ରୋଟାରୀ କ୍ଳବର ଅଧିଷ୍ଠାନ ଉତ୍ସବ
“ସେବା ହିଁ ମାନବ ଜୀବନକୁ ସାର୍ଥକ କରିଥାଏ କହିଲେ ବିଧାୟକ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଖଣ୍ଡପଡ଼ାରୋଡସ୍ଥ ରୋଟାରୀ ଭବନରେ କ୍ଳବର ୩୬ତମ ଅଧିଷ୍ଠାନ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଯୋଗ ଦେଇ ରୋଟାରିଆନ ମାନଙ୍କର ସମାଜ ସେବା ମନୋବୃତ୍ତିକୁ ପ୍ରସଂଶା କରିଥିଲେ। ରୋଟାରୀ କ୍ଳବର ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟକ୍ରମ ଗୁଡିକ ପାଇଁ  ମୁଖ୍ଯ ଅତିଥି ସମସ୍ତ ରୋଟାରିଆନ ମାନଙ୍କୁ ମଧ୍ଯ ସାଧୁବାଦ ଜଣାଇବା ସହିତ ସେବା ହିଁ ମାନବ ଜୀବନକୁ ସାର୍ଥକ କରିଥାଏ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ଯୋଗଦେଇ ରୋଟାରୀ କ୍ଳବର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ପାଇଁ ବିଦାୟୀ ସଭାପତି ଶ୍ରୀକାନ୍ତ କୁମାର ଖଟେଇଙ୍କୁ ସାଧୁବାଦ ଜଣାଇବା ସହିତ ୨୦୨୫-୨୬ ବର୍ଷ ପାଇଁ ନୂତନ ଭାବେ…

Read More