ଭାପୁର, (ନୟାଗଡ଼ ଦର୍ପଣ): ଭାପୁର ଫତେଗଡ ଥାନା ଅଞ୍ଚଳରେ ଲଜ୍ଜ୍ୟା ଜନକ ଘଟଣା । ଜଙ୍ଗଲ ଭିତରେ ପ୍ରେମିକକୁ ମାଡମାରି ପ୍ରେମିକାକୁ ଗଣଦୁଷ୍କର୍ମ କରି ଭିଡିଓ ଭାଇରାଲ ମାମଲାରେ ତିନିଜଣ ଯୁବକ ଅଟକ ରହିଥିବା ସୂଚନା ରହିଛି । ସୂଚନା ଅନୁଯାୟୀ, ଗତ ରବିବାର (ଅକ୍ଟୋବର ୨୦) ଜଣେ ୨୧ ବର୍ଷିୟା ଯୁବତୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଦ୍ୱିତୀୟ ଅଯୋଧ୍ୟା କୁହାଯାଉଥିବା ଫତେଗଡ ଶ୍ରୀରାମ ମନ୍ଦିରକୁ ଆସିଥିଲେ। ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ସାରି ସନ୍ଧ୍ୟା ସମୟରେ ବାଇକରେ ଫେରୁଥିଲେ । ଏହି ସମୟରେ ପିଠାଖାଇ ଜଙ୍ଗଲ ରାସ୍ତାରେ ତିନିଜଣ ଯୁବକ ପ୍ରେମୀ ଯୁଗଳଙ୍କୁ ଅଟକାଇଥିଲେ । ଛୁରୀ ଦେଖାଇ ଭୟଭୀତ କରି ପ୍ରେମୀଯୁଗଳଙ୍କୁ ଜଙ୍ଗଲ ଭିତରକୁ ନେଇ ପ୍ରବଳ ମାଡମାରି ପ୍ରେମିକକୁ ଗଛରେ ବାନ୍ଧି ଦେଇଥିଲେ। ଏହାପରେ ଯୁବତୀଙ୍କ ପୋଷାକ ଖୋଲି ମୋବାଇଲରେ ଭିଡିଓ ଉତ୍ତୋଳନ…
Read MoreYear: 2024
ଜେମାଦେଇପୁର ଶାସନରେ ୪୬ତମ ଗ୍ରାମ ଜୟନ୍ତୀ ଉତ୍ସବ-୨୦୨୪ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ); ନୟାଗଡ଼ ବ୍ଲକ ବିକାଶପୁର ପଞ୍ଚାୟତ ଅନ୍ତର୍ଗତ ଜେମାଦେଇପୁର ଶାସନରେ ୪୬ତମ ଗ୍ରାମ ଜୟନ୍ତୀ ଉତ୍ସବ-୨୦୨୪ ପାଳିତ ହୋଇଯାଇଛି। ଗ୍ରାମ ସଭାପତି ପୂର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟ ସୁବାସ ଚନ୍ଦ୍ର କଅଁର ଓ ସରପଞ୍ଚ ସଞ୍ଜୁବାଳା ବିଶ୍ଵାଳ ପ୍ରମୁଖ ଯୋଗଦେଇ ଗ୍ରାମ୍ୟ ଜୟନ୍ତୀର ଆବଶ୍ୟକତା, ବିଭିନ୍ନତା ମଧ୍ଯରେ ଗାଁ’କୁ ମନେପକାଇ ଗାଁରେ ଏକାଠି ହେବାର ଅଭିନବ ପ୍ରୟାସ ଆଉ କେଉଁଠାରେ ଦେଖିବାକୁ ମିଳିବନି ବୋଲି କହିଥିଲେ। ଗାଁର ଜନ୍ମ ଜୟନ୍ତୀ ପାଳନ କରିବା ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିବ ଏବଂ ଏଭଳି ଅନନ୍ୟ ପରମ୍ପରାକୁ ଅନ୍ୟମାନେ ଅନୁକରଣ କରିବେ ବୋଲି ଅତିଥିମାନେ କହିଥିଲେ। ଏ ଉତ୍ସବର ପ୍ରଥମ ଉଦ୍ୟୋକ୍ତା ମୁରଲୀଧର ଆଚାର୍ଯ୍ୟଙ୍କ…
Read More୨୦୨୫ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ନିମନ୍ତେ ବୈଠକ
ନୟାଗଡ,(ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଦିଲିପ କୁମାର ବଳଙ୍କ ଅଧ୍ୟକ୍ଷତାରେ ୨୦୨୫ ନିମନ୍ତେ ନୂତନ ଭୋଟର ତାଲିକା ପ୍ରକାଶନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର ଉପସ୍ଥିତ ସମସ୍ତଙ୍କୁ ସ୍ଵାଗତ କରି ଆହ୍ବାନ କରାଯାଇଥିବା ବୈଠକ ସମ୍ବନ୍ଧରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରି କହିଥିଲେ ଯେ, ପ୍ରତ୍ୟେକ ବର୍ଷ ପରି ୧୭ବର୍ଷରୁ ୧୮ବର୍ଷ ଗ୍ରୁପର ନୂତନ ଭୋଟରଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ନିମନ୍ତେ ବର୍ଷକୁ ଚାରୋଟି ଦିବସ ଯଥା-ଜାନୁଆରୀ ୧,ଏପ୍ରିଲ ୧, ଜୁଲାଇ ୧ ଏବଂ ଅକ୍ଟୋବର ୧, ୨୦୨୪ ସୁଦ୍ଧା ଯେଉଁମାନଙ୍କର ବୟସ ୧୭ବର୍ଷରୁ ଉର୍ଦ୍ଧ ହୋଇଥିବ ସେମାନେ ଅଗ୍ରୀମ ପଂଜୀକରଣ କରିପାରିବେ । ବୁଥ୍ ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ଏହାର ସର୍ଭେ କରିବେ ଏବଂ ଯେଉଁମାନଙ୍କୁ ୧୭ବର୍ଷ…
Read Moreପଞ୍ଚାୟତ ଗ୍ରାମସଭାକୁ ନେଇ ଅସନ୍ତୋଷ
ଚିହିଙ୍କି ଉଠିଲା ଗୋପାଳପୁର ଜୋନ୍ ବିଜୁ ଛାତ୍ର ଜନତା ଦଳ ରଣପୁର (ନୟାଗଡ଼ ଦର୍ପଣ): ରଣପୁର ବ୍ଳକର ସର୍ବବୃହତ ଗୋପାଳପୁର ପଞ୍ଚାୟତର ପଞ୍ଚାୟତ ଗ୍ରାମ ସଭାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ନେଇ ବିଡ଼ିଓଙ୍କୁ ଫେରାଦ୍ ହୋଇଛି ଛାତ୍ର ବିଜୁ ଜନତା ଦଳ। ୧୯୬୮ ମସିହା ପଞ୍ଚାୟତ ରାଜ୍ ଆଇନ୍ ର ନିୟମ ଖୁଲମ୍ ଖୋଲା ଉଲଂଘନ ହୋଇଥିବା ଏକ ଲିଖିତ ଅଭିଯୋଗ ସହ ଗୋପାଳପୁର ଜୋନର ଛାତ୍ର ବିଜୁ ଜନତା ଦଳର ସଭାପତି ରୁଦ୍ର ପ୍ରସାଦ ମହାପାତ୍ର ରଣପୁର ପଞ୍ଚାୟତ ସମିତିର ବିଡ଼ିଓଙ୍କୁ ସାକ୍ଷାତ କରି ବିଧିବଦ୍ଧ ତଦନ୍ତ କରିବା ପାଇଁ ଦାବି କରିଛନ୍ତି। ଅଭିଯୋଗ ମୁତାବକ ଗତ ଅକ୍ଟୋବର ୨ ତାରିଖରେ ଗୋପାଳପୁର ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ କିଛି ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କୁ ନେଇ ଗ୍ରାମ ସଭା ଅନୁଷ୍ଠିତ କରାଇବା ସହ ସେମାନଙ୍କ ମନ…
Read Moreବରିଷ୍ଠ ଅଧିକାରୀମାନଙ୍କ ସହ ବାତ୍ୟା ‘ଦାନା’ ଉପରେ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ବାତ୍ୟା ‘ଦାନା’ ଉପରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସମସ୍ତ ଜିଲ୍ଲାପାଳମାନଙ୍କ ସହିତ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ପରେ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଦ୍ଵାରା ଏହା ଉପରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସମୀକ୍ଷା ବୈଠକରେ ଖାଦ୍ୟ ଯୋଗାଣ ବିଭାଗ ୧୦୦ କୁଇଣ୍ଟାଲ ଚୁଡ଼ା, ଆବଶ୍ୟକୀୟ ଗୁଡ ବାତ୍ୟା ପ୍ରବଣ ଅଂଚଳକୁ ପଠାଯାଇଥିବା ସହ ଭଦ୍ରକ ଜିଲ୍ଲାକୁ ୧ ଟ୍ରକ୍ ଚୁଡ଼ା ପଠାଯିବା କଥା ପ୍ରକାଶ କରିଥିଲେ। ଜିଲ୍ଲାରେ ଆଳୁର ଅଭାବକୁ ଦୃଷ୍ଟିରେ ରଖି ୩ଟ୍ରକ୍ ଆଳୁ ଆସି ପହଁଚିଥିବା କଥା ମଧ୍ୟ ପ୍ରକାଶ କରିଥିଲେ । ସମସ୍ତ ବ୍ଳକରେ ଜରୁରୀ କାଳୀନ ସମସ୍ୟାର ସମାଧାନ ପାଇଁ ପ୍ରତ୍ୟେକ ବ୍ଲକକୁ ଗୋଟିଏ ଗୋଟିଏ ଅଗ୍ନିଶମ ଦଳ ପଠାଯାଇଛି ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଥିଲେ । ବାତ୍ୟା ପ୍ରବଣ ଅଂଚଳରେ…
Read Moreଓକିଲମାନେ ସାମ୍ବାଦିକ ହୋଇପାରିବେ ନାହିଁ କହିଲେ ସୁପ୍ରିମକୋର୍ଟ
ନୟାଗଡ଼, (ନୟାଗଡ଼ ଦର୍ପଣ): ବୃତ୍ତିରେ ଥିବା ଓକିଲମାନେ ସାମ୍ବାଦିକ ଭାବେ କାର୍ଯ୍ୟ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ମତ ଦେଇଛନ୍ତି। ଏହାସହ ଏନେଇ ଜବାବ ରଖିବାକୁ ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆକୁ ନୋଟିସ୍ ଜାରି କରିଛନ୍ତି। ମହମ୍ମଦ କାମରାନ୍ ବନାମ ଉତ୍ତରପ୍ରଦେଶ ଓ ଅନ୍ୟାନ୍ୟ ମାମଲାର ଶୁଣାଣି କରି ଓକିଲ ବୃତ୍ତିରେ ଥାଇ ସାମ୍ବାଦିକତା କରୁଥିବା ଆଇନଜୀବୀଙ୍କୁ ବିଚାରପତି ଅଭୟ ଏସ୍ ଓକା ଓ ଅଗଷ୍ଟାଇନ୍ ଜର୍ଜ୍ ମାସିଙ୍କୁ ନେଇ ଗଠିତ ଖଣ୍ଡପୀଠ କଠୋର ଭାଷାରେ ତାଗିଦ୍ କରିଛନ୍ତି। ଏହି ମାମଲାରେ ଆବେଦନକାରୀ ନିଜକୁ ଓକିଲ ଓ ସାମ୍ବାଦିକ ବୋଲି ଦର୍ଶାଇଥିଲେ। ଏହି ପ୍ରସଙ୍ଗକୁ ନେଇ ଆବେଦନକାରୀଙ୍କ ଓକିଲ ବିନୋଦ କୁମାର ତିୱାରୀଙ୍କୁ ବିଚାରପତି ଓକା ତାଗିଦ୍ କରି କହିଛନ୍ତି… ସେ ଓକିଲ ହେବେ ନଚେତ୍ ସାମ୍ବାଦିକ। ଆମେ ଏଭଳି ଦ୍ବୈତ ଭୂମିକାକୁ ଗ୍ରହଣ କରିବୁ…
Read Moreନୟାଗଡ଼ କେନ୍ଦ୍ରୀୟ ବିଦ୍ୟାଳୟରେ ଆଇନ ସଚେତନତା ଶିବିର
ନୟାଗଡ଼, (ନୟାଗଡ଼ ଦର୍ପଣ): ଏକ ସୁସ୍ଥ ସମାଜରେ ଜନସାଧାରଣ ସେମାନଙ୍କ ମୌଳିକ ଅଧିକାର, କର୍ତବ୍ୟ ଏବଂ ସୁରକ୍ଷା ପାଇଁ ସଚେତନ ରହିବା ଆବଶ୍ୟକ । ବିଶେଷ କରି ଛାତ୍ର ସମାଜ ପାଇଁ ଏହା ଅପରିହାଜ୍ୟ । ନୟାଗଡ଼ ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶ କ୍ରମେ, ପ୍ରାଧିକରଣ ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡଙ୍କ ତତ୍ୱାବଧାନରେ, କେନ୍ଦ୍ରୀୟ ବିଦ୍ୟାଳୟରେ ଆଇନ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଅଛି । ପ୍ରାଧିକରଣ କର୍ମଚାରି ଶ୍ରୀ ପବନ କୁମାର ବେହେରା ସଚେତନତାର ଆଭିମୁଖ୍ୟ ଏବଂ ଆବଶ୍ୟକତା ବୁଝାଇଥିଲେ । ପ୍ରାଧିକରଣର ସଚିବ ତଥା ବରିଷ୍ଠବର୍ଗ ବିଚାରପତି ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ ପୋସ୍କୋ ଏବଂ କର୍ମକ୍ଷେତ୍ରରେ ମହିଳା ମାନଙ୍କ ସୁରକ୍ଷା ପାଇଁ ଏକ କମିଟି ଗଠନ ଉପରେ ଗୁରୁତ୍ବାରୋପ କରିବା ସହିତ ଛାତ୍ରଛାତ୍ରୀ…
Read Moreଅନ୍ତର୍ଜାତୀୟ ବାଳିକା ଦିବସ ପାଳିତ
“ବାଲ୍ୟ ବିବାହକୁ ନାଁ, ବିଦ୍ୟାଳୟକୁ ହଁ”
ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଥିବା ରାଜୀବ ଗାନ୍ଧୀ ସଦଭାବନା ଗୃହରେ ସମନ୍ୱିତ ଶିଶୁ ବିକାଶ, ନୂଆଗାଁ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି। ନୂଆଗାଁ ବ୍ଲକ ସି ଡି ପି ଓ ଶୁଭ୍ରକେଶୀ ମଲ୍ଲିକଙ୍କ ତତ୍ବାବଧାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥିଭାବେ ନୂଆଗାଁ ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ଶ୍ରଦ୍ଧାଞ୍ଜଳୀ ସାସମଲ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ସ୍ଵର୍ଣ୍ଣସାରିକା ଜେନା, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଜ୍ୟୋତ୍ସ୍ନାରାଣୀ ସେଠୀ, ଓଡ଼ିଆ ଅଧ୍ୟାପକ ବିଜୟ କୁମାର ସାହୁ, ଅଙ୍ଗନୱାଡି ସୁପର ଭାଇଜର ସଞ୍ଜୁଲତା କଅଁର ପ୍ରମୁଖ ଯୋଗଦେଇ ଆଜିର ସମାଜରେ ଚାଲିଥିବା ବାଲ୍ୟବିବାହକୁ କିପରି ରୋକାଯାଇ ପାରିବ, ବେଟି ବଚାଓ ବେଟି ପଢ଼ାଓ, କନ୍ୟାଭୃଣ ହତ୍ୟା, ବିଦ୍ୟାଳୟରେ ପାଠ ପଢ଼ିବା ପାଇଁ ବାଳିକାମାନେ କିପରି ଆଗ୍ରହ ପ୍ରକାଶ କରିବେ, ବାଳିକାମାନେ କିପରି ଅଧିକ…
Read Moreଓଏଏସ୍ ପାଇଲେ ରଣପୁର ମାଟିର ସୁପୁତ୍ର ହର ପ୍ରସାଦ
ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁର ନିଜର ଐତିହ୍ୟ ପାଇଁ କେବଳ ଜିଲ୍ଲା, ରାଜ୍ୟ, କି’ ଦେଶ ନୁହେଁ, ସମଗ୍ର ବିଶ୍ଵ ଇତିହାସ ଆଇନାରେ ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି। ଏଥିରେ ଆଉ ଗୋଟିଏ ଫର୍ଦ୍ଦ ଯୋଡ଼ି ରଣପୁର ତଥା ସମଗ୍ର ନୟାଗଡ଼ ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଛନ୍ତି ରଣପୁର ମାଟିର ପୁଅ ୨୬ବର୍ଷିୟ ହର ପ୍ରସାଦ। ଅକ୍ଟୋବର ୧୯, ଶନିବାର ଦିନ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ୨୦୨୨ ମସିହାର ରାଜ୍ୟ ପ୍ରଶାସନିକ ସେବାର ଚୂଡାନ୍ତ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ସମୁଦାୟ ୬୩୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୩୪୬ ରାଙ୍କରେ ହର ପ୍ରସାଦ ଉତ୍ତୀର୍ଣ୍ଣ ହୋଇ ବାଜିମାତ୍ କରିଛନ୍ତି। ରଣପୁର ବ୍ଲକ୍ ବୃନ୍ଦାବନ ପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ବିରଞ୍ଚିନାରାୟଣ ରଣା ଓ…
Read Moreସାହିତ୍ୟ ଉତ୍ସବ “ସମ୍ଭାର” କାର୍ଯ୍ୟକ୍ରମ ଅନୁଷ୍ଠିତ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଉଦୟପୁର ଠାରେ ଥିବା ଦାଶରଥି ସଂଗ୍ରହାଳୟରେ ନୟାଗଡ ଜିଲ୍ଲା ଲେଖକ ପରିଷଦର ଭ୍ରାମ୍ୟମାଣ ଶାରଦୀୟ ସାହିତ୍ୟ ଆସର ‘ସମ୍ଭାର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ନୟାଗଡ ଜିଲ୍ଲା ଲେଖକ ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୁବ ସମାଜସେବୀ ଶଙ୍କର୍ଷଣ ବେହେରା, ମୁଖ୍ୟବକ୍ତା ନାଟ୍ୟ ଭୂଷଣ ଡ଼ ବିଜୟ କୁମାର ଚୌଧୁରୀ, ସମ୍ମାନୀତ ଅତିଥି ମାଣିକ ସାହିତ୍ୟ ସଂସଦର ସମ୍ପାଦକ ଜନାବ୍ ମହମ୍ମଦ ଆଜାଦ୍, ଉପାଧ୍ୟକ୍ଷ ପର୍ଶୁରାମ ସ୍ବାଇଁ, ଦାଶରଥି ପଟ୍ଟନାୟକ ସଂଗ୍ରହାଳୟର ସମ୍ପାଦକ ଦୀପକ କୁମାର ପଟ୍ଟନାୟକ, ନୟାଗଡ ଜିଲ୍ଲା ଲେଖକ ପରିଷଦର ସମ୍ପାଦକ ସେଖ ଅବଦୁଲ ଖାଲିକ୍ ପ୍ରମୁଖ ଯୋଗଦେଇ ନିର୍ଭୁଲ ସାହିତ୍ୟ ରଚନା, ଅସ୍ମିତାର ଭାବ ଧରାକୁ ବୁଝିବା, ସାହିତ୍ୟ ସାଧନାରେ ବ୍ରତୀ ହୋଇ…
Read More