ନୟାଗଡ଼ ନାଟକ ମହୋତ୍ସବର ଉଦଯାପନ ସଂଧ୍ୟାର ନାଟକ ଭିନ୍ନ ଏକ ରାଗିଣୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ଗତ ପାଞ୍ଚଦିନ ଧରି ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ପ୍ରେକ୍ଷାଳୟରେ ଚାଲିଥିବା ନୟାଗଡ଼ ନାଟକ ମହୋତ୍ସବର ପଞ୍ଚମ ସଂଧ୍ୟାରେ ମଞ୍ଚସ୍ଥ ହୋଇଥିଲା ସୁଧା ସାଂସ୍କୃତିକ ଅନୁଷ୍ଠାନ,ନୟାଗଡର ନାଟକ ଭିନ୍ନ ଏକ ରାଗିଣୀ । ଜଣେ ଯୁବକର ସ୍ୱପ୍ନ, ଆଇ. ଏ. ଏସ. ହେବାର ସଂକଳ୍ପ କେମିତି ସମାଜର ବିଭିନ୍ନ ଘଟଣା ପ୍ରବାହରେ ବାଧାପ୍ରାପ୍ତ ହୋଇଛି ଏମିତି ଏକ ରୋଚକ ଘଟଣାକୁ ନେଇ ଗତିଶୀଳ ନାଟକ ଭିନ୍ନ ଏକ ରାଗିଣୀ। ନାଟକ ରଚନା କରିବା ସହ ନିର୍ଦ୍ଦେଶନା ଦେଇଥିଲେ ନାଟ୍ୟକାର ଡ. ଆଶୁତୋଷ ମିଶ୍ର । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୟାଗଡ ବି.ଡି.ଓ ପଦ୍ମ ଚରଣ ସାହୁ, ବିଶିଷ୍ଟ ଅତିଥି ଭାବେ ଓଡ଼ିଆ ସାହିତ୍ୟ ଏକାଡେମି ପୁରସ୍କାର ପ୍ରାପ୍ତ ନାଟ୍ୟକାର ପ୍ରାଧ୍ୟାପକ ରାମଚନ୍ଦ୍ର ମିଶ୍ର ଯୋଗଦେଇ ନୟାଗଡରେ ନାଟକର ସମୃଦ୍ଧି ପାଇଁ ଏମିତି…

Read More

ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଜିଲ୍ଲା ସ୍ତରୀୟ ଜନ୍ମ ଜୟନ୍ତୀ ପାଳନ

ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡିଶାର ଯେଉଁ ବ୍ଯକ୍ତି ପ୍ରଥମେ ମହାତ୍ମା ଗାନ୍ଧୀଙ୍କୁ ସାକ୍ଷାତ କରି ଓଡ଼ିଆଙ୍କ ଦୁରବସ୍ଥା ଓ ଦୁଃଖ ଦୁର୍ଦ୍ଦଶା ଜଣାଇ ଥିଲେ ସେ ହେଉଛନ୍ତି ଗାନ୍ଧୀ ବାଦୀ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର। ଓଡିଶାର ମହାନାୟକ ଗାନ୍ଧୀଙ୍କ ପ୍ରିୟ ଓଡିଆ ପୂଜ୍ୟ ବିପ୍ଳବୀ ଶ୍ରୀ ମିଶ୍ର ଙ୍କର ୧୩୪ ତମ ଜିଲ୍ଲା ସ୍ତରୀୟ ଜନ୍ମ ଜୟନ୍ତୀ ଆଜି ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର, ନୟାଗଡ଼, ପୂଜ୍ୟପୂଜା କମିଟି,ନୟାଗଡ଼ ଓ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ସ୍ମୃତି ପରିଷଦ, ଦଶପଲ୍ଲା ମିଳିତ ଆନୁକୁଲ୍ୟରେ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ବିଦ୍ଯାଳୟ ପରିସରରେ…

Read More

ନୟାଗଡ଼ ନାଟକ ମହୋତ୍ସବର ଚତୁର୍ଥ ସଂଧ୍ୟାର ନାଟକ ‘ଗେଷ୍ଟ’

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ନାଟକ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ମଂଚସ୍ଥ ହୋଇଥିଲା ନାଟକ ଗେଷ୍ଟ । ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ପ୍ରେକ୍ଷାଳୟ ଠାରେ ସିରିୟସ ଜୋନ୍ ନୟାଗଡ଼ର କଳାକାରମାନଙ୍କୁ ନେଇ ଅଭିନୀତ ହୋଇଥିଲା ହାସ୍ୟ ରସାତ୍ମକ ଓ ସାମାଜିକ ସଚେତନତା ପୂର୍ଣ୍ଣ ନାଟକ “ଗେଷ୍ଟ “।ସରକାରୀ ଚାକିରୀ କରିଥିବା ଜଣେ ନିମ୍ନ ମଧ୍ୟବିତ୍ତ ବ୍ୟକ୍ତି ଘରକୁ ଆସିଥିବା ଅତିଥିଙ୍କ ଦ୍ଵାରା କିପରି ହଇରାଣ ହୋଇଛନ୍ତି ଏବଂ ଏ ସବୁ ପରେ ବି ଅତିଥି ଚାଲିଯିବା ପାଇଁ କୌଣସି ଆଗ୍ରହ ଦେଖାଉନାହାନ୍ତି ଏମିତି ଏକ ରୋଚକ ଘଟଣାକୁ ନେଇ ଗତିଶୀଳ ନାଟକ ଗେଷ୍ଟ। ନାଟକ ରଚନା କରିଛନ୍ତି ଆମ ସମୟର ଖ୍ୟାତନାମା ନାଟ୍ୟକାର ଦର୍ପ ନାୟଣ ସେଠୀ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ କୁମାର ସାମନ୍ତରାୟ ।ଆଜିର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୟାଗଡ଼ ଜିଲ୍ଲା…

Read More

ନୟାଗଡ଼ ନାଟକ ମହୋତ୍ସବର ତୃତୀୟ ସଂଧ୍ୟାର ନାଟକ ବିଦ୍ରୋହ ନିଜ ବିରୁଦ୍ଧରେ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ମଂଚସ୍ଥ ହୋଇଥିଲା ନାଟକ ବିଦ୍ରୋହ ନିଜ ବିରୁଦ୍ଧରେ। ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ପ୍ରେକ୍ଷାଳୟ ଠାରେ ସିରିୟସ ଜୋନ୍ ନୟାଗଡ଼ର କଳାକାରମାନଙ୍କୁ ନେଇ ଅଭିନୀତ ହୋଇଥିଲା ଭିନ୍ନ ଶୈଳୀର ନାଟକ “ବିଦ୍ରୋହ ନିଜ ବିରୁଦ୍ଧରେ”। ନିଜକୁ ବେଶ୍ ଉଚ୍ଚଶିକ୍ଷିତ ଓ ବୁଦ୍ଧିମାନ ମନେକରୁଥିବା କିଛି ତଥାକଥିତ ମଣିଷ ମଧ୍ୟ ସମୟକ୍ରମେ ଅଂଧବିଶ୍ୱ।ସର କବଳରେ କବଳିତ ହୋଇଥାଏ।ବଂଚିବାର ଦୁର୍ବାର ଦୁର୍ବଳତା ଯୋଗୁଁ ନିଜ ଆଦର୍ଶ,ସଂସ୍କାର , ଅଭିମାନକୁ ମଧ୍ୟ ଦୂରେଇ ଦେଇଥାନ୍ତି ସେମାନେ, ଏମିତି ଏକ ମାନସିକ ଭାବବୋଧକୁ ନେଇ ନାଟକ ରଚନା କରିଛନ୍ତି ନାଟ୍ୟକାର ଗଦାଧର ନନ୍ଦ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ପବିତ୍ର କୁମାର ମହାନ୍ତି।ଆଜିର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ସଚିବ ପ୍ରବୋଧ କୁମାର ରଥ,ସମ୍ମାନିତ ଅତିଥି ବିଶିଷ୍ଟ…

Read More

ସାମାଜିକ ରୀତିନୀତି, ବ୍ୟବସ୍ଥା ଓ ବିଚାରବୋଧ ‘ବାଞ୍ଝ’ ନାଟକର ସ୍ୱର

ନୟାଗଡ଼ ନାଟକ ମହୋତ୍ସବର ଦ୍ୱିତୀୟ ସଂଧ୍ୟା ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ନାଟକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ମଂଚସ୍ଥ ହୋଇଥିଲା ନାଟକ ‘ବାଞ୍ଝ’। ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ପ୍ରେକ୍ଷାଳୟ ଠାରେ ସିରିୟସ ଜୋନ୍ ନୟାଗଡ଼ର କଳାକାରମାନଙ୍କୁ ନେଇ ଅଭିନୀତ ହୋଇଥିଲା ଭିନ୍ନ ଶୈଳୀର ନାଟକ “ବାଞ୍ଝ”। ମାତୃତ୍ଵ କେବଳ ଏକ ପରିପୂର୍ଣ୍ଣ ଜୀବନର ପରିଚୟ ନା ସାମାଜିକ ସ୍ଵିକୃତି। ଏକ ସମର୍ପଣ ନା ସହାନୁଭୂତି। ଜୀବନର ଗତିଶୀଳତା ମଧ୍ୟରେ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବାର ସାମର୍ଥ୍ୟ ରେ ପରିପୂର୍ଣ୍ଣା ନାରୀ। ଜୀବନ ରାସ୍ତାରେ ଝୁଣ୍ଟି ପଡୁଥିଲେ ମଧ୍ୟ ପୁଣି ଚାଲିବାର ସାମର୍ଥ୍ୟ,ସାହସ,ସଂକଳ୍ପ କେବଳ ନାରୀ ପାଖରେ ହିଁ ଥାଏ – ଅଜୟ ମହାପାତ୍ରଙ୍କ ଏମିତି ଏକ ସୁନ୍ଦର କାହାଣୀକୁ ନାଟ୍ୟରୂପ ଦେଇଛନ୍ତି ନାଟ୍ୟକାର କୈଳାଶ ଓଝା ଏବଂ ନିର୍ଦ୍ଦେଶନା ଦେଇଛନ୍ତି ଯାମିନୀ କାନ୍ତ ମିଶ୍ର।ଆଜିର…

Read More

ଉଦଘାଟିତ ହେଲା ନୟାଗଡ଼ ନାଟକ ମହୋତ୍ସବ, ମଞ୍ଚସ୍ଥ ହେଲା ନାଟକ ‘ଓଡଶ’

ଓଡ଼ଶ କହିଲା ଜୀବନଦର୍ଶନ ଓ ସାମାଜିକ ସ୍ଥିତିର କଥା, ଯେଉଠି ଜୀବନ ହେଉଛି ଏକ ନାଟକ, ସେଠି ନାଟକରେ ଜୀବନ ଖୋଜୁଥିବା ମଣିଷ ହେଉଛନ୍ତି କଳାକାରମାନେ: ଡ଼ଃ. ଅରୁଣ କୁମାର ସାହୁ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ନାଟକ ମହୋତ୍ସବର ଉଦ୍ଘାଟନୀ ସନ୍ଧ୍ୟାରେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ପ୍ରେକ୍ଷାଳୟ ଠାରେ ସିରିୟସ ଜୋନ୍ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିଲା ଭିନ୍ନ ଶୈଳୀ ତଥା ନିଆରା ସ୍ୱରର ନାଟକ “ଓଡ଼ଶ”। ଛୋଟ ହେଉ ଅଥବା ବଡ ପୃଥିବୀରେ ସମସ୍ତଙ୍କ କିଛି ନା କିଛି ଭୂମିକା ରହିଛି। ଓଡ଼ଶ ପୃଥିବୀରୁ ବିଲୁପ୍ତ ହେଉଥିବା ଏକ ଛୋଟ ଜୀବ।ଛୋଟ ହେଲେ ବି ତାର ଜୀବନ ଅଛି…ଅତଏବ ବଂଚିବାର ଅଧିକାର ମଧ୍ୟ ଅଛି।ମଣିଷ ପରି ସେ ଖାଏ,ବୁଲେ,ଆଶ୍ରୟ ଖୋଜେ,ଭୟକରେ।ତାର ମଧ୍ୟ ସଂସାର ଅଛି, ସ୍ତ୍ରୀ ଛୁଆପିଲା ଅଛନ୍ତି। ଓଡ଼ଶ ମଣିଷର ରକ୍ତ…

Read More

ଚିନ୍ମୟ ମିଶନ ତରଫରୁ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଚିନ୍ମୟ ମିଶନ ତରଫରୁ ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ସହର ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଚିନ୍ମୟ ମିଶନର ସନ୍ନ୍ୟାସୀ ସ୍ବାମୀ ଚିଦଘନ୍ନାନନ୍ଦ ସରସ୍ବତୀ ମୁଖ୍ଯ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାରେ ଭାଗନେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଆଶୀର୍ବଚନରେ କହିଥିଲେ ଯେ, ସୁସ୍ଥ ଶରୀର ସୁସ୍ଥ ମନ ନିର୍ମାଣ କରିଥାଏ। ଶରୀର ସୁସ୍ଥ ରହିବା ପାଇଁ ପ୍ରତିଦିନ ଆସନ ଓ ମନକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ପ୍ରାଣାୟାମ କରିବା ଆବଶ୍ଯକ। ଖାଦ୍ୟ ସଂଯମତା ହିଁ ସୁସ୍ଥ ଶରୀରର ଚାବିକାଠି ବୋଲି ମଧ୍ଯ କହିଥିଲେ। ଉକ୍ତ ପ୍ରତିଯୋଗିତାର ବିଚାରକ ଭାବେ ଲଡୁକେଶ ଆଞ୍ଚଳିକ ମହାବିଦ୍ୟାଳୟର ସଂସ୍କୃତ ଅଧ୍ଯାପକ ଡକ୍ଟର ସନ୍ତୋଷ କୁମାର ସାହୁ, ରାଜ ରଣପୁର ମହିଳା ମହାବିଦ୍ୟାଳୟର ସଂସ୍କୃତ ଅଧ୍ଯାପିକା ନିଳିମା ନନ୍ଦ, ସଂସ୍କୃତ ଶିକ୍ଷକ…

Read More

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ପ୍ରାକ୍ତନ ଛାତ୍ରଛାତ୍ରୀ ସମାବେଶ

ନୟାଗଡ଼, (ନୟାଗଡ଼ ଦର୍ପଣ): ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ପ୍ରାକ୍ତନ ଛାତ୍ରଛାତ୍ରୀ ସମାବେଶ। ବିଦ୍ଯାଳୟର ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ନିଜ ବିଦ୍ଯାଳୟର ସର୍ବାଙ୍ଗୀନ ଉନ୍ନତି ଏବଂ ବିକାଶ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ରାଜ୍ଯ ସରକାର ଆରମ୍ଭ କରିଥିବା “ମୋ ସ୍କୁଲ ଅଭିଯାନ” କାର୍ଯ୍ୟକ୍ରମ କେବଳ ସରକାରୀ ବିଦ୍ଯାଳୟ ମାନଙ୍କରେ ଚାଲିଥିବା ବେଳେ ବେସରକାରୀ ବା ଘରୋଇ ବିଦ୍ଯାଳୟ ମାନଙ୍କରେ କୌଣସି ବ୍ଯବସ୍ଥା ହୋଇ ନାହିଁ। ଏହି ପରୀପ୍ରେକ୍ଷୀରେ ନୟାଗଡ଼ସ୍ଥ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ପ୍ରାକ୍ତନ ଛାତ୍ରଛାତ୍ରୀ ମାନେ ଏକ ଅନାଥ ଆଶ୍ରମ ଗଢ଼ିବା ପାଇଁ ସଂକଳ୍ପ ନେଇ ଏକ ନିଆରା ଢଙ୍ଗରେ ମୋ ସ୍କୁଲ ଅଭିଯାନକୁ ପାଳନ କରିବାକୁ ପ୍ରୟାସ କରିଛନ୍ତି। ଆଜି ପୂର୍ବାହ୍ନ ୧୧ଟା ସମୟରେ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ତଥା ପ୍ରାକ୍ତନ…

Read More

ନୟାଗଡ଼ ଗାଇଡ଼ାନ୍ସ ପବ୍ଲିକ ସ୍କୁଲରେ ବିଜ୍ଞାନ, ଚିତ୍ର କଳା ଓ ହସ୍ତଶିଳ୍ପ ପ୍ରଦର୍ଶନୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହର ଉପକଣ୍ଠ ବାରମାସୀ ଲେନରେ ଥିବା ଗାଇଡ଼ାନ୍ସ ପବ୍ଲିକ ସ୍କୁଲରେ ୨୦୨୩-୨୪ ପାଇଁ ଏକ ବିଜ୍ଞାନ, ଚିତ୍ର କଳା ଓ ହସ୍ତଶିଳ୍ପ ପ୍ରଦର୍ଶନୀକୁ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ବିଜ୍ଞାନ ବିଭାଗର ଅଧ୍ୟାପକ ରୋଟାରିଆନ ପ୍ରସନ୍ନ କୁମାର ବସନ୍ତିଆ ମୁଖ୍ୟ ଅତିଥି ରୂପେ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ । ବିଜ୍ଞାନ ପ୍ରଦର୍ଶନୀ ପାଇଁ ବିଚାରକ ଭାବେ ଗୁରୁକୃପା ଯୋଗ ସମିତି, ଖୋର୍ଦ୍ଧା ତଥା ବାଣପୁର ମେଡିକାଲରେ କାର୍ଯ୍ୟରତ ପ୍ରସନ୍ନ କୁମାର ମିଶ୍ର, ବିଜ୍ଞାନ ଅଧ୍ୟାପକ ସୁଶାନ୍ତ କୁମାର ସାହୁ ଏବଂ ବିଜ୍ଞାନ ଅଧ୍ୟାପକ ବିଶ୍ଵ ମୋହନ ପଣ୍ଡା ପ୍ରକଳ୍ପ ଗୁଡ଼ିକୁ ମୂଲ୍ୟାୟନ କରିଥିବା ବେଳେ ଚିତ୍ର କଳା ଓ ହସ୍ତଶିଳ୍ପ ବିଭାଗରେ ଜଗୁ ନାରାୟଣ ସ୍କୁଲ୍, କୁରାଳର ଶିକ୍ଷକ ରାଜ କିଶୋର ନାୟକ, ଶ୍ରୀ ପଲିଟେକନିକର ଅଧ୍ୟାପକ ଅଜିତ କୁମାର ତ୍ରିପାଠୀ…

Read More

ରେଳ ଘରୋଇକରଣ ପ୍ରତିବାଦରେ ସି.ଆଇ.ଟି.ୟୁ.ର ବିକ୍ଷୋଭ

ନୟାଗଡ଼,(ନୟାଗଡ଼ ଦର୍ପଣ): କେନ୍ଦ୍ର ସରକାରର ରେଳ ବିଭାଗରେ ବ୍ୟାପକ ଘରୋଇକରଣ ଓ ଅବ୍ୟବସ୍ଥା ବିରୁଦ୍ଧରେ ନୟାଗଡ଼ ରେଳଷ୍ଟେସନ ଠାରେ ଶ୍ରମିକ ସଂଗଠନ ସିଆଇଟିୟୁ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଷ୍ଟେସନ ମାଷ୍ଟର ସଞୟକୁମାର ପ୍ରଧାନଙ୍କ ଜରିଆରେ ସ୍ମାରକପତ୍ର ଦିଆଯାଇଛି।ତା୨୩.୧୨.୨୦୨୩ ଅପରାହ୍ନରେ ସିଆଇଟିୟୁ ନେତା ସୁରେଶ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ସଙ୍ଗଠନର ଜିଲ୍ଲା ଆବାହକ ବିଶ୍ଵନାଥ ମହାପାତ୍ର ଉଦବୋଧନ ଦେଇ କହିଥିଲେ ଯେ ମୋଦୀ ଶାସନରେ ଘରୋଇକରଣ ପ୍ରକ୍ରିୟାରେ କର୍ପୋରେଟ ପୁଞ୍ଜି ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି ହୋଇଛି ଏବଂ ରେଳବାଇ ବିଭାଗ ଏହାର ପ୍ରୟୋଗଶାଳା ପାଲଟିଛି। ରେଳପଥ, ରେଳଗାଡ଼ି, ରେଳ ଷ୍ଟେସନ ଘରୋଇ ମାଲିକଙ୍କ ହାତରେ ଟେକିଦେବାରେ ରେକର୍ଡ ଭାଙ୍ଗିଛନ୍ତି ନରେନ୍ଦ୍ର ମୋଦୀ ନିଜର ଅତ୍ୟନ୍ତ ଅନୁଗତ ଅଶ୍ଵିନୀ ବୈଷ୍ଣବଙ୍କ ସହାୟତାରେ। ରେଳ ଯାତ୍ରାରେ ନିରାପତ୍ତା ଓ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି, ଲଗାତାର…

Read More