ନୟାଗଡ଼, (ନୟାଗଡ଼ ଦର୍ପଣ): ଲୌହମାନବ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ନୟାଗଡ ଜିଲ୍ଲା ପ୍ରଶାସନ ତରଫରୁ ଏକ ଏକତା ଦୌଡ କାର୍ଯ୍ୟକ୍ରମ ଆୟୋଜନ କରଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅରିତିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ ଓ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ନାୟକ ଓ ଉପ ଜିଲ୍ଲାପାଳ ଶ୍ରୀ ସମାଦାର ପଟେଲଙ୍କ ଜନ୍ମଜୟନ୍ତୀରେ ଦେଶ ପ୍ରତି ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟାବଳି ସମ୍ବନ୍ଧରେ ନିଜ ନିଜର ମତ ରଖିଥିଲେ। ଏହି ମହାମାନବ ଦେଶର ଅଖଣ୍ଡତା ଏବଂ ସାର୍ବଭୌମତ୍ଵକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଯେଉଁ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଥିଲେ ସେ ବିଷୟରେ ବକ୍ତା ମାନେ ଆଲୋକପାତ କରିଥିଲେ। ପ୍ରାୟ ୫୬୦ରୁ ଉର୍ଦ୍ଧ ଗଡଜାତୀୟ ରାଜ୍ୟକୁ ଭାରତରେ ମିଶ୍ରଣ କରିବାରେ ତାଙ୍କର ବଳିଷ୍ଠ ଅବଦାନ ରହିଥିଲା।…
Read MoreCategory: ନୟାଗଡ଼
ରାଷ୍ଟ୍ରୀୟ ଏକତା ଦିବସ ଏବଂ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଶିବିର ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ଦୌରା ଜଜ ତଥା ଆଇନସେବା ପ୍ରାଧିକରଣ ଅଧକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦେଶ ରେ ସଚିବ, ଅଞ୍ଜଳି ମଛଖଣ୍ଡଙ୍କ ପ୍ରତେକ୍ଷ୍ୟ ତତ୍ୱାବ ଧାନରେ ଜିଲ୍ଲା କୋର୍ଟ ପରିସରରେ ସମସ୍ତ ବିଭାଗର ବିଚାର ପତି, କର୍ମଚାରୀ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମସ୍ତ କର୍ମଚାରୀ, ଓକିଲ ସଙ୍ଘର ସମସ୍ତ ଆଇନଜୀବିମାନଙ୍କୁ ନେଇ ରାଷ୍ଟ୍ରୀୟ ଏକତା ଦିବସ ଏବଂ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୫ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଦୌରା ଜଜ ଆନନ୍ଦ ନାରାୟଣ ମହାରଣା ଉଦଘାଟନ କରି ଉପସ୍ଥିତ ସମବେତ ବିଚାର ପତି, କର୍ମଚାରୀମାନଙ୍କୁ ନାଗରିକ ମାନଙ୍କ ପାଇଁ ସାଧୁତାର ଶପଥ ପାଠ କରାଇବା ସହିତ ନିଜ ବକ୍ତବ୍ୟରେ କହିଥିଲେ, ଆମ୍ଭେ ବିଶ୍ୱାସ କରିବା ଯେ, ଆମ ଦେଶର ଆର୍ଥିକ, ରାଜନୈତିକ ଏବଂ ସାମାଜିକ ପ୍ରଗତି ପଥରେ ଦୁର୍ନୀତି ହିଁ…
Read Moreସିଭିଲ ସୋସାଇଟି ଏବଂ ପୂଜ୍ୟପୂଜା କମିଟିର ମିଳିତ ଆନୁକୂଲ୍ୟରେ ଲୌହ ମାନବଙ୍କ ଜୟନ୍ତୀ ପାଳିତ
ନୟାଗଡ, (ନୟାଗଡ଼ ଦର୍ପଣ): ସ୍ଥାନୀୟ ନୀଳମାଧଵ ହୋଟେଲ ସମ୍ମିଳନୀ କକ୍ଷରେ ଲୌହ ମାନବ ତଥା ସ୍ୱାଧୀନ ଭାରତର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ସିଭିଲ ସୋସାଇଟି ଏବଂ ପୂଜ୍ୟପୂଜା କମିଟିର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ମହାନୁଭବ କାର୍ଯ୍ୟକ୍ରମ ସିଭିଲ ସୋସାଇଟିର ଅଧକ୍ଷ ଗୋଦାବରୀ ସାହୁଙ୍କ ଅଧକ୍ଷ୍ୟତରେ ଅନୁଷ୍ଠିତ ହୋଇଥିବା ବେଳେ ଶିକ୍ଷାବିତ୍ତ ପ୍ରସନ୍ନ କୁମାର ବସନ୍ତିଆ, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଅବସର ପ୍ରାପ୍ତ ସେନା ଅଧିକାରୀ ଶରତ କୁମାର ସାହୁ ପ୍ରମୁଖ ଯୋଗଦେଇ ପଟେଲଜୀଙ୍କ ଭାରତର ଅଖଣ୍ଡତା ଏବଂ ରାଷ୍ଟ୍ରୀୟ ଏକତା ପାଇଁ ନେଇଥିବା ନିସ୍ଵାର୍ଥପର ମନୋଭାବର ଭୁୟସୀ ପ୍ରଂଶସା କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ନିରଞ୍ଜନ ମିଶ୍ର, ନବକୃଷ୍ଣ ସାହୁ, ରଜନୀକାନ୍ତ ଭୂୟାଁ, ରଘୁନାଥ ସାହୁ ପ୍ରମୁଖ ଉପସ୍ଥିତ ଥିବାବେଳେ ପୂଜ୍ୟପୂଜା…
Read Moreଭାରୀଯାନ ଚଳାଚଳ ପାଇଁ ଜିଲ୍ଲାରେ କଟକଣା ଜାରିକଲେ ନୟାଗଡ଼ ଜିଲ୍ଲାପାଳ
ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାରେ ବିଭିନ୍ନ ସାମଗ୍ରୀ ପରିବହନ ପାଇଁ ବ୍ୟବହୃତ ଭାରୀ ମାଲବାହୀ ଯାନଗୁଡ଼ିକ ଦିନବେଳେ ଯାତାୟାତ କରୁଛନ୍ତି ଯାହା ନୟାଗଡ଼ ଜିଲ୍ଲାର ପଥଚାରୀ ଏବଂ ଯାତ୍ରୀମାନଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ବିଶେଷକରି ବାଲି, ମୁରମ୍ ଏବଂ ପଥର ଖଣ୍ଡ/ଧାତୁ ବହନ କରୁଥିବା ଟିପର୍ ଭଳି ଯାନଗୁଡ଼ିକ ସାମଗ୍ରୀ ଉପରେ ତାରପୋଲିନ୍ ଘୋଡ଼ାଇ ନ ଥିବାରୁ ଏବଂ ଗାଡ଼ିର ବିଭିନ୍ନ ଫାଙ୍କ ଯୋଗୁଁ ଓଭର ଫ୍ଲୋ ହେଉଛି କିମ୍ବା ସେମାନଙ୍କ ଗାଡ଼ିରୁ ସାମଗ୍ରୀ ଲିକ୍ ହେଉଛି। ଏବଂ ଏହାଦ୍ୱାରା ଏପରି ସାମଗ୍ରୀ ଚଲା ରାସ୍ତା ଉପରେ ଏକ ସ୍ତର ତିଆରି କରୁଛି ଯାହା ୧୫ରୁ ୪୫ ବର୍ଷ ବୟସର ଗୋଷ୍ଠୀରେ ଦୁର୍ଘଟଣା ଏବଂ ପରବର୍ତ୍ତୀ ମୃତ୍ୟୁର ପ୍ରମୁଖ କାରଣ ପାଲଟୁଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଯୁବକ ଏବଂ ସେମାନଙ୍କ ପରିବାରର ରୋଜଗାରକ୍ଷମ ବ୍ୟକ୍ତି ବିଶେଷ…
Read Moreଅଜଣା ବ୍ୟକ୍ତିଙ୍କ ମୃତ ଶରୀର ଉଦ୍ଧାର, ମୃତ ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ଥାନା ପକ୍ଷରୁ ଜାରି ହେଲା ଫଟୋ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ଥାନା ପୋଲିସ ଏକ ଅଚିହ୍ନା ଅସ୍ପଷ୍ଟ ବ୍ୟକ୍ତିଙ୍କର ମୃତ ଶରୀର ଉଦ୍ଧାର କରିଛି। ସୂଚନା ଯୋଗ୍ୟ- ଗତ ତା.୨୭.୧୦.୨୦୨୫ରିଖ ଅପରାହ୍ନ ଘ.୦୩.୪୦ମି. ସମୟରେ ଗଙ୍ଗାଧର ନାୟକ(୫୩), ଦଶପଲ୍ଲାଙ୍କ ଅଭିଯୋଗ କ୍ରମେ ତଦନ୍ତ କରି ଉକ୍ତ ଶବକୁ ନେଳିଗୁଡା ଜଙ୍ଗଲରୁ ଉଦ୍ଧାର କରି ନୟାଗଡ଼ ଶବ ବ୍ୟବଚ୍ଛେଦ କେନ୍ଦ୍ରକୁ ପଠାଯାଇଛି। ଶରୀର ଟି ଏମିତି ନଷ୍ଟ ହୋଇଛି ଯେ ଯାହାକି ଚିହ୍ନଟ କରାଯାଇପାରୁନାହିଁ। ସେଥିନିମନ୍ତେ ଦଶପଲ୍ଲା ଥାନା ଅଧିକାରୀ ଏକ ଫଟୋ ଜାରି କରିଛନ୍ତି। ଏ ଫଟୋ ଦେଖି ଯଦି କୌଣସି ବ୍ୟକ୍ତି ବିଶେଷ ଜାଣିପାରନ୍ତି ତେବେ ଥାନା ସହ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି।
Read Moreନୟାଗଡ଼ ଜିଲ୍ଲାର ପୁରାତନ ଫଟୋଗ୍ରାଫରଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ
ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ପୁରାତନ ଫଟୋଗ୍ରାଫରମାନଙ୍କୁ ନେଇ ନୟାଗଡ଼ ସ୍ଥିତ ଶୁଭମ୍ ଫାର୍ମ ହାଉସ ମୁକ୍ତାପୁର ଠାରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମାନବ କିଶୋର ରାୟ(ମାନ) ସୋନି ଷ୍ଟୁଡିଓ ଓ ବିରେନ୍ଦ୍ର ନାଥ ଦାସ (ଟୁନୁ) ଅସ୍ତରାଗ ଷ୍ଟୁଡିଓ, ଉଭୟଙ୍କ ଉଦ୍ୟମରେ ଜିଲ୍ଲାର ସମସ୍ତ ପୁରୁଣା ଫଟୋଗ୍ରାଫର ବନ୍ଧୁ ମାନଙ୍କୁ ଏକାଠି କରି ବର୍ଷରେ ଗୋଟିଏ ଦିନ ଯେଉଁ ବରିଷ୍ଠ ଫଟୋ ଗ୍ରାଫରମାନେ ଇହଧାମ ତ୍ୟାଗ କଲେଣି ତାଙ୍କର ଆତ୍ମାର ଶାନ୍ତି ଓ ଆନନ୍ଦ ପାଇବା ପାଇଁ ପରସ୍ପର ବନ୍ଧୁମାନଙ୍କର ଭାବ ସ୍ନେହର ଆନନ୍ଦ ଉଠାଇବା ପାଇଁ ବନ୍ଧୁ ମାନେ ଏକାଠି ହୁଅନ୍ତି। ଏହି ବନ୍ଧୁ ମିଳନ ଅନ୍ତିମ ଗେଟଟୁଗେଦର ନାମକରଣ କରି ୨୦୨୪ ମସିହାରୁ ପାଳନ କରୁଛନ୍ତି । ତାଙ୍କର ଭାବାର୍ଥ ହେଲା ଆମର ଯେତେ ପର୍ଯ୍ୟନ୍ତ ଅନ୍ତ ହୋଇନାହିଁ ସେତେ…
Read Moreନୟାଗଡ଼ରେ ସାଇବର ସୁରକ୍ଷା ଅଭିଯାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିକାଶ କ୍ଷେତ୍ରରେ ଦେଶରେ ଦିନକୁ ଦିନ ସାଇନ୍ସ ଓ ଟେକ୍ନୋଲୋଜିର ଆବଶ୍ୟକତା ଯେତିକି ଗୁରୁତ୍ବ ବହନ କରୁନି ଅପରାଧିକ କାର୍ଯ୍ୟକଳାପରେ ଏହାକୁ ଅଧିକ ବ୍ୟବହାର କରାଯାଉଛି। ବିଶେଷକରି ନାନା ଉପାୟରେ ସାଇବର୍ କ୍ରାଇମ୍ ବୃଦ୍ଧି ପାଇ ଚାଲିଛି। ଡ଼ିଜିଟାଲ୍ ମାଧ୍ୟମ ଠାରୁ ଆରମ୍ଭ କରି ନିବେଶ ଓ ଟ୍ରେଡ଼ିଂ ଠକେଇ, ପାର୍ସଲ ଓ କଷ୍ଟମ୍ସ ଠକେଇ, ସେକ୍ସଟୋର୍ସନ ଫାନ୍ଦ, ନକଲି ଋଣ ବା ତତ୍କାଳ କ୍ରେଡ଼ିଟ୍ ଆପ୍, ନକଲି ପରିଚୟ ଏବଂ ଓଟିପି ଠକେଇ, ଚାକିରି ଓ ଘରୁ କାମ କରିବାର ଠକେଇ ସହ ଇ–କମର୍ସ ତଥା ଅଫର୍ ଠକେଇ ଭଳି ନାନା ଉପାୟ ଅବଲମ୍ବନ କରି ସାଇବର ଅପରାଧି ମାନେ ଠକେଇ କରୁଛନ୍ତି। ତେବେ ଏହି ସାଇବର ଅପରାଧିଙ୍କ ଠାରୁ ନିଜକୁ ଦୂରେଇ ରଖିବା ତଥା ତୃଣମୂଳ ସ୍ତରରେ ଏସମ୍ପର୍କରେ ସେଚତନତା କରିବା…
Read Moreସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାତ୍ରୀଙ୍କୁ ପରାମର୍ଶ
ନୟାଗଡ଼,(ନୟାଗଡ଼ ଦର୍ପଣ): ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ର ପ୍ରଭାବରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଯଥାକ୍ରମେ- ରଣପୁର ବ୍ଲକର ମଣିନାଗ ମନ୍ଦିର, ଭାପୁର ବ୍ଲକର ଫତେଗଡ଼ ସ୍ଥିତ ରାମ ମନ୍ଦିର, ଦଶପଲ୍ଲା ନିକଟସ୍ଥ କୁଆଁରିଆ ଡ୍ୟାମ, ଓଡ଼ଗାଁ ବ୍ଲକର ବରକନ୍ୟା ଝରଣା ଓ ଶିମିଳି ଝରଣା ଆଦି ଅଂଚଳକୁ ଆସନ୍ତା ୩୧.୧୦.୨୦୨୫ରିଖ ପର୍ଯ୍ୟନ୍ତ ଯାତ୍ରୀମାନଙ୍କୁ ନ ଯିବାକୁ ଜିଲ୍ଲା ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି।
Read Moreଟାକରା ହାଇସ୍କୁଲର ଆଲୁମିନା କମିଟି ଗଠନ, ରେଜୁଲେସନ ଖାତାରେ କାଗଜ ଲେପମାରିଲେ ପ୍ରଧାନଶିକ୍ଷକ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଆଜି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅଧିନସ୍ଥ ଟାକରା ଆଦିବାସୀ ଓ ହରିଜନ କଲ୍ୟାଣ ବିଭାଗର ସରକାରୀ ଉଚ୍ଚ ବିଦ୍ୟାଳୟ (ଟାକରା )ର ନୂତନ ଆଲୁମିନା କମିଟି ଚୟନ ପକ୍ରିୟା ଆଜି ବିଦ୍ୟାଳୟ ପରିସରରେ ହୋଇସାରିଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ମୁକେଶ ଦୁଗାଳ ୧୮. ୧୦. ୨୦୨୫ରେ ନୂତନ ଆଲୁମିନା କମିଟି ଗଠନ ପାଇଁ ଵିଜ୍ଞାପନ କରିଥିଲେ। ଏହି ପରିପ୍ରେକ୍ଷୀରେ ଆଜି ପ୍ରଧାନଶିକ୍ଷକଙ୍କ ତତ୍ୱାବଧାନରେ ଟାକରା ହାଇସ୍କୁଲ ପରିସରରେ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସର୍ବସମ୍ମତିକ୍ରମେ ନୂତନ କମିଟିର ଚେୟାରମ୍ୟାନ ଭାବେ ପ୍ରଦୀପ କୁମାର ସାହୁ, ଭାଇସ ଚେୟାରମ୍ୟାନ ରୂପେ ଜଗବନ୍ଧୁ ଆଚାର୍ଯ୍ୟଙ୍କୁ ମନୋନୀତ କରାଯାଇଥିବାବେଳେ ସଭ୍ୟ ଭାବେ ସନ୍ତୋଷ କୁମାର ସାହୁ, ସୁଲୋଚନା ମଳିକ, ନୋଡାଲ ଶିକ୍ଷକ ନୀଳମଣି ନାୟକ ଏବଂ ୨ଜଣ ଛାତ୍ରଛାତ୍ରୀଙ୍କୁ ମନୋନୀତ…
Read Moreରଣପୁରରେ ଓଡ଼ିଶା କୃଷକ ସଭାର ରାଜ୍ୟ ସମ୍ମିଳନୀ ରଉଦଯାପିତ
ରଣପୁର, (ନୟାଗଡ଼ ଦର୍ପଣ): ରଣପୁର ରେ ଓଡ଼ିଶା କୃଷକ ସଭା ର ରାଜ୍ୟ ସମ୍ମିଳନୀ ଉଦଯାପିତ ହୋଇଯାଇଛି। ଅଖିଳ ଭାରତ କୃଷକ ସଭା ର ସାଧାରଣ ସମ୍ପାଦକ ବିଜୁ କ୍ରିଷ୍ଣନ ଉଦଯାପନୀ ବକ୍ତବ୍ୟ ରଖିଥିଲେ। ରାଜ୍ୟ ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ ତିନି ବର୍ଷର ସାଂଗଠନିକ ରିପୋର୍ଟ ଉପସ୍ଥାପିତ କରିଥିଲେ। ରିପୋର୍ଟ ଉପରେ ୨୯ଜଣ ପ୍ରତିନିଧି ଆଲୋଚନା କରିଥିଲେ। ଆଗାମୀ ସମ୍ମିଳନୀ ପର୍ଯ୍ୟନ୍ତ ଏକ ୫୧ ଜଣିଆ ରାଜ୍ୟ କୃଷକ କମିଟି ଏବଂ ୧୭ଜଣିଆ ରାଜ୍ୟ କର୍ମକର୍ତ୍ତା ନିର୍ବାଚିତ ହୋଇଥିଲେ। ଶୀତାଶୁ ସେନାପତି, ରାଜ୍ୟ ସଭାପତି ଭାବେ ଜମେଶ୍ଵର ସାମନ୍ତରାୟ, ରାଜ୍ୟ ସାଧାରଣ ସମ୍ପାଦକ ଭାବେ, ରାଜ୍ୟ ଅର୍ଥ ସମ୍ପାଦକ ଭାବେ ଅଭିରାମ ବେହେରା, ରାଜ୍ୟ ଉପସଭାପତି ଭାବେ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ହରିଶ୍ଚନ୍ଦ୍ର ମିଶ୍ର, ପି ହରିକୃଷ୍ଣ ରେଡ୍ଡୀ, ମୀନା ପ୍ରଧାନ, ଚନ୍ଦ୍ର ଶେଖର…
Read More