ଜିଲ୍ଲାସ୍ତରୀୟ ଭକ୍ତକବି ଶ୍ରୀ ଶ୍ରୀ ଜୟଦେବ ଜୟନ୍ତୀ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଭକ୍ତକବି ଶ୍ରୀ ଶ୍ରୀ ଜୟଦେବ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସାଧାରଣ ସଭା ଆୟୋଜନ କରାଯାଇ ଭକ୍ତକବି ଶ୍ରୀ ଶ୍ରୀ ଜୟଦେବଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ଏଥିରେ ମୁଖ୍ୟବକ୍ତା ଭାବେ ଶ୍ରୀ ପ୍ରଦିପ୍ତ କୁମାର ପଟ୍ଟନାୟକ, ବରିଷ୍ଠ ନାଗରିକ ଯୋଗଦେଇ ଜୟଦେବଙ୍କର ଇତିହାସ ଉପରେ ପୁଙ୍ଖାନୁପୁଙ୍ଖ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଅଧକ୍ଷ ଶ୍ରୀ ପୂର୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ଜୟଦେବଙ୍କ ରଚିତ ଗୀତଗୋବିନ୍ଦ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥ୍‌ ଶ୍ରୀ ସୁରେନ୍ଦ୍ର କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଯୋଗଦେଇ ଜୟଦେବଙ୍କ ଦଶମ ସର୍ଗରେ ବର୍ଣ୍ଣିତ ଚତୁର ଚତୁର୍ଭୁଜରେ ଶ୍ରୀରାଧାଙ୍କର ମାନଭଂଜନ ପାଇଁ ଶ୍ରୀକୃଷ୍ଣଙ୍କର କାର୍ଯ୍ୟାବଳି ଉପରେ ବାଖ୍ୟା କରିଥିଲେ । ଏହାପରେ ମୁଖ୍ୟଅତିଥି ଶ୍ରୀ ରାଉତ ଜୟଦେବଙ୍କ ଗୀତଗୋବିନ୍ଦ ଉପରେ ସାମଗ୍ରିକ ଭାବେ ଆଲୋଚନା କରିଥିଲେ । ଏହି ସଭାରେ ସାମ୍ବାଦିକ ଶ୍ରୀ ରାମକୃଷ୍ଣ ରଥ, ଶ୍ରୀ ନିର୍ମଳ ଚନ୍ଦ୍ର ଶୂରଦେଓ, ଶ୍ରୀ ଶରତ ଚନ୍ଦ୍ର ଆଚାର୍ଯ୍ୟ ଓ ଅନ୍ୟାନ୍ୟ ଜୟଦେବ ପ୍ରେମୀମାନେ ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଟଙ୍କଧର ଭୋଇ ଅତିଥିମାନଙ୍କୁ ଧନ୍ୟବାଦ ପ୍ରଦାନ ପୂର୍ବକ ସଭା ସାଙ୍ଗ କରାଯାଇଥିଲା ।

Related posts