ନୟାଗଡ଼ରୁ ବ୍ରାଉନସୁଗାର ଜବତ, ଜଣେ ଗିରଫ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଟାଉନ ଥାନା ପୁଲିସକୁ ମିଳିଛି ସଫଳତା । ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ନିକଟରୁ ୬.୧୭୦ ଗ୍ରାମ ବ୍ରାଉନସୁଗାର ସହ ଏକ ମୋବାଇଲକୁ ଜବତ କରିଛି ଟାଉନ ଥାନା ପୁଲିସ l ନୟାଗଡ଼ ନିକଟସ୍ଥ ଦୁର୍ଗାପ୍ରସାଦ ଗ୍ରାମ ମୁଣ୍ଡିଆ ସାହିର ଦଣ୍ଡୁ ପ୍ରଧାନଙ୍କ ପୁଅ ବୈକୁଣ୍ଠ ପ୍ରଧାନକୁ ପୁଲିସ ଗିରଫ କରିଛି । ନୟାଗଡ଼ ଟାଉନ ଥାନାରେ ୧୬୮/୨୩ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

Related posts