ସଶକ୍ତ ନାରୀ, ସଶକ୍ତ ରାଷ୍ଟ୍ର, ଶକ୍ତିର ଗତି, ରାଷ୍ଟ୍ରର ପ୍ରଗତିମାର୍ଚ୍ଚ ୬ରୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ନୟାଗଡ଼ ଜିଲ୍ଲାର ଇନଡୋର ଷ୍ଟାଡିୟମ ଠାରେ ଅନ୍ତର୍ଜାତୀୟ ମହିଳା ଦିବସର ଉଦଘାଟନ ଉତ୍ସବରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ, ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ପ୍ରମୁଖ ଯୋଗଦେଇ ପ୍ରଥମେ ଭଗବାନଙ୍କ ନିକଟରେ ପୁଷ୍ପମାଲ୍ୟ, ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ଜିଲ୍ଲାପାଳ ଯୋଗର ଉପକାରିତା ବିଷୟରେ ଉପସ୍ଥିତ ଅଂଶୀଦାରମାନଙ୍କୁ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ଯୋଗ ପ୍ରଶିକ୍ଷଣ ଦେବାକୁ ୩ଜଣ ଯୋଗ ଗୁରୁ ଦୀପ୍ତିମୟୀ ଜେନା, ସୁଶ୍ମୀତା ଦାଶ ଓ ସୁଶ୍ରୀ ସଂଗୀତା ନାୟକ ଯୋଗ ଦେଇଥିଲେ। ଜୁମ୍ବା କାର୍ଯ୍ୟକ୍ରମରେ ମହିଳାମାନେ ଭାଗ ନେଇ ବହୁତ ଖୁସି…
Read MoreCategory: ନୟାଗଡ଼
ନୟାଗଡ଼ରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ନେଇ ସାମ୍ବାଦିକ ସମ୍ମିଳନୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ମାଇଁ ଭାରତ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ନେଇ ସାମ୍ବାଦିକ ସମ୍ମିଳନୀ। ଆସନ୍ତା ମାର୍ଚ୍ଚ ୮ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭାରତ ସରକାରଙ୍କ କ୍ରିଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧୀନ ମାଇଁ ଭାରତ ନୟାଗଡ଼ ଓ ସେବା ଉତ୍ସବ ସମିତି ମିଳିତ ଆନୁକୂଲ୍ୟରେ ଅସ୍ମିତା ଦିବସ ପାଳନ କରାଯିବ। ଏନେଇ ଆଜି ନୟାଗଡ଼ ଜିଲ୍ଲା ପରିଷଦ ସଭା ଗୃହ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ନୟାଗଡ଼ ଜିଲ୍ଲା ପରିଷଦ ଅଧକ୍ଷ ଦେବାଶିଷ ପଟ୍ଟନାୟକ, ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ର, ଆଇନଜୀବି ଚନ୍ଦ୍ର ବିଜୟୀ ମିଶ୍ର ଉପସ୍ଥିତ ଥିଲେ। ସମ୍ମିଳନୀକୁ ସେବା ଉତ୍ସବ କୋଷାଧକ୍ଷ ପରମେଶ୍ୱର ସାହୁ ସଂଯୋଜନା କରିଥିଲେ। ନୟାଗଡ଼ ଖେଳ ପଡିଆଠାରେ ଆସନ୍ତା ୮ ତାରିଖ…
Read Moreଗାଲାକ୍ସି ସ୍ୱାସ୍ଥ୍ୟ ବୀମା କମ୍ପାନୀ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରରେ ଅବସ୍ଥିତ ଗାଲାକ୍ସି ସ୍ୱାସ୍ଥ୍ୟ ବୀମା କମ୍ପାନୀ ପକ୍ଷରୁ ଆଜି ଏକ ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ନୟାଗଡ଼ ସାମ୍ବାଦିକ ଭବନଠାରେ ଆୟୋଜିତ ହୋଇଯାଇଛି । ଆପୋଲ ହସ୍ପିଟାଲ ପକ୍ଷରୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି । ଭେଷଜ ବିଶେଷଜ୍ଞ ଡା. ପ୍ରେମାନନ୍ଦ ପଟ୍ଟନାୟକ ସ୍ୱାସ୍ଥ୍ୟ ପରାମର୍ଶ ପ୍ରଦାନ କରିଥିଲେ । ୭୦ରୁ ଉର୍ଦ୍ଧ୍ୱ ରୋଗୀଙ୍କ ବିଭିନ୍ନ ପ୍ରକାର ପରୀକ୍ଷା କରାଯାଇଥିଲା । ଲରେନ୍ସ ଆଣ୍ଡ ମେୟୋ ଆଇ ହସ୍ପିଟାଲ ଚକ୍ଷୁ ବିଭାଗ ଦଳ ଉପସ୍ଥିତ ରହି ପରୀକ୍ଷା କରିଥିଲେ । ଗାଲାକ୍ସି ସ୍ୱାସ୍ଥ୍ୟ ବୀମା କମ୍ପାନୀ ବ୍ୟବସାୟିକ ପରିଚାଳକ ବିଷ୍ଣୂପ୍ରସାଦ ମହାପାତ୍ର, ଏଜେନ୍ସି ସହଯୋଗୀ ବିଭୂତି ଭୂଷଣ ସ୍ୱାଇଁ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ବରିଷ୍ଠ ମୁଖ୍ୟ ମନୋରଞ୍ଜନ ଦାଶ ରୋଗୀ ଓ ରୋଗୀ ସମ୍ପର୍କିୟଙ୍କ ସହ ଆଲୋଚନା…
Read Moreନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଓକିଲସଂଘ ଗୃହ ଉଦଘାଟିତ
ଦୀର୍ଘଦିନର ଦାବୀ ପରେ ସାକାରହେଲା ଓକିଲ ସଙ୍ଘର ଦାବୀ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟରେ ଓକିଲ ମାନଙ୍କ ବ୍ୟବହାର ପାଇଁ ବହୁ ପ୍ରତିକ୍ଷୀତ ଓକିଲ ସଙ୍ଘ ଗୃହ ଓଡିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ କରକମଳରେ ଏବଂ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥଙ୍କ ଉପସ୍ଥିତିରେ ଶୁଭ ଉଦଘାଟନ ହୋଇଯାଇଛି।ଏହି ଅବସରରେ ଜିଲ୍ଲା ଓକିଲ ସଙ୍ଘ ସଭାପତି ରଣଜିତ ଦାଶଙ୍କ ଅଧ୍ୟକ୍ଷତାର ଆୟୋଜିତ ଉଦ୍ଘାଟନୀ ସଭାରେ ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ବାଚସ୍ପତି ଶ୍ରୀମତୀ ପାଢ଼ୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଅର୍ପଣ କରାଯାଇଥିଲା। ଖଣ୍ଡପଡା ଓକିଲ ସଙ୍ଘ ସଭାପତି ସଂଗ୍ରାମ ମିଶ୍ର, ସମ୍ପାଦକ ବିକ୍ରମ କେଶରୀ ଦେଓ, ଓଡଗାଁ ଓକିଲ ସଙ୍ଘ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ଦଶପଲ୍ଲା ଓକିଲ ସଙ୍ଘ ସଭାପତି ସୁଶାନ୍ତ କୁମାର ପାତ୍ର ଏବଂ ଦଲିଲ ଲେଖକ ମୋହରିର…
Read Moreସହକାରୀ ଶିକ୍ଷୟିତ୍ରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା
ନୟାଗଡ଼,(ନୟାଗଡ଼ ଦର୍ପଣ): ଶିକ୍ଷକର କେବେ ଅବସର ନଥାଏ । ସେ ସବୁ ସମୟ ପାଇଁ ହିଁ ଶିକ୍ଷକ ଅଟେ । ଜଣେ ଶିକ୍ଷକ ସମଗ୍ର ଜୀବନକାଳ ପର୍ଯ୍ୟନ୍ତ ଶିକ୍ଷକର ମର୍ଯ୍ୟଦା ହିଁ ପାଇଥାଏ । ନୟାଗଡ଼ ମୁନିସିପାଲିଟି ଅନ୍ତର୍ଗତ ପଶ୍ଚିମ ଟାଉନ ସରକାରୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ସତ୍ୟଭାମା ଦେବୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବିଶିଷ୍ଟ କବି ତଥା ସାହିତ୍ୟିକ ଗୋଦାବରୀଶ ମିଶ୍ର ଏପରି ମତବ୍ୟକ୍ତ କରିଥିଲେ। ଶ୍ରୀମତୀ ମିଶ୍ରଙ୍କର ଦୀର୍ଘ ଦିନର ସେବା, ସମର୍ପଣ ତଥା ଶିକ୍ଷାପ୍ରତି ନିଷ୍ଠା ସମସ୍ତଙ୍କ ପାଇଁ ପ୍ରେରଣା ହୋଇ ରହିବା ସହିତ ପିଲାମାନଙ୍କୁ ଶିଖାଇଥିବା ଶ୍ରମ, ଶୃଙ୍ଖଳା, ମୂଲ୍ୟବୋଧ ଏବଂ ସଠିକ ପଥରେ ଚାଲିବାର ଉପାୟ ସଦାସର୍ବଦା ପିଲାମାନଙ୍କୁ ଆଲୋକମୟ ପଥରେ ଚାଲିବା ପାଇଁ ସାହାଯ୍ୟ କରିବ ବୋଲି ବିଭିନ୍ନ କ୍ଲଷ୍ଟରରୁ…
Read Moreକ୍ୟାବିନେଟ ମନ୍ତ୍ରୀ କିରଣ ରିଜିଜୁ ଏବଂ ହରଦୀପ ପୂରି ଓ ସାଂସଦ ନିଶିକାନ୍ତ ଦୁବେଙ୍କୁ ଗିରଫ ଦାବିରେ ନୟାଗଡ଼ ଥାନାରେ ଇତାଲା ଦାଏର କଲା ଜିଲ୍ଲା କଂଗ୍ରେସ
ନୟାଗଡ଼, (ନୟାଗଡ଼ ଦର୍ପଣ): ଲୋକସଭା ବିରୋଧି ଦଳ ନେତା ରାହୁଲ ଗାନ୍ଧିଙ୍କ ପ୍ରତି ବ୍ୟକ୍ତିଗତ ଅପଶବ୍ଦ ପ୍ରୟୋଗ ବିଜେପିର ଅଭ୍ୟାସରେ ପରିଣତ ହୋଇଛି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତ୍ରୀମଣ୍ଡଳର ଦୁଇ ସହଯୋଗୀ କ୍ୟାବିନେଟ ମନ୍ତ୍ରୀ କିରଣ ରିଜିଜୁ ଏବଂ ହରଦୀପ ପୂରି ଓ ସାଂସଦ ନିଶିକାନ୍ତ ଦୁବେ ପ୍ରମୁଖଙ୍କୁ ଗିରଫ ଦାବିରେ ନୟାଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ନୟାଗଡ଼ ଟାଉନ ଥାନାରେ ଇତାଲା ଦାଏର। ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ସର୍ବମାନ୍ୟ ନେତା ରାହୁଲ ଗାନ୍ଧି ଦେଶର ଗୌରବ ବୃଦ୍ଧି ପାଇଁ ସଦାସର୍ବଦା ଚେଷ୍ଟିତ ଥିବାବେଳେ ଅସହିଷ୍ଣୁ ଶାସକ ଦଳ ବିଜେପି ପକ୍ଷରୁ ବାରମ୍ବାର ତାଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରାଯାଉଛି। ଭାରତୀୟ ସଂସଦୀୟ ଶାସନ ବ୍ୟବସ୍ଥାର ସମସ୍ତ ବିଧିବ୍ୟବସ୍ଥା ଓ ଶାଳୀନତାର ସ୍ପଷ୍ଟ ଉଲ୍ଲଂଘନ କରି ଖୋଦ୍ ସଂସଦୀୟ ବ୍ୟାପାର ମନ୍ତ୍ରୀ…
Read Moreଛୁଆଁଅଛୁଆଁ ଭେଦଭାବ ଯୋଗୁଁ ପଞ୍ଚମ ଶ୍ରେଣୀର ଦଳିତ ଛାତ୍ର ଭୋଳାନାଥ ମୃତ୍ୟୁ ପାଇଁ କୋଟିଏ ଟଙ୍କା କ୍ଷତିପୂରଣ ଦିଅନ୍ତୁ ମୁଖ୍ୟମନ୍ତ୍ରୀ : କଂଗ୍ରେସ
ଗଣିଆ, (ନୟାଗଡ଼ ଦର୍ପଣ): ଗଣିଆ ବ୍ଲକ ବେଲପଡାପାଟଣା ନୋଡାଲ ୟୁପି ସ୍କୁଲ ପଞ୍ଚମ ଶ୍ରେଣୀ ଛାତ୍ର ଭୋଳାନାଥ ମଲ୍ଲିକକୁ ଛୁଆଁଅଛୁଆଁ ଭେଦଭାବ ଆଧାରରେ ସ୍କୁଲ ପାଇଖାନା ବ୍ୟବହାର ପାଇଁ ଅନୁମତି ନଦେବା ଯୋଗୁଁ ସମ୍ପୃକ୍ତ ଛାତ୍ର ସ୍କୁଲ ପରିସର ବାହାରକୁ ଝାଡା ଫେରିବା ପାଇଁ ଯାଇ ଏକ ଚୁଆରେ ବୁଡି ମରିଯିବା ଘଟଣା ସମଗ୍ର ଗଣିଆ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ବିଶ୍ୱସନିୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ମାନସ କୁମାର ମଲ୍ଲିକ ଆଜି ନୟାଗଡ଼ ଠାରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଘଟଣାକୁ ତିନି ସପ୍ତାହ ବିତି ଯାଇଥିଲେ ମଧ୍ୟ ଗଣିଆ ପୋଲିସ ମୃତକ ପରିବାରକୁ ନ୍ୟାୟ ଦେବାରେ ବିଫଳ ହୋଇଥିବା ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ କହିଛନ୍ତି। ଦାୟିତ୍ୱରେ ଗୁରୁତର ଅବହେଳା କରିଥିବା…
Read Moreରୋହିବାଙ୍କ ଗ୍ରାମରେ ବନ୍ୟାଗ୍ନୀ ନିରାକରଣ ସଚେତନତା ରାଲି
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ରୋହିବାଙ୍କ ଗ୍ରାମରେ ଅନୁଷ୍ଠିତ ହୋଇସାରିଛି ବନ୍ୟାଗ୍ନୀ ନିରାକରଣ ସଚେତନତା ରାଲି। ଓଡଗାଁ ଜଙ୍ଗଲ ଓ ପରିବେଶ ଜଳବାୟୁ ବିଭାଗ ର ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ଅଭିମନ୍ୟୁ ମଲ୍ଲିକ ଓ ଓଡଗାଁ ଗୋଷ୍ଠୀ ଶିକ୍ଷା ବିଭାଗ ନିର୍ଦେଶ କ୍ରମେ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ବାରିକ ଓ ବିଦ୍ୟାଳୟର ଶିକ୍ଷକ ପ୍ରକୃତି ବନ୍ଧୁ ସନ୍ତୋଷ କୁମାର ସାହୁ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏହି ରାଲି ରେ ଯୋଗଦେଇଥିଲେ। ଏହି ରାଲିରେ ଅନ୍ୟ ଅତିଥିଭାବେ ଓଡଗାଁ ବନପାଳ ସରିତା ବରାଳ, ବନରକ୍ଷୀ ସୌମ୍ୟରଂଜନ ଦଳେଇ, ଦିପ୍ତିମୟୀ ରାଉଳ, ଉଦ୍ଧବ ପ୍ରଧାନ, ମାନସ ରଞ୍ଜନ ମିଶ୍ର, ଦିଲ୍ଲୀପ କୁମାର ପ୍ରଧାନ ସହିତ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ ନାହାକ, ସୂର୍ଯ୍ୟମଣୀ ନାୟକ, ଖଗେଶ୍ୱର ବେହେରା, ଶିକ୍ଷୟିତ୍ରୀ ଅବନ୍ତୀ ବେହେରା…
Read Moreଆସନ୍ତା ୨୪ତାରିଖ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ଘଣ୍ଟିଆ ନୟାଗଡ଼ ବଜାର ବନ୍ଦ
ନୟାଗଡ଼, (ନୟାଗଡ଼ ଦର୍ପଣ): ଦୀର୍ଘଦିନରୁ ଚାଲିଥିବା ନୟାଗଡ଼ ଜିଲ୍ଲା ସଦର ମହକୁମାରେ ଭେଷଜ ମେଡିକାଲ କଲେଜ ଦାବି ଏବଂ ଓଡିଶା ବଜେଟ ୨୦୨୬-୨୭ରେ ନୟାଗଡରେ ହୋମିଓପ୍ୟାଥିକ ମେଡିକାଲ କଲେଜ ପ୍ରତିଷ୍ଠା ହେବା ନେଇ ଘୋଷଣା ସମ୍ବନ୍ଧେ ଆଜି ଜୟ ନୟାଗଡ଼ ଫାଉଣ୍ଡେସନ ତରଫରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ଭବିଷ୍ୟତ ପାଇଁ ଖସଡ଼ା ପ୍ରସ୍ତୁତ କରାଯାଇଅଛି। ହୋମିଓପ୍ୟାଥିକ ମେଡିକାଲ କଲେଜ ପ୍ରତିଷ୍ଠା ଘୋଷଣା କରିବା ଭଲ କଥା, କିନ୍ତୁ ନୟାଗଡ଼ ସଦର ମହକୁମାରେ ଭେଷଜ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ଗତକାଲି ବି ଥିଲା, ଆଜି ବି ଅଛି ଓ ଅସନ୍ତାଦିନରେ ବି ରହିବ। ତେଣୁ ନୟାଗଡ଼ିଆଙ୍କ ହକ ତଥା ଦାବିକୁ ତ୍ୱରାନ୍ୱିତ କରିବା ପାଇଁ ଆସନ୍ତା ତା୨୪.୦୨.୨୦୨୬ରିଖ ସକାଳ ୬ଘଟିକା ଠାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ନୟାଗଡ଼ ବଜାର ବନ୍ଦ ଡାକରା ଦିଆଯାଇଛି।…
Read Moreଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ରେ ଆର୍ଟ ଅଫ୍ ଭଲ୍ଯୁଣ୍ଟରଜିମ୍ ଶୀର୍ଷକ ଆଲୋଚନା ଚକ୍ର
ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ବେଛାସେବୀ ମାନଙ୍କର ସେବା ଭାବକୁ ବିକାଶ କରିବା ପାଇଁ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ ସଭାଗୃହରେ ଆର୍ଟ ଅଫ୍ ଭଲ୍ଯୁଣ୍ଟରଜିମ୍ ବିଷୟକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି। ବିଦ୍ଯାଳୟର ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମୁଖ୍ଯ ଆଲୋଚକ ଭାବେ ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଯୋଗଦେଇ ଜଣେ ସ୍ବେଛାସେବୀ କେଉଁ କେଉଁ ଗୁଣର ଅଧିକାରୀ ହେବା ଆବଶ୍ଯକ ସେ ବିଷୟରେ ଆଲୋକପାତ କରିବା ସହିତ ସମାଜସେବାର ସଜ୍ଞାକୁ ବ୍ଯାପକ ଭାବରେ ଆଲୋଚନା ଓ ପର୍ଯ୍ଯାଲୋଚନା କରିଥିଲେ। ଅନ୍ଯତମ ଆଲୋଚକ ଭାବେ ଗଣିଆ ଉନୟନ କମିଟିର ସଭାପତି ଉଷାରାଣୀ ପଟ୍ଟନାୟକ, ନୟାଗଡ଼ କ୍ଳବ୍ ର ସଭାପତି ଅଶୋକ କୁମାର ନାୟକ, ବରିଷ୍ଠ ଶିକ୍ଷାବିତ୍ ହରିହର ପାତ୍ର , କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ…
Read More