ଜିଲ୍ଲାସ୍ତରୀୟ ଧରିତ୍ରୀ ଆବା ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନ

ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାସ୍ତରୀୟ ଧରିତ୍ରୀ ଆବା ଜନଜାତି ଗ୍ରାମ ଉତ୍କର୍ଷ  ଅଭିଯାନ ଅନ୍ତର୍ଗତ ଗ୍ରାମର ଗୋଷ୍ଠୀ ସମ୍ବଳର ସୁପରିଚାଳନା, ବିକାଶ ଓ ସୁ-ବିନିଯୋଗର ଏ ପ୍ରଶିକ୍ଷଣ ତଥା କର୍ମଶାଳା ଯାହା ଜଙ୍ଗଲ ଅଧିକାର ନିୟମ-୨୦୦୬ ଉପରେ ପର୍ଯବେଷିତ ନୟାଗଡ଼ ପଞ୍ଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଓ ଉପ- ଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ନୟାଗଡ଼ ତହସିଲଦାର ରାଜେଶ କେଶରୀ ସ୍ୱାଇଁ, ଅତିରିକ୍ତ ତହସିଲଦାର, ସହକାରୀ ବନ ସରଂକ୍ଷକ, ରେଂଜର, ଅତିରିକ୍ତ ଜିଲ୍ଲା ମଂଙ୍ଗଳ ଅଧିକାରୀ ସଦର, ସମସ୍ତ ମଂଗଳ ସଂପ୍ରସାରଣ ଅଧିକାରୀ , ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପ୍ରଶିକ୍ଷକ, ବସୁନ୍ଧରାକ ପ୍ରଶିକ୍ଷକ, ୧୭ଟି ଗ୍ରାମର ଗ୍ରାମ ଅଧିକାର…

Read More

ରଣପୁର ନିର୍ବାଚନ ମଣ୍ଡଳୀରେ ଚାନ୍ଦପୁର , ଗୋପାଳପୁର, ରଣପୁର ଗ୍ରାମୀଣ ମଣ୍ଡଳରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି

ରଣପୁର, (ନୟାଗଡ଼ ଦର୍ପଣ): ପ୍ରତେକ ଲୋକଙ୍କ ପାଖରେ ଦେଶପ୍ରେମର ବାର୍ତ୍ତା ପହଞ୍ଚାଇବା ପାଇଁ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ। ଏହି ପରିପ୍ରେକ୍ଷୀରେ ରଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚାନ୍ଦପୁର ମଣ୍ଡଳରେ ମଣ୍ଡଳ ସଭାପତି ଅକ୍ଷୟ ସାହୁଙ୍କ ନେତୃତ୍ୱରେ ଏକ ବିଶାଳ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶତାଧିକଲୋକ ମୋଟର ସାଇକେଲରେ ହାତରେ ତ୍ରିରଙ୍ଗା ପତାକା ଧରି ଭାରତ ମାତା କି ଜୟ, ବନ୍ଦେ ମାତରଂ ଗାନ କରିଥିଲେ। ଏହି ତ୍ରିରଙ୍ଗା ଶୋଭାଯାତ୍ରାଟି ଚମ୍ପାଗଡ଼ ଛକ ଠାରୁ ବାହାରି ଚାନ୍ଦପୁର ବଜାର ପରିକ୍ରମା କରି କେରେଣ୍ଡାଟାଙ୍ଗୀ ଛକ ପର୍ଯ୍ୟନ୍ତ ଯାଇଥିଲା ଏହି ଶୋଭାଯାତ୍ରାରେ ୨୫୦ ଶହ ମୋଟର ସାଇକେଲ ଓ ୫ ଶହ ରୁ ଉର୍ଦ୍ଧ୍ବ ଲୋକ ସାମିଲ୍ ହେଇଥିଲେ । ଗୋପାଳପୁର ମଣ୍ଡଳରେ ମଣ୍ଡଳ ସଭାପତି ପ୍ରଫୁଲ୍ଲ କୁମାର ମହାପାତ୍ରଙ୍କ ନେତୃତ୍ବରେ ୫୦୦ରୁ ଉର୍ଦ୍ଧ୍ବ ଲୋକ…

Read More

ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟକାରିଣୀ ବୈଠକ ଓ ଖଣ୍ଡପଡ଼ା ଜର୍ଣ୍ଣାଲିଷ୍ଟ ପ୍ରଥମ ବାର୍ଷିକ ଉତ୍ସବ

ଖଣ୍ଡପଡ଼ା, (ନୟାଗଡ଼ ଦର୍ପଣ): ଖଣ୍ଡପଡ଼ା ସହର ସ୍ଥିତ ପଠାଣି ସାମନ୍ତ କଲ୍ୟାଣ ମଣ୍ଡପ ପରିସରରେ ନୟାଗଡ଼ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଓ ଖଣ୍ଡପଡ଼ା ଜର୍ଣ୍ଣାଲିଷ୍ଟ ଆସୋସିଏସନର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଖଣ୍ଡପଡ଼ା ଜର୍ଣ୍ଣାଲିଷ୍ଟ ସଭାପତି ଚିତ୍ତରଞ୍ଜନ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବାର୍ଷିକ ଉତ୍ସବରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତାଭାବେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର ଯୋଗଦେଇଥିଲେ। ଚତୁର୍ଥ ସ୍ତମ୍ଭର ମର୍ଯ୍ୟାଦା ହାନୀ କରିବା ଭଳି କାର୍ଯ୍ୟ ନକରି କଲମ ମୁନକୁ ସ୍ବଛ ଭାବରେ ଚଲାଇବାକୁ ଶ୍ରୀ କର ପରାମର୍ଶ ଦେଇଥିଲେ। ସେହିପରି ସମ୍ମାନିତ ଅତିଥିଭାବେ ନୟାଗଡ଼ ଜିଲ୍ଲା ସଭାପତି ଶ୍ରୀକାନ୍ତ କୁମାର ଖଟେଇ, ଜିଲ୍ଲା ସମ୍ପାଦକ ବୈଦ୍ୟଭୂଷଣ ମହାପାତ୍ର, ଖଣ୍ଡପଡ଼ା…

Read More

ନିଶାମୁକ୍ତ ଭାରତ ଅଭିଯାନର ୫ମ ବର୍ଷ ପୂର୍ତ୍ତି ଉପଲକ୍ଷେ ସମୂହ ଶପଥପାଠ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ନିଶାମୁକ୍ତ ଭାରତ ଅଭିଯାନର ୫ମ ବର୍ଷ ପୂର୍ତ୍ତି ଉପଲକ୍ଷେ ଜିଲ୍ଲାବ୍ୟାପି ସମୂହ ଶପଥପାଠ ଉତ୍ସବ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଦିବା ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ମୁଖ୍ୟଅତିଥି ଭାବେ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ ନିଶା ସେବନର କୁପରିଣାମ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଅବକାରୀ ଅଧିକ୍ଷକ ଜ୍ଞାନରଂଜନ ପଣ୍ଡା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସର୍ବେଶ୍ୱର ପାଣିଗ୍ରାହୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ, ଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସହିତ ବ୍ରହ୍ମକୁମାରୀ ଗୀତା, IRCAର ସମସ୍ତ କର୍ମକର୍ତ୍ତା ଯୋଗଦାନ ପୂର୍ବକ ନିଶା ବିରୁଦ୍ଧରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ଦିବସ ପାଳନ ଅବସରରେ ଜିଲ୍ଲାର…

Read More

ବିଶ୍ଵ ଅଙ୍ଗଦାନ ଦିବସରେ “ସୁରଜ୍ ଆୱାର୍ଡ” ପ୍ରଦାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆଭାସି ଯୋଗେ ଯୋଡ଼ି ହୋଇଥିବା ସମସ୍ତ ଜିଲ୍ଲାର ପ୍ରଶାସନିକ ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ, ମୃତ ବ୍ୟକ୍ତିଙ୍କ ଅଙ୍ଗଦାନ କରିଥିବା  ପରିବାରଙ୍କୁ  ଆଜି ସ୍ବାସ୍ଥ୍ୟ ବିଭାଗ ତରଫରୁ “ସୁରଜ୍ ଆୱାର୍ଡ”  ସହ ଆର୍ଥିକ ପ୍ରୋତ୍ସାହନ ରାଶି ଡିମାଣ୍ଡ ଡ୍ରାଫ୍ଟ ଆକାରରେ ପ୍ରଦାନ କରାଯାଇଛି। ନୟାଗଡ଼ ଜିଲ୍ଲାରେ ଓସ୍ୱାନ ଭିଡିଓ ସମ୍ମିଳନୀ କକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଶାନ୍ତ କୁମାର ଦାସ, ଡେପୁଟି କଲେକ୍ଟର, ତପତି ରାଜ, ଡିପିଏମ ପ୍ରକାଶ ଚନ୍ଦ୍ର ବାନାର୍ଜୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ପ୍ରମୁଖ ଏଥିରେ ଯୋଡି ହୋଇଥିଲେ। ନୟାଗଡ଼ ପୁରୁଣା ସହର ସ୍ଥିତ ଦାଣ୍ଡ ସାହିର ସ୍ୱର୍ଗତ ଶିବୁନ ସିଦ୍ଧାର୍ଥ ସାହୁଙ୍କର ଅଙ୍ଗ, ଲିଭର ପ୍ରଦାନ କରିଥିବାରୁ ତାଙ୍କ ମା ଜୟନ୍ତୀ ସାହୁଙ୍କୁ “ସୁରଜ୍ ଆୱାର୍ଡ”…

Read More

ଶିକ୍ଷକ ମାନଙ୍କ ଜୋରଦାର ବିକ୍ଷୋଭ ପ୍ରଦର୍ଶନ, ଜିଲ୍ଲାପାଳଙ୍କ ଅଫିସ ଘେରାଉ

ନୟାଗଡ଼,(ନୟାଗଡ଼ ଦର୍ପଣ): ଅନଲାଇନ ଉପସ୍ଥାନକୁ ବିରୋଧ କରି  ନୟାଗଡ଼ ଜିଲ୍ଲା ମିଳିତ  ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲା ସ୍ତରରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରାଯାଇଥିଲା। ଜିଲ୍ଲାର ସମସ୍ତ ୮ଟି ବ୍ଲକର ଶିକ୍ଷକ ମାନେ ଏଥିରେ ସାମିଲ ହୋଇ ଏକ ବିଶାଳ ରାଲିରେ ନିୟୁଟାଉନ ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ। ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରକାର ନାରା ଦେଇ ପ୍ରାୟ ୪ ହଜାରରୁ ଉର୍ଦ୍ଧ୍ଵ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବଜାର ପରିକ୍ରମା କରିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି  କାର୍ଯ୍ୟାଳୟ ସାମନା ମୁଖ୍ୟ ରାସ୍ତାକୁ ଅବରୋଧ କରି ପ୍ରତିବାଦ ସଭା କରିଥିଲେ। ଏଥିରେ ଜିଲ୍ଲାରେ କାର୍ଯ୍ୟରତ ମାଧ୍ୟମିକ ଶିକ୍ଷକ ସଂଘ, ପ୍ରାଥମିକ ଶିକ୍ଷକ ସଂଘ, ନୂତନ ପେନସନ ଭୁକ୍ତ ପ୍ରାଥମିକ ଏବଂ…

Read More

ନୟାଗଡ଼ରେ “ହର୍ ଘର୍ ତ୍ରିରଙ୍ଗା, ହର୍ ଘର୍ ସ୍ବଚ୍ଛତା” ଅଭିଯାନ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ପୌର ପରିଷଦ ତରଫରୁ ଆଜି “ହର୍ ଘର୍ ତ୍ରିରଙ୍ଗା, ହର୍ ଘର୍ ସ୍ବଚ୍ଛତା” ଅଭିଯାନ ଅନୁଷ୍ଠିତ ହୋଇଯାଇଛି । କାଉନସିଲର, କାର୍ଯ୍ୟାଳୟ କର୍ମଚାରୀ, ବରିଷ୍ଠ ନାଗରିକ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ମାର୍କେଟ ଓ ସ୍ଵଚ୍ଛତା ସଂଗଠନର ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ଏହି ଅଭିଯାନରେ ସାମିଲ୍ ହୋଇ ପ୍ରତି ଘରେ, ପ୍ରତି ଦୋକାନୀଙ୍କୁ ପତାକା ବଣ୍ଟନ କରିବା ସହିତ ସଚେତନତାର ବାର୍ତ୍ତା ଓ ସ୍ଲୋଗାନ ଦେଇଥିଲେ । ପ୍ରତି ସରକାରୀ-ବେସରକାରୀ ଓ ଦୋକାନ ଗୁଡିକରେ ଓଡ଼ିଆରେ ନାମଫଳକ ଲେଖିବାକୁ ପରାମର୍ଶ ଦିଆଯାଇଥିଲା । ଆଜି ସକାଳ ୮ଟା ସମୟରେ ଏହି ସଚେତନତା ପଦଯାତ୍ରା ମ୍ୟୁନିସିପାଲିଟି କାର୍ଯ୍ୟାଳୟ ଠାରୁ ବାହାରି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା ଓ ସେଠାରୁ ମାର୍କେଟ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ପର୍ଯ୍ୟନ୍ତ ପଦଯାତ୍ରା…

Read More

କାମ କରୁଥିବା ସମୟରେ ଛାତରୁ ପଡ଼ି ନିର୍ମାଣ ଶ୍ରମିକ ମୃତ

ରଣପୁର, (ନୟାଗଡ଼ ଦର୍ପଣ): ଚମ୍ପାଗଡ ହାଇସ୍କୁଲ ଛାତ ଉପରେ ୫ଜଣରୁ ଉର୍ଦ୍ଧ୍ବ ଶ୍ରମିକ କାମ କରୁଥିବା ସମୟରେ ଚମ୍ପାଗଡ ଗ୍ରାମର ୬୭ବର୍ଷୀୟ ସୁବଳ ରଣା ନାମକ ଜନୈକ ବ୍ୟକ୍ତି ଛାତ ଉପରୁ ପଡ଼ି ମୃତ୍ୟୁ ବରଣ କରିଛନ୍ତି ।ଛାତରୁ ପଡ଼ିବା ପରେ ତାଙ୍କୁ ଚାନ୍ଦପୁର ଡାକ୍ତରଖାନାକୁ ନିଆଯାଇଥିଲା ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।ଠିକାଦାର ଲାଇସେନ୍ସ ନଥାଇ ମଧ୍ୟ ଚମ୍ପାଗଡ ଗ୍ରାମର ମନ୍ମଥ ଭୋଳ ନାମକ ଜଣେ ଠିକାଦାର ଏହି କାମ କରୁଥିଲେ। ନିର୍ମାଣ ଶ୍ରମିକମାନଙ୍କୁ ଠିକାଦାର ସୁରକ୍ଷା ନିର୍ଦେଶାବଳି ଅନୁଯାୟୀ କାମ କରାଇବା ପାଇଁ ସରକାରଙ୍କ ନିୟମ ରହିଥିଲେ ମଧ୍ୟ ରଣପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ସାହୁ ଓ ଠିକାଦାର ଏସବୁକୁ ନ ମାନି ଲୋକମାନଙ୍କୁ କାମରେ ଲଗାଉଥିଲେ । ଏଠାରେ ୬୭ବର୍ଷର ଲୋକମାନଙ୍କୁ କାମରେ କମ୍ ବେତନ ଦେଇ ଠିକାଦାର…

Read More

ନୂଆ ଜୀବନ ପାଇଲେ ୩ଜଣ, ମରି ବି ଅମର କୁନ୍ତଳା

ରଣପୁର, (ନୟାଗଡ଼ ଦର୍ପଣ): ଅଙ୍ଗଦାନ ହେଉଛି ସର୍ବକାଳୀନ ଶ୍ରେଷ୍ଠ ଦାନ। ଏହାକୁ ପ୍ରମାଣ କରି ଦେଖାଇ ଦେଇଛନ୍ତି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ଗୌରାଙ୍ଗପୁର ପଞ୍ଚାୟତ ଅଧୀନ ଗଉଡ଼ିଆପଡ଼ା ଗାଁ’ର ବାସିନ୍ଦା କୁନ୍ତଳା ନନ୍ଦ। ତେବେ ମୃତକ କୁନ୍ତଳାଙ୍କ ପରିବାରର ଉଦାର କାର୍ଯ୍ୟ ଦ୍ବାରା ଏହା ସମ୍ଭବ ହୋଇପାରିଛି। ସୂଚନା ଥାଉକି, କୁନ୍ତଳା ନନ୍ଦଙ୍କୁ ଗତ ମାସ ୨୯ତାରିଖରେ ଏକ ବିଷଧର ସାପ କାମୁଡ଼ି ଥିଲା । ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ୪୯ ବର୍ଷୀୟା କୁନ୍ତଳାଙ୍କୁ ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ବ୍ରେନ୍ ଡେଡ୍ (ମସ୍ତିଷ୍କମୃତ) ଘୋଷଣା କରାଯାଇଥିଲା ବେଳେ ପରିବାର ଲୋକେ ତାଙ୍କ ଅଙ୍ଗଦାନ କରିବାକୁ ସମ୍ମତି ଦେଇଥିଲେ। ସାପ କାମୁଡ଼ାରେ ମୃତ୍ୟୁ…

Read More

ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ରକ୍ଷା ବନ୍ଧନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳନ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପରିଚାଳନା ସମିତିର ସଭାପତି କେଶବଚନ୍ଦ୍ର ରାଉତରାୟ ଉପସ୍ଥିତ ରହି ରକ୍ଷା ବନ୍ଧନର ମହତ୍ତ୍ଵ ବର୍ଣ୍ଣନା କରିଥିଲେ ଏବଂ ବର୍ତ୍ତମାନ ସମାଜରେ ସଂସ୍କୃତିର ଉତ୍ଥାନ କରି କଳୁଷିତ ସମାଜକୁ ଶୃଙ୍ଖଳିତ କରିବାର ଦାଇତ୍ୱ ଶିଶୁଙ୍କ ଉପରେ ନ୍ୟସ୍ତ ବୋଲି ମାର୍ଗଦର୍ଶନ ଦେଇଥିଲେ। ସଂପାଦକ ଭାସ୍କର ଚନ୍ଦ୍ର ସାହୁ, ପ୍ରଧାନ ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟର ୫୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ, ଆଚାର୍ଯ୍ୟ ଆଚାର୍ଯ୍ୟା, ଅଭିଭାବକ ଭାଇ ଭଉଣୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ସୁନ୍ଦର କରିଥିଲେ। ପରେପରେ ଲେଖନପୁର ଗ୍ରାମରେ ରକ୍ଷାବନ୍ଧନ ଉତ୍ସବ ପାଳନ କରାଯାଇଥିଲା।

Read More