ୍ରୀଷ୍ମକାଳୀନ ଚେସ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଏନଏସି ଉଚ୍ଚ ବିଦ୍ୟାଳୟ ଠାରେ ଉଦଘାଟିତ ହୋଇଯାଇଛି। ଦୀର୍ଘ ୧୨ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଏହି ପ୍ରଶିକ୍ଷଣ ଶିବିରକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଉଦଘାଟନ କରି ଚେସ ଖେଳ ମାନସିକ ତଥା ବୌଦ୍ଧିକ ବିକାଶରେ ସହାୟକ ହୋଇଥାଏ ବୋଲି କହିଥିଲେ। ଯେଉଁ ପିଲାମାନେ ସୂର୍ଯ୍ୟଙ୍କୁ ଉଠାନ୍ତି ଅର୍ଥାତ ପ୍ରତ୍ୟୁଷରେ ଉଠୁଥିବା ପିଲାମାନେ ଅଧିକ ବୁଦ୍ଧିମାନ ହୁଅନ୍ତି ବୋଲି ମୁଖ୍ୟ ଅତିଥି ଉପସ୍ଥିତ ପ୍ରତିଯୋଗୀ ମାନଙ୍କୁ ବୁଝାଇଥିଲେ। ଆଗାମୀ ଦିନରେ ଚେସ ଖେଳର ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ସହଯୋଗ କରିବ ବୋଲି ଏହି ଅବସରରେ ମୁଖ୍ୟ ଅତିଥି…
Read Moreଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ
ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲା ପରିଷଦର ସୃଜନ ସଭାଗୃହରେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ଯୋଗଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଶାନ୍ତ କୁମାର ଦାସ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ବାଚସ୍ପତିଙ୍କ ପ୍ରତିନିଧି, ପୁରୀ ସାଂସଦଙ୍କ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ବୈଠକରେ ସମସ୍ତଙ୍କୁ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ଆଗାମୀ ବର୍ଷାଋତୁରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଏଜେଣ୍ଡା ଅନୁଯାୟୀ ଆଲୋଚନା କରି…
Read Moreଭାରତୀୟ ସେନାବଳର ସଫଳତାରେ ନୟାଗଡ଼ ଜିଲ୍ଲାରେ “ପରାକ୍ରମ ଶୋଭାଯାତ୍ରା”
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ଭାରତୀୟ ସେନାବଳର ସମ୍ମାନ ଓ ମନୋବଳ ବୃଦ୍ଧି ସହିତ ଭାରତର ସୁରକ୍ଷା ଜଣାଇବାକୁ “ପରାକ୍ରମ ଶୋଭାଯାତ୍ରା”ର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ତିନିବାହିନୀର ବୀର ଯବାନଙ୍କୁ କୃତଜ୍ଞତା ଭାବ ପ୍ରକାଶ କରି ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ମୋଟର ସାଇକେଲ ଶୋଭାଯାତ୍ରା ନୟାଗଡ଼ ସହର ଦୁର୍ଗାପ୍ରସାଦ ପଡ଼ିଆ ଠାରୁ ସକାଳ ୮ଘଟିକାରେ ଆରମ୍ଭ ହୋଇ ପୂରୁଣା ସହର ସ୍ଥିତ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ସହର ଯାତ୍ରା କରିଥିଲା। ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ ଉପସ୍ଥିତ ରହି ପତାକା ପ୍ରଦର୍ଶନ କରି ଏହି ତ୍ରିରଙ୍ଗା ବାଇକ୍ ଯାତ୍ରାର ଶୁଭାରମ୍ଭ କରିଥିଲେ । ବୀର ଯବାନଙ୍କ…
Read Moreଜିଲ୍ଲା ଓକିଲ ସଂଘର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ
ସମ୍ବର୍ଦ୍ଧିତ ହେଲେ ଜିଲ୍ଲାର ମାଟ୍ରିକ ଟପର ଆଶିଷ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓକିଲ ସଂଘର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୟାଗଡ଼ ଜଜସିପ ପ୍ରଶାସନିକ ଦାୟିତ୍ୱ ରେ ଥିବା ଓଡିଶା ଉଚ୍ଚନ୍ୟାୟାଳୟ ନ୍ୟାୟାଧୀଶ ଜଷ୍ଟସ ଚିତ୍ତରଞ୍ଜନ ଦାଶ ଯୋଗଦେଇ ଥିଲେ। ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଜଷ୍ଟିସ ଦାଶ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣରେ ପ୍ରଦୀପ ପ୍ରଜ୍ଜଳନ କରିଵା ପରେ ଜିଲ୍ଲା ଓକିଲ ସଙ୍ଘ ସଭାପତି ରଣଜିତ ଦାଶ ସମ୍ପାଦକ ସ୍ବଦେଶ ମିଶ୍ର ଜଷ୍ଟିସ ଦାଶଙ୍କୁ ସ୍ୱାଗତ ସମ୍ବର୍ଦ୍ଧିତ କରି ଶ୍ରଦ୍ଧା ଉପହାର ପ୍ରଦାନ କରିଥିଲେ। ମାଟ୍ରିକ ପରୀକ୍ଷାରେ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ହାସଲ କରି ଜିଲ୍ଲରେ ଟପ୍ପର ଏବଂ ରାଜ୍ୟରେ ସପ୍ତମ ସ୍ଥାନ ଅଧିକାର କରିଥିବା ଯୁବ ଆଇନଜୀବୀ ସୁରେଶ କୁମାର ପ୍ରଧାନଙ୍କ ସୁପୁତ୍ର ଆଶିଷ ପ୍ରଧାନଙ୍କୁ ଜଷ୍ଟିସ ଦାଶ ଉତ୍ତରୀୟ ଦେଇ ସମ୍ବର୍ଦ୍ଦିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜଜ ଆନନ୍ଦ ନାରାୟଣ…
Read Moreବିଜୁ ଜନତା ଦଳ ତରଫରୁ ବ୍ଲକ ଓ ଏନଏସି ସଭାପତି ଘୋଷଣା
ନୟାଗଡ଼, (ନୟାଗଡ଼ ଦର୍ପଣ): ବିଜୁ ଜନତା ଦଳ ପକ୍ଷରୁ ଆଜି ନୟାଗଡ଼ ଜିଲ୍ଲାର ସମସ୍ତ ବ୍ଲକ ଓ ଏନଏସି ସଭାପତି ତାଲିକା ପ୍ରକାଶ ପାଇଛି । ବିଜୁ ଜନତା ଦଳ ନୟାଗଡ଼ ଜିଲ୍ଲା ନିର୍ବାଚନ ଅଧିକାରୀ ଗଙ୍ଗାଧର ପଣ୍ଡାଙ୍କ ଦ୍ୱାରା ତାଲିକା ପ୍ରକାଶ ପାଇଛି । ଜିଲ୍ଲା ସଭାପତି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ନୟାଗଡ଼ ବ୍ଲକ ସଭାପତି ଭାବେ ଅଜିତ ପ୍ରସାଦ ସାହୁ, ଓଡ଼ଗାଁ ବ୍ଲକ ସଭାପତି ଭାବେ ନିତ୍ୟାନନ୍ଦ ପ୍ରଧାନ, ଖଣ୍ଡପଡ଼ା ବ୍ଲକ ସଭାପତି ଭାବେ ବିଜୟ କୁମାର ତ୍ରିପାଠୀ, ଭାପୁର ବ୍ଲକ ସଭାପତି ଭାବେ ଶିବ ପ୍ରସାଦ ଷଡ଼ଙ୍ଗୀ, ଦଶପଲ୍ଲା ବ୍ଲକ ସଭାପତି ଭାବେ ସୁଦାମ ଚରଣ ନାୟକ, ନୂଆଗାଁ ବ୍ଲକ ସଭାପତି ଭାବେ ଯୁଗଳ କିଶୋର ସାହୁ, ଗଣିଆ ବ୍ଲକ ସଭାପତି ଭାବେ…
Read Moreନୟାଗଡ଼ ନିର୍ବାଚନ ମଣ୍ଡଳୀର ଉନ୍ନୟନ କମିଟି ବୈଠକ
ନୟାଗଡ,(ନୟାଗଡ଼ ଦର୍ପଣ): ଜିଲ୍ଲା ପରିଷଦର ‘ସୃଜନ’ ସମ୍ମିଳନୀ କକ୍ଷରେ ମାନ୍ୟବର ବିଧାୟକ, ନୟାଗଡ଼ ଡଃ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ନୟାଗଡ଼ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଏକ ଉନ୍ନୟନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ପ୍ରାରମ୍ଭିକ ସ୍ୱାଗତ ଭାଷଣ ରଖିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ.ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଉପ ଆରକ୍ଷୀ ଅଧୀକ୍ଷକ ଡୋମେନ ଚରଣ ଟୁଡୁ, ଜିଲ୍ଲା ଯୋଜନା ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ବୈଠକରେ ନୟାଗଡ଼ ବିଧାୟକ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଉଦ୍ବୋଧନ ଦେଇ କହିଲେ, ଏହି ରିଭ୍ୟୁ ମିଟିଙ୍ଗ ୩/୪ମାସରେ ଥରେ ହେବା କଥା । ପ୍ରଥମେ ସ୍ୱାସ୍ଥ୍ୟ ବିଭାଗକୁ ନୟାଗଡ଼ ସ୍ୱାସ୍ଥ୍ୟ…
Read More