କୋଭିଡ଼ ନିୟମ ଅନୁସାରେ ପାଳିତ ହେବ ଦୁର୍ଗାପୂଜା

ନୟାଗଡ଼,(ନୟାଗଡ଼ ଦର୍ପଣ): ଆସନ୍ତା ଦୁର୍ଗାପୂଜା ଉପଲକ୍ଷେ ଆଜି ଅପରାହ୍ନ ୪ ଘଟିକା ସମୟରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଏକ ଭର୍ଚୁଆଲ ମିଟିଙ୍ଗ୍ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ଡା. ଟୁଡୁ ସମସ୍ତ ସଦସ୍ୟଙ୍କୁ ସ୍ୱାଗତ ଜଣାଇ କୋଭିଡ଼ ନିୟମ ପାଳନ କରି ଦୁର୍ଗାପୂଜା କରିବା ନିମନ୍ତେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ପୂଜା କମିଟିମାନେ ଜିଲ୍ଲା ପ୍ରଶାସନ ଠାରୁ ଅନୁମତି ନେବା ପାଇଁ ପ୍ରକାଶ କରିଥିଲେ । ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ କହିଲେ ଯେ, ସହରରେ ରାତ୍ରିକାଳୀନ କର୍ଫ୍ୟୁ ରାତ୍ର ୧୦ ଘଟିକା ଠାରୁ ସକାଳ ୫ଘଟିକା ପର୍ଯ୍ୟନ୍ତ ଜାରି ରହିବ । ପୂଜା କମିଟିମାନେ କୋଭିଡ଼ ନିୟମ ପାଳନ କରି କେବଳ ରୀତିନୀତି ଅନୁସାରେ ଦେବୀଙ୍କ ପୂଜା କାର୍ଯ୍ୟ ସଂପାଦନ କରିପାରିବେ । ପୂଜା ସ୍ଥଳରେ ୭ଜଣରୁ ଅଧିକ…

Read More

ଚୋରୀ ବୋଲେରୋ ଉଦ୍ଧାର, ଦୁଇ ଲୁଟେରା ଗିରଫ

ନୟାଗଡ଼,(ନୟାଗଡ଼ ଦର୍ପଣ): ଗତ ଦୁଇ ଦିନ ତଳେ ନୟାଗଡ଼ ବାରମାସି ଦଣ୍ଡା ନିକଟରୁ ଚୋରୀ ହୋଇଥିବା ଏକ ବୋଲେରୋ ଗାଡିକୁ ନୟାଗଡ଼ ଟାଉନ ପୋଲିସ ଉଦ୍ଧାର କରିବାରେ ସଫଳ ହୋଇଛି। ଲେଙ୍କୁଡ଼ିପଡ଼ା କାର୍ତ୍ତିକ ବିଶ୍ୱାଳଙ୍କ ଏତଲା କ୍ରମେ ଥାନା କେଶ ନମ୍ବର ୨୦୨/୨୧ମୂଳେ ଆପିସି ଧାରା ୩୭୯/୩୪ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଇଟାମାଟି ଥାନା ଅନ୍ତର୍ଗତ ଲାଠିପଡ଼ା ଗ୍ରାମର ରାକେଶ ଓରଫ ବସନ୍ତ ଦଳେଇ (୨୪ବର୍ଷ) ଓ ଓଡ଼ଗାଁ ଥାନା ଅନ୍ତର୍ଗତ ନନ୍ଦିଘର ଗ୍ରାମର ଗଣେଶ ଓରଫ କାର୍ତ୍ତିକ ଓରଫ ଟିଲୁ ନାୟକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଥିବା ସୂଚନା ଦେଲେ ଟାଉନ ଥାନା ଅଧିକାରୀ ଜୟଦୀପ ମହାନ୍ତି।

Read More

ମଣ୍ଡଳସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଆଜି ଓଡ଼ଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସମସ୍ତ କ୍ଲଷ୍ଟର ସିଆରସିସି,ଏସଆରଜି ଓ ଡିଆରଜି ମାନଙ୍କୁ ନେଇ ଏକ ମଣ୍ଡଳ ସ୍ତରୀୟ ତାଲିମ ଶିବିର ଉଦଘାଟନ ହୋଇଯାଇଛି।ଉକ୍ତ ଶିବିରରେ ଏଡିଇଓ ଡଃ ବସନ୍ତ କୁମାର ନାୟକ, ବିଇଓ ଗୀତାଞ୍ଜଳି ସାହୁ,ଏବିଇଓ ତଥା ବିଆରସିସି ଭାଗ୍ୟଲତା ଦାଶ,ରାଜ୍ୟ ସାଧନକର୍ମୀ ସୌଦାମିନୀ ମହାପାତ୍ର ଏବଂ ନୀଳମାଧବ ମହାରଣା ପ୍ରମୁଖ ଯୋଗଦେଇ ନୂତନ ଶିକ୍ଷାନୀତି ଆଧାରରେ ଆସନ୍ତା ୨୦୨୫ ସୁଦ୍ଧା ଛାତ୍ରଛାତ୍ରୀମାନଙ୍କର ଶ୍ରେଣୀ ଅନୁଯାୟୀ ସର୍ବନିମ୍ନ ଭାଷା ଓ ଗଣିତ ଦକ୍ଷତା ହାସଲ କିପରି ହୋଇପାରିବ ତଥା ଜାତୀୟ ଉପଲବ୍ଧି ସର୍ବେକ୍ଷଣର ସଫଳତା ପାଇଁ କ’ଣ କରିବାକୁ ପଡ଼ିବ ତାହା ଏହି ତାଲିମ ଶିବିରର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି ମତ ରଖିଥିଲେ।ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଫୁଲଟିଏ ସାଜି ଯେକୋୖଣସି ସ୍ଥାନରେ ବିଭିନ୍ନ ପରିସ୍ଥିତିରେ ନିଜର…

Read More

ଯୋଗୀ ଆଦିତ୍ୟନାଥ ସରକାରର ଚାଷୀ ହତ୍ୟା ବିରୋଧରେ ପ୍ରତିବାଦ

ନୟାଗଡ଼,(ନୟାଗଡ଼ ଦର୍ପଣ): ଅକ୍ଟୋବର ୩ତାରିଖରେ ଉତରପ୍ରଦେଶ ଲଷ୍ମୀପୁରର ଖେରି ଅଂଚଳରେ କେନ୍ଦ୍ର ମନ୍ତ୍ରୀ ତଥା ଉତ୍ତର ପ୍ରଦେଶର ସାଂସଦ ଅଜୟ ମିଶ୍ରଙ୍କ ପୁଅ ଓ ତାର ଗୁଣ୍ଡା ବାହିନୀ ଗାଡି ଚଢେଇ ଯେଭଳି ୬ଜଣ କୃଷକଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ଓ ଆନ୍ଦୋଳନକାରୀ ଚାଷୀମାନଙ୍କ ଉପରେ ଯେଉଁ ଭଳି ବର୍ବରଚିତ ଆକ୍ରମଣ କରିଛନ୍ତି ତାର ପ୍ରତିବାଦରେ ଆଜି ନୟାଗଡ଼ ଜିଲ୍ଲାପାଳଙ୍କ ଅଫିସି ସମ୍ମୁଖରେ ସାଥୀ ଗୋଲକ ବିହାରୀ ମୁଦୁଲିଙ୍କ ସଭାପତିତ୍ୱରେ ଚାଷୀ ଓ ଶ୍ରମିକ ମାନଙ୍କ ତରଫରୁ ୨ଘଣ୍ଟା ପର୍ଯ୍ୟନ୍ତ ପ୍ରତିବାଦ ଓ ଗଣ ଧାରଣା ଅନୁଷ୍ଠିତ ହୋଇ ଯାଇଛି।ଏହି ପ୍ରତିବାଦ ଗଣଧାରଣାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ନେତୃତ୍ୱ ମାନେ ବକ୍ତବ୍ୟ ଦେଇ ବିଜେପି ନେତୃତ୍ବାଧୀନ ଯୋଗୀ ଆଦିତ୍ୟ ନାଥ ସରକାରର ଚାଷୀ ହତ୍ୟାକାରୀ ନୀତିକୁ ତିବ୍ର ସମାଲୋଚନା କରିବା ସହ ହତ୍ୟାକାରୀ ଯୋଗୀ ଆଦିତ୍ୟ…

Read More

ନୂଆଗାଁ ପଞ୍ଚାୟତ ସମିତିର ତ୍ରୟୋଦଶ ତମ ସାଧାରଣ ବୈଠକ ଅନୁଷ୍ଠିତ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ପଞ୍ଚାୟତ ସମିତି ସଭାଗୃହ ପରିସରରେ ସମିତିର ତ୍ରୟୋଦଶ ତମ ସମିତି ବୈଠକ  ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସମିତି ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ମୁଖ୍ୟ ଅତିଥି ଶ୍ରୀ ବେହେରା  ଶିକ୍ଷ୍ୟା, ସ୍ୱାସ୍ଥ୍ୟ, ଗମନା ଗମନ, ପାନୀୟ ଜଳ ଯୋଗାଣ ଏବଂ  ଯୋଗ୍ୟହିତାଧିକାରୀଙ୍କୁ ରାସନକାର୍ଡ ଯୋଗାଇ ଦେବା ନେଇ ଗୁରୁତ୍ବ ଦେବାକୁ କହିଥିଲେ। ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ଲୋକାଭିମୁଖୀ ଯୋଜନାର ସୁଫଳ କିପରି ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରିବ ସେଥିପ୍ରତି ଦୃଷ୍ଟିଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବ୍ଳକର ବିଭିନ୍ନ ଗ୍ରାମରେ ପାନୀୟଜଳ ଯୋଗାଣ ନେଇ ବୈଠକରେ ଅଭିଯୋଗ ହୋଇଥିଲା। ବିଧାୟକ ଶ୍ରୀଯୁକ୍ତ ବେହେରା ପାନୀୟଜଳ ପାଇବାରୁ ବଞ୍ଚିତ ଗ୍ରାମର ଲୋକଙ୍କୁ…

Read More

ୟୁନିଟେକ ମହାବିଦ୍ୟାଳୟରେ ସ୍ନାତ୍ତକୋତ୍ସବମ୍

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ଥିତ ୟୁନିଟେକ ମହାବିଦ୍ୟାଳୟରେ ସ୍ନାତ୍ତକୋତ୍ସବମ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ ଯୋଗ ଦେବା ସହ ୟୁନିଟେକ ମହାବିଦ୍ୟାଳୟର ଅଧ୍ୟକ୍ଷ ସନ୍ତୋଷ କୁମାର ପାଢ଼ୀ ଏବଂ ବାଉରୀ ବନ୍ଧୁ ମେମୋରିଆଲ ଟ୍ରଷ୍ଟର ମୁଖ୍ୟ ସମାଜସେବୀ ପ୍ରମୋଦ ଚନ୍ଦ୍ର ପୃଷ୍ଟି ଓ ଚେୟାରମ୍ୟାନ ପ୍ରଦୀପ କୁମାର ପୃଷ୍ଟି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ନାତ୍ତକ ଛାତ୍ର ଛାତ୍ରୀଙ୍କୁ ସାର୍ଟିଫିକେଟ ବଣ୍ଟନ ସହ ଡିପାର୍ଟମେଣ୍ଟଟପ୍ପର ମାନଙ୍କୁ ଉପଢୌକନ ଦେଇ ପୁରସ୍କୃତ କରଯାଇଥିଲା। ମୁଖ୍ୟ ଅତିଥି ଅଧ୍ୟକ୍ଷ ସୁରେଶ ପ୍ରଧାନ ପିଲାମାନଙ୍କୁ ଆଶୀର୍ବାଦ ଦେବା ସହ ସ୍ନାତ୍ତକ ପରେ କିଭଳି ନୂତନ ଜୀବନ ଅୟମାରମ୍ଭ କରିହେବ ତାହା ଉପରେ ଦିଗଦର୍ଶନ ଦେଇଥିଲେ । କଲେଜର ବିଭିନ୍ନ ବିଭାଗର ଟପ୍ପର ହୋଇଥିବା ଛାତ୍ରଛାତ୍ରୀ ଯଥା…

Read More

କଣ୍ଟିଲୋରେ ସ୍ଵସ୍ଥ ଭାରତ ମିଶନ ଅଭିଯାନର ଉଦଘାଟନ ସହିତ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ

କଣ୍ଟିଲୋ,(ନୟାଗଡ଼ ଦର୍ପଣ): କଣ୍ଟିଲୋ ସ୍ଥିତ ନୀଳମାଧବ ମହାବିଦ୍ୟାଳୟ ଠାରେ ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଓ  ଦେଶରେ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଫିଟ୍ଇଣ୍ଡିଆ ଫ୍ରୀଡମ ରନର ଉଦଯାପନୀ ଏବଂ ସ୍ଵଚ୍ଛ ଭାରତ ମିଶନ ଅଭିଯାନର ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଯାଇଅଛି। ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୀଳମାଧବ ମହାବିଦ୍ୟାଳୟର ଏନ୍.ସି.ସି., ଏନ.ଏସ. ଏସ., ୱାଇ. ଆର.ସି ୟୁନିଟ ଏବଂ ନୟାଗଡ଼ ନେହେରୁ ଯୁବକେନ୍ଦ୍ରର ୭୦ ଜଣ ଯୁବକ, ଯୁବତୀ ଅଂଶ ଗ୍ରହଣ କରିଥିଲେ। ଏଥିରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ନେହେରୁ ଯୁବକେନ୍ଦ୍ରେର ଜିଲ୍ଲା ଯୁବ ଅଧିକାରୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନୀଳମାଧବ ମହାବିଦ୍ୟାଳୟର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଇଶ୍ୱରଚନ୍ଦ୍ର ଦାସଙ୍କ ସମେତ  ସମାଜ ବିଜ୍ଞାନ ଅଧ୍ୟାପକ ଦୀନବନ୍ଧୁ ସାହୁ, ବରିଷ୍ଠ କିରାଣି ଲକ୍ଷ୍ମୀଧର ଚିନାରା ଓ ଏନ.ଏସ.ଏସ. ପ୍ରୋଗ୍ରାମ ଅଫିସର ହୃଷିକେଶ ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ଅତିଥି ମାନେ…

Read More

ପୈାରନିର୍ବାହୀ ଅଧିକାରୀଙ୍କ ଦ୍ଵାରା ୧୩୦ ଜଣ ସଫେଇ କର୍ମଚାରୀ ସମ୍ବର୍ଦ୍ଧିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ୱଚ୍ଛ ଭାରତ ମିଶନ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନ ନୟାଗଡ଼ ପୈାର ପରିଷଦ ପକ୍ଷରୁ ଆରମ୍ଭ ହୋଇଛି। ସହରକୁ ଅଳିଆ ଆବର୍ଜ୍ଜନାରୁ ମୁକ୍ତ ରଖିବା ଏହାର ମୂଳ ଲକ୍ଷ୍ୟ। ପୈାରନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସଫେଇ କର୍ମଚାରୀମାନେ ନିୟମିତ ନିଜନିଜର କାର୍ଯ୍ୟକୁ ସୂଚାରୁରୂପେ ତୁଲାଇଥିବା ଏବଂ ମନୋବଳ ଦୃଢ଼ କରିବା ଉଦ୍ଦେଶ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ୧୩୦ ଜଣ ସଫେଇ କର୍ମଚାରୀଙ୍କୁ ସମ୍ୱର୍ଦ୍ଧିତ କରାଯିବା ସହ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି ସମ୍ବର୍ଦ୍ଧନା ସମାରୋହରେ କନିଷ୍ଠ ଯନ୍ତ୍ରୀ ବିଷ୍ଣୁ ପ୍ରସାଦ, ରାଜସ୍ୱ ସୁପରଭାଇଜର କୈଳାସ ଚନ୍ଦ୍ର ଜେନା, ପରିମଳ ବିଶେଷଜ୍ଞ ବିବେକାନନ୍ଦ ପ୍ରଧାନ, ‘ମୁକ୍ତା’ ସଂଯୋଜକ ଶିରୋମଣି ଧିରେନ୍ଦ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ସଫେଇ କର୍ମଚାରୀ ମାନଙ୍କ ନିଷ୍ଠା ଓ କର୍ତ୍ତବ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ୨୦୧୬…

Read More

ଗାନ୍ଧୀ ଜୟନ୍ତୀରେ ଇଟାମାଟି ପଞ୍ଚାୟତ ପକ୍ଷରୁ ୧୨୦ମିଟର ତ୍ରିରଙ୍ଗା ଶୋଭାଯାତ୍ରା

ଇଟାମାଟି,(ନୟାଗଡ଼ ଦର୍ପଣ): ଇଟାମାଟି ସରପଞ୍ଚ ସୋନାଲିକା ମନ୍ଥନଙ୍କ ଆବାହକତ୍ୱରେ ପଞ୍ଚାୟତରେ ମହାତ୍ମା ଗାନ୍ଧୀଙ୍କ ୧୫୨ତମ ଜୟନ୍ତି ଉପଲକ୍ଷେ ବିଶ୍ୱ ଶାନ୍ତି ପ୍ରତିଷ୍ଠା ନିମନ୍ତେ ୧୨୦ମିଟର ତ୍ରିରଙ୍ଗା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇ ମହାତ୍ମାଗାନ୍ଧୀଙ୍କ ଜୀବନଶୈଳୀ ଉପରେ ସମବେତ ଜନତାଙ୍କୁ ଉଦବୋଧନ ଦେଇଥିଲେ । ଏହି ଅବସରରେ ଇଟାମାଟି ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ସାହିତ୍ୟ ଏକାଡେମୀ ସଦସ୍ୟ ଅଶୋକ କୁମାର ନାୟକ, ସମିତି ସଭ୍ୟା ବବିତାରାଣୀ ଜେନା, ଆଶିଷ କୁମାର ଅଗ୍ରୱାଲ, ଶ୍ରବଣ କୁମାର ରାମ, ବଣିକ ସଂଘ ସଭାପତି କିଶୋର ଚନ୍ଦ୍ର ନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରାରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ବହୁ…

Read More

ପବିତ୍ର ଗାନ୍ଧୀ ଜୟନ୍ତୀରେ ‘ଆଶ୍ରୟ’ ପକ୍ଷରୁ ରକ୍ତଦାନ ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ସରଣକୁଳ ବାଉଁଶିଆ ସ୍ଥିତ ସମାଜ କଲ୍ୟାଣ ସଙ୍ଗଠନ ‘ଆଶ୍ରୟ’ ପକ୍ଷରୁ ପବିତ୍ର ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ‘ଆଶ୍ରୟ’ର ଉପଦେଷ୍ଟା ତଥା ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ଡଃ.ସତ୍ୟନାରାୟଣ ଗାଲଙ୍କ ପ୍ରତିମୂର୍ତ୍ତୀ ଅନାବରଣ ସହ ସମାଜସେବୀ ତଥା ‘ଆଶ୍ରୟ’ର ଉପଦେଷ୍ଟା ମନୋରାମା ମହାପାତ୍ରଙ୍କ ଉଦ୍ଦେଶ୍ୟରେ ସ୍ମୃତିସଭା ପାଳିତ ହୋଇ ଯାଇଛି । ଉକ୍ତ ରକ୍ତଦାନ ଶିବିରରେ ୫୬ଜଣ ରକ୍ତଦାନ କରିଥିଲେ । ଏହି ଅବସରରେ ‘ଆଶ୍ରୟ’ର ପ୍ରତିଷ୍ଠାତା ଲୋକନାଥ ଦାଶ ୧୩୮ଥର ରକ୍ତଦାନ କରି ଉକ୍ତ ଶିବିରକୁ ଉଦଘାଟନ କରିବା ସହ କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଫେସର ଡଃ.ସୁହାସିନୀ ମହାପାତ୍ର, ରକ୍ତ ଭଣ୍ଡାର ଅଧିକାରୀ ଡ.ଅଜୟ କୁମାର ବାହିନୀପତି, ଡ. ଅଂଶୁମାନ ସାହୁ, ସମାଜସେବୀ ଦାମୋଦର ସାହୁ, ଅଧ୍ୟାପକ…

Read More