ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିର ପରିସରରେ ଗୁରୁଦିବସ ପାଳନ ହୋଇଯାଇଛି। ଏହି ଅବସରରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଉଚ୍ଚବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭଗବାନ ସାହୁ ମା’ସାରଦାଙ୍କ ନିକଟରେ ଦୀପ ପ୍ରଜ୍ବଳନ କରିଥିଲେ। ବିଦ୍ୟାଳୟ ର ପ୍ରଧାନାଚାର୍ଯ୍ୟ ଶ୍ରୀ ଅମ୍ବିକା ପ୍ରସାଦ ପଟ୍ଟନାୟକ ମୁଖ୍ୟ ଅତିଥିଙ୍କ ପରିଚୟ ରଖିଥିଲେ। ମୁଖ୍ୟ ଅତିଥି ଗୁରୁଦିବସ ର ମହତ୍ତ୍ୱ, ସମାଜରେ ଗୁରୁଙ୍କ ଭୂମିକା ସମ୍ପର୍କ ରେ ଧାରଣା ଦେଇଥିଲେ। ଶିଶୁର ଶିକ୍ଷାଗ୍ରହଣ ଆରମ୍ଭ ହୁଏ ଶୂନ ରୁ ଆଠ ବର୍ଷ ମଧ୍ୟରେ। ଏହିସମୟ ରେ ଗୁରୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ। ଛାତ୍ରଛାତ୍ରୀମାନେ ମଧ୍ୟ ଗୁରୁଦିବସ ର ମହତ୍ୱ ଓ ଏହିଦିବସ ପାଳନ ର ଆବଶ୍ୟକତା ସମ୍ପର୍କ ରେ କହିଥିଲେ। ପରିଚାଳନା ସମିତିର ସଦସ୍ୟା ଶ୍ରୀମତୀ ଜ୍ୟୋସ୍ନାମୟୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟ ର…
Read MoreMonth: September 2024
ନୟାଗଡ଼ ଜିଲ୍ଲାରେ ବୁଲିଲା କୌଶଳ ରଥ
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଆଜିଠାରୁ ଆରମ୍ଭ ହୋଇଛି କୌଶଳ ରଥ ପରିକ୍ରମା । ଆଜି ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ କୌଶଳ ରଥର ଶୁଭାରମ୍ଭ କରାଯାଇଛି । ଏହା ଜିଲ୍ଲାର ସମସ୍ତ ଆଠଟି ବ୍ଲକ ଏବଂ ପୌରାଞ୍ଚଳରେ ପରିକ୍ରମା କରିବ। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ କୌଶଳ ରଥର ଶୁଭାରମ୍ଭ କରିଛନ୍ତି । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ରୋଜିନା ଦାସ, ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ଓ ସୂଚନା ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଆଜିଠାରୁ ୮ ତାରିଖ ପର୍ଯ୍ୟନ୍ତ…
Read Moreସେପ୍ଟେମ୍ବର ୧୪ ରେ ରାଷ୍ଟ୍ରୀୟ ଲୋକ ଅଦାଲତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଆସନ୍ତା ସେପ୍ଟେମ୍ବର ୧୪ତାରିଖ ଶନିବାର ଦିନ ଜିଲ୍ଲା ଓ ଦୌରା ଅଦାଲତ ନୟାଗଡ଼ ସମେତ ଜିଲ୍ଲାର ସମସ୍ତ ଅଦାଲତ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ ସଚିବ ଶ୍ରୀ ଅଞ୍ଜଳି ମଛଖଣ୍ଡ ପ୍ରକାଶ କରିଛନ୍ତି । ଉକ୍ତ ଲୋକ ଅଦାଲତରେ ସମସ୍ତ ପ୍ରକାରର ବିଚାରଧିନ ମକଦ୍ଦମା ଯଥା ଫୌଜଦାରୀ (ସାଲିଶ ଯୋଗ୍ୟ ), ଚେକ ବାଉନ୍ସ , ବ୍ୟାଙ୍କ ଋଣ, ମୋଟୋର ଦୁର୍ଘଟଣା ଜନିତ କ୍ଷତିପୂରଣ, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ, ଜଳ ଓ ଅନ୍ୟାନ୍ୟ ଦେୱାନୀ ମକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । ଏହା ସହ ପ୍ରାକ୍ ମକଦ୍ଦମା ସ୍ତରୀୟ ମାମଲା ତଥା ଚେକ୍ ବାଉନ୍ସ ମାମଲା, ବ୍ୟାଙ୍କ ସମ୍ବନ୍ଧୀୟ ବିବାଦ, ବିଦ୍ୟୁତ, ଜଳ ଓ…
Read Moreଜବାହର ନବୋଦୟ ଚୟନ ପରୀକ୍ଷା ପାଇଁ ଆବେଦନ ଗ୍ରହଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ନାମଲେଖା ପାଇଁ ଚୟନ ପରୀକ୍ଷା ଆସନ୍ତା ଜାନୁୟାରୀ ମାସ ୧୮ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ନୟାଗଡ଼ ଜିଲ୍ଲାରେ ୫ମ ଶ୍ରେଣୀରେ ପଢ଼ୁଥିବା ଏବଂ ନୟାଗଡ଼ ବାସିନ୍ଦା ପ୍ରମାଣ ପତ୍ର ଥିବା ଆଶାୟୀ ପ୍ରାର୍ଥୀ ମାନେ ଏଥିରେ ଆବେଦନ କରି ପାରିବେ। ଆବେଦନ କରିବାର ଶେଷ ତାରିଖ ଚଳିତ ସେପ୍ଟେମ୍ବର ମାସ ୧୬ ତାରିଖ ରହିଛି। ଆବେଦନ କରିବା ପାଇଁ ବିଭିନ୍ନ ସର୍ତ୍ତାବଳୀ ଏହି ୱେବ ସାଇଟ www.cbseitms.rcil.gov.in/nvs/Index/Registration କିମ୍ବା www.navodaya.gov.in ରୁ ମିଳିପାରିବ।
Read Moreସୁଭଦ୍ରା ଯୋଜନା ଫର୍ମ ବଣ୍ଟାକୁ ନେଇ ହଟ୍ଟଗୋଳ, ଅଙ୍ଗନବାଡି ଦିଦିଙ୍କୁ ଆକ୍ରମଣ କଲେ ଯୁବକ
ରଣପୁର, (ନୟାଗଡ଼ ଦର୍ପଣ): ଓଡିଶା ସରକାରଙ୍କ ସୁଭଦ୍ରା ଯୋଜନା ଫର୍ମ ବଣ୍ଟନକୁ ନେଇ ଅଙ୍ଗନବାଡି ଦିଦିଙ୍କୁ ପିଟିଲେ ଜନୈକ ଯୁବକ। ଏପରି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକ ମହତପଲ୍ଲା ପଞ୍ଚାୟତର ଡ଼ିମିରିଆ ଗ୍ରାମରେ। ଉକ୍ତ ଗ୍ରାମର ଅଙ୍ଗନବାଡି ଦିଦି ମିନାକ୍ଷୀବାଳା ପରିଡା ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ସୁଭଦ୍ରା ଯୋଜନାର ଫର୍ମ ନିଜ ଗ୍ରାମରେ ବଣ୍ଟନ କରୁଥିବା ବେଳେ ଫର୍ମ ବଣ୍ଟନକୁ ନେଇ ଉକ୍ତ ଗ୍ରାମର ସରୋଜ ମହାପାତ୍ର ତାଙ୍କୁ ବିରୋଧ କରିଥିଲେ। ତାଙ୍କ ସହ ତାଙ୍କର ବଚସା ମଧ୍ୟ ହୋଇଥିଲା। ପରେ ଅଙ୍ଗନବାଡି ଦିଦିଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ସାନଝିଅ ସାଇ ଶ୍ରଦ୍ଧାଞ୍ଜଳି ନାୟକ ଓ ପୁଅ ସାଇ ସୌମ୍ୟଜିତ୍ ନାୟକଙ୍କୁ ଆକ୍ରମଣ କରିଥିବା ରଣପୁର ଥାନାରେ ଅଙ୍ଗନବାଡି କର୍ମୀ ମିନାକ୍ଷୀ ପରିଡା ଏକ ଲିଖିତ ଅଭିଯୋଗ କରିଥିବା…
Read Moreନୟାଗଡ଼ ଚିନିକଳ ପୁନଃରୁଦ୍ଧାର ନିମନ୍ତେ ବୈଠକ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଅନ୍ତର୍ଗତ ପାଣିପୋଇଲାସ୍ଥିତ ନୟାଗଡ଼ ଚିନିକଳକୁ ପୁନଃରୁଦ୍ଧାର କରିବା ନିମନ୍ତେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ,ଭା.ପ୍ର.ସେ.ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଏକ ପ୍ରାରମ୍ଭିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚିନିକଳର ପୁନଃରୁଦ୍ଧାର ନିମନ୍ତେ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।
Read Moreନୟାଗଡ଼ ଜିଲ୍ଲାରେ ସୁଭଦ୍ରା ଯୋଜନା କାର୍ଯ୍ୟକ୍ରମର ସୁପରିଚାଳନା
ନୟାଗଡ଼,(ନୟାଗଡ଼ ଦର୍ପଣ): ଜନ କଲ୍ୟାଣକାରୀ ସୁଭଦ୍ରା ଯୋଜନାର ସଫଳ ରୂପାୟନ ନିମନ୍ତେ ନୟାଗଡ଼ ଜିଲ୍ଲାରେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ,ଭା.ପ୍ର.ସେ.ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଖୁବ ସୁନ୍ଦର ଭାବରେ ଯୋଜନାର ସୁପରିଚାଳନା କରାଯାଉଛି । ସମସ୍ତ ହିତାଧିକାରୀମାନଙ୍କ ପାଖରେ ଏହି ଯୋଜନାର ଫର୍ମ ପ୍ରାୟତଃ ପହଁଚିସାରିଲାଣି । ଏହି ଜିଲ୍ଲାର ୮ଟି ବ୍ଲକ ଯଥା-ଭାପୁରକୁ ୪୬୭୭୫, ନୟାଗଡ଼କୁ ୭୪୩୦୨, ରଣପୁରକୁ ୭୪୩୨୭, ଓଡ଼ଗାଁକୁ ୮୧୬୨୩, ନୂଆଗାଁକୁ ୪୪୬୨୦, ଦଶପଲ୍ଲାକୁ ୪୫୬୧୦, ଗଣିଆକୁ ୧୭୪୨୮ ଏବଂ ଖଣ୍ଡପଡ଼ାକୁ ୫୧୩୧୫ ସର୍ବମୋଟ ୪୩୬୦୦୦ଫର୍ମ ଯୋଗାଇ ଦିଆଯାଇଛି । ଏହି ଫର୍ମ ମଧ୍ୟରୁ ୮ ବ୍ଲକର ୮ ସିଡିପିଓଙ୍କୁ ୩୧୫୧୫୭,ଜିଲ୍ଲାର ୪୬୩ଟି ସହଜ ଜନସେବା କେନ୍ଦ୍ରକୁ ୮୯୯୦, ଜିଲ୍ଲାର ୩୪୬ଟି ମୋ ସେବା କେନ୍ଦ୍ରକୁ ୭୪୭୦, ବିଡିଓମାନଙ୍କ ପାଖରେ ୩୩୫୦,ଏନଏସି ଓ ପୌର ପରିଷଦର ନିର୍ବାହୀ ଅଧିକାରୀମାନଙ୍କୁ ୩୬୦୦,ପଂଚାୟତିରାଜର ନିର୍ବାଚିତ ପ୍ରତିନିଧିମାନଙ୍କୁ ୮୫୦…
Read Moreରାଜ୍ୟସ୍ତରୀୟ ପ୍ରତିଯୋଗିତା, ଟାଇକୋଣ୍ଡୋ ସ୍କୁଲ୍ ଅଫ୍ ନୟାଗଡ଼ର ବଡ଼ ସଫଳତା
ନୟାଗଡ଼, (ନୟାଗଡ଼ ଦର୍ପଣ): ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧ରିଖ ୩ଦିନ ଧରି କଟକ ଯବାହାର ଲାଲ୍ ନେହେରୁ ଇଣ୍ଡୋର ଷ୍ଟାଡିଅମ ଠାରେ ଓଡିଶା ଟାଇକୋଣ୍ଡୋ ସଙ୍ଘ ଦ୍ୱାରା ପରିଚାଳିତ ରାଜ୍ୟସ୍ତରୀୟ କିରୋଗୀ ଏବଂ ପୁମସେ ଟାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଟାଇକୋଣ୍ଡୋ ସ୍କୁଲ୍ ଅଫ୍ ନୟାଗଡ଼ରୁ ୭ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଏଥିରେ ୩ଜଣ ସ୍ବର୍ଣ୍ଣ ପଦକ ପାଇଥିବା ବେଳେ ୩ଜଣ ରୋପ୍ୟ ପଦକ ଏବଂ ଜଣେ କାଁସ୍ୟ ପଦକ ପାଇଥିଲେ। ଏଥିରେ ଏମ୍ ରିତିକ୍ ରଂଜନ ମହାପାତ୍ର କୋଚ୍ ଭାବରେ ଏବଂ ଲିଜା ପରିଡ଼ା ମ୍ୟାନେଜର ଭାବରେ ଯୋଗଦାନ ଦେଇଥିଲେ। ଯେଉଁ କ୍ରୀଡ଼ାବିତ ମାନେ ସ୍ଵର୍ଣ ପଦକ ପାଇଥିଲେ ଏଥିରୁ ୩ଜଣ କ୍ରୀଡ଼ାବିତ ଜାତୀୟସ୍ତର ପାଇ ମନୋନୀତ ହୋଇଛନ୍ତି । ଏଥିରେ ଓଁକାର ଦଳବେହେରା, ପୁମସେ ୧ଟି ସ୍ଵର୍ଣ ପଦକ ସୋହିତ ଗଡ଼ନାୟକ, ପୁମସେ…
Read Moreଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ କଣ୍ଢେଇ ମେଳା ସହିତ ବିଜ୍ଞାନ ମେଳା ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ହାଉସିଂ ବୋର୍ଡ କଲୋନୀ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ବାର୍ଷିକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି। କୁନି କୁନି ଶିଶୁ ବୈଜ୍ଞାନିକ ମାନଙ୍କ ଦ୍ବାରା ଏହି ବିଜ୍ଞାନ ମେଳାରେ ମୋଟ ୧୫୨ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ସକାଳ ୧୦ଟାରେ କାର୍ଯ୍ୟକ୍ରମ ଉଦଘାଟନ ହୋଇଥିଲା ବେଳେ ଅପରାହ୍ନ ୦୨ ଟାରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏହି ଉତ୍ସବରେ ମୁଖ୍ଯ ଅତିଥି ଭାବେ ରଣପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସତ୍ଯ ନାରାୟଣ ପ୍ରଧାନ ଯୋଗଦେଇ ଦୈନନ୍ଦିନ ଜୀବନରେ ବିଜ୍ଞାନର ବ୍ଯବହାର ବିଷୟରେ ଆଲୋଚନା କରିବା ସହିତ ବିଜ୍ଞାନ ଯୁଗରେ ପ୍ରତ୍ଯେକ ଅଭିଭାବକମାନେ ନିଜ ନିଜର ଶିଶୁମାନଙ୍କୁ ଅନ୍ଧ ବିଶ୍ବାସରୁ ଦୂରେଇ ଉପଯୁକ୍ତ ସଂସ୍କାରରେ ଗଢିବା ପାଇଁ ନିବେଦନ କରିଥିଲେ। ସମ୍ମାନିତ…
Read Moreଆଧୁନିକ ନୟାଗଡ଼ ସହରର ରୂପକାର ସ୍ଵର୍ଗତ ରଘୁନାଥ ଦାସ (ନାଥବାବୁ)ଙ୍କ ଜନ୍ମ ଶତବାର୍ଷିକୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ର ପ୍ରଥମ ନଗରପାଳ ତଥା ଆଧୁନିକ ନୟାଗଡ଼ ସହରର ରୂପକାର ସ୍ଵର୍ଗତ ରଘୁନାଥ ଦାସ(ନାଥବାବୁ)ଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ଚଳିତ ସେପ୍ଟେମ୍ବର ଚାରି ତାରିଖରେ ତାଙ୍କର ପ୍ରିୟ ନିଜ ହାତଗଢା ଏନ୍.ଏ.ସି. ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମହା ସମାରୋହରେ ପାଳିତ ହୋଇଯାଇଛି ! ଏହି ସମାବେଶରେ ଭାରତ ସରକାରଙ୍କ ଅବସରପ୍ରାପ୍ତ ଗଣମାଧ୍ୟମ ପରାମର୍ଶଦାତା ଡ. ଉମାକାନ୍ତ ମିଶ୍ର ମୁଖ୍ୟ ଅତିଥି, ବିଶିଷ୍ଟ ଶିଶୁ ସାହିତ୍ୟିକ ଦାଶ ବେନହୁର ବରେଣ୍ୟ ଅତିଥି, ପୌରପାଳ ଶ୍ରୀମତୀ ନିରୁପମା ଖଟେଇ ସମ୍ମାନିତ ଅତିଥି, ପ୍ରାକ୍ତନ ଉପାଧ୍ୟକ୍ଷ ବରିଷ୍ଠ ଓକିଲ କୃଷ୍ଣଚନ୍ଦ୍ର ପ୍ରଧାନ, ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନ୍, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ନାଥବାବୁଙ୍କ ତ୍ୟାଗପୂତ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ ! ସ୍କୁଲ ପରିସରରେ ନାଥବାବୁଙ୍କ…
Read More