ସମର୍ପଣ ବୃଦ୍ଧାଶ୍ରମରେ ଫଳ ବାଣ୍ଟିଲେ ଭାଟସାହି ସରପଞ୍ଚ ସାରଦା କୁମାରୀ ସାହୁ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ନିକଟ ଲେଖନପୁର ସ୍ଥିତ ସମର୍ପଣ ବୃଦ୍ଧାଶ୍ରମ ହେଉଛି ଅସହାୟ ମାନଙ୍କ ପାଇଁ ସହାୟ। ବହୁ ଅଭାବ ଅନାଟନ ଜୀବନ ନିର୍ବାହ କରୁଥିବା ତଥା ଅବହେଳିତ ନିଷ୍ପେଷିତ ବୃଦ୍ଧବୃଦ୍ଧା ମାନଙ୍କ ନିମିତ୍ତ ଏକ ନିର୍ଭର ଯୋଗ୍ୟ ଅନୁଷ୍ଠାନ ହେଉଛି ସମର୍ପଣ ବୃଦ୍ଧାଶ୍ରମ । ବହୁ ବଦାନ୍ଯ ବ୍ଯକ୍ତି ମାନଙ୍କର ଅକୁଣ୍ଠିତ ସାହାଯ୍ୟ ସହଯୋଗରେ ବେଶ୍ ଆନନ୍ଦ ରେ ରହୁଛନ୍ତି ଏହି ଅନୁଷ୍ଠାନର ୨୫ ଜଣ ଅନ୍ତେବାସୀ ।ସେହି ବଦାନ୍ଯ ବ୍ଯକ୍ତି ମାନଙ୍କ ମଧ୍ଯରେ ଅନ୍ଯତମ ହେଉଛନ୍ତି ଭାଟସାହି ସରପଞ୍ଚ ସାରଦା କୁମାରୀ ସାହୁ।ଆଜି ଶ୍ରୀମତୀ ସାହୁ ଦୁଇ ଝିଅ ଙ୍କୁ ସାଥିରେ ଆଣି ସମର୍ପଣ ଅନ୍ତେବାସୀ ମାନଙ୍କୁ ଫଳ ଓ ମିଠା ବଣ୍ଟନ କରିବା ସହିତ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ସରପଞ୍ଚ ଶ୍ରୀମତୀ ସାହୁଙ୍କ ଏହି ବଦାନ୍ଯତା ପାଇଁ ସମର୍ପଣ…

Read More

ସମୟ ଚକରେ ରଣପୁର ମହାବିଦ୍ୟାଳୟ

ଆଜି ମନେପଡେ ସେଇ ସୁନେଲୀ ଅତୀତର କଥା। କେଡେବେଗି ସେଇ ଦିନ ଗୁଡ଼ିକ କାଳ ଖଣ୍ଡରେ ଲୀନ ହୋଇଗଲା। ୧୯୭୮ ମସିହା ଜୁଲାଇ ମାସ ୨୭ ତାରିଖ ଦିନ ରଣପୁର ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଆଜି ଜୁଲାଇ ୨୭,୨୦୨୪କୁ ୪୬ବର୍ଷ ପୂର୍ତ୍ତି ହେବାକୁ ଯାଉଛି। ଏମିତିକା ହିସାବ କଲେ ମନ୍ଦାକିନୀ ନଦୀରେ କେତେ କେତେ ଜଳରାଶି ପ୍ରବାହିତ ହୋଇ ସାରିଛି ତାର ପ୍ରମାଣ ନିଜେ ସ୍ଵୟଂ ସେଇ ମନ୍ଦାକିନୀ ନଦୀ ହିଁ ଦେଇ ପାରିବ। ସମ୍ମୁଖ ଭାଗରେ ଦଣ୍ଡାୟମାନ ହୋଇ ରହିଥିବା ମଣିନାଗ ପାହାଡ ତା’ର ସୁଖଦୁଃଖର ମୁକାସାକ୍ଷୀ ପରି ପ୍ରତ୍ୟୟ ହୁଏ। ୯.୫୨ଏକର ପରିମିତ ଜମିର ପରିସୀମା ବା ଚଉହଦୀକୁ ଜାବୁଡି ଧରି ନୀରବ ଓ ନିରବଚ୍ଛିନ୍ନ ଭାବରେ ଶିକ୍ଷାଦାନ କାର୍ଯ୍ୟରେ ଜଡ଼ିତ ରହି ରଣପୁର ଅଞ୍ଚଳର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପ୍ରତିଷ୍ଠିତ ହୋଇ…

Read More

ଉଦଯାପିତ ହେଲା ପଞ୍ଚଦିବସୀୟ ଇଂରାଜୀ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ଭାଷା ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନ, ଭୁବନେଶ୍ୱର ଦ୍ୱାରା ଗତ ୫ଦିନ ଧରି ସ୍ଥାନୀୟ ବ୍ରଜେନ୍ଦ୍ର ହାଇସ୍କୁଲ ପରିସରରେ ଚାଲିଥିବା ପ୍ରାଥମିକ ଇଂରାଜୀ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି । ଗତ ୨୨ତାରିଖରେ ଆରମ୍ଭ ହୋଇଥିବା ଏହି ପ୍ରଶିକ୍ଷଣ ଶିବିରକୁ ମୁଖ୍ୟ ଅତିଥିଭାବେ ଜିଲ୍ଲା ଶିକ୍ଷାଧିକାରିଣୀ ରାଜଶ୍ରୀ ପଟ୍ଟନାୟକ ଯୋଗଦାନ କରି ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥିଭାବେ ବ୍ଳକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନ ଏବଂ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମାକାନ୍ତ ସେଠୀ ଯୋଗଦାନ କରି ଇଂରାଜୀ ଶିକ୍ଷା କ୍ଷେତ୍ରରେ ତାଲିମର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟ ଭାଷା ପ୍ରଶିକ୍ଷଣ ଅନୁଷ୍ଠାନର କାର୍ଯ୍ୟକ୍ରମ ସଂଯୋଜକ ତଥା ବରିଷ୍ଠ ପ୍ରଶିକ୍ଷକ ଗଦାଧର ବେଉରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରାଜ୍ୟସ୍ତରୀୟ ବରିଷ୍ଠ ପ୍ରଶିକ୍ଷକ ବିରଞ୍ଚି ନାରାୟଣ ତ୍ରିପାଠୀ ଏବଂ ବିରଞ୍ଚି ନାରାୟଣ…

Read More

ସେବା ଯୋଗାଇବାର ଉତ୍ସାହ ହେଲେ, ସବୁଦିନ ସେବା ଉତ୍ସବ ହେବ

ନୟାଗଡ଼, (ନୟାଗଡ଼ ଦର୍ପଣ): ସେବା ଯୋଗାଇବାର ଉତ୍ସାହ ହେଲେ, ସବୁଦିନ ସେବା ଉତ୍ସବ ହେବ। ସେବା ଉତ୍ସବ ଏମିତି ଏକ ପ୍ରୟାସ ଯେଉଁ ଉତ୍ସବ ସମାଜରେ ସେବା ଭାବନା ପାଇ ଉତ୍ସାହ ଭରିବ। ନୟାଗଡ଼ ସେବା ଉତ୍ସବ ସମିତି ପକ୍ଷରୁ ଗତ ଜୁଲାଇ ୧୫ ତାରିଖରୁ ଅନୁଷ୍ଠିତ ଅଷ୍ଟମ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବରେ ଯୋଗଦେଇ ମଂଚାସୀନ ଅତିଥିମାନେ ଏଭଳି ମତ ରଖିଛନ୍ତି। ଗତ ଜୁଲାଇ ୧୫ ତାରିଖ ଠାରୁ ଆରମ୍ଭ ହୋଇ ଜୁଲାଇ ୨ପାଞ୍ଚ ତାରିଖ ଯାଏଁ ଅନୁଷ୍ଠିତ ହୋଇଯାଇଥିବା ଏହି ଜିଲ୍ଲାସ୍ଥରୀୟ ଉତ୍ସବରେ ଜିଲ୍ଲାର ୨ ହଜାର ଲୋକଙ୍କୁ ଖାଦ୍ୟ, ବସ୍ତ୍ର, ରାସନ ଓ ଆର୍ଥିକ ସହାୟତା ସାଙ୍ଗକୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଯାଇଥିଲା। ଚଳିତ ବର୍ଷ ଏହି ସେବାଉତ୍ସବ ଜିଲ୍ଲାର ଆଠୋଟି ବ୍ଲକ ପରିକ୍ରମା କରିଥିବା ବେଳେ ସେବା ଉତ୍ସବର ସ୍ବେଛାସେବୀ ମାନେ ଘର…

Read More