ରୋଟାରୀ କ୍ଲବ ଏବଂ ଛତ୍ରପତି ଶିବାଜୀ କ୍ଲବ ଆନୁକୂଲ୍ୟରେ ସମାଜ କଲ୍ୟାଣ ପାଇଁ ରକ୍ତଦାନ ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ରୋଟାରୀ କ୍ଲବ ଏବଂ ଛତ୍ରପତି ଶିବାଜୀ କ୍ଲବ ସୋଲପଟାର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଆଜି ସୋଲପଟା ସ୍ଥିତ କମ୍ୟୁନିଟି ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ଆନୁଷ୍ଠାନିକ ଭାବେ ରୋଟାରୀ କ୍ଲବର ବରିଷ୍ଠ ସଦସ୍ୟ ତଥା ନୟାଗଡର ପୂର୍ବତନ ନଗରପାଳ ରୋଟାରିଆନ ସୁବୋଧ ଚନ୍ଦ୍ର ପଟ୍ଟନାୟକ ଓ ସୋଲପଟା ଗ୍ରାମର ସଭାପତି ସନ୍ତୋଷ ନାୟକ ଉଦଘାଟନ କରିଥିଲେ। ଡାକ୍ତର ନରେଶ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା ବେଳେ ରକ୍ତ ଭଣ୍ଡାରର କର୍ମଚାରୀ ଅଜୟ ପଟ୍ଟନାୟକ, ପ୍ରକାଶ କୁମାର ପାଣିଗ୍ରାହୀ, ରବୀନ୍ଦ୍ରନାଥ ସାହୁ ଓ ମାନସ କୁମାର ବେହେରା ରକ୍ତ ସଂଗ୍ରହ ଓ ପଞ୍ଜିକରଣ ରେ ସହାୟତା କରିଥିଲେ। ଯୁବକ ଓ ମହିଳା ମାନେ ଉତ୍ସାହର ସହ ରକ୍ତ ଦାନ କରୁଥିବା ଦେଖିବାକୁ…

Read More

ନୟାଗଡ଼ରୁ ବ୍ରାଉନସୁଗାର ଜବତ, ଜଣେ ଗିରଫ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଟାଉନ ଥାନା ପୁଲିସକୁ ମିଳିଛି ସଫଳତା । ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ନିକଟରୁ ୬.୧୭୦ ଗ୍ରାମ ବ୍ରାଉନସୁଗାର ସହ ଏକ ମୋବାଇଲକୁ ଜବତ କରିଛି ଟାଉନ ଥାନା ପୁଲିସ l ନୟାଗଡ଼ ନିକଟସ୍ଥ ଦୁର୍ଗାପ୍ରସାଦ ଗ୍ରାମ ମୁଣ୍ଡିଆ ସାହିର ଦଣ୍ଡୁ ପ୍ରଧାନଙ୍କ ପୁଅ ବୈକୁଣ୍ଠ ପ୍ରଧାନକୁ ପୁଲିସ ଗିରଫ କରିଛି । ନୟାଗଡ଼ ଟାଉନ ଥାନାରେ ୧୬୮/୨୩ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

Read More

ନୟାଗଡ଼ ବିଜେଡି କାର୍ଯ୍ୟାଳୟରେ ସୋସିଆଲ ମିଡ଼ିଆ ସମ୍ପର୍କିତ ଦିନିକିଆ କର୍ମଶାଳା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ମହିଳା କାର୍ଯ୍ୟକର୍ତ୍ତାଙ୍କୁ ନେଇ ସୋସିଆଲ ମିଡିଆ ସମ୍ପର୍କରେ ଏକ କର୍ମଶାଳା ତଥା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ସୋସିଆଲ ମିଡିଆର ଅପକାରିତା ଓ ଉପକାରିତା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ସାହୁ ମା’ମାନଙ୍କୁ ଯେଉଁ ଦାୟିତ୍ୱ ଦିଆଯାଇଛି ସେମାନେ ସଫଳତାର ସହ କାର୍ଯ୍ୟ କରିଛନ୍ତି ବୋଲି ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମା’ମାନଙ୍କୁ ସମସ୍ତ ଦାୟିତ୍ୱ ଦେବାକୁ ଚାହୁଛନ୍ତି । ମା’ ମାନେ ସ୍ୱାବଲମ୍ବି ହେଲେ ଗାଁ ଠୁ ସହର ସବୁଠାରେ ବିକାଶର ବାନା ଉଡ଼ିବ ବୋଲି ଡ. ସାହୁ ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ…

Read More

ବନ୍ଧଭୂଇଁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶୁଭ ଉଦଘାଟନ କଲେ ଦଶପଲ୍ଲାର ଜନପ୍ରିୟ ବିଧାୟକ ରମେଶ ବେହେରା

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବେରୁଆଁବାରି ପଞ୍ଚାୟତ ବନ୍ଧାଭୂଇଁ ଗ୍ରାମରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଶୁଭ ଉଦ୍ଘାଟନ ଉତ୍ସବ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ଯୁବ ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ବନ୍ଧାଭୂଇଁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କୁ ଉଦ୍ଘାଟନ କରିଥିଲେ । ତତ୍ ସହିତ ଶିକ୍ଷାର ଉନ୍ନତି ପାଇଁ ଛାତ୍ର ଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଟା ଓ ବିଭିନ୍ନ ଯୋଜନା ସମ୍ପର୍କରେ କହିଥିଲେ। ୧୯୮୧ ମସିହାରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଦୀର୍ଘ ୪୨ ବର୍ଷ ଧରି ବିଦ୍ୟାଳୟଟି ପ୍ରାଥମିକ ବିଦ୍ୟାଳୟ ଭାବରେ ଚାଲିଥିଲା । ଆଜି ଅନୁଷ୍ଠାନିକ ଭାବରେ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରୂପାନ୍ତର ହୋଇଯାଇଛି…

Read More

ଘୋଳାହାଣ୍ଡିରେ ପଞ୍ଚାୟତସ୍ତରୀୟ ୭୭ତମ ସ୍ୱାଧୀନତା ଦିବସ ପାଳିତ, ଆଦର୍ଶ ଶିକ୍ଷକ ବାଲାରସେନ ପାତ୍ର ସମ୍ବର୍ଦ୍ଧିତ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ୭୭ତମ ସ୍ବାଧୀନତା ଦିବସ ସମଗ୍ର ଦେଶରେ ପାଳନ ହୋଇଥିବା ବେଳେ ଉତ୍ସବ ମୁଖର ସମଗ୍ର ଦେଶ l ପୁରପଲ୍ଲୀରୁ ଆରମ୍ଭ କରି ସହର ସବୁଆଡ଼େ ଫରଫର ହୋଇ ଉଡୁଛି ତ୍ରିରଙ୍ଗା l ଏହି ଅବସରରେ ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଘୋଳାହାଣ୍ଡି ପଞ୍ଚାୟତ ପରିସରରେ ପଞ୍ଚାୟତସ୍ତରୀୟ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି l ଏଥିରେ ପଞ୍ଚାୟତର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ l ପଞ୍ଚାୟତ ତରଫରୁ ଆୟୋଜିତ ସ୍ୱାଧୀନତା ଦିବସରେ ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ ମୁଖ୍ଯ ଅତିଥିଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହିତ ଅଭିବାଦନ ଗ୍ରହଣ କରି ସ୍ବାଧୀନତା ଦିବସର ମହାନତା ବିଷୟରେ ଆଲୋକପାତ କରିଥିଲେ l ମହାନ ସ୍ବାଧୀନତା ସଂଗ୍ରାମୀମାନଙ୍କର ସ୍ମୃତି ଚାରଣ କରିବା ସହ ଦେଶର ସ୍ବାଧୀନତା ପାଇଁ ଜାତିର ପିତା ମହାତ୍ମାଗାନ୍ଧିଙ୍କ ଅବଦାନ ବିଷୟରେ ଆଲୋକ…

Read More

ସମର୍ପଣ ବୁଲିଲେ ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତିକରଣ ଓ ପର୍ଯ୍ୟଟନ ମନ୍ତ୍ରୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଲେଖନପୁର ସ୍ଥିତ ସମର୍ପଣ (ବୃଦ୍ଧାଶ୍ରମ) ବୁଲିବା ସହିତ ଅନ୍ତେବାସୀ ମାନଙ୍କ ସହିତ କିଛି ସମୟ ଅତିବାହିତ କରିଛନ୍ତି ମାନ୍ୟବର ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତିକରଣ ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା। ତାଙ୍କ ସହିତ ଥିଲେ ନୟାଗଡ଼ ମାନ୍ୟବର ବିଧାୟକ ଡକ୍ଟର ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ପାଳ ବିଧାନ ଚନ୍ଦ୍ର ରାୟ ଓ ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କଅଁର। ସମର୍ପଣ ପରିସର ବୁଲିବା ସହିତ ପରିବା ବଗିଚା, ପ୍ଳେ ସ୍କୁଲ ଏବଂ ସମର୍ପଣ କ୍ୟାମ୍ପସର ପରିଷ୍କାର ପରିଛନ୍ନତା ଦେଖି ଖୁସି ବ୍ୟକ୍ତ କରିଥିଲେ। ସମର୍ପଣ ପରିଚାଳନା କମିଟିର କାର୍ଯ୍ୟକାରୀ ସଭାପତି ଅରୁଣ କୁମାର ମହାନ୍ତି, ସଂପାଦକ ଶ୍ରୀଧର ସାହୁ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ନାୟକ, ସଦସ୍ୟ ପ୍ରସନ୍ନ କୁମାର…

Read More

ନୟାଗଡ଼ ଗସ୍ତରେ ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତି କରଣ ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଗସ୍ତରେ ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତି କରଣ ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା । ଆଜି ସକାଳୁ ସକାଳୁ ବଲାଙ୍ଗି ପାର୍କ ପରିଦର୍ଶନ କରିବା ସହ ସମସ୍ତ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହା ପରେ ମନ୍ତ୍ରୀ ବୃଦ୍ଧାଶ୍ରମ ପରିଦର୍ଶନ କରିଛନ୍ତି । ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ହିରକ ଜୟନ୍ତୀ ସମ୍ମିଳନୀ କକ୍ଷରେ ଆଜି ମଧୁବାବୁ ପେନ୍‌ସନ୍ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିବା ପାଇଁ ପହଞ୍ଚିଛନ୍ତି । ନୟାଗଡ଼ ବିଡିଓ ପଦ୍ମ ଚରଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଅଶୋକ ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର…

Read More

ରୋଟାରୀ କ୍ଳବରେ ୭୭ତମ ସ୍ବାଧୀନତା ଦିବସ ଓ ରକ୍ତ ଦାନ ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ରୋଟାରୀ କ୍ଳବ୍ ରେ ୭୭ ତମ ସ୍ବାଧୀନତା ଦିବସ ପାଳନ ହୋଇ ଯାଇଛି। କ୍ଳବ୍ ର ସଭାପତି ଅବଦୁଲ ଆରିଫ୍ ଖାନ୍ ପତାକା ଉତ୍ତୋଳନ କରି ସ୍ବାଧୀନତା ସଂଗ୍ରାମୀ ମାନଙ୍କର ସ୍ମ୍ରୁତି ଚାରଣ କରିଥିଲେ। ମହାପୁରୁଷ ମାନଙ୍କର ଦାନ ପାଇଁ ଆଜି ଆମେ ଗର୍ବିତ। ଦେଶକୁ ସ୍ବାଧୀନ କରିବା ପାଇଁ କେତେ ଲୋକ ସହିଦ୍ ହୋଇ ଯାଇଛନ୍ତି। ଯେଉଁ ମାନଙ୍କର ତ୍ଯାଗ ଓ ବଳିଦାନ ରେ ଆଜି ଆମେ ସ୍ବାଧୀନ ସେହି ମାନଙ୍କୁ ମନେ ପକାଇବା ପାଇଁ ଆଜିର ଦିନଟି ବହୁ ଗୁରୁତ୍ବପୂର୍ଣ୍ଣ। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ, ଭାରତ ମାତାର ସନ୍ତାନ, ଏହା ହେଉଛି ଆମର ପରିଚୟ ବୋଲି ବକ୍ତବ୍ଯ ରଖିଥିଲେ। ସକାଳ ୧୦ଟା ୩୦ ମିନିଟ୍ ସମୟରେ ନୟାଗଡ଼ ମୁଖ୍ଯ ଚିକିତ୍ସାଳୟ ପରିସରରେ ଥିବା ରକ୍ତ…

Read More

ସମର୍ପଣ(ବୃଦ୍ଧାଶ୍ରମ)ରେ ୭୭ତମ ସ୍ବାଧୀନତା ଦିବସ ପାଳନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଲେଖନପୁର ସ୍ଥିତ ସମର୍ପଣ ବୃଦ୍ଧାଶ୍ରମରେ ମହାସମାରୋହରେ ପାଳିତ ହୋଇ ଯାଇଛି ୭୭ ତମ ସ୍ବାଧୀନତା ଦିବସ। ଆଶ୍ରମର ଅନ୍ତେବାସୀ ୮୦ ବର୍ଷୀୟା ମହିଳା ପ୍ରମିଳା ଦାସ ପତାକା ଉତ୍ତୋଳନ କରି ମହାନ୍ ଦେଶଭକ୍ତ ସ୍ବାଧୀନତା ସଂଗ୍ରାମୀ ମାନେ ମାଡ ଖାଇ ଜେଲ ଯାଇ ଦେଶକୁ ସ୍ବାଧୀନ କରିବା ସହିତ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଲବଣ ସତ୍ଯାଗ୍ରହ ବିଷୟରେ ଆଲୋକପାତ କରି ଆମକୁ ଲୁଣ ଦେଇଥିଲେ ବୋଲି ବକ୍ତବ୍ଯ ରଖିଥିଲେ। ସମର୍ପଣ ପରିଚାଳନା କମିଟିର କାର୍ଯ୍ଯକାରୀ ସଭାପତି ଅରୁଣ କୁମାର ମହାନ୍ତି, ସଂପାଦକ ଶ୍ରୀଧର ସାହୁ, ସଦସ୍ଯ ପ୍ରସନ୍ନ କୁମାର ବସନ୍ତିଆ, ଦାମୋଦର ସାହୁ, ଶ୍ରୀକାନ୍ତ ପଟ୍ଟନାୟକ ସମେତ ବହୁ ସଦସ୍ଯ ଉପସ୍ଥିତ ଥିଲେ।

Read More

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ରେ ପତାକା ଉତ୍ତୋଳନ କଲେ ଜିଲ୍ଲା ପରିଷଦ ଅଧ୍ଯକ୍ଷ

ନୟାଗଡ଼, (ନୟାଗଡ଼ ଦର୍ପଣ): ୭୭ତମ ସ୍ବାଧୀନତା ଦିବସ ପାଳନ ପାଇଁ ସମଗ୍ର ଦେଶ ଉତ୍ସବ ମୁଖର। ପୁରପଲ୍ଲୀ ସବୁଠି ଫରଫର ହୋଇ ଉଡୁଛି ତ୍ରିରଙ୍ଗା। ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରେ ପାଳିତ ହୋଇଥିବା ସ୍ବାଧୀନତା ଦିବସ ରେ ମୁଖ୍ଯ ଅତିଥି ଭାବେ ମାନନୀୟ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ମହୋଦୟ ଯୋଗଦେଇ ପତାକା ଉତ୍ତୋଳନ କରିବା ସହିତ ଅଭିବାଦନ ଗ୍ରହଣ କରି ସ୍ବାଧୀନତା ଦିବସର ମହାନତା ବିଷୟ ରେ ଆଲୋକପାତ କରିବା ସହିତ ମହାନ ସ୍ବାଧୀନତା ସଂଗ୍ରାମୀ ମାନଙ୍କର ସ୍ମୃତି ଚାରଣ କରିଥିଲେ। ଦେଶର ସ୍ବାଧୀନତା ପାଇଁ ଜାତିର ପିତା ମହାତ୍ମାଗାନ୍ଧିଙ୍କ ଅବଦାନ ବିଷୟରେ ଆଲୋକ ପାତ କରିଥିଲେ । ସ୍ବାଧୀନ ଭାରତରେ ଛାତ୍ରଛାତ୍ରୀମାନଙ୍କର କର୍ତ୍ତବ୍ଯ ଓ ଦାୟିତ୍ୱ ବିଷୟରେ ସଚେତନ କରିବା ସହିତ ମହାପୁରୁଷ ମାନଙ୍କ ପଦାଙ୍କ ଅନୁସରଣ କରିବା…

Read More