ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଆଜି ଦଶପଲ୍ଲାର କୁଞ୍ଜବନଗଡ଼ରେ ଜନ୍ମଲାଭ କରିଥିବା ଓଡ଼ିଶାର ପ୍ରଖ୍ୟାତ ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ୩୨ ତମ ଶ୍ରାଦ୍ଧ ବାର୍ଷିକ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାଗରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, NAC ଅଧ୍ୟକ୍ଷା ପୁନମ୍ ପ୍ରିୟଦର୍ଶିନୀ ,ତହସିଲଦାର ସ୍ମୃତିରଞ୍ଜନ ଶତପଥି ଯୋଗଦେଇଥିଲେ । ଉପସ୍ଥିତ ସମସ୍ତ ଅତିଥି ମାନେ ନାଟ୍ୟକାର ରାମଚନ୍ଦ୍ର ମିଶ୍ରକଂ ଆବକ୍ଷ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ରେ ନାଟ୍ୟକାର ରାମଚନ୍ଦ୍ର ମିଶ୍ରକଂ ଲିଖିତ ୨୦ ରୁ ଅଧିକ ନାଟକ ଉପରେ ଆଲୋଚନା କରିଥିଲେ ଓ ତତ୍କାଳୀନ ଓଡ଼ିଆ ସାହିତ୍ୟ କୁ ତାଙ୍କର ଅନବଦ୍ୟ ଦାନ ଉପରେ ଆଲୋଚନା କରିଥିଲେ ।
Read MoreCategory: ନୟାଗଡ଼
ରାଜ୍ୟ ସ୍ତରୀୟ ଭାଷା ସଂପାନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଆଜି ଦଶପଲ୍ଲା ବୃନ୍ଦାବନ ସୁବୁଦ୍ଧି ମହାବିଦ୍ୟାଳୟ ସଭାଗୃହରେ , ରାଜ୍ୟସ୍ତରୀୟ ଭାଷା ସଂପାନ ଶୀର୍ଷକ ଏକ ଆଲୋଚନା ଚକ୍ର ଓଡ଼ିଆ ଭାଷା ପ୍ରତିଷ୍ଠାନ, ଭୂବନେଶ୍ୱର ଓ ବୃନ୍ଦାବନ ସୁବୁଦ୍ଧି ମହାବିଦ୍ୟାଳୟ ଓଡିଆ ଭାଷା ସାହିତ୍ୟ ବିଭାଗ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା । ଆଜିର ଏହି କାର୍ଯ୍ୟକ୍ରମ ରେ ସର୍ବପ୍ରଥମେ ଅଗ୍ରପୂଜ୍ଯ ଗଜାନନକଂ ପ୍ରତିମୂର୍ତ୍ତି ରେ ଭକ୍ତି ପୁଷ୍ପାଞ୍ଜଳି ପ୍ରଦାନ ପରେ ଅତିଥି ମାନକୁଂ ପୁସ୍ତକ ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା ।ଓଡିଆ ଭାଷା ସାହିତ୍ୟର ବିଭାଗୀୟ ମୂଖ୍ୟ ସରୋଜ୍ କୁମାର ପଣ୍ଡାଙ୍କ ଦ୍ବାରା ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରକଳ୍ପ ପରାମର୍ଶଦାତା ଫଣିନ୍ଦ୍ର ଭୂଷଣ ନନ୍ଦ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ । ପ୍ରଫେସର ନାରାୟଣ ସାହୁ ଓଡିଆ ଭାଷା ସାହିତ୍ୟ ଉପରେ ବିସ୍ତ୍ରୁତ ଆଲୋଚନା କରିଥିଲେ ।…
Read Moreସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟରେ “ବିଶ୍ବ ତମାଖୁ ବର୍ଜନ ଦିବସ” ପାଳିତ ହେବା ସହିତ ଉଦଯାପିତ ହେଲା ବିଦ୍ୟାଳୟ ସୁରକ୍ଷା ଓ ନିରାପତ୍ତା ସପ୍ତାହ
ନୟାଗଡ଼,(ନୟାଗଡ଼ ଦର୍ପଣ): ସରକାରୀ ଉଚ୍ଚ ବିଦ୍ୟାଳୟ ଆନୁକୂଲ୍ୟରେ ସପ୍ତାହ ବ୍ୟାପୀ ଚାଲିଥିବା ବିଦ୍ୟାଳୟ ସୁରକ୍ଷା ଓ ନିରାପତ୍ତା ସପ୍ତାହ ଉଦଯାପିତ ହୋଇଥିବା ବେଳେ ଆଜି ପାଳିତ ହୋଇଥିଲା “ତମାଖୁ ବର୍ଜନ ଦିବସ”। ଆଜି ବିଦ୍ୟାଳୟ ଖୋଲିବା ପରେ ପ୍ରାର୍ଥନା ସଭାରେ ବିଶ୍ୱ ତମାଖୁ ବର୍ଜନ ଦିବସ ଉପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଉପସ୍ଥିତ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଏହି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ ସଲିମ୍ ଇବ୍ରାହିମ୍ ପରିଚାଳନା କରିଥିବା ବେଳେ ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ଶପଥ ପାଠ କରାଇଥିଲେ। ଅପରାହ୍ଣରେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସଦସ୍ୟାଙ୍କୁ ନେଇ ତମାଖୁ ସେବନର ଅପକାରିତା ସହିତ ସଚେତନ ବାର୍ତ୍ତା ପାଠ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ…
Read Moreଅବ୍ୟବସ୍ଥା ଘେରରେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରସୂତି ପାଇଁ ଆସିବାକୁ ମୁହଁ ମୋଡ଼ୁଛନ୍ତି ଆଦିବାସୀ। ପ୍ରସୂତି ହେବାପରେ ମିଠା ବାହାନାରେ କରାଯାଉଛି ଅର୍ଥ ଦାବି। ନର୍ମାଲ ବା ସାଧାରଣ ଭାବେ ପ୍ରସୂତି ହେବାପରେ ପୁଅ ହେଲେ ୨ ହଜାର ଏବଂ ଝିଅ ହେଲେ ୧ ହଜାର ଟଙ୍କା। କିଏ କିଛି ଆଶାକର୍ମୀଙ୍କ ହାତରେ ମଗାଉଛି ତ ପୁଣି କେଉଁ ଦିଦି ସିଧାସଳଖ ମାଗୁଛି। ଦୈନିକ ପ୍ରସୂତି ପାଇଁ ଆସୁଥିବା ସମ୍ପର୍କୀୟ ଏଭଳି ଶୋଷଣର ଶିକାର ହେଉଛନ୍ତି। ଦିଦି ମାନେ ମିଠା ଖାଇବା ପାଇଁ କିଛି ଟଙ୍କା ମଗା ଯାଉଥିବା ବେଳେ ଆଉ କିଛି ଟଙ୍କାରେ ମାରା ହୋଇଥିବା ଚୁଡ଼ି, ଶଙ୍ଖାକୁ ପରିବର୍ତ୍ତନ କରିବାକୁ କୁହାଯାଉଛି। ହେଲେ ଟଙ୍କା ଦେଉଥିବା ସମ୍ପର୍କୀୟ ମାନେ ଭୟରେ ଅଧିକାରୀ କିମ୍ବା କ୍ୟାମେରା ଆଗରେ ମୁହଁ ଖୋଲିବାକୁ ସାହାସ କରୁନଥିବା ଦେଖିବାକୁ…
Read Moreନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରଛାତ୍ରୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ଡ୍ରଗସ୍ର ଅପବ୍ୟବହାରଆମ ଦେଶରେ ପ୍ରାୟତଃ ଯୁବବର୍ଗରେ ବୃଦ୍ଧିପାଉଛି । ଏହା ନିଶ୍ଚିତ ଭାବରେ ଏକ ଚିନ୍ତାର ବିଷୟ । ଜୁନ ୨୬ତାରିଖ ଆନ୍ତର୍ଜାତିକ ନିଶା ସେବନ ଓ ଅବୈଧ ଚାଲାଣ ବିରୋଧୀ ଦିବସ ଅବସରରେ ନୟାଗଡ଼ ଏନଏସି ହାଇସ୍କୁଲର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀ ମାନେ ଡ୍ରଗସ୍ର ଅପବ୍ୟବହାର ରୋକିବା ପାଇଁ ପୂର୍ଣରୂପେ ସହଯୋଗ କରିବା ଏବଂ କୌଣସି ବି କ୍ଷତିକାରକ ଡ୍ରଗସ୍ କଦାପି ସେବନ ନକରିବା ପାଇଁ ଶପଥ ନେଇଥିଲେ । ଏଥି ସହିତ ଡ୍ରଗସ୍ ର କୁପ୍ରଭାବ ବିଷୟରେ ଜନସଚେତନତା ସୃଷ୍ଟି କରିବା ସହିତ ଯୁବପିଢି ବିପଥଗାମୀ ନହେବା ଏବଂ ତାଙ୍କର ସୃଜନଶୀଳତା ବୃଦ୍ଧି ପାଇବା ଏବଂ ସେମାନେ ସମାଜର ମୂଖ୍ୟ ସ୍ରୋତରେ ସାମିଲ ହୋଇ ଏକ ସୁସ୍ଥ ନିରାମୟ…
Read Moreଆନ୍ତର୍ଜାତୀକ ନିଶା ସେବନ ଓ ଅବୈଧ ଚାଲାଣ ବିରୋଧୀ ଦିବସ ପାଳିତ
ନୟାଗଡ,(ନୟାଗଡ଼ ଦର୍ପଣ): ମାଦକ ଦ୍ରବ୍ୟ ଅପବ୍ୟବହାର ଓ ଏହାର ଅବୈଧ ଚାଲାଣ ଉପରେ ନୟାଗଡ଼ରେ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜଗନ୍ନାଥ ମନ୍ଦିର ଠାରେ ଅତିରିକ୍ତ ଜିଲ୍ଲାପାଳ ପତାକା ଦେଖାଇ ଶୁଭ ଉଦଘାଟନ କରିଥିବା ବେଳେ ଏହି ରାଲି ବଜାର ସହ ମୁଖ୍ୟ ଟ୍ରାଫିକ ଛକ ପର୍ଯ୍ୟନ୍ତ ସଚେତନତା ରାଲି ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଏହି ଦିବସ ପାଳନର ଉଦ୍ଦେଶ୍ୟ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଉପସ୍ଥିତ ଅତିଥିମାନେ ନିଶା ସେବନ ଦ୍ୱାରା କେବଳ ଯେ ସେବନକାରୀ ତଳିତଳାନ୍ତ ହୁଏ ତା ନୁହେଁ, ତାର ପରିବାର ମଧ୍ୟ ଆର୍ଥିକ ଓ ମାନସିକ ଦୁର୍ଗତି ର ଶିକାର ହୁଅନ୍ତି। ସମାଜ ଉପରେ ମଧ୍ୟ ପ୍ରଭାବ ପଡେ। ଯାହା ସେବନ କଲେ ମନୁଷ୍ୟ ର ଶରୀର,…
Read Moreଦଶପଲ୍ଲାରେ ମାତିଛନ୍ତି ସାଇବର ଲୁଟେରା
ଓଟିପି ମାଧ୍ୟମରେ ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା, ଲୁଟିନେଲେ ମୋବାଇଲ୍ ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲା ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ମାତିଛନ୍ତି ସାଇବର୍ ଲୁଟେରା । ନିରିହ ଜନସାଧାରଣଙ୍କ ସରଳତାର ସୁଯୋଗ ନେଇ , କରୁଛନ୍ତି ଠକେଇ । ଗତ କିଛିଦିନ ତଳେ ଜନୈକ କ୍ଷୁଦ୍ର ବ୍ୟବସାୟୀ କୁଂ ପ୍ରଭାବିତ କରି ତାକଂ କ୍ରେଡିଟ୍ କାର୍ଡ଼ କ୍ଲୋଜ୍ କରିବା ବାହାନାରେ ତାକଂଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିବାବେଳେ , ଏବେ ଦଶପଲ୍ଲା ଦୁର୍ଗାବଜାରସ୍ଥିତ ଜନଗହଳିପୂର୍ଣ୍ଣ ନାରାୟଣଗଞ୍ଜ ହାଟରେ ମାତିଛନ୍ତି ମୋବାଇଲ ଲୁଟେରା । ଗତକାଲି ପୂର୍ବାହ୍ନରେ ହାଟ ମଧ୍ୟରେ ପ୍ରବଳ ଗହଳିର ସୁଯୋଗ ନେଇ ୪ ଜଣଙ୍କଠାରୁ ମୋବାଇଲ୍ ଫୋନ୍ ଲୁଟି ନେଇଛନ୍ତି ଲୁଟେରା । ପ୍ରଥମେ ହରିଡ଼ାବାଡ଼ି ଗ୍ରାମର ସନ୍ତୋଷ କୁମାର ସାହୁଙ୍କ ଫୋନ୍ ଚୋରି ହୋଇଥିଲା। ସେ ଆଳୁ…
Read Moreଦେବସ୍ନାନ ପୂର୍ଣ୍ଣିମାରେ ଭଜନ ସମାରୋହ ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନବକଳେବର ରଥ ଚକ ସ୍ଥାପନ କମିଟି ଏବଂ ସଙ୍ଗୀତଧାରା ମିଳିତ ଆନୁକୂଲ୍ୟରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଦିନ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ ଉପଲକ୍ଷେ ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ କଳାକାର ମାନଙ୍କୁ ନେଇ ଏକ ଭବ୍ୟ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ, କଣ୍ଠଶିଳ୍ପୀ ଜୟଶ୍ରୀ ଦେବୀ, ସୁର ଗନ୍ଧର୍ବ କଣ୍ଠଶିଳ୍ପୀ ନବକିଶୋର ମିଶ୍ର, ଗୁରୁ ପ୍ରଭାତ କୁମାର ଦାଶ, ବିଜୟାନନ୍ଦ ମହାପାତ୍ର, ଗୁରୁ ରଜନୀକାନ୍ତ ମହାପାତ୍ର, ଡ.ଆଶୁତୋଷ ମିଶ୍ର, ପ୍ରଦୀପ୍ତ ରଥ, ସରୋଜ ମିଶ୍ର, ମାଧବଚନ୍ଦ୍ର ଡାକୁଆ ପ୍ରମୁଖ ଭଜନ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ସଙ୍ଗୀତଧାରା ସଭାପତି ଡ.ବିଜୟ କୁମାର ଚୌଧୁରୀ, ରଥଚକ ସ୍ଥାପନା କମିଟି ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ପ୍ରଶାନ୍ତ ଦାଶ, ଗୋପୀନାଥ ସେଠୀ ପ୍ରମୁଖ ପରିଚାଳନା କରିଥିବା ବେଳେ ଲକ୍ଷ୍ମୀଧର ସାହୁ, ପ୍ରଶାନ୍ତ କୁମାର…
Read Moreଉଦ୍ୟମ ସଫଳ, ଠାକୁରଙ୍କ ଅଳଙ୍କାର ଉପରେ ହେବ ସୁନା ଛାଉଣୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୁରୁଣା ସହରସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ଚତୁର୍ଦ୍ଧାମୂର୍ତ୍ତୀଙ୍କ ସୁନାବେଶ ଲାଗି ଉଦ୍ୟମ ସଫଳ ହୋଇଛି । ଦୀର୍ଘ ଚାରିବର୍ଷ ଧରି ଠାକୁରଙ୍କ ସୁନାବେଶ ହୋଇପାରୁନଥିଲଲା । ଅଳଙ୍କାର ଉପରୁ ସୁନା ଲେପ ଛାଡିଯିବାରୁ ଉକ୍ତ ଅଳଙ୍କାର ଠାକୁର ଲାଗି ହେଉନଥିଲେ । ବାରମ୍ବାର ଦାବି ସତ୍ୱେ ଖର୍ଚ୍ଚ ଅଟକଳ ସାତଲକ୍ଷ ଟଙ୍କା ଦେବୋତ୍ତର ବିଭାଗ ଦେବାକୁ ଅକ୍ଷମ ଥିବାରୁ ଶ୍ରଦ୍ଧାଳୁଙ୍କ ମନରେ ଘୋର ଆଘାତ ଲାଗିଥିଲା । ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଉଦ୍ୟମ କ୍ରମେ ସାତଲକ୍ଷ ଟଙ୍କା ଯୋଗାଡ଼ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ନୟାଗଡ଼ ବିଧାୟକ ଡ଼ଃ ଅରୁଣ କୁମାର ସାହୁଙ୍କୁ ଯୋଗାଯୋଗ ପରେ ଶୁକ୍ରବାର ଅପରାହ୍ନରେ ବିଧାୟକ ଡ. ସାହୁ ଚାରି ଲକ୍ଷ ଟଙ୍କା ଦେବୋତ୍ତର ମ୍ୟାନେଜରଙ୍କୁ ପ୍ରଦାନ କରିଥିଲେ। ଅବଶିଷ୍ଟ ୩ଲକ୍ଷ ଟଙ୍କାରୁ ପ୍ରମୋଦ ପଟ୍ଟନାୟକ…
Read Moreଉପାସରେ ରହିବେ ବାବା ନୀଳକଣ୍ଠେଶ୍ଵର, ଆନ୍ଦୋଳନ ଚେତାବନୀ ଦେଲେ ପୂଜକ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ଏନଏସି ଅନ୍ତର୍ଗତ ଦେଉଳ ମାଳିସାହି ଗ୍ରାମରେ ଥିବା ଆରାଧ୍ଯ ଦେବ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମହାଦେବଙ୍କ ମନ୍ଦିର ବହୁ ପ୍ରାଚୀନ କାଳରୁ ଅବସ୍ଥିତ। ଏହି ମନ୍ଦିରର ପୂଜକଗଣ ରାଜାରାଜୁଡା ଅମଳରୁ ବଂଶାନୁକ୍ରମରେ ଠାକୁରଙ୍କ ପୂଜାରେ ଲାଗି ଆସିଛନ୍ତି ଓ ଠାକୁରଙ୍କ ଜମିକୁ ଭୋଗଦଖଲ କରିଆସୁଛନ୍ତି । ମାତ୍ର ବର୍ତମାନ ଉକ୍ତ ଜମିରେ ପୂର୍ବତଟ ରେଳ ଲାଇନ ଆସିବା ଦ୍ଵାରା ଜମିର ଭୋଗଦଖଲ ବନ୍ଦ ଅଛି ଏବଂ ସେଥିପାଇଁ ପୂର୍ବତଟ ରେଳ ବିଭାଗ ପକ୍ଷରୁ ସେମାନଙ୍କୁ କୌଣସି କ୍ଷତି ପୂରଣ ଦିଆଯାଇ ନାହିଁ । ତେବେ ଜମି ଅଧିଗ୍ରହଣ ଅର୍ଥ ଆସିଥିଲେ ମଧ୍ୟ ପୂଜକମାନଙ୍କୁ ଦିଆଯାଇ ନାହିଁ । ତେବେ ସେବାୟତମାନେ ଗତ ୬ବର୍ଷରୁ ଅଧିକ ସମୟ କରଜ ବାରଜ କରି ମନ୍ଦିର ସେବା ଜାରି ରଖିଥିବା ସହିତ ନିଜ ନିଜ ପରିବାରର ଗୁଜୁରାଣ…
Read More