ନୟାଗଡ ଜିଲ୍ଲାର କୃଷି ଓ କୃଷକଙ୍କ ସମସ୍ୟା ସମାଧାନ କରିବାରେ ସରକାର ବିଫଳ: କଂଗ୍ରେସ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଏକ ପ୍ରମୁଖ କୃଷି ଭିତ୍ତିକ ଜିଲ୍ଲା। ଜିଲ୍ଲାର ୭୫% ଲୋକ କୃଷି ଉପରେ ସମ୍ପୂର୍ଣ ନିର୍ଭରଶୀଳ। କିନ୍ତୁ ଦୁର୍ଭାଗ୍ୟ ର ବିଷୟ ଗତ ବି.ଜେ.ଡି ସରକାରର ୨୫ବର୍ଷ ଶାସନ ଓ ବର୍ତମାନର ବି.ଜେ.ପି ସରକାରର ଏକ ବର୍ଷରୁ ଅଧିକ ଶାସନରେ ଚାଷୀ ସବୁଠାରୁ କ୍ଷତିଗ୍ରସ୍ତ ଓ ଚାଷ ସମ୍ପୂର୍ଣ ବିପର୍ଯ୍ୟସ୍ତ। ଏହି ଉଭୟ ସରକାରର ଅପାରଗତା ଯୋଗୁ କଂଗ୍ରେସ ସରକାର ସମୟରେ ନୟାଗଡ଼ ଜିଲ୍ଲାରେ ପ୍ରତିଷ୍ଠା କରାଯାଇଥିବା ଚିନିକଳଟି ଆଜି ସମ୍ପୂର୍ଣ ବିଲୁପ୍ତ ।  ସେହିପରି ଚାଷ ପାଇଁ ଜଳସେଚନ ର ସୁଯୋଗ ଥିଲେ ମଧ୍ୟ ଚାଷୀ ଚାଷ ପାଇଁ ପାଣି ପାଉନାହିଁ। ବୃତଙ୍ଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରିତା କେବଳ ଘୋଷଣା ରେ ରହିଛି । ପୂର୍ବରୁ ଥିବା ଉଠା ଜଳସେଚନ ପଏଣ୍ଟ ଗୁଡିକ ଅଚଳ ହୋଇପଡିରହିଛି । ଜିଲ୍ଲାରେ…

Read More

ପ୍ରଥମ ଶ୍ରେଣୀ ଛାତ୍ରୀଙ୍କ ପାଇଁ ରକ୍ତଦାନ କଲେ ତିନି ଶିକ୍ଷକ, ପ୍ରଶଂସା ସାଉଁଟିଲେ ଶିକ୍ଷକ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଭାପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ଶ୍ରେଣୀର ଛାତ୍ରୀ କୁମାରୀ ରଞ୍ଜୁ ମାଝି ଅନ୍ତେବାସୀ ଭାବେ ରହି ଆସୁଥିଲେ। ଛାତ୍ରୀ ଜଣଙ୍କ ମେଲେରିଆ ଓ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଭାପୁର ଗୋଷ୍ଠୀ ଚିକିତ୍ସା କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ। ପରେ ଅଧିକ ଚିକିତ୍ସା ପାଇଁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ ୨୧ତାରିଖ ରାତ୍ର ଆଠ ଘଟିକା ସମୟରେ ଭର୍ତ୍ତି କରାଯାଇଥିଲା। ପରେ ଜଣାଗଲା ଯେ, ଛାତ୍ରୀ ଜଣଙ୍କର ରକ୍ତ ଅଭାବ ଅଛି ତୁରନ୍ତ ‘ଓ’ ପଜେଟିଭ ବ୍ଲଡ ଦରକାର। ଏହି ଜରୁରୀ ସୂଚନାକୁ ନୟାଗଡ଼ ଜିଲ୍ଲା ମଙ୍ଗଳ ଅଧିକାରୀ ଚିତ୍ତ ରଞ୍ଜନ ବେହେରା ନୟାଗଡ଼    ଜିଲ୍ଲା କଲ୍ୟାଣ ବିଭାଗ ଓ୍ବାଟସ୍ଅପ ଗ୍ରୁପରେ ସେୟାର କରିଥିଲେ ଯେ ଯେଉଁମାନେ ରକ୍ତ ଦାନ କରିବେ ତୁରନ୍ତ ସହମତି ଦିଅନ୍ତୁ। ଏହି ସୂଚନା…

Read More

ସ୍ଵାୟତ୍ତ ଶାସନ ଦିବସ ଉପଲକ୍ଷେ ପ୍ରତିଯୋଗିତା

ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ୱାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ନୟାଗଡ଼ ପୌର ପରିଷଦ କାର୍ଯ୍ୟାଳୟ ପକ୍ଷରୁ ଆଜି ଏନ୍.ଏ.ସି ଉଚ୍ଚ ବିଦ୍ୟାଳୟ ଠାରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଦେଶାତ୍ମକବୋଧକ ସଙ୍ଗୀତ, ଓଡ଼ିଆ ବକ୍ତୃତା, ଚିତ୍ରାଙ୍କନ ଓ ସାଧାରଣ ଜ୍ଞାନ ବିଷୟରେ କନିଷ୍ଠ ଓ ବରିଷ୍ଠ ବିଭାଗରେ ପ୍ରତିଯୋଗିତା ହୋଇଥିଲା । ସହରରେ ଥିବା ୨୨ଟି ଯାକ ବିଦ୍ୟାଳୟର ମନୋନୀତ ପ୍ରାୟ ୧୦୫ ଜଣ ଛାତ୍ର-ଛାତ୍ରୀ ଅଂଶଗ୍ରହଣ କରିଥିଲେ । ସେଥିମଧ୍ୟରୁ ୨୫ ଜଣ ଛାତ୍ର-ଛାତ୍ରୀ ପ୍ରତିଯୋଗିତାରେ ଯୋଗ୍ୟ ବିବେଚିତ ହୋଇଥିବା ନେଇ ଅପରାହ୍ନରେ ଫଳାଫଳ ଘୋଷଣା କରାଯାଇଥିଲା।ବିଚାରକ ଭାବେ ସୁର ଗନ୍ଧର୍ବ ନବ କିଶୋର ମିଶ୍ର, ବେତାର କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ, ସଙ୍ଗୀତକାର ଜୟଶ୍ରୀ ଦେବୀ, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଗୋଦାବରୀଶ ମିଶ୍ର, ଅଶୋକ ମଲ୍ଲ, ନିର୍ମଲ ଚନ୍ଦ୍ର ସୁରଦେଓ, ପ୍ରଦୀପ…

Read More

କୃଷିବିଜ୍ଞାନ କେନ୍ଦ୍ର ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଗାଜର ଘାସ ବିଷୟରେ ସଚେତନତା କାଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ କୃଷିବିଜ୍ଞାନ କେନ୍ଦ୍ର ତରଫରୁ ମଦର ଆବାସିକ ବିଦ୍ୟାଳୟରେ ଗାଜର ଘାସ ବିଷୟରେ ସଚେତନତା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନୁଷ୍ଠାନର ସଭାପତି ଚକ୍ରଧର ମାହାଳି, ପ୍ରତିଷ୍ଠାତା ପ୍ରଭାସିନୀ ନନ୍ଦଙ୍କ ସହିତ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ପ୍ରମୋଦ ପୃଷ୍ଟି ଓ ସହାୟକ ଦେବାଶିଷ ନାୟକ ଉପସ୍ଥିତ ଥିଲେ। ଗାଜର ଘାସ ଏହିଭଳି ଗୋଟେ ଘାସ ଯାହାଫଳରେ ପ୍ରତେକ ଜାଗାରେ ଅଛି କିନ୍ତୁ ଆମେ ତାକୁ ଜାଣିପାରୁନେ ଏହା ଦ୍ୱାରା ଲୋକମାନେ ଏହି ଘାସ ସଂସ୍ପସରେ ଆସିଲେ ଶ୍ୱାସ ରୋଗ, ଚର୍ମ ରୋଗ ସହିତ ଯଦି ଗାଈକୁ ଖାଇବାକୁ ଦିଆଯାଏ ତାହେଲେ ଗାଈର କ୍ଷୀର ପିତା ହେବ ସହିତ ମୃତ୍ୟୁ ମଧ୍ୟ ହୋଇଥାଏ। ଏହିଭଳି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବୈଜ୍ଞାନିକ ଶ୍ରୀଯୁକ୍ତ ପୃଷ୍ଟି ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଥିଲେ। ପରିଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧନ୍ୟବାଦ…

Read More

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକ

ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସ୍ବାସ୍ଥ୍ୟ ବିଭାଗର ସମସ୍ତ ମୁଖ୍ୟ ବିତରଣୀୟ ଉପରେ ସମୀକ୍ଷା କରିବା ବୈଠକ ଅନୁଷ୍ଠିତ ହେଇଥିଲା। ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ର ବିଭିନ୍ନ  କାର୍ଯ୍ୟକ୍ରମ ସମୀକ୍ଷା କରିବା ସହିତ, ସମସ୍ତ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ସଠିକ୍ ଭାବରେ ପହଞ୍ଚାଇବା ତଥା ଜିଲ୍ଲାକୁ ରାଜ୍ୟସ୍ତରରେ ଏକ ଉତ୍ତମ ସ୍ଥାନରେ ପହଞ୍ଚାଇବା ଉପରେ ଜିଲ୍ଲାପାଳ ଜୋର୍ ଦେବା ସହିତ ସମସ୍ତ ସ୍ୱାସ୍ଥ୍ୟ ବିଭାଗର ଉପସ୍ଥିତ ଥିବା ଅଧିକାରୀମାନଙ୍କୁ ତାଗିତ କରିଥିଲେ। ବିଶେଷ କରି ତୃଣମୂଳ ସ୍ତରରେ ଯଥା ମମତା ଦିବସ, ଟୀକାକରଣ ଦିବସ ଆଦିକୁ ଉତ୍ତମ ରୂପେ ପରିଚାଳନା ପାଇଁ ଉଭୟ ଗୋଷ୍ଠୀ ତଥା ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କୁ ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାରେ ମାତୃ ଓ ଶିଶୁ ମୃତ୍ୟୁ ହ୍ରାସ କରିବା ପାଇଁ ଆଶା ତଥା ସ୍ବାସ୍ଥ୍ୟକର୍ମୀମାନଙ୍କୁ ଅନବରତ…

Read More

ନିଶାମୁକ୍ତ ସମାଜ ଓ ଆମର ଭୂମିକା ଆଲୋଚନା ଚକ୍ର ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟର କୌଶଳୀ କ୍ଲବ୍ ଛାତ୍ରଛାତ୍ରୀମାନଙ୍କୁ ନେଇ “ନିଶାମୁକ୍ତ ସମାଜ ଗଠନରେ ଆମର ଭୂମିକା” ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। କୌଶଳୀ କ୍ଲବର ଦୁଇ ସଂଯୋଜିକା ତଥା ସହକାରୀ ଶିକ୍ଷୟିତ୍ରୀ ରଶ୍ମୀ ରଞ୍ଜିତା ବେହେରା ଓ ସୁଷମା ବିଶ୍ଵାଳଙ୍କ ଦ୍ଵାରା ସଂଯୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁ ଉଦଘାଟନ କରି ନିଶା ସେବନର ଭୟାବହତା ତଥା ନିଶା ହିଁ ସର୍ବନାଶର କାରଣ ଉପରେ ଆଲୋକପାତ କରାଇଥିଲେ। ଏଥି ସହିତ ବରିଷ୍ଠ ସହକାରୀ ଶିକ୍ଷକ ଶେଖ୍ ଅବଦୁଲ୍ ଖାଲିକ୍ ଜୀବନରେ ନିଶା ସେବନ ନକରିବା ତଥା ନିଶାସକ୍ତ ମଣିଷ ମାନଙ୍କୁ ବୁଝାଇ ଏଥିରୁ ନିବୃତ୍ତ ରଖିବା ପାଇଁ ସଦା ଆଗଭର ହୋଇ କାର୍ଯ୍ୟକରିବା ଉପରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ ଶପଥ ପାଠ କରାଇବା ସହିତ ଧନ୍ୟବାଦ ଅର୍ପଣ…

Read More

ପଣ୍ଡିତ ବିନାୟକ ମିଶ୍ର ସାହିତ୍ୟ ସମ୍ମାନ ପାଇବେ ସାହିତ୍ୟିକ ଶତ୍ରୁଜିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ସପ୍ତମ ଶ୍ରେଣୀ ପାଠ ପଢି ଡ୍ରଇଂ ଶିକ୍ଷକରୁ ଅଧ୍ୟାପକ ହେବା ସହ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଅନେକ ଗବେଷଣାତ୍ମକ ପୁସ୍ତକ ରଚନା କରିଥିବା ନୟାଗଡ଼ ଜିଲ୍ଲାର ଗର୍ବ ଓ ଗୌରବ ଅନନ୍ୟ ସାରସ୍ଵତ ସାଧକ ପଣ୍ଡିତ ବିନାୟକ ମିଶ୍ରଙ୍କ  ୧୩୨ ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ ଅଗଷ୍ଟ ୨୭ ତାରିଖ ୨୦୨୫ ରେ ନୟାଗଡ଼ଠାରେ ଅନୁଷ୍ଠିତ ହେବ। ସମାରୋହରେ ଚଳିତ ବର୍ଷ ତଥାସ୍ତୁ ତରଫରୁ କବି, ପ୍ରାବନ୍ଧିକ ଓ ସଂପାଦକ ଶତ୍ରୁଜିତଙ୍କୁ  ପଣ୍ଡିତ ବିନାୟକ ମିଶ୍ର ସାହିତ୍ୟ ସମ୍ମାନ ପ୍ରଦାନ କରାଯିବ। ପଣ୍ଡିତ ବିନାୟକ ମିଶ୍ରଙ୍କ ଜୟନ୍ତୀ ପାଳନ ପାଇଁ କଳା, ସାହିତ୍ୟ, ସଂସ୍କୃତି ଅନୁଷ୍ଠାନ ତଥାସ୍ତୁ ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ତଥାସ୍ତୁର ସଭାପତି ବସିରନ୍ ବିବିଙ୍କ ଅଧ୍ୟକ୍ଷତାରେ ଏବଂ ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ସଂଯୋଜନାରେ…

Read More

ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେଶନ (DYFI)ର ନୟାଗଡ଼ ଜିଲ୍ଲା ସମ୍ମିଳନୀ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେଶନ (DYFI)ର ଦଶମ ଜିଲ୍ଲା ସମ୍ମିଳନୀ ଦଶପଲ୍ଲାର ଇଲେଭେନ ଷ୍ଟାର କ୍ଳବ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀର ପ୍ରାରମ୍ଭରେ ସଂଗଠନର ଜିଲ୍ଲା କମିଟି ସଭାପତି ବିରଞ୍ଚି ପ୍ରଧାନ ପତାକା ଉତ୍ତୋଳନ କଲାପରେ ସମାଜପାଇଁ ଜୀବନ ଦେଇଥିବା ସହିଦମାନଙ୍କ ଉଦ୍ଦେଶ୍ୟରେ ସହିଦ ବେଦିରେ ସମସ୍ତ ପ୍ରତିନିଧି ଓ ଅତିଥିମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ପୁଷ୍ପ ପ୍ରଦାନ କରି ସମ୍ମିଳନୀ କକ୍ଷରେ ପ୍ରବେଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାଥୀ ବିରଞ୍ଚି ପ୍ରଧାନ, ପ୍ରକାଶ ମଣ୍ଡଳ ଓ ଧିରେନ ପାତ୍ରଙ୍କୁ ନେଇ ଏକ ସଭାପତି ମଣ୍ଡଳୀ ସମ୍ମିଳନୀ ପରିଚାଳନା କରିଥିଲେ। ସମ୍ମିଳନୀକୁ ଓଡ଼ିଶା ରାଜ୍ୟ ସଭାପତି ସରୋଜ କୁମାର ନାୟକ ଉଦଘାଟନ କରି ଯୁବ ଆନ୍ଦୋଳନକୁ ଜିଲ୍ଲାରେ ଜୋରଦାର୍ କରିବାକୁ ଆହ୍ବାନ ଦେଇଥିଲେ। ଜିଲ୍ଲା ସମ୍ପାଦକ ବିପିନ୍ ବିହାରୀ ବାଜୁ ଏକ ରାଜନୈତିକ…

Read More

ଡ. ସୁରେଶ ବରାଡ଼ଙ୍କ ଉପନ୍ୟାସ ‘ଡଙ୍ଗରରେ ନିଆଁ’ ଲୋକାର୍ପିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଜାଜ୍ଵଲ୍ୟମାନ ସାରସ୍ବତ ସାଧକ, କବି, ପ୍ରାବନ୍ଧିକ, ଗାଳ୍ପିକ, ଔପନାସିକ ତଥା ଲେଖକ ଡ. ସୁରେଶ ଚନ୍ଦ୍ର ବରାଡ଼ଙ୍କ ଉପନ୍ୟାସ ‘ଡଙ୍ଗରରେ ନିଆଁ’ ପୁସ୍ତକ ଲୋକାର୍ପିତ ହୋଇ ଯାଇଛି। ସ୍ବାଧୀନତା ଦିବସ ଅବସରରେ ଗ୍ରାମ ସଭାପତି ଭରତ ସାହୁଙ୍କ ପୌରୋହିତ୍ୟରେ ଥୁଆବାରୀ ଗ୍ରାମବାସୀମାନଙ୍କ ଦ୍ଵାରା ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅତିଥି ମାନଙ୍କ କରକମଳରେ ଏହି ଉପନ୍ୟାସ ପୁସ୍ତକର ଲୋକାର୍ପଣ ହୋଇ ଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ପ୍ରାକ୍ତନ ମୁଖ୍ୟ ପ୍ରାଧ୍ୟାପକ ଡ.ଗୋବିନ୍ଦ ଚନ୍ଦ୍ର ଦାଶ, ସମ୍ମାନିତ ଅତିଥି ରୂପେ ନୂଆଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ପାରାଢ଼ିପି ସରପଞ୍ଚ ବିଭୂତି…

Read More

ପଠାଣି ସାମନ୍ତ ଆବାସିକ ଉଚ୍ଚ ବିଦ୍ୟାଳୟରେ ୭୯ତମ ସ୍ୱାଧୀନତା ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ପବିତ୍ର ୭୯ତମ ସ୍ବାଧୀନତା ଦିବସ ଅବସରରେ ନୟାଗଡ଼ ସହରରେ ଅବସ୍ଥିତ ପଠାଣି ସାମନ୍ତ ଉଚ୍ଚ ବିଦ୍ୟାଳୟରେ ମହାସମାରୋହରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଭାରତୀୟ ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏଥିରେ ୧ମ ଓ ୨ୟ ବର୍ଷର ଛାତ୍ରଛାତ୍ରୀ ସହ ଅଧ୍ୟାପକଙ୍କ ଦ୍ଵାରା ମହାସମାରୋହରେ ପାଳନ କରାଯାଇଛି। ବିଦ୍ୟାଳୟର ସମ୍ପାଦିକା ତନୁଜା ମିଶ୍ର, ଅଧ୍ୟକ୍ଷ ସୌମ୍ୟରଞ୍ଜନ ପରିଡ଼ା, ନିର୍ଦ୍ଦେଶକ ଦେବାଶିଷ ମିଶ୍ର, ଅଧ୍ୟାପକ କେଦାର ଚନ୍ଦ୍ର ନାୟକ, ଦେବାଶିଷ ମିଶ୍ର, ବିପିନ ପ୍ରଧାନ, ଦିଲ୍ଲୀପ ବରାଡ ପ୍ରମୁଖ ଉପସ୍ଥିତିରେ ପତାକା ଉତ୍ତୋଳନ କରାଯାଇଥିଲା।

Read More