ଦଶପଲ୍ଲା, (ନୟାଗଡ଼ ଦର୍ପଣ): ୧୩ ଦଫା ଦାବି ନେଇ ଦଶପଲ୍ଲା ଏନ୍ଏସି କାଉନସିଲର ମାନଙ୍କର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା। ଦାବି ଗୁଡିକ ମଧ୍ୟରେ ୧- ୱାର୍ଡ ନଂ ୫, ୬ ଓ ୧୦ ନମ୍ବରରେ ନିର୍ମାଣ ହୋଇଥିବା ଦୋକାନ ଘର ଗୁଡିକୁ ଯୁଦ୍ଧ କାଳିନ ଭିତ୍ତିରେ ବଣ୍ଟନ। ୨- ଯୋଗାଣ ବିଭାଗ ଦ୍ୱାରା ହୋଇଥିବା ସମସ୍ତ ହିତା ଧିକାରୀ ମାନଙ୍କୁ ରାସନ କାର୍ଡ ପ୍ରଦାନ। ୩-୨୦୨୪-୨୫ ଓ ୨୦୨୫-୨୬ ଆର୍ଥିକ ବର୍ଷର ଆକ୍ସନ ପ୍ଲାନରେ ସ୍ଥାନିତ ହୋଇଥିବା ସମସ୍ତ କାର୍ଯ୍ୟକୁ ଟେଣ୍ଡର କରାଯାଇ କାର୍ଯ୍ୟାଦେଶ ପ୍ରଦାନ। ୪- ୱାର୍ଡ଼ ନ-୬ରେ ଥିବା ସ୍ମାର୍ଟ ପାର୍କକୁ ପୂର୍ଣାଙ୍ଗ କରାଯାଉ, ୱାର୍ଡ ନଂ – ୯ରେ ଥିବା ଆଦର୍ଶ ଶ୍ମଶାନ କାର୍ଯ୍ୟକ୍ଷମ କରାଯାଉ। ୫- ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ସଭା ଗୃହକୁ କାର୍ୟ୍ଯକ୍ଷମ କରାଯାଉ…
Read MoreCategory: ନୟାଗଡ଼
ଜିଲ୍ଲାସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ, ଅଲ ଓଡ଼ିଶା ଚେସ ଆସୋସିଏସନ ତଥା କେସି କ୍ଲବର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ କେସି କ୍ଲବଠାରେ ଉଦଘାଟିତ ହୋଇଯାଇଛି। ପୂର୍ବତନ କନ୍ଧମାଳ ସାଂସଦ ତଥା ନୟାଗଡ଼ର ବିଶିଷ୍ଟ ନାରୀନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦାନ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରି ବିଧିବଦ୍ଧ ଭାବେ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ମୁଖ୍ୟଅତିଥି ଏବଂ ମ୍ୟାଚ ପରିଚାଳନା କରିବା ପାଇଁ ଆର୍ବିଟର ଭାବେ ଯୋଗଦାନ ଅଭିଷେକ ଆଚାର୍ଯ୍ୟଙ୍କୁ ଉପଢୌକନ ଏବଂ ଟ୍ରଫି ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଆୟୋଜିତ ଉଦଘାଟନୀ ସଭାରେ ଆସୋସିଏସନ ସଭାପତି ଭାଗିରଥି ଦାସ ପୌରୋହିତ୍ୟ କରିଥିବା ବେଳେ ସମ୍ପାଦକ ଲକ୍ଷ୍ମୀଧର ସାହୁ ସମସ୍ତଙ୍କୁ ସ୍ୱାଗତ ଜଣାଇ ସମ୍ପାଦକୀୟ ଅଭିଭାଷଣ ପ୍ରଦାନ କରିଥିଲେ। ବରିଷ୍ଠ ସାମ୍ବାଦିକ…
Read Moreନୟାଗଡ଼ ବ୍ଳକ୍ ରେ ଜ୍ଯୋତି କଳସ ରଥଯାତ୍ରା ସହିତ ନୂଆ ଜୟପୁରରେ ଗାୟତ୍ରୀ ଦୀପ ମହାଯଜ୍ଞ ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଅଖିଳ ବିଶ୍ବ ଗାୟତ୍ରୀ ପରିବାର,ଶାନ୍ତିକୁଞ୍ଜ ହରିଦ୍ଵାର ଆନୁକୂଲ୍ୟରେ ଦିବ୍ଯ ଅଖଣ୍ଡ ଦୀପର ଶତାବ୍ଦୀ ସମାରୋହ ଓ ପରମ ବନ୍ଦନୀୟା ମାତାଜୀ ଭଗବତୀ ଦେବୀ ଶର୍ମାଙ୍କ ଜନ୍ମ ଶତାବ୍ଦୀ ବର୍ଷ ଅବସରରେ ଶାନ୍ତିକୁଞ୍ଜ ହରିଦ୍ବାରରୁ ଆସିଥିବା ଜ୍ଯୋତି କଳସ ରଥ ଆଜି ନୟାଗଡ଼ ବ୍ଳକ୍ ଅନ୍ତର୍ଗତ ଇଟାମାଟି,ପ୍ରତାପପ୍ରସାଦ,ଘଡୁଆଳ, ଦୁର୍ଗାପ୍ରସାଦ, ନୟାଗଡ଼, ମୁକ୍ତାପୁର, ସୁବର୍ଣ୍ଣଦେଇପୁର ଓ ହାଉସିଂବୋର୍ଡରେ ପରିକ୍ରମା କରି ନିଶା ନିବାରଣ ପାଇଁ ସଚେତନତା ଶୋଭାଯାତ୍ରା କରାଯାଇ ଥିଲା। ପରିଶେଷରେ ସନ୍ଧ୍ଯା ୬ଟା ସମୟରେ ନୂଆ ଜୟପୁରରେ ଗାୟତ୍ରୀ ଦୀପ ମହାଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି। ଏହି ଜ୍ଯୋତି କଳସ ରଥରେ ଓଡିଶା ରାଜ୍ଯ ଗାୟତ୍ରୀ ପରିବାରର ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରତାପ କୁମାର ସ୍ବାଇଁ,ଅନନ୍ତ ବଳିୟାର ସିଂହ ଓ ବିଜୟ କୁମାର ସାହୁ ଅତିଥି ଭାବେ ଯୋଗଦେଇଥିଲେ। ବରିଷ୍ଠ କାର୍ଯ୍ୟକର୍ତ୍ତା ତାରିଣୀ ଚରଣ ମହାରଣା…
Read Moreଓଡ଼ଗାଁ ଅଞ୍ଚଳରୁ ବିଦେଶୀ ମଦ ଦୋକାନରୁ ଚୋରି ଘଟଣାରେ ୭ଗିରଫ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ଅଞ୍ଚଳର ୩ ବିଦେଶୀ ମଦ ଦୋକାନରୁ ଚୋରି ଘଟଣାରେ ୭ ଅଭିଯୁକ୍ତ ଗିରଫ, ୧ ଲକ୍ଷ ୬୦ ହଜାର ଟଙ୍କା ସମେତ ଗୋଟିଏ ଧଳା ରଙ୍ଗର ଟାଟା ଇଣ୍ଡିଗୋ କାର,୪ ଗୋଟି ମଟର ସାଇକେଲ, ୯ ଗୋଟି ସ୍ମାର୍ଟ ଫୋନ, ୨ ଗୋଟି ସାଧା ଫୋନ, କଟୁରୀ ଓ ପେଚକସ ଜବତ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ବାହାଡାପିଠା ସରକାରୀ ଠିପି ଖୋଲା ବିୟର ବାର, ଅପର ପାଶ୍ୱର୍ରେ ଥିବା ସିନେମାହଲ ନିକଟବର୍ତ୍ତୀ ଠିପି ବନ୍ଦ ସରକାରୀ ମଦ ଦୋକାନ ଓ ବାଘୁଆ ସରକାରୀ ମଦ ଦୋକାନରୁ ସିରିଜ ଚୋରି ଘଟଣାରେ ଓଡ଼ଗାଁ ପୁଲିସକୁ ବଡ଼ ସଫଳତା ମିଳିଛି। ଚୋରି ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ୭ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବାବେଳେ ସମସ୍ତ ଅଭିଯୁକ୍ତ ଗଞ୍ଜାମ ଅଞ୍ଚଳର…
Read Moreନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ଗୋପବନ୍ଧୁ ଏକାଡେମୀ ପକ୍ଷରୁ ନିମନ୍ତ୍ରଣ,
ଓଏଏସ୍ ପ୍ରଶିକ୍ଷାର୍ଥୀଙ୍କୁ ପଢ଼ାଇବେ ପାଠ
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ଗୋପବନ୍ଧୁ ଏକାଡେମୀରେ ତାଲିମ ନେଉଥିବା ପ୍ରଶିକ୍ଷାର୍ଥୀଙ୍କୁ ପାଠ ପଢ଼ାଇବା ପାଇଁ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକଙ୍କୁ ଏକାଡେମୀ ପକ୍ଷରୁ ନିମନ୍ତ୍ରଣ କରାଯାଇଛି । ଆସନ୍ତା ୨୨ ତାରିଖ ୨୦୨୨ ମସିହା ବ୍ୟାଚ୍ ଓଏଏସ୍ ପ୍ରଶିକ୍ଷାର୍ଥୀଙ୍କୁ ୨ଟି ପିରିୟଡ଼ ପାଠ ପଢ଼ାଇବା ପାଇଁ ଡେପୁଟି ଡାଇରେକ୍ଟରଙ୍କ ପକ୍ଷରୁ ଚିଠି କରାଯାଇଛି। ପଞ୍ଚାୟତ ରାଜ ବ୍ୟବସ୍ଥାରେ ଉପରେ ଶୀଯୁକ୍ତ ପଟ୍ଟନାୟକଙ୍କ ଦୀର୍ଘଦିନର ଅଭିଜ୍ଞତା ଓ ଜ୍ଞାନ ରହିଛି । ଏଥିପାଇଁ ତାଙ୍କୁ ଗୋପବନ୍ଧୁ ଏକାଡେମୀ ପକ୍ଷରୁ ନିମନ୍ତ୍ରଣ କରାଯାଇଛି । ପୂର୍ବରୁ ମଧ୍ୟ ସେ ଗୋପବନ୍ଧୁ ଏକାଡେମୀରେ ଓଏଏସ୍ ପ୍ରଶିକ୍ଷାର୍ଥୀଙ୍କୁ ପାଠ ପଢ଼ାଇଛନ୍ତି। ନୟାଗଡ଼ ଜିଲ୍ଲାର ଜଣେ ବିଚକ୍ଷଣ ରାଜନେତା ଭାବେ ଜଣାଶୁଣା ଶ୍ରୀଯୁକ୍ତ ପଟ୍ଟନାୟକ ଜଣେ ଲୋକପ୍ରିୟ ମଣିଷ ଭାବେ ଜଣାଶୁଣା।
Read Moreଅଗ୍ନିପଥ ଯୋଜନା ପାଇଁ ନିଯୁକ୍ତି ରାଲି
ନୟାଗଡ଼,(ନୟାଗଡ଼ ଦର୍ପଣ): କଟକ, ପୁରୀ, ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଜଗତସିଂପୁର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲା ପାଇଁ ଅଗ୍ନିପଥ ଯୋଜନା ଅଧୀନରେ ସଂକ୍ଷିପ୍ତ ତାଲିକାଭୁକ୍ତ ପ୍ରାର୍ଥୀଙ୍କ ପାଇଁ ସେନା ନିଯୁକ୍ତି ରାଲି ୨୨ ଅକ୍ଟୋବରରୁ ୨୬ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଭୁବନେଶ୍ଵର (ଓଡିଶା)ର ସୈନିକ ସ୍କୁଲରେ ଅନୁଷ୍ଠିତ ହେବ। ନିଯୁକ୍ତି ରାଲି ସମୟରେ ଅନଲାଇନ୍ କମନ୍ ଏଣ୍ଟ୍ରାନ୍ସ ପରୀକ୍ଷା (CEE)ରୁ ସଂକ୍ଷିପ୍ତ ତାଲିକାଭୁକ୍ତ ପ୍ରାର୍ଥୀମାନଙ୍କୁ ଶାରୀରିକ ସୁସ୍ଥତା ପରୀକ୍ଷା ଏବଂ ଡାକ୍ତରୀ ପରୀକ୍ଷା ପାଇଁ ଡକାଯାଇଛି। ପ୍ରାର୍ଥୀଙ୍କ ପ୍ରବେଶ ପତ୍ର ପୂର୍ବରୁ ସେମାନଙ୍କର ପଞ୍ଜିକୃତ ଇମେଲ୍ ଆଇଡିକୁ ପଠାଯାଇଛି। ପ୍ରାର୍ଥୀମାନେ ଭାରତୀୟ ସେନାରେ ଯୋଗ ଦିଅନ୍ତୁ ୱେବସାଇଟ୍ www.joinindianarmy.nic.in ରେ ସେମାନଙ୍କର ପ୍ରୋଫାଇଲ୍ରେ ଲଗ୍ ଇନ୍ କରି ନିଯୁକ୍ତି ରାଲି ପାଇଁ ସେମାନଙ୍କର ପ୍ରବେଶ ପତ୍ର ଡାଉନଲୋଡ଼ କରିପାରିବେ । ଯେକୌଣସି ପ୍ରଶ୍ନ ପାଇଁ,…
Read Moreଜ୍ଯୋତି କଳସ ରଥଯାତ୍ରା ଓ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଅଖିଳ ବିଶ୍ବ ଗାୟତ୍ରୀ ପରିବାର,ଶାନ୍ତିକୁଞ୍ଜ ହରିଦ୍ଵାର ଆନୁକୂଲ୍ୟରେ ଦିବ୍ଯ ଅଖଣ୍ଡ ଦୀପର ଶତାବ୍ଦୀ ସମାରୋହ ଓ ପରମ ବନ୍ଦନୀୟା ମାତାଜୀ ଭଗବତୀ ଦେବୀ ଶର୍ମାଙ୍କ ଜନ୍ମ ଶତାବ୍ଦୀ ବର୍ଷ ଅବସରରେ ଶାନ୍ତିକୁଞ୍ଜ ହରିଦ୍ବାରରୁ ଆସିଥିବା ଜ୍ଯୋତି କଳସ ରଥକୁ ନୟାଗଡ଼ ଜିଲ୍ଲା ତରଫରୁ ଚମ୍ପତିପୁର ଗ୍ରାମ ଠାରେ ସ୍ବାଗତ କରାଯିବ ସହିତ ଶହେରୁ ଉର୍ଦ୍ଧ୍ବ ଗାୟତ୍ରୀ ପରିଜନ ମାନଙ୍କୁ ନେଇ ଏକ ବିଶାଳ ନିଶା ନିବାରଣ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଏହି ଶୋଭାଯାତ୍ରା ଚମ୍ପତିପୁର, ଆଙ୍କୁଲିପାଟଣା, ନାଟୁଗାଁ ପରିକ୍ରମା କରି କଦଳୀବସ୍ତ ସାହିରେ ପହଞ୍ଚିବା ପରେ ସେଠାରେ ଆୟୋଜିତ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି। ଏହି ଜ୍ଯୋତି କଳସ ରଥରେ ପରିବ୍ରାଜକ ଭାବେ ସମଗ୍ର ଓଡିଶା ରାଜ୍ଯ ପରିକ୍ରମା କରୁଥିବା ପ୍ରତାପ କୁମାର ସ୍ବାଇଁ,ଅନନ୍ତ ବଳିୟାର ସିଂହ…
Read Moreଜିଲ୍ଲାବ୍ୟାପି ଭୋଟ ଚୋରି ଦସ୍ତଖତ ଅଭିଯାନ ଅଗ୍ରଗତି ସମ୍ପର୍କରେ ସମୀକ୍ଷା ବୈଠକ
ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ ଜିଲ୍ଲାବ୍ୟାପି ଭୋଟ ଚୋରି ଦସ୍ତଖତ ଅଭିଯାନ ଅଗ୍ରଗତି ସମ୍ପର୍କରେ ସମୀକ୍ଷା ବୈଠକ ଜିଲ୍ଲା ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଡିସିସି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ପିସିସି ପର୍ଯ୍ୟବେକ୍ଷକ ସୁଶ୍ରୀ ସ୍ୱାଗତିକା ପଟ୍ଟନାୟକ ଏହି ବୈଠକରେ ଯୋଗ ଦେଇ ଜିଲ୍ଲାର ଦଳୀୟ କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ଆଲୋଚନା କରି ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଆସନ୍ତା ୧୯ ତାରିଖ ସୁଦ୍ଧା ଅନ୍ୟୁନ ୧୦ହଜାର ସାଧାରଣ ଜନତା ଙ୍କ ଦସ୍ତଖତ କରାଯିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ ଏବଂ ଅଦ୍ୟାବଧି ସମଗ୍ର ଜିଲ୍ଲାରେ ପ୍ରାୟ ୧୫ହଜାର ଦସ୍ତଖତ ସଂଗ୍ରହ କାର୍ଯ୍ୟ ଶେଷ ହୋଇଥିବା ବ୍ଲକ ସଭାପତି ଭାବେ ରିପୋର୍ଟ ଦେଇଥିଲେ। ସେହିଭଳି ଖଣ୍ଡପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟଚୋରି…
Read Moreନଭେମ୍ବର ୩ରୁ ରୋଟାରୀ କ୍ଳବ୍ ତରଫରୁ ମାଗଣା କୃତ୍ରିମ ଅଙ୍ଗରୋପଣ ଶିବିର
ନୟାଗଡ଼, (ନୟାଗଡ଼ ଦର୍ପଣ): ରୋଟାରୀ କ୍ଲବ ନୟାଗଡ଼ ଏବଂ ରୋଟାରି କ୍ଲବ ଅଫ ବ୍ରହ୍ମପୁର ଇଷ୍ଟର ମିଳିତ ଆନୁକୂଲ୍ୟରେ, ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ବିଜୁ ମହାବୀର ଫୁଟ୍ ସେଣ୍ଟର, ଖୋର୍ଦ୍ଧାଙ୍କ ସହଭାଗିତାରେ ନୟାଗଡ ରୋଟାରୀ କ୍ଲବ ପରିସରରେ ଭିନ୍ନକ୍ଷମଙ୍କ ପାଇଁ ମାଗଣାରେ କୃତ୍ରିମ ଅଙ୍ଗ ରୋପଣ ଶିବିର ଆୟୋଜନ କରାଯାଉଛି। ଏହି କ୍ରମରେ ନୟାଗଡଠାରେ ନଭେମ୍ବର ୩ରୁ ୭ପର୍ଯ୍ୟନ୍ତ ଆୟୋଜନ କରାଯିବ। ଏହି ଶିବିରରେ କୃତ୍ରିମ ଅଙ୍ଗ ଯଥା -ଗୋଡ଼ ଓ ହାତ ସହ ଆଶା ବାଡି ଓ ଶ୍ରବଣ ଯନ୍ତ୍ର ମାଗଣାରେ ଯୋଗାଇଦିଆଯିବ। ଏହି ମହତ କାର୍ଯ୍ୟରେ ସମାଜର ସବୁ ବର୍ଗର ଜନ ସାଧାରଣଙ୍କୁ ସହଯୋଗ, କରିବା ପାଇଁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀକୁ ରୋଟାରୀ କ୍ଲବ ନୟାଗଡ଼ ର ସଭାପତି…
Read Moreଅକ୍ଟୋବର ୧୮ରୁ ଜିଲ୍ଲା ଓପନ ଚେସ ଟୁର୍ଣ୍ଣାମେଣ୍ଟ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓପନ ଚେସ ଟୁର୍ଣ୍ଣାମେଣ୍ଟ ଆସନ୍ତା ଅକ୍ଟୋବର ୧୮ ଏବଂ ୧୯ ତାରିଖ ଦୁଇଦିନ ଧରି ସ୍ଥାନୀୟ କେସି କ୍ଳବ ଠାରେ ଅନୁଷ୍ଠିତ ହେବ। ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଏବଂ ଅଲ ଓଡ଼ିଶା ଚେସ ଆସୋସିଏସନର ମିଳିତ ଆନୁକୂଲ୍ୟ ତଥା କେସି କ୍ଳବର ପ୍ରତ୍ୟକ୍ଷ ସହଯୋଗରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ୧୭ ବର୍ଷରୁ କମ କନିଷ୍ଠ ବର୍ଗ ଏବଂ ୧୭ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ବର୍ଗ ଏହିପରି ଦୁଇଟି ବିଭାଗରେ ଚେସ ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରତ୍ୟେକ ବର୍ଗରେ ଶ୍ରେଷ୍ଠ ୫ଜଣଙ୍କୁ ଅର୍ଥରାଶି ସହିତ ଟ୍ରଫି ଏବଂ ମାନପତ୍ର ସହିତ ସମ୍ବର୍ଦ୍ଧିତ କରାଯିବ। ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଓପନ ଚେସ ଟୁର୍ଣ୍ଣାମେଣ୍ଟକୁ ମୁଖ୍ୟ ଅତିଥି ଭାବେ ପୁରୀ ଲୋକସଭା ସାଂସଦ ଡା. ସମ୍ବିତ ପାତ୍ର,…
Read More