ନୟାଗଡ କଂଗ୍ରେସର ଜଗନ୍ନାଥ ମନ୍ଦିରରେ ସଂକୀର୍ତନ ସତ୍ୟାଗ୍ରହ

ନୟାଗଡ଼, (ନୟାଗଡ଼ ଦର୍ପଣ): ପୁରୀ ଶ୍ରୀମନ୍ଦିର ଜଗନ୍ନାଥ ଦର୍ଶନ ନିମନ୍ତେ ଚାରି ଦୁଆର ଖୋଲାଯିବା, ରତ୍ନଭଣ୍ଡାର ଖୋଲି ଦିଅଁଙ୍କ ଦୁର୍ଲ୍ଲଭ ଧନସମ୍ପତ୍ତି ଅଳଙ୍କାର ଗଣତି ଏବଂ ରତ୍ନଭଣ୍ଡାର ମରାମତି ଏବଂ ବେଦାନ୍ତ କମ୍ପାନୀ ଦ୍ୱାରା ଅଧିଗ୍ରହଣ କରାଯାଇ ଥିବା ପ୍ରଭୁ ଜଗନ୍ନାଥଙ୍କ ଅମୃତମଣୋହି ଜମିକୁ ରୟିତଙ୍କୁ ତୁରନ୍ତ ଫେରାଇବା ଦାବିରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ନୟାଗଡ କଂଗ୍ରେସ ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ବେଢାରେ ସାମୁହିକ ପ୍ରଦୀପ ପ୍ରଜ୍ବଳନ କରି ସଂକୀର୍ତନ ସତ୍ୟାଗ୍ରହ ଆୟୋଜନ କରାଯାଇ ଥିଲା l ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାଶଙ୍କ ନେତୃତ୍ୱରେ ଆୟୋଜିତ ଏହି ଅଧ୍ୟାତ୍ମିକ କାର୍ଯ୍ୟକ୍ରମରେ ପ୍ରଦେଶ କିସାନ ସେଲ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ, ନୟାଗଡ ବ୍ଲକ କଂଗ୍ରେସ ସଭାପତି ଫକୀର ଚରଣ ମଲ୍ଲ, ଓଡଗାଁ ବ୍ଲକ କଂଗ୍ରେସ ସଭାପତି ପୂର୍ଣଚନ୍ଦ୍ର…

Read More

ସରକାରୀ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର, ବାଲୁଗାଁ ମାଧ୍ୟମରେ କାୟାକଳ୍ପ କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ସରକାରୀ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ବାଲୁଗାଁ ମାଧ୍ୟମରେ କାୟାକଳ୍ପ କାର୍ଯ୍ୟକ୍ରମକୁ ଜନାଭିମୁଖୀ କରିବା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଏନ.ଜି.ଓ, ଜନସାଧାରଣ, ଯୁବବର୍ଗ ଓ ଛାତ୍ରଛାତ୍ରୀ ମାନଙ୍କୁ ନେଇ ସାଇକେଲ ରାଲି, ଭଲି ବଲ ପ୍ରତିଯୋଗିତା, ବୃକ୍ଷରୋପଣ କାର୍ଯ୍ୟକ୍ରମ ଆଦି କରାଯାଇଥିଲା । ତତ୍ ସଙ୍ଗେ ସଙ୍ଗେ ସ୍ୱଚ୍ଛତାପକ୍ଷ ପାଳନ ଅବସରରେ ଦାସକାଠିଆ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇଥିବା ପ୍ରତିଯୋଗୀମାନଙ୍କୁ ପୁରଷ୍କାର ବିତରଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଡ଼. ଶୁଭଶ୍ରୀ ମହାନ୍ତି, ଡ଼. ଜୁଲିଏଟ ଦାସ ଓ ଦେଶ କଲ୍ୟାଣୀ ଲିନା ପରିଚାଳନା କରିଥିବା ବେଳେ ପ୍ରଭାତି ମହାପାତ୍ର ଓ ଅନ୍ୟାନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ । ଏଥିରେ ସ୍ଥାନୀୟ ସରପଂଚ ମନୋଜ କୁମାର ନାୟକ ଓ ଅନ୍ୟାନ୍ୟ ଲୋକ ପ୍ରତିନିଧିମାନେ ଯୋଗ ଦେଇଥିଲେ।

Read More

ରୋଟାରୀ କ୍ଳବ୍ ନୟାଗଡ଼ ଆନୁକୂଲ୍ୟରେ ଜିଲ୍ଲା ପରିବେଶ ସେମିନାର

ନୟାଗଡ଼, (ନୟାଗଡ଼ ଦର୍ପଣ): ରୋଟାରୀ ଜିଲ୍ଲା ୩୨୬୨ ତରଫରୁ ଆୟୋଜିତ ଜିଲ୍ଲା ପରିବେଶ ସେମିନାର ନୟାଗଡ଼ ରୋଟାରୀ କ୍ଳବ୍ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ସକାଳ ୦୮ଟା ସମୟରେ ରୋଟାରୀ କ୍ଳବ୍ ପରିସରରେ ଏକ ଚକ୍ଷୁ ପରୀକ୍ଷା କେନ୍ଦ୍ରକୁ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ଓ ସମ୍ମାନିତ ଅତିଥି ଭାବେ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ଜୟଶ୍ରୀ ମହାନ୍ତି ଯୋଗଦେଇ ଉଦଘାଟନ କରିବା ସହିତ ଏକ ପରିବେଶ ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହାପରେ ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ରୋଟାରୀ କ୍ଳବ୍ ନୟାଗଡ଼ ତରଫରୁ ନିର୍ମାଣ କରାଯାଉଥିବା ତୁଳସୀ ବଗିଚାରେ ଜିଲ୍ଲା ଗଭର୍ଣ୍ଣର ଶ୍ରୀମତୀ ମହାନ୍ତି ଓ ରୋଟାରୀ ଜିଲ୍ଲା ୩୨୬୨ର ଫାଷ୍ଟ ଜେଣ୍ଟିଲମ୍ଯାନ୍ ତନ୍ମୟ ମହାନ୍ତି ତୁଳସୀ ଚାରା ରୋପଣ କରି ତୁଳସୀ ବଗିଚା ଉଦଘାଟନ କରିଥିଲେ। ସକାଳ…

Read More

କର୍ମ କ୍ଷେତ୍ରରେ ମହିଳା କର୍ମଚାରୀ ସୁରକ୍ଷାଜନିତ କର୍ମଶାଳା

ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମତି କ୍ରମେ, ନୟାଗଡ ବ୍ଲକ ପରିସରରେ ମହିଳା କର୍ମଚାରୀମାନଙ୍କ କର୍ମକ୍ଷେତ୍ରରେ ସୁରକ୍ଷାଜନିତ କର୍ମଶାଳା ଅନୁଷ୍ଠିତ ହୋଇଅଛି । ବନ୍ଦେ ଉତ୍କଳ ଜନନୀ ଗାନପରେ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପଦ୍ମ ଚରଣ ସାହୁ, ସ୍ଵାଗତ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ । ବରିଷ୍ଠ ବର୍ଗ ର ବିଚାରପତି ତଥା ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ବିଶେଷ କୁମାର ସାହୁ, ପୋଶ ନିୟମ ର ଆବଶ୍ୟକତା ଏବଂ କାର୍ଯ୍ୟକାରିତା ଦର୍ଶାଇଥିଲେ । ସିଭିଲ ଜଜ ଶ୍ରୀଯୁକ୍ତ ରାକେଶ କୁମାର ସାହୁ, କର୍ମ କ୍ଷେତ୍ରରେ ମହିଳା ସୁରକ୍ଷାର ଆଇନଗତ ଦିଗ ତର୍ଜମା କରିଥିଲେ । ପ୍ରାଧିକରଣ ପଞ୍ଜୀକୃତ ଅଧିବକ୍ତା ଶ୍ରୀ ଚନ୍ଦ୍ର…

Read More

ଓଡ଼ଗାଁରେ ୮କୋଟି ୩୦ଲକ୍ଷ ବ୍ୟୟରେ ୩ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ସହରାଞ୍ଚଳର ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ପ୍ରାଧାନ୍ୟ ଦେଇଆସିଛନ୍ତି।୨୦୧୬ ମସିହାରେ ଓଡ଼ଗାଁ ଏନଏସି ଘୋଷଣା ପରଠାରୁ ଓଡ଼ଗାଁ ସହରାଞ୍ଚଳ ବିକାଶର ଦ୍ବାର ଦେଶରେ ଉପନୀତ ହୋଇଛି।ରାସ୍ତାଘାଟର ବିକାଶ ସହିତ ଅନ୍ୟାନ୍ୟ ବହୁ ଉନ୍ନୟନ କାର୍ଯ୍ୟ ହାତକୁ ନିଆଯାଇଛି। ଏନଏସି ଅଞ୍ଚଳରେ ଥ‌ିବା ୧୫ ଗୋଟି ୱାର୍ଡର ସର୍ବାଙ୍ଗୀନ ବିକାଶ ସହିତ ସହରକୁ ସରସ ସୁନ୍ଦର କରିବା ଲାଗି ରାଜ୍ୟ ସରକାର ପର୍ଯ୍ୟାପ୍ତ ଅନୁଦାନ ଦେଇଛନ୍ତି। ଯାହା ଫଳରେ ଓଡ଼ଗାଁ ଆଜି ଦ୍ରୁତ ପ୍ରଗତିଶୀଳ ସହର ଭାବରେ ପରିଗଣିତ ହୋଇଛି ବୋଲି ରବିବାର ଓଡ଼ଗାଁ ଏନଏସିରେ ୮ କୋଟି ୩୦ ଲକ୍ଷ ବ୍ୟୟ ଅଟକଳରେ ୩ ଗୋଟି ପ୍ରକଳ୍ପର ଶିଳାନ୍ୟାସ କରି ସହରବାସୀଙ୍କ ଉଦ୍ଦେଶ୍ୟରେ ଏଭଳି କିଛି ଅଭିଭାଷଣ ରଖିଛନ୍ତି ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ। ରବିବାର ଅପରାହ୍ନରେ…

Read More

ଶ୍ରୀ ଶ୍ରୀ ଶନିଶ୍ଚର ଦେବଙ୍କ ବାର୍ଷିକ ଉତ୍ସବରେ ଯୋଗଦେଲେ ବିଧାୟକ

ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ପାରାଢିପି ପଞ୍ଚାୟତ ଅଧିନରେ ଥିବା ବାଲଣ୍ଡା ଗ୍ରାମରେ ଶ୍ରୀ ଶ୍ରୀ ଶନିଶ୍ଚର ଦେବଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ।ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ସ୍ଥାନୀୟ ସରପଞ୍ଚ ବିଭୂତି ଭୂଷଣ ପ୍ରଧାନ, ସମାଜ ସେବୀ ଦାଶରଥି ପ୍ରଧାନଙ୍କ ସହ ଗ୍ରାମ ପଞ୍ଚାୟତର ବହୁ ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇଥିଲେ।

Read More

ଭାପୁର ପଞ୍ଚାୟତ ସମିତିର ୭ତମ ବୈଠକ ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଭାପୁର ବ୍ଲକ ସଦଭାବନା ଗୃହ ପରିସରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଞ୍ଜିତ କୁମାର ମଲ୍ଲିକ ଙ୍କ ପୌରହିତ୍ୟରେ ୭ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଭାପୁର ବ୍ଲକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସରୋଜ କୁମାର ନାୟକ, ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ୧୮ ନଂ ଜୋନ ର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର କୁମାର ଧଳ, ୨୦ ନଂ ଜୋନ ର ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ସାମନ୍ତରାୟ , ପଞ୍ଚାୟତର ନିର୍ବାଚିତ ଜନ ପ୍ରତିନିଧି ତଥା ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ। ଉକ୍ତ ବୈଠକରେ ଶିକ୍ଷା, ସ୍ଵାସ୍ଥ୍ୟ, କୃଷି, ଉଦ୍ୟାନ କୃଷି, ପ୍ରାଣୀ ଓ ପଶୁ ଚିକିତ୍ସା, ବିଶୁଦ୍ଧ ପାନୀୟ ଜଳ ଓ ପରିମଳ, ମୃତ୍ତିକା ସଂରକ୍ଷଣ, ବିଦ୍ୟୁତ ତଥା ବିଭିନ୍ନ…

Read More

ରଣପୁର ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ
ପିସିସି ତଥ୍ୟ ଅନୁଧ୍ୟାନକାରୀ ଟିମ ଗଠିତ
ମୃତକ ପରିବାରକୁ ଭେଟିବେ ଆସନ୍ତାକାଲି

ନୟାଗଡ଼/ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ରଣପୁର ତହସିଲ ଜଙ୍କିଆ ପଞ୍ଚାୟତ ଓସ୍ତପଡ଼ା ଗ୍ରାମର ଚାଷୀ ଗୋବିନ୍ଦ ଚନ୍ଦ୍ର ସାହୁ,୬୫ ବର୍ଷ ଅତ୍ୟଧିକ ଋଣଗ୍ରସ୍ତ ହୋଇ ତାଙ୍କ ଚାଷ ଜମି ପାଖରେ ଆତ୍ମହତ୍ୟା କରିଥିବା ଭଳି ଦୁଃଖଦ ଖବର ଗଣମାଧ୍ୟମ ରୁ ଆସିବା ପରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଘୋର ଉଦବେଗ ପ୍ରକାଶ କରି ତତ୍କାଳ ପିସିସି ତଥ୍ୟ ଅନୁଧ୍ୟାନକାରୀ କମିଟି ଗଠନ କରି ୭ ନଭେମ୍ବର ମଙ୍ଗଳବାର ଅପରାହ୍ନ ରେ ମୃତ ଚାଷୀ ଗୋବିନ୍ଦଙ୍କ ଶୋକାକୁଳ ପରିବାର ବର୍ଗଙ୍କୁ ଭେଟି ମୃତ୍ୟୁ ର କାରଣ ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି l ଆଠ ଜଣିଆ କମିଟି ରେ ପିସିସି ଉପସଭାପତି ତଥା ନୟାଗଡ ଜିଲ୍ଲା ପ୍ରଭାରୀ ବିଭୁତି ଭୂଷଣ ମିଶ୍ରଙ୍କୁ ଏହି କମିଟି ର ଅଧ୍ୟକ୍ଷ ଥିବାବେଳେ ରାଜ୍ୟ କିସାନ ସେଲ ଅଧ୍ୟକ୍ଷ୍ୟ…

Read More

ବିଜୁ ଜନତା ଦଳର ବିଶାଳ ବାଇକ ଶୋଭାଯାତ୍ରା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିଜୁ ଜନତା ଦଳ ପକ୍ଷରୁ ଆଜି ଏକ ବିଶାଳ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ନୟାଗଡ଼ କଇଥଗାଡ଼ିଆଠାରୁ ଏହି ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଖୁଣ୍ଟୁବନ୍ଧ, ଜେମାଦେଇପୁରପାଟଣା ଓ କାଳିକାପ୍ରସାଦ ପଞ୍ଚାୟତ ସମେତ ନୟାଗଡ଼ ପୈାର ପରିଷଦ ଏବଂ ନୟାଗଡ଼ ବ୍ଲକର ବିଭିନ୍ନ ସ୍ଥାନରୁ ହଜାର ହଜାର କର୍ମୀ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ବିଜୁ ଜନତା ଦଳର ସ୍ୱଚ୍ଛ ଶାସନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କରାଯାଉଥିବା ଜନହିତକର କାର୍ଯ୍ୟକୁ ଗୁରୁତ୍ୱ ଦେଇ ଶୋଭାଯାତ୍ରା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବଶିଷ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଦସ୍ୟ ସରୋଜ ରଣସିଂ, ସୁବାଷ ଚନ୍ଦ୍ର କହଁର,…

Read More

ନୟାଗଡ଼ ପାଟୁଳିସାହି ରାସ୍ତା ଉନ୍ନତୀକରଣ ପାଇଁ ଶିଳାନ୍ୟାସ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୂର୍ତ୍ତ ବିଭାଗ ଅଧିନସ୍ଥ ନୟାଗଡ଼ ପାଟୁଳିସାହି ରାସ୍ତା ଉନ୍ନତୀକରଣ ପାଇଁ ଆଜି ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୨୦ କୋଟି ଟଙ୍କା ବ୍ୟୟରେ ରୂପାନ୍ତରିତ ହେବାକୁ ଥିବା ଏହି ରାସ୍ତା ବିକାଶର ପ୍ରତୀକ ହେବ ବୋଲି କୁହାଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ବିଭିନ୍ନ ସ୍ଥାନରେ ଏହି ରାସ୍ତା ଶିଳାନ୍ୟାସ ଫଳକକୁ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ନୟାଗଡ଼ ବ୍ଲକ କାଳିକାପ୍ରସାଦ ପଞ୍ଚାୟତ ନାଗମୁଣ୍ଡୁଳୀଠାରେ ଅନୁଷ୍ଠିତ ସଭାରେ ନୟାଗଡ଼ ବିଧାୟକ ଡ. ସାହୁ ବିଗତ ଦିନର ସ୍ମୃତିକୁ ମନେ ପକାଇ ନୟାଗଡ଼ ବିକାଶରେ ରାସ୍ତାଘାଟ ଉନ୍ନତୀ କରଣ ମୁଖ୍ୟ ମାଧ୍ୟମ ପାଲଟିଥିବା କହିଛନ୍ତି । ନୟାଗଡ଼ ବିଜିପୁରଠାରୁ ଓଡ଼ଗାଁ ବ୍ଲକ ଲୁଣି ପର୍ଯ୍ୟନ୍ତ ଯେକୈାଣସି ଗାଁକୁ ଯିବାରେ ଏବେ ସମସ୍ୟା ନାହିଁ ବୋଲି କହିଛନ୍ତି ।…

Read More