ଓଡଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ୍ ଆଞ୍ଚଳିକ ସାଧନକେନ୍ଦ୍ର ମଶାବାରୀ ଅନ୍ତର୍ଗତ ପନ୍ତିଖାରୀ ଗ୍ରାମ ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମଶାବାରୀରେ ପ୍ରଧାନ ଶିକ୍ଷକ ଭାବଗ୍ରାହୀ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ପ୍ରଣତି ମଞ୍ଜରୀ ଶର୍ମା, ହୋମିଓପ୍ୟାଥିକ ଡାକ୍ତର ଦେବୀ ପ୍ରସାଦ ପଣ୍ଡା ଓ ପ୍ରକୃତିବନ୍ଧୁ ଓ ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ରଞ୍ଜନ କୁମାର ଦାଶ ଉପସ୍ଥିତ ହୋଇ ପ୍ରଥମେ ଏକବୃକ୍ଷରେ ସମସ୍ତେ ଜଳଦାନ କରି ଠାକୁରଙ୍କ ନିକଟରେ ଧୂପ ଦୀପ ଅର୍ପଣ କରିଥିଲେ।ବିଦ୍ୟାଳୟର ଶିକ୍ଷାର୍ଥୀମାନେ ମୁଖସ୍ଥ ଶିବ ପଞ୍ଚାକ୍ଷର ମନ୍ତ୍ରଗାନ କରିଥିଲେ।ବରିଷ୍ଠ ଶିକ୍ଷୟିତ୍ରୀ ସୁରମା ଷଢଙ୍ଗୀ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ। ଡାକ୍ତର ଶର୍ମା ଶିକ୍ଷାର୍ଥୀଙ୍କୁ କଲେରା, ଡେଙ୍ଗୁ ଓ ମ୍ୟାଲେରିଆ ସମ୍ପର୍କରେ ବୁଝାଇବା…
Read MoreYear: 2025
ରୋହିବାଙ୍କ ବିଦ୍ୟାଳୟ ତରଫରୁ ଶ୍ମଶାନଘାଟ ନିକଟରେ “ମା ପାଇଁ ଗଛଟିଏ” କାର୍ଯ୍ୟକ୍ରମ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କର ସ୍କାଉଟ ଗାଇଡ଼ ଓ ଇକୋକ୍ଲବର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରୋହିବାଙ୍କ ପଞ୍ଚାୟତ ଅନ୍ତର୍ଗତ ବଡ଼ପୋଖରୀ ସନ୍ନିକଟ ଶ୍ମଶାନ ଘାଟ ନିକଟରେ ଯାହାକି ୨୧ନମ୍ବର ରାଜ୍ୟ ରାଜପଥ କଡରେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ “ମା ପାଇଁ ଗଛଟିଏ” କାର୍ଯ୍ୟକ୍ରମ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିଲା। ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ବାରିକଙ୍କ ଅନୁମତି କ୍ରମେ ପ୍ରକୃତିବନ୍ଧୁ ସନ୍ତୋଷ କୁମାର ସାହୁ ଓ ଶିକ୍ଷୟିତ୍ରୀ ଅବନ୍ତୀ ବେହେରାଙ୍କ ନିର୍ଦେଶ କ୍ରମେ ପ୍ରାୟ ୪୮ଜଣ ସ୍କାଉଟ ଗାଇଡ଼ ଓ ଇକୋକ୍ଳବ ଛାତ୍ର ଛାତ୍ରୀ ନିମ୍ବ, ଶାଳୁଆ, ବଉଳ, ଚାକୁଣ୍ଡା, ପିସ୍ତା ବାଦାମ ଆଦି ଛାୟା ପ୍ରଦାନ କାରି ବୃକ୍ଷ ରୋପଣ କରି ଥିଲେ। ଶ୍ରୀ ସାହୁ ସମସ୍ତ ପିଲାମାନଙ୍କୁ ବୃକ୍ଷରୋପଣ ସାଙ୍ଗକୁ ବିଭିର୍ଣ୍ଣ ବୃକ୍ଷର ସୁରକ୍ଷା ପ୍ରତିଦୃଷ୍ଟି…
Read Moreସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଓ ଆଙ୍କାକ୍ଷା ହାଟ ଉଦଘାଟନ ବେଳେ ସାମ୍ବାଦିକଙ୍କୁ ଅସମ୍ମାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପଠାଣି ସାମନ୍ତ ଅଡିଟୋରିଡୟମ୍ ପ୍ରାଙ୍ଗଣରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣତା ଅଭିଯାନ ସମ୍ନାନ ସମାରୋହ ଓ ଆଙ୍କାକ୍ଷା ହାଟ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ତଥା ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଶାନ୍ତ କୁମାର ଦାଶ ପ୍ରମୁଖ ଯୋଗଦେଇଥିଲେ । ପଠାଣି ସାମନ୍ତ ପ୍ରେକ୍ଷାଳୟ ପଡ଼ିଆରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଜରିଆରେ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଖବର…
Read Moreସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଏବଂ ଜିଲ୍ଲାସ୍ତରୀୟ ଆକାଂକ୍ଷା ହାଟ ଉଦ୍ଘାଟିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଏବଂ ଜିଲ୍ଲାସ୍ତରୀୟ ଆକାଂକ୍ଷା ହାଟ ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ପ୍ରଶାନ୍ତ ଦାସ, ମଣ୍ଡଳ ଉନ୍ନୟନ ଅଧିକାରୀ ଦଶପଲ୍ଲା ଓ ଖଣ୍ଡପଡ଼ା ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ। ୨୦୨୩ ମସିହାରୁ ଦେଶରେ ଆକାଂକ୍ଷା ବ୍ଲକ କାର୍ଯ୍ୟକ୍ରମ ଆରମ୍ଭ ହୋଇଅଛି । ନୟାଗଡ଼…
Read Moreରୋଟାରୀ କ୍ଳବର ଅଧିଷ୍ଠାନ ଉତ୍ସବ
“ସେବା ହିଁ ମାନବ ଜୀବନକୁ ସାର୍ଥକ କରିଥାଏ କହିଲେ ବିଧାୟକ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଖଣ୍ଡପଡ଼ାରୋଡସ୍ଥ ରୋଟାରୀ ଭବନରେ କ୍ଳବର ୩୬ତମ ଅଧିଷ୍ଠାନ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଯୋଗ ଦେଇ ରୋଟାରିଆନ ମାନଙ୍କର ସମାଜ ସେବା ମନୋବୃତ୍ତିକୁ ପ୍ରସଂଶା କରିଥିଲେ। ରୋଟାରୀ କ୍ଳବର ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟକ୍ରମ ଗୁଡିକ ପାଇଁ ମୁଖ୍ଯ ଅତିଥି ସମସ୍ତ ରୋଟାରିଆନ ମାନଙ୍କୁ ମଧ୍ଯ ସାଧୁବାଦ ଜଣାଇବା ସହିତ ସେବା ହିଁ ମାନବ ଜୀବନକୁ ସାର୍ଥକ କରିଥାଏ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ଯୋଗଦେଇ ରୋଟାରୀ କ୍ଳବର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ପାଇଁ ବିଦାୟୀ ସଭାପତି ଶ୍ରୀକାନ୍ତ କୁମାର ଖଟେଇଙ୍କୁ ସାଧୁବାଦ ଜଣାଇବା ସହିତ ୨୦୨୫-୨୬ ବର୍ଷ ପାଇଁ ନୂତନ ଭାବେ…
Read Moreଆଦର୍ଶ ଶିକ୍ଷକଙ୍କ ଅବସର ଗ୍ରହଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜଣେ ଶିକ୍ଷକ ସବୁଦିନ ପାଇଁ ଶିକ୍ଷକ ଏବଂ ନମସ୍ୟ, ତା’ର କେବେ ଅବସର ନଥାଏ। ଶିକ୍ଷକତା ପରି ଏକ ପବିତ୍ର ବୃତ୍ତିକୁ ଗ୍ରହଣ କରି ଜଣେ ବ୍ୟକ୍ତି ସାରା ଜୀବନ ଆତ୍ମସନ୍ତୋଷ ଲାଭ କରିଥାଏ ବୋଲି ଆଜି ନୟାଗଡ଼ ଜିଲ୍ଲା ସଦର ମହକୁମା ସ୍ଥିତ ଏନଏସି ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଭୂଗୋଳ ଶିକ୍ଷକ ପ୍ରଦୀପ୍ତ କୁମାର ଡାକୁଆଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟ ଆଲୁମିନି କମିଟି ସଭାପତି ଲକ୍ଷ୍ମୀଧର ମହାପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନ ଅବସର ଗ୍ରହଣ କରିଥିବା ଶିକ୍ଷକ ଶ୍ରୀ ଡାକୁଆଙ୍କ ଉତ୍ସର୍ଗୀକୃତ ଏବଂ କର୍ତ୍ତବ୍ୟ ପରାୟଣତା ସମ୍ପର୍କରେ ସବିସ୍ତୃତ ତଥ୍ୟ ଉପସ୍ଥାପନା କରିବା ସହିତ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ…
Read Moreସମର୍ପଣ ବୃଦ୍ଧାଶ୍ରମର ନୂତନ ପରିଚାଳନା କମିଟି ଗଠନ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହର ନିକଟସ୍ଥ ଲେଖନପୁର ଠାରେ ଗଢିଉଠିଥିବା ସମର୍ପଣ ବୃଦ୍ଧାଶ୍ରମ ହେଉଛି ଅସହାୟ ମାନଙ୍କର ସହାୟ। ଅବହେଳିତ, ନିଷ୍ପେସିତ, ନିର୍ଯ୍ଯାତିତ, ଲାଞ୍ଛିତ ତଥା ନିଃସହାୟ ବୃଦ୍ଧବୃଦ୍ଧାମାନଙ୍କ ପାଇଁ ସମର୍ପଣ ହେଉଛି ଏକ ନିରାପଦ ନିବାସ। ୨୦୧୯ ମସିହାରେ ଗଢି ଉଠିଥିବା ଏହି ସମର୍ପଣ ବୃଦ୍ଧାଶ୍ରମରେ ୨୫ ଜଣ ଅନ୍ତେବାସୀ ରହିଆସୁଛନ୍ତି। ଏମାନଙ୍କର ଭଲମନ୍ଦ ବୁଝାବୁଝି କରିବା ପାଇଁ ୨୫ ଜଣ ସଦସ୍ଯଙ୍କୁ ନେଇ ଏକ ସାଧାରଣ ପରିଷଦ ଗଠନ ହୋଇଥିବା ବେଳେ ସେମାନଙ୍କ ମଧ୍ଯରୁ ୦୭ ଜଣ ସଦସ୍ଯଙ୍କୁ ନେଇ ଏହାର ଗଭର୍ଣ୍ଣିଂବଡି ଗଠିତ। ଯେଉଁ ଗଭର୍ଣ୍ଣିଂବଡିରେ ଜିଲ୍ଲାପାଳ ସଭାପତି ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ହେଉଛନ୍ତି ସଦସ୍ଯ। ଏହି ଦୁଇ ଜଣ ସଦସ୍ଯ ଏକ୍ସଅଫିସିଓ ସଦସ୍ଯ ଭାବେ କାର୍ଯ୍ୟ କରୁଥିବା ବେଳେ ଅନ୍ୟ ୦୫ ଜଣ ସଦସ୍ଯ ପ୍ରତି ୦୩…
Read Moreସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଆନୁସଙ୍ଗିକ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ସେବା ଯୋଗାଇବାର ଉତ୍ସାହ ହେଲେ, ସବୁଦିନ ସେବା ଉତ୍ସବ ହେବ। ସେବା କରିବା ପାଇଁ ସଚେତନତା ସୃଷ୍ଟି କରିବା ସହ ଯୁବପିଢ଼ିଙ୍କୁ ଏଥିରେ ଅଧିକରୁ ଅଧିକ ସାମିଲ କରିବାର ଆବଶ୍ୟକତା ଅଛି। ସମାଜରେ ସେବା ଭାବନା ଜଗିଲେ ଯାଇ ହି ଏକ ସମୃଦ୍ଧ ଉତ୍ସାହ ଭରିବ। ନୟାଗଡ଼ ସେବା ଉତ୍ସବ ସମିତି ପକ୍ଷରୁ ଗତ ଜୁଲାଇ ୧୫ତାରିଖରୁ ଅନୁଷ୍ଠିତ ଅଷ୍ଟମ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବରେ ଯୋଗଦେଇ ମଂଚାସୀନ ଅତିଥିମାନେ ଏଭଳି ମତ ରଖିଛନ୍ତି। ଗତ ଜୁଲାଇ ୧୫ ତାରିଖ ଠାରୁ ଆରମ୍ଭ ହୋଇ ଜୁଲାଇ ୩୦ ତାରିଖ ଯାଏଁ ଅନୁଷ୍ଠିତ ହୋଇଯାଇଥିବା ଏହି ଜିଲ୍ଲାସ୍ଥରୀୟ ଉତ୍ସବରେ ଜିଲ୍ଲାର ୨ହଜାର ଲୋକଙ୍କୁ ଖାଦ୍ୟ, ବସ୍ତ୍ର, ରାସନ ଓ ଆର୍ଥିକ ସହାୟତା ସାଙ୍ଗକୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଯାଇଥିଲା। ଚଳିତ ବର୍ଷ ଏହି ସେବାଉତ୍ସବ ଜିଲ୍ଲାର…
Read Moreନବଘନପୁର ନିକଟରେ ସିଭିଲ ସୋସାଇଟି ପକ୍ଷରୁ ବୃକ୍ଷରୋପଣ
ନୟାଗଡ଼, (ନୟାଗଡ଼ ଦର୍ପଣ): ଆଞ୍ଚଳିକ ପରିବହନ ବିଭାଗ ଏବଂ ସିଭିଲ ସୋସାଇଟି ନୟାଗଡ଼ର ମିଳିତ ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ। ଆଜି ନବଘନପୁର ସ୍ଥିତ ଫିଟନେସ ସେଣ୍ଟର ଅନୁଷ୍ଠାନ ପରିସରରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର ଏବଂ ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଶାନ୍ତ ପରିଡ଼ା ପ୍ରମୁଖ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେ ବିଭିନ୍ନ ଫଳ ପ୍ରଦାନକାରୀ ଗଛ ଲଗାଇଥିଲେ। ଏହି କାର୍ଯ୍ୟକ୍ରମରେ ସିଭିଲ ସୋସାଇଟି ନୟାଗଡ଼ର ଚେୟାରମ୍ୟାନ ସହିତ ସଦସ୍ୟମାନେ ଏବଂ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ।
Read Moreଓଡ଼ିଶା ରାଜ୍ୟ ମହିଳା ଆୟୋଗର ବିବାଦ ସମାଧାନ ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ରାଜ୍ୟ ମହିଳା କମିଶନରଙ୍କ ଦ୍ୱାରା ଆୟୋଜିତ ଶିବିର ରେଜିଷ୍ଟ୍ରାର ସୁଶିଲ କୁମାର ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିବେକାନନ୍ଦ ସାହୁ Convenor Secretary, ବନ୍ଦନା ମହାନ୍ତି ଏବଂ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ଦୁଇ ମହିଳା କାଉନସିଲର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁବାସ ପଣ୍ଡା, ପ୍ରୋଗ୍ରାମ ଅଫିସର ଜୟଶ୍ରୀ ପଟ୍ଟନାୟକ ପ୍ରମୁଖ ଯୋଗଦାନ କରିଥିଲେ। ଏଥିରେ ଆୟୋଗର ୩୨ଗୋଟି କେସ୍ର ମାମଲା ଶୁଣାଣୀ ପାଇଁ ଦାଖଲ କରାଯାଇଥିଲା । ସେଥି ମଧ୍ୟରୁ ୧୮ଗୋଟିର ମାମଲା ଶୁଣାଣୀ କରାଯାଇଥିବା ବେଳେ ତନ୍ମଧ୍ୟରୁ ୨ଟି ମାମଲା ଆପୋଷ ସମାଧାନ ହୋଇଥିବା ବେଳେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ୫ଟି ମାମଲା, ସୁରକ୍ଷା ଅଧିକାରୀଙ୍କୁ ୭ଟି ମାମଲା, ପୁନର୍ବାର ଶୁଣାଣୀ ପାଇଁ ୩ଟି ମାମଲା ଏବଂ ଅନ୍ୟ ବିଭାଗକୁ ୧ଟି ମାମଲା ତଦନ୍ତ କରି ରିପୋର୍ଟ…
Read More