ଗଣିଆ ବନ ବିଭାଗ ଦ୍ଵାରା ଆହତ ହରିଣ ଉଦ୍ଧାର

ଗଣିଆ,(ନୟାଗଡ ଦର୍ପଣ): ଗଣିଆ ବନାଞ୍ଚଳ ଅଧିନସ୍ଥ ବିନ୍ଧ୍ୟଗିରି ଜଙ୍ଗଲରୁ ଏକ ୨ ବର୍ଷର ମାଈ ହରିଣକୁ ଉଦ୍ଧାର କରିଛି ଗଣିଆ ବନବିଭାଗ । ସୂଚନା ମୁତାବକ, ଗଣିଆ ବନାଞ୍ଚଳ ବିନ୍ଧ୍ୟଗିରି ନିକଟରେ ଏକ ମାଈ ହରିଣକୁ ଆହତ ଅବସ୍ଥାରେ ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଦେଖିବା ପରେ ଗ୍ରାମବସୀ ସଙ୍ଗେ ସଙ୍ଗେ ବନ ବିଭାଗକୁ ଖବର ଦେଇଥିଲେ । ଗଣିଆ ବନାଞ୍ଚଳ ଅଧିକାରିଣୀ ସୋନାଲି ସିଓଙ୍କ ନିର୍ଦ୍ଦେଶକ୍ରମେ ବନପାଳ ଶିଶିର କୁମାର ସାହୁ, ଫରେଷ୍ଟ ଗାର୍ଡ ସନ୍ତୋଷ ପ୍ରଧାନ ଓ ପାରା ଷ୍ଟାଫ ପହଂଚି ଆହତ ହରିଣକୁ ଗଣିଆ ପ୍ରାଣୀ ଚିକିତ୍ସାଳୟକୁ ଆଣି ପ୍ରଥମେ ଚିକିତ୍ସା କରିଥିଲେ । ଗଣିଆ ପ୍ରାଣୀ ଚିକିତ୍ସକ ପ୍ରଦୀପ କୁମାର ସାହୁ ଆହତ ହରିଣର ଚିକିତ୍ସା କରିଥିଲେ । ହରିଣଟିର ପଛ ପାଖ ଡାହାଣ ଗୋଡ଼ର ହାଡ଼ ଭାଙ୍ଗି ଯାଇ କ୍ଷତ…

Read More

ସ୍ବର୍ଗତ ରାମଚନ୍ଦ୍ର ପଣ୍ଡାଙ୍କ ଶ୍ରାଦ୍ଧ ଦିବସ ପାଳନ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ମଧ୍ୟଖଣ୍ଡ ହାଇସ୍କୁଲ ପରିସରରେ ସ୍କୁଲର ପ୍ରତିଷ୍ଠାତା ସମ୍ପାଦକ ସ୍ବର୍ଗତ ରାମଚନ୍ଦ୍ର ପଣ୍ଡାଙ୍କ ଶ୍ରାଦ୍ଧୋତ୍ସବ ପୂରାତନ ଛାତ୍ର ଓ ରାମଚନ୍ଦ୍ର ମେମୋରିଆଲ ଟ୍ରଷ୍ଟର ମିଳିତ ସଂହଯୋଗରେ ପାଳିତ। ପ୍ରଥମେ ସ୍ବର୍ଗତ ପଣ୍ଡାଙ୍କ ସ୍କୁଲ ପରିସରରେ ଥିବା ପ୍ରତିମୂର୍ତ୍ତୀରେ ଅତିଥି ମାନେ ପୁଷ୍ପମାଲ୍ୟ ଅର୍ପଣ କଲାପରେ ମେମୋରିଆଲ ଟ୍ରଷ୍ଟର ସଭାପତି ଜଗନ୍ନାଥ ପରିଡ଼ାଙ୍କ ସଭାପତିତ୍ବରେ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି, ବିଶିଷ୍ଟ ନାଟ୍ୟକାର, କବି, ଗାଳ୍ପିକ ବିଶ୍ବନାଥ ମହାପାତ୍ର ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଅଶୋକ କୁମାର ନାୟକ ଓ ଅନ୍ୟତମ ସମ୍ମାନିତ ଅତିଥି ଭାବେ ସ୍କୁଲର ପ୍ରଧାନ ଶିକ୍ଷକ ଯୋଗଦେଇ ସ୍ବର୍ଗତ ପଣ୍ଡାଙ୍କର ଜୀବନୀ ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ। ସଭାର ପ୍ରାରମ୍ଭରେ ସ୍କୁଲର…

Read More

ବ୍ରାଉନ ସୁଗାର ଜବତ, ମହିଳାଙ୍କ ସମେତ ୪ଗିରଫ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଟାଉନ ଥାନା ପୁଲିସ ଦ୍ୱାରା ସିନ୍ଦୁରିଆ ଅଞ୍ଚଳରୁ ୪ଜଣ ବ୍ରାଉନସୁଗାର ବେପାରୀ ଗିରଫ ହେବା ସହ ସେମାନଙ୍କ ନିକଟରୁ ୮.୧୫୦ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳାଙ୍କ ସହ ଅନ୍ୟ ୩ ଜଣ ଯୁବକ ରହିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଦେଉଳପଲ୍ଲୀ ଗ୍ରାମର ଜଗନ୍ନାଥ ପ୍ରଧାନ (୨୯ବର୍ଷ), ସିନ୍ଦୁରିଆ ଗ୍ରାମର ସେକ୍ ସମସେଦ୍, ସେକ୍ ଇମ୍ରାନ୍ ଅଲ୍ଲୀ ଏବଂ ମହିଳା ଜଣଙ୍କ ଇମ୍ରାନ ଅଲ୍ଲୀର ଭଉଣୀ ବୋଲି ପୁଲିସ ସୂଚନା ଦେଇଛି। ଗିରଫ ଅଭିଯୁକ୍ତ ମାନେ ସିନ୍ଦୁରିଆ ଅଞ୍ଚଳରେ ବ୍ରାଉନସୁଗାର ବ୍ୟବସାୟ କରୁଥିବା ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ସେମାନଙ୍କଠାରୁ ବ୍ରାଉନସୁଗାର ସହ ଦୁଇଟି ମୋଟର ସାଇକେଲ ଓ ୨୭୦୦ ଟଙ୍କା ଜବତ କରାଯାଇଛି। ସମସ୍ତ ୪ ଅଭିଯୁକ୍ତଙ୍କୁ ଗିରଫ…

Read More

ଘୋଷଣା ହେଲା ପଞ୍ଚାୟତ ନିର୍ବାଚନ ତାରିଖ, ପାଞ୍ଚୋଟି ପର୍ଯ୍ୟାୟରେ ହେବ ଭୋଟ

ନୟାଗଡ଼,(ନୟାଗଡ଼ ଦର୍ପଣ): ଶେଷରେ ଘୋଷଣା ହେଲା ପଞ୍ଚାୟତ ନିର୍ବାଚନ ତାରିଖ। ଆସନ୍ତା ଫେବୃୟାରୀ 16 ତାରିଖରେ ଆରମ୍ଭ ହେବ ଭୋଟିଂ। ଏହା ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହାଣ। ଏହାପରେ 18 ଫେବୃୟାରୀ 20 ଫେବୃୟାରୀ 22 ଫେବୃୟାରୀ  ଏବଂ ଶେଷରେ 24 ଫେବୃୟାରୀରେ ଭୋଟ ଗ୍ରହଣ କରାଯିବ। ଭୋଟ ଗଣତି ମଧ୍ୟ ତିନୋଟି ପର୍ଯ୍ୟାୟରେ କରାଯିବ। ସେଗୁଡିକ ହେଲା ଫେବୃୟାରୀ 26, 27, 28 ତାରିଖ।

Read More

ବେଆଇନ ପଥର ଖଣିରେ ଚଢାଉ କଲା ଚାନ୍ଦପୁର ପୋଲିସ୍: ଜେସିବି, ପଥର କଟା ମେସିନ ସମେତ ୩ ଗିରଫ

ଚାନ୍ଦପୁର,(ନୟାଗଡ଼ ଦର୍ପଣ): ରଣପୁର ବ୍ଳକ ଚାନ୍ଦପୁର ଥାନା ଅନ୍ତର୍ଗତ ପଟିଆ ଅଞ୍ଚଳରେ ଏକ ବେଆଇନ ପଥର ଖଣିରୁ ଶହ ଶହ ମାଙ୍କଡା ପଥର ଲୁଟ ହେଉଥିବା ବାରମ୍ବାର ଅଭିଯୋଗ ହୋଇଆସୁଥିଲା।  ଏହାକୁ ଗୁରୁତର ସହ ନେଇ ଆଜି ଚାନ୍ଦପୁର ଆଇଆଇସି ରଶ୍ମିରଂଜନ ଦାସ ଏବଂ ଏସଆଇ ଅଞ୍ଜଳି ଶା’ ଙ୍କ ଦ୍ୱାରା ଏକ ଟିମ ଗଠନ କରାଯାଇ ଉକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା।  ଚଢ଼ାଉ ସମୟରେ ପୋଲିସ ଗୋଟିଏ ଜେସିବି ମେସିନ ଓ ଗୋଟିଏ ପଥର କଟା ମେସିନ ଜବତ କରିଛି ଯାହାର ଆନୁମାନିକ ମୂଲ୍ୟ ୩୭ ଲକ୍ଷ ଟଙ୍କା ହେବ। ସେହିପରି ଭାବେ ପୋଲିସ ଉକ୍ତ ବେଆଇନ ଖଣି ମାଲିକ, ଜେସିବି ମାଲିକ ଏବଂ ସହଯୋଗୀ ଆଦି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସମସ୍ତ ଅଭିଯୁକ୍ତ ବଡ଼ପାରି ଅଞ୍ଚଳର ବୋଲି ଜଣାପଡିଛି।

Read More

ଶୁଭମ୍ ମେମୋରିଆଲ୍ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ନୟାଗଡ଼,(ନୟାଗଡ ଦର୍ପଣ): ନୟାଗଡ଼ ପୁରୁଣାସହର ସ୍ଥିତି ମା ଦକ୍ଷିଣକାଳୀ ପଡ଼ିଆରେ ଦ୍ୱିତୀୟ ଶୁଭମ୍ ମେମୋରିଆଲ୍ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଉକ୍ତ ଜିଲ୍ଲା ସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳ ଭାଗ ନେଇଛନ୍ତି । ଶିମିଳିସାହି ଭଲିବଲ ଆସୋସିଏସନ୍ ଏବଂ କୋମଣ୍ଡ ଭଲିବଲ ଆସୋସିଏସନ୍ ମଧ୍ୟରେ ଖେଳକୁ ସମାଜସେବୀ ପ୍ରମୋଦ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି । ରାଜ୍ୟ ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ପାଇଁ ଶୁଭମ ମେମୋରିଆଲର ସଦସ୍ୟ ମାନଙ୍କୁ ଶ୍ରୀଯୁକ୍ତ ପଟ୍ଟନାୟକ ପରାମର୍ଶ ଦେବା ସହ କ୍ରୀଡ଼ାକୁ ପ୍ରଧ୍ୟାନ୍ୟ ଦେବାର ଆବଶ୍ୟକତା ରହିଥିବା କହିଛନ୍ତି । କାର୍ଯ୍ୟକ୍ରମରେ ଶୁଭମ୍ ମେମୋରିଆଲ୍ ଭଟି ଟୁର୍ଣ୍ଣାମେଣ୍ଟ ସଭାପତି ରାଜା ପଟ୍ଟନାୟକ, ସମ୍ପାଦକ ମାନଓ ପ୍ରୀତମ, ସଂଯୋଜକ ଅକ୍ଷୟ କୁମାର ଜେନା, କ୍ରୀଡ଼ାବିତ୍ ଲକ୍ଷ୍ମୀଧର ମହାପାତ୍ର ପ୍ରମୂଖ ଉପସ୍ଥିତ ରହି ଖେଳାଳୀଙ୍କୁ ଉତ୍ସାହିତ…

Read More

ଜିଲ୍ଲା ପରିଷଦ ନିମନ୍ତେ ଜିଲ୍ଲାର କେଉଁ ଜୋନ କାହା ପାଇଁ ସରଂକ୍ଷିତ

ନୟାଗଡ଼,(ନୟାଗଡ ଦର୍ପଣ): ନୟାଗଡ଼ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚୂଡ଼ାନ୍ତ ସଂରକ୍ଷିତ ତାଲିକା ଇତି ମଧ୍ୟରେ ପ୍ରକାଶ ପାଇଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ଅଣସଂରକ୍ଷିତ ରହିବା ସହ ସମସ୍ତ ଜୋନ ଗୁଡିକରେ ସଂରକ୍ଷଣରେ ବ୍ୟାପକ ପରିବର୍ତ୍ତନ ଘଟିଛି । ଜିଲ୍ଲା ପରିଷଦ ସଭ୍ୟ ପାଇଁ ଓଡ଼ଗାଁ ୧ ନଂ ଜୋନ୍ ଅନୁସୂଚିତ ଜାତି ମହିଳା, ଓଡ଼ଗାଁ ୨ନଂ ଜୋନ୍ ମହିଳା, ଓଡ଼ଗାଁ ୩ ନଂ ଜୋନ୍ ମହିଳା, ଓଡ଼ଗାଁ ୪ ନଂ ଜୋନ୍ ମହିଳା, ଖଣ୍ଡପଡ଼ା ୫ନଂ ଜୋନ୍ ଅଣସଂରକ୍ଷିତ, ଖଣ୍ଡପଡ଼ା ୬ ନଂ ଜୋନ୍ ମହିଳା, ଖଣ୍ଡପଡ଼ା ୭ ନଂ ଜୋନ୍ ମହିଳା, ଗଣିଆ ୮ ନଂ ଜୋନ୍ ଅନୁସୂଚିତ ଜାତି, ଦଶପଲ୍ଲା ୯ ନଂ ଜୋନ୍ ଅନୁସୂଚିତ ଜନଜାତି, ଦଶପଲ୍ଲା ୧୦ ନଂ ଜୋନ୍ ମହିଳା, ୧୧ ନଂ ଜୋନ୍…

Read More

କ୍ରୀଡ଼ା ପ୍ରତିଭା ଅନ୍ୱେଷଣ ପାଇଁ ଅନଲାଇନ ପଞ୍ଜିକରଣ

ନୟାଗଡ଼,(ନୟାଗଡ ଦର୍ପଣ): ଓଡ଼ିଶା ସରକାର କ୍ରୀଡା ଓ ଯୁବସେବା ବିଭାଗ ଦ୍ୱାରା ୮ ରୁ ୧୮ ବର୍ଷ ବୟସର ଛାତ୍ର ଓ ଛାତ୍ରୀ ମାନଙ୍କ ମଧ୍ୟରେ ଲୁକାୟିତ କ୍ରୀଡା ପ୍ରତିଭା ଅନ୍ୱେଷଣ ପାଇଁ ଛାତ୍ରଛାତ୍ରୀ ଏବଂ ସେମାନଙ୍କୁ ପ୍ରୋତ୍ସାହିତ କରୁଥିବା କ୍ରୀଡ଼ା ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କର ଅନଲାଇନ ମାଧ୍ୟମରେ ନାମ ପଞ୍ଜିକରଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ୱେବସାଇଟ ମାଧ୍ୟମରେ ନାମ ପଞ୍ଜିକରଣ କରିବା ପାଇଁ ଆସନ୍ତା ୧୫ ତାରିଖ ସୁଧା ଆହ୍ୱାନ କରାଯାଇଛି । ପଞ୍ଜିକୃତ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଉପଯୁକ୍ତ ପରୀକ୍ଷଣ ମାଧ୍ୟମରେ କ୍ରୀଡ଼ା ପ୍ରତିଭା ଚୟନ କରାଯିବ ଏବଂ ଚୟନ ହୋଇଥିବା ପ୍ରତିଭାମାନଙ୍କୁ ଛାତ୍ରାବାସରେ ଅବସ୍ଥାନ କରିପାରିବେ ବୋଲି ସୂଚନା ମିଳିଛି । କ୍ରୀଡ଼ା ଛାତ୍ରାବାସରେ ଅବସ୍ଥାନ କରିପାରିବେ ଅଥବା କ୍ରୀଡ଼ା ଛାତ୍ରାବାସ ବାହାରେ ରହି କ୍ରୀଡ଼ା ବିଭାଗ ଦ୍ୱାରା ପରିଚାଳିତ…

Read More

ଶରଣକୁଳରେ ପାଲା ଗାୟକ ମଣ୍ଡଳର ୪୭ତମ ବାର୍ଷିକ ସମ୍ମିଳନୀ

ଶରଣକୁଳ,(ନୟାଗଡ ଦର୍ପଣ): ମା ଦକ୍ଷିଣକାଳୀ ଚନ୍ଦ୍ର ଶେଖର ପାଲା ଗାୟକ ମଣ୍ଡଳ ନୟାଗଡ଼ର ୪୭ ତମ ବାର୍ଷିକ ସମ୍ମିଳନୀ ଶରଣକୁଳ ନିକଟସ୍ଥ ଭିକାରିପଡ଼ା କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ପବ୍ଲିକ ସ୍କୁଲ ସମ୍ମିଳନୀ କକ୍ଷରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ମଣ୍ଡଳ ସଭାପତି ପ୍ରଫୁଲ୍ଲ କୁମାର ଷଡ଼ଙ୍ଗୀଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ସମ୍ମିଳନୀରେ ରଣପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ ଉଦଘାଟନ କରିଥିବା ବେଳେ ରାଜ୍ୟ ପାଲା ଗାୟକ ପରିଷଦ ସଭାପତି ଗାୟକ ଶିଦ୍ଧାନ୍ତ ଦର୍ଶୀ ମଦନ ମୋହନ ଜେନା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ରାଜ୍ୟ ପାଲା ଗାୟକ ଟ୍ରଷ୍ଟବୋର୍ଡ କୋଷାଧ୍ୟାକ୍ଷ ଗାୟକ ସୁଧାକର, ଯୁଧିଷ୍ଠିର ପରିଡ଼ା, ଅଖଣ୍ଡ ପୁରୀ ପାଲା ଗାୟକ ସଂଘ ଉପଦେଷ୍ଟା ଗାୟକ ଅରୁଣ ଚକ୍ରଧର ବାରିକ ସମ୍ମାନିତ ଅତିଥି ରୂପେ ଯୋଗ…

Read More

ଓଏମଜି ବୁକ ଅଫ ରେକର୍ଡରେ ସ୍ଥାନ ପାଇଲା ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ

ନୟାଗଡ଼,(ନୟାଗଡ ଦର୍ପଣ): ଜାତୀୟ ସ୍ତରରେ ପ୍ରତିଷ୍ଠା ହୋଇଥିବା ଓଏମଜି ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ନୟାଗଡ଼ର ଯୁବକ । ନୂଆଗାଁ ବ୍ଲକ ଦୁରଦୁରା ଗ୍ରାମର ଯୁବ ସଂଗ୍ରାହକ ସଞ୍ଜୟ କୁମାର ସାହୁ ନିଜ ଗ୍ରାମରେ ପ୍ରତିଷ୍ଠା କରିଛନ୍ତି ଶ୍ରୀଜଗନ୍ନାଥ ସଂଗ୍ରାହଳୟ । ଏଥିରେ ବିଭିନ୍ନ ପ୍ରକାରର ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ଵ ତାଳପତ୍ର ପୋଥି ମଧ୍ୟରେ ରହିଛି ୪୧୦ ଖଣ୍ଡ, ରାମାୟଣ, ୨୮୦ଖଣ୍ଡ ଭାଗବତ, ୫ଖଣ୍ଡ ତେଲଗୁ ପୋଥି, ଭାଗବତ ଗୀତା ୩୫୦ଖଣ୍ଡ ବୈଦ୍ୟଶାସ୍ତ୍ର ୫ଖଣ୍ଡ, ଚିତ୍ର କାବ୍ଯ ୫ଖଣ୍ଡ ଏବ ଅନ୍ୟାନ୍ୟ ପୋଥି ସଂଗ୍ରହ କରି ଯତ୍ନର ସହିତ ସାଇତି ରଖୁଛନ୍ତି ସେ । ପୁରାତନ ପୋଥି ସଂଗ୍ରହରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତିଙ୍କ ନାମ ଓଏମଜି ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥାଏ । ଓଏମଜି ବୁକ୍ ଅଫ୍ ରେକର୍ଡ଼ର ସମ୍ପାଦନା ମଣ୍ଡଳୀ…

Read More