ଆଞ୍ଚଳିକ ସ୍ତରୀୟ ‘ଆମ ଲୋକକଳା ଆମ ସଂସ୍କୃତି’ କାର୍ଯ୍ୟକ୍ରମ ଉଦଘାଟିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡର ଆରାଧ୍ୟ ଦେବୀ ମା ଦକ୍ଷିଣକାଳୀଙ୍କ ପଡ଼ିଆରେ ଆଞ୍ଚଳିକ ସ୍ତରୀୟ ‘ଆମ ଲୋକକଳା ଆମ ସଂସ୍କୃତି’ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୟାଗଡ଼ ବିଧାୟକ ତଥା ମାନ୍ୟବର ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଯୋଗଦେଇ ଏହାକୁ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ଡା. ପୋମା ଟୁଡୁ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଂଜନ କୁମାର ଦାସ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରକଳ୍ପ ସଂଯୋଜକ ବାସୁଦେବ ବିଶୋଇ, ଜିଲ୍ଲା ସଂସ୍କୃତି ଅଧିକାରୀ ଟଙ୍କଧର ଭୋଇ, ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି ଶରତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Read More

ସୁଲେଇଙ୍କ ପାଇଁ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଭେଟିଲା “ଅନନ୍ୟା ଫାଉଣ୍ଡେସନ”

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ୍ ଘଡୁଆଳ ଗ୍ରାମର ସୁଲେଇ ପାତ୍ରଙ୍କ ପାଇଁ ପାଖାପାଖି ଦୁଇ ମାସ ସମୟ ହେବ ଅନନ୍ୟା ଫାଉଣ୍ଡେସନ୍ ତରଫରୁ ନିୟମିତ ନିୟନ୍ତ୍ରିତ ପୌଷ୍ଟିକ ଖାଦ୍ୟର ବନ୍ଦୋବସ୍ତ କରାଯାଉଛି। ଏବେ ଶୀତର ପ୍ରକୋପ ବଢ଼ି ଯାଇଥିବା ହେତୁ ସୁଲେଇ ପାତ୍ର ରହୁଥିବା ଘର ଶୀତୋପଯୋଗୀ ହୋଇ ନଥିବାରୁ ଚିନ୍ତାର ବିଷୟ ପାଲଟିଛି। ତେଣୁ ଆଜି ଅନନ୍ୟା ଫାଉଣ୍ଡେସନର ଏକ ପ୍ରତିନିଧି ଦଳ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଭେଟି ଏହାର ସ୍ଥାୟୀ ସମାଧାନ ପାଇଁ ଅନୁରୋଧ କରିଛନ୍ତି। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଏ ଦିଗରେ ଖୁବଶୀଘ୍ର ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସୂଚନା ଥାଉକି, ସୁଲେଇ ପାତ୍ରଙ୍କ ତିନି ପୁଅ ରୋଜଗାରକ୍ଷମ ହୋଇଥିବା ସତ୍ତ୍ୱେ କେହି ନିଜ ମା’କୁ ପଚାରୁ ନାହାନ୍ତି। ବୟସର ଅପରାହ୍ନରେ ନିଜେ ସୁଲେଇ ରୋଷେଇ କରି ଖାଇବା…

Read More

ଓଡ଼ଗାଁରେ ମିଳିତ ପ୍ରାଥମିକ ଶିକ୍ଷକ ସଂଗଠନର ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ସଭା

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ମିଳିତ ପ୍ରାଥମିକ ଶିକ୍ଷକ ସଂଗଠନ ଓଡ଼ଗାଁ ତରଫରୁ ଆଜି ସରକାରୀ କଲ୍ୟାଣ ମଣ୍ଡପ ଠାରେ ବ୍ଳକ୍ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଭକ୍ତରଞ୍ଜନ ମିଶ୍ରଙ୍କ ସଭାପତିତ୍ୱରେ ବ୍ଳକ୍ର ସମସ୍ତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। କୃଷି ଓ କୃଷକ ସଶକ୍ତିକରଣ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଓ ବିଶିଷ୍ଟ ଅତିଥି ଭାବେ ଯୋଜନା ଓ ସଂଯୋଜନ ଏବଂ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ପଞ୍ଚାୟତ ସମିତି ଅଧ୍ୟକ୍ଷା ମମତା ବେହେରା, ଉପାଧ୍ୟକ୍ଷା ବିରଜାଲକ୍ଷ୍ମୀ ସାହୁ, ଯୋଗଦେଇ ଶିକ୍ଷକ ମାନଙ୍କ ସୁବିଧା ଅସୁବିଧା ଏବଂ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ମୋ ସ୍କୁଲ ଅଭିଯାନକୁ ସଫଳକରିବା, ଛାତ୍ର ଛାତ୍ରୀମାନଙ୍କ ଶିକ୍ଷାର ଅଭିବୃଦ୍ଧି ନିମନ୍ତେ…

Read More

ପୁରୁଣା ସହରସ୍ଥିତ ଟାଉନ ହଲ ନିକଟରେ ନିର୍ମାଣ ହେବ ଅତ୍ୟାଧୁନିକ ପାଠାଗାର

ନୟାଗଡ଼,(ନୟାଗଡ ଦର୍ପଣ): ନୟାଗଡ଼ ପୌରାଞ୍ଚଳର ପୁରୁଣା ସହରସ୍ଥିତ ଟାଉନ ହଲ ନିକଟରେ ଅତ୍ୟାଧୁନିକ ପାଠାଗାର ନିର୍ମାଣ ହେବାକୁ ଯାଉଛି । ଏଥିରେ ମୋଟ ୩୪ ଲକ୍ଷ ଟଙ୍କା ପ୍ରାଥମିକ ଭାବେ ଖର୍ଚ୍ଚ କରାଯିବ । ଆଜି ରାଜ୍ୟ ସରକାରଙ୍କ ଯୋଜନା, ସମନ୍ୱୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ, ପ୍ରାଣୀ ସମ୍ପଦ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏହାର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନା କରିଛନ୍ତି । ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ଡ.ପୋମା ଟୁଡୁ ଯୋଗ ଦେଇଥିବା ବେଳେ, ପୌର ପରିଷଦର ନିର୍ବାହି ଅଧିକାରୀ ସନ୍ତୋଷ କୁମାର ଯେନା ଉପସ୍ଥିତ ରହିଥିଲେ । ପୁରୁଣା ସହରର ବହୁ ବୁଦ୍ଧିଜିବୀ, ସମାଜ…

Read More

ନୟାଗଡ ପୁରୁଣା ସହରରେ ୧୭ ଲକ୍ଷ ଟଙ୍କା ବ୍ୟୟରେ ବ୍ୟାୟାମଶାଳାକୁ ସମର୍ପିତ କଲେ ମନ୍ତ୍ରୀ

ନୟାଗଡ଼,(ନୟାଗଡ ଦର୍ପଣ): ନୟାଗଡ଼ ପୁରୁଣା ସହର ଦକ୍ଷିଣ କାଳି ମନ୍ଦିର ନିକଟରେ ଅତ୍ୟାଧୁନିକ ବ୍ୟାୟାମଶାଳା ଉଦଘାଟିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଯୋଜନା, ସମନ୍ୱୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ, ପ୍ରାଣୀ ସମ୍ପଦ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଏହାର ଶୁଭ ଉଦଘାଟନ କରିଛନ୍ତି । ଏହି ବ୍ୟାୟାଶାଳାରେ ମୋଟ ୧୭ ଲକ୍ଷ ଟଙ୍କା ବ୍ୟୟ କରାଯାଇ ଅତ୍ୟାଧୁନିକ ବୈଦ୍ୟୁତିକ ସରଞ୍ଜାମ ପ୍ରୟୋଗ କରାଯାଇଥିବା ଜଣାପଡିଛି। ଉକ୍ତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ଡ.ପୋମା ଟୁଡୁ ଯୋଗ ଦେଇଥିବା ବେଳେ, ପୌର ପରିଷଦର ନିର୍ବାହି ଅଧିକାରୀ ସନ୍ତୋଷ କୁମାର ଯେନା ଉପସ୍ଥିତ ରହିଥିଲେ । ନୟାଗଡ଼ ପୁରୁଣା ସହରର ଟାଇଗର କ୍ଲବର ସମସ୍ତ…

Read More

ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଅଟଳ ଟିଙ୍କରିଂ ଲ୍ୟାବ ଉଦଘାଟିତ

ନୟାଗଡ଼,(ନୟାଗଡ ଦର୍ପଣ): ନୀତି ଆୟୋଗ, ଭାରତ ସରକାରଙ୍କ ଅନୁଦାନରେ ଅଟଳ ଟିଙ୍କରିଂ ଲ୍ୟାବ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ଡଃ. ଅରୁଣ କୁମାର ସାହୁ ଯୋଗଦେଇ ଅଟଳ ଟିଙ୍କରିଂ ପ୍ରୟୋନଶାଳା ଉଦଘାଟନ କରିବା ସହ ଛାତ୍ର ଜୀବନରୁ ହିଁ ସମୟକୁ ସଦୁପଯୋଗ କରିଲେ ଦେଶର ପ୍ରଗତି ହୋଇପାରିବ ବୋଲି ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଶିକ୍ଷା ବିକାଶ ସମିତିର ନୟାଗଡ଼ ଜିଲ୍ଲା ପ୍ରମୁଖ ହରେକୃଷ୍ଣ ମୁଦୁଲି, ନୟାଗଡ଼ ସଂକୁଳ ପ୍ରମୁଖ ଦିଲ୍ଲୀପ କୁମାର ମିଶ୍ର, ପରିଚାଳନା ସମିତିର ସଂପାଦକ ଶାନ୍ତନୁ କୁମାର ସ୍ୱାଇଁ, ସଭାପତି ଶ୍ରୀମତି ନମିତା କୁମାରୀ ନାୟକ, ସଦସ୍ୟ ସସ୍ମିତା ନାୟକ, ବିଦ୍ୟାମନ୍ଦିରର ପ୍ରମୁଖ ଗୋପୀନାଥ ସାହୁ ମଂଚାସୀନ ଥିଲେ…

Read More

ମଞ୍ଚାୟନ ତରଫରୁ ନୟାଗଡ଼ରେ ଆସନ୍ତା ୨୪ରୁ ୨୬ ରାଜ୍ୟସ୍ତରୀୟ ନାଟ୍ୟମହୋତ୍ସବ

ନୟାଗଡ଼,(ନୟାଗଡ ଦର୍ପଣ): ନୟାଗଡ଼ର ପ୍ରମୁଖ ନାଟ୍ୟ ସଂସ୍ଥାମାନଙ୍କ ମିଳିତ ସହଯୋଗରେ ଗଠିତ ନାଟ୍ୟାନୁଷ୍ଠାନ ମଞ୍ଚାୟନ ତରଫରୁ ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ଡିସେମ୍ବର ୨୪ ରୁ ୨୬ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ମଞ୍ଚାୟନର ସଭାପତି ଯାମିନୀକାନ୍ତ ମିଶ୍ର ସୂଚନା ପ୍ରଦାନ କରିଛନ୍ତି । ଏହି ନାଟ୍ୟ ମହୋତ୍ସବକୁ ନୟାଗଡ଼ର ଜିଲ୍ଲାପାଳ ଡା. ପୋମା ଟୁଡୁ ଉଦଘାଟନ କରୁଥିବା ବେଳେ ଉଦଘାଟନୀ ସଂଧ୍ୟାରେ ଶତାବ୍ଦୀର କଳାକାର ଭୁବନେଶ୍ୱର ତରଫରୁ ଦର୍ପନାରାୟଣ ସେଠୀଙ୍କ ନିର୍ଦ୍ଦେଶିତ ତଥା ସର୍ବଭାରତୀୟ ସ୍ତରରେ ପ୍ରଶଂସିତ ନାଟକ ‘ବାଞ୍ଛାର ବଗିଚା’ ଅଭିନୀତ ହେବ । ଦ୍ୱିତୀୟ ସଂଧ୍ୟାରେ ନୟାଗଡ଼ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଧାନ ଚନ୍ଦ୍ର ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏହି ସଂଧ୍ୟାରେ ଜୀବନରେଖା ଭୁବନେଶ୍ୱରର ବହୁ…

Read More

ଭର୍ଚୁଆଲ ମୋଡ଼ରେ ଆନ୍ତର୍ଜାତୀୟ ଟାଇକୋଣ୍ଡ ପ୍ରତିଯୋଗିତା

ନୟାଗଡ଼,(ନୟାଗଡ ଦର୍ପଣ): ଓଡ଼ିଶା ଟାଇକୋଣ୍ଡ ସଂଘ, ପୁରୀ, ଭାରଡ ଓ ଥାଇଲାଣ୍ଡ ସ୍ଥିତ ହିରୋଜ୍ ଟାଇକୋଣ୍ଡ ସଂଗଠନ, ଯୁଗ୍ମ ଭାବେ ପ୍ରଥମ ବିଶ୍ବସ୍ତରୀୟ ଟାଇକୋଣ୍ଡ ଭର୍ଚୁଆଲ ଆନ୍ତର୍ଜାତିୟ ପ୍ରତିଯୋଗିତା ୨୦୨୧ ଅନୁଷ୍ଠିତ କରୁଛନ୍ତି । ଏହା ତା ୨୨ ଡିସେମ୍ବର ୨୦୨୧ ଠାରୁ ତା ୨୭ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଚାଲିବ, ଏଥିରେ ଦୁଇ ପ୍ରକାରର ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ପ୍ରଥମ ଟି ହେଲା ପୁମସେଇ (ପ୍ରୟୋଗ) ଓ ଅନ୍ଯଟି ଦୃତ ଗୋଡ ଦ୍ବାରା ପ୍ରହାର ପ୍ରତିଯୋଗିତା । ଏହାକୁ ଆନ୍ତର୍ଜାତୀୟ ସ୍ତରରେ ପରିଚାଳନା କରିବା ପାଇଁ ଥାଇଲାଣ୍ଡ ସ୍ଥିତ ଜି.ଏମ.ଏ.ସି. ସିଷ୍ଟମର ସହାୟତା ନିଆଯାଇଛି । ଏଥିରେ ବିଶ୍ୱର ୧୪ ଟି ଦେଶର ପ୍ରାୟ ୯୯୬ ଜଣ ପ୍ରତିଯୋଗୀ ଉଭୟ ପୁମସେଇ ଓ ଦୃତ ଗୋଡ ଦ୍ବାରା ପ୍ରହାର ରେ ଭାଗ ନେଇଛନ୍ତି ।…

Read More

ୟୁନିସେଫ୍ ତରଫରୁ ଦଣ୍ଡୋର ସ୍କୁଲ ପରିଦର୍ଶନ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ୟୁନିସେଫ୍ ଓ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ପଞ୍ଚାୟତିରାଜ ବିଭାଗ, ଓଡ଼ିଶା ସରକାର ତରଫରୁ ମିଳିତ ଭାବେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର କୁରାଳ ଏବଂ ହରିଡାବନ୍ଧ ପଞ୍ଚାୟତକୁ “ଶିଶୁମିତ୍ର” ପଞ୍ଚାୟତ ଭାବେ ଘୋଷଣା କରାଯାଇଥିବା ଜଣାପଡ଼ିଛି। ଏ ଅବସରରେ ଆଜି ପରିସ୍ଥିତିର ଆକଳନ ପାଇଁ ୟୁନିସେଫର ପରାମର୍ଶଦାତା ଅଶୋକ କୁମାର ମହାପାତ୍ର ଓ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଓଡ଼ିଶା ସରକାରଙ୍କ ତରଫରୁ ପୂର୍ବତନ ଜିଲ୍ଲା ଶିଶୁମଙ୍ଗଳ କମିଟି ଅଧ୍ୟକ୍ଷା ରଞ୍ଜୁବାଳା ନନ୍ଦ କୁରାଳ ପଞ୍ଚାୟତ ଗସ୍ତ କରି ପ୍ରାଥମିକ ଭାବେ ଦଣ୍ଡୋର ଉ.ପ୍ରା.ବିଦ୍ୟାଳୟ ଗସ୍ତ କରିଥିଲେ।ଅଧିକାରୀମାନେ ସକାଳ ୧୦ଟାରୁ ୧୨:୩୦ଟା ପର୍ଯ୍ୟନ୍ତ ବିଦ୍ୟାଳୟ ପରିଦର୍ଶନ ସମୟରେ ଏହାର ସମସ୍ତ ତଥ୍ୟ ସଂଗ୍ରହ କରିବା ସହ ଛାତ୍ରଛାତ୍ରୀମାନଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟା ତଥା ସୁବିଧା ଅସୁବିଧା ସମ୍ପର୍କରେ ପଚାରି…

Read More

ନୟାଗଡ଼ରେ ‘ସକ୍ଷମ ହିଁ ଶକ୍ତି’ ରାଜ୍ୟରେ ପ୍ରଥମ ପ୍ରକଳ୍ପ

ନୟାଗଡ଼,(ନୟାଗଡ ଦର୍ପଣ): ମହିଳା ମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ଏବଂ ଦକ୍ଷତା ବିକାଶ ସହ କିଭଳି ରୋଜଗାର କ୍ଷମ ହେବେ ସେ ନେଇ ଆଜି ଏକ ନୂଆ ପ୍ରକଳ୍ପ ‘ସକ୍ଷମ ହିଁ ଶକ୍ତି’ର ଶୁଭାରମ୍ଭ କରାଯାଇଛି । ନୟାଗଡ଼ ବ୍ଲକ୍ ଅନ୍ତର୍ଗତ ଖୁଣ୍ଟୁବନ୍ଧ ଆଇଟିଆଇ କ୍ୟାମ୍ପସ୍ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନୟାଗଡ ବିଧାୟକ ତଥା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ସକ୍ଷମ ହିଁ ଶକ୍ତି’ ପ୍ରକଳ୍ପକୁ ଉଦଘାଟନ୍ କରିଛନ୍ତି । ରାଜ୍ୟରେ ଏହି ପ୍ରକଳ୍ପ ନୟାଗଡ଼ ଜିଲ୍ଲାରେ ପ୍ରଥମେ କରାଯାଇଥିବା ଜଣାପଡିଛି। ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ମା ମାନଙ୍କୁ ଅତ୍ୟାଧୁନିକ କପଡା ସିଲାଇ ସମ୍ବନ୍ଧୀୟ ତାଲିମ ପ୍ରଦାନ କରାଯିବ । ଏକାଥରକେ ୪୫ ଜଣ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଆବାସିକ ତାଲିମ…

Read More