ରଣପୁର, (ନୟାଗଡ଼ ଦର୍ପଣ): ସର୍ବଭାରତୀୟ ସ୍ତରରେ କାର୍ଯ୍ୟରତ ସ୍ଵେଚ୍ଛାସେବୀ ଶିକ୍ଷା ଅନୁଷ୍ଠାନ ପ୍ରଥମ ଓଡ଼ିଶା ସେକେଣ୍ଡ ଚାନ୍ସ ପ୍ରୋଗ୍ରାମ୍ ତରଫରୁ ଶିକ୍ଷା କ୍ଷେତ୍ରରେ ପଛୁଆ ରହିଥିବା ଅଞ୍ଚଳରେ ମାଟ୍ରିକ୍ ପାସରୁ ବଞ୍ଚିତ ହେଉଥିବା ବାଳିକା ଓ ମହିଳାମାନଙ୍କୁ ପତ୍ର ବିନିମୟ ଶିକ୍ଷା ମାଧ୍ୟମରେ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟରେ ମାଟ୍ରିକ ପାସ୍ କରିବାର ବ୍ୟବସ୍ଥା କରାଯାଇ ଆସୁଅଛି। ଏହି ସଂଗଠନ ତରଫରୁ ନୟାଗଡ଼ ଜିଲ୍ଳା ରଣପୁର ବ୍ଳକରେ ୨୦୨୩-୨୪ ଶିକ୍ଷା ବର୍ଷରେ ୮୭% ବିଦ୍ୟାର୍ଥୀ ଦଶମ ବୋର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ରଣପୁର, ଯଦୁପୁର, ତାରିଆ, ରାଜ ଜଙ୍କିଆ, କେରାଣ୍ଡା ଟାଙ୍ଗୀ, କନ୍ଧ ନୟାଗଡ଼, ଅର୍ଜୁନପୁର, ବାରଙ୍ଗଗାଡିଆ, ଚାନ୍ଦପୁର ,ବୋକାଖାଇ ଓ ବୋରବରଝର ଆଦି ଗ୍ରାମରେ କ୍ଲଷ୍ଟର କ୍ଲାସ୍ କାରଯାଇ ୧୬୪ ରୁ ୧୪୩ ବିଦ୍ୟାର୍ଥୀ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ମାଟ୍ରିକ୍…
Read MoreCategory: ନୟାଗଡ଼
ଉତ୍କଳ ସାହିତ୍ୟ ସମାଜ ନୟାଗଡ ଶାଖାର ଷଷ୍ଠ ବାର୍ଷିକ ଉତ୍ସବ
ନୟାଗଡ, (ନୟାଗଡ଼ ଦର୍ପଣ): ଉତ୍କଳ ସାହିତ୍ୟ ସମାଜ ନୟାଗଡ ଶାଖାର ଷଷ୍ଠ ବାର୍ଷିକ ଉତ୍ସବ ସ୍ଥାନୀୟ ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ପ୍ରାକ୍ତନ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଅବସରପ୍ରାପ୍ତ ଅଧ୍ୟାପକ ବିଜୟ କୁମାର ଜେନା ଓ ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଓଡ଼ିଆ ସାହିତ୍ୟର ଅନ୍ଧକାରମୟ ଯୁଗ ସମୟରେ ଏହି ସାହିତ୍ୟ ସମାଜର ସୃଷ୍ଟି ” ଯେତେବେଳେ ଓଡ଼ିଆ ଭାଷା ଏକ ସ୍ବତନ୍ତ୍ର ଭାଷା ନୁହେଁ” ବୋଲି ସ୍ୱର ଉଠିଥିଲା ଠିକ୍ ସେହି ସମୟରେ ମଧୁସୂଦନ ରାଓ, ଫକିର ମୋହନ ସେନାପତି, ଗୋପବନ୍ଧୁ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ ପ୍ରଭୃତି ପ୍ରତିଷ୍ଠିତ ସାହିତ୍ୟିକଗଣ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ ଏବଂ ଉତ୍କଳ ସାହିତ୍ୟ ସମାଜ ପ୍ରତିଷ୍ଠା କରିଥିଲେ । ଏହି ଅବସରରେ…
Read Moreପ୍ରବାଦ ପୁରୁଷ ଦାସିଆ ଅଜାଙ୍କ ସ୍ଥାପନ କରାଯାଇଥିବା ପ୍ରତିମୂର୍ତ୍ତିର ସଂଶୋଧନ ଓ ପ୍ରତିମୂର୍ତ୍ତି ଉପରେ ଏକ ଛତା ନିର୍ମାଣ ପାଇଁ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ
ନୟାଗଡ଼, (ନୟାଗଡ଼ ଦର୍ପଣ): ସଂସ୍କୃତି ବିଭାଗ ପକ୍ଷରୁ ଓଡିଶାର ପ୍ରବାଦ ପୁରୁଷ ବିସ୍ମୟ ସାଧକ ଦାସିଆ ଅଜାଙ୍କର ପୂର୍ଣ୍ଣାବୟବ ବ୍ରୋଞ୍ଜ ପ୍ରତିମୂର୍ତ୍ତି ୨୦୧୭ ମସିହା ମାର୍ଚ୍ଚ ୧୯ ତାରିଖ ରେ ନୟାଗଡ଼ କଚେରୀ ବଜାର ଛକରେ ସ୍ଥାପନ କରାଯାଇଛି। ମାତ୍ର ପ୍ରତିମୂର୍ତ୍ତିର ନିର୍ମାଣ ସମୟର ଗଢଣ ଓ ସ୍ଥାପନ ସମୟରେ ଅସାବଧାନତା ଯୋଗୁଁ ପ୍ରତିମୂର୍ତ୍ତିର ମୁହଁ ତଳମୁହାଁ ହୋଇ ରହିଛି। ଏହାଦ୍ବାରା ପ୍ରତିମୂର୍ତ୍ତିଟି ଆକର୍ଷଣୀୟ ହୋଇ ନାହିଁ। ଏ ସମ୍ପର୍କରେ ପ୍ରତିମୂର୍ତ୍ତିର ଅନାବରଣ ଦିନ ମାନ୍ଯବର ସଂସ୍କୃତି ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ମାନଙ୍କୁ ଅବଗତ କରାଯାଇଥିଲା। ସେମାନେ ଏହାକୁ ସଂଶୋଧନ କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ମାତ୍ର ଏହାରି ଭିତରେ ଦୀର୍ଘ ସାତବର୍ଷ ବିତିଯାଇଥିଲେ ମଧ୍ଯ ପ୍ରତିମୂର୍ତ୍ତିର ସଂଶୋଧନ କାର୍ଯ୍ୟ କରାଯାଇ ନାହିଁ। ଜନ ମାନସରେ ଏବଂ ବୁଦ୍ଧିଜୀବୀ ମହଲରେ ଏହା ସମସ୍ତଙ୍କୁ ମର୍ମାହତ…
Read Moreକବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ଓ ସଂସ୍କୃତି ପରିଷଦ ପକ୍ଷରୁ ବର୍ଷା କବିତା ଆସର ଏବଂ ପୁସ୍ତକ ଉନ୍ମୋଚନ
ନୟାଗଡ଼,(ନୟାଗଡ଼ ଦର୍ପଣ): କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ଓ ସଂସ୍କୃତି ପରିଷଦ,ନୟାଗଡ଼ ପକ୍ଷରୁ ଏକ ବର୍ଷା କବିତା ଆସର ଆଜି ପୂର୍ବାହ୍ନରେ ସ୍ଥାନୀୟ କେସି କ୍ଲବ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଆୟୋଜିତ ଏହି କବିତା ଆସର ଏବଂ ସାହିତ୍ୟ ସଭାରେ ପରିଷଦ ସଭାପତି ପ୍ରମୋଦ ପଟ୍ଟନାୟକ ଅଧ୍ୟକ୍ଷତାକରିଥିବା ବେଳେ ଅତିଥିଭାବେ ବିଶିଷ୍ଟ ସାହିତ୍ୟିକ,ଗବେଷକ ତଥା ନାଟ୍ୟ ନିର୍ଦ୍ଦେଶକ ନାଟ୍ୟଭୂଷଣ ଡ.ବିଜୟ କୁମାର ଚୌଧୁରୀ, ଆକାଶବାଣୀ କଟକ କେନ୍ଦ୍ରର ସ୍ୱୀକୃତି ପ୍ରାପ୍ତ ଗୀତିକାର, କବି, ଉଦ୍ଘୋଷକ ତଥା ନାଟ୍ୟକାର ବିରଞ୍ଚି ନାରାୟଣ ତ୍ରିପାଠି ଏବଂ ରାଜ୍ୟର ସୁନାମଧନ୍ୟ ପାଲା ଗାୟକ ତଥା ରାଜ୍ୟ ପାଲା ଗାୟକ ପରିଷଦର ସଂଗଠନ ସମ୍ପାଦକ ଗାୟକ କଳାନିଧି ମନୋଜ କୁମାର ମିଶ୍ର ଅତିଥିଭାବେ ଯୋଗଦାନ କରି ବର୍ଷା ସମ୍ପର୍କିତ ବିଭିନ୍ନ କାବ୍ୟ କବିତା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ…
Read Moreଡ. ସୁରେଶ ବରାଡ଼ଙ୍କ ‘ଜଗ ଜଗ ନାରୀ’ ଉପନ୍ୟାସ ଲୋକାର୍ପିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଜାଜ୍ଵଲ୍ୟମାନ ସାରସ୍ବତ ସାଧକ, କବି, ପ୍ରାବନ୍ଧିକ, ଗାଳ୍ପିକ, ଔପନାସିକ ତଥା ଲେଖକ ଡ. ସୁରେଶ ଚନ୍ଦ୍ର ବରାଡ଼ଙ୍କ ‘ଜଗ ଜଗ ନାରୀ’ ଉପନ୍ୟାସ ପୁସ୍ତକ ଲୋକାର୍ପିତ ହୋଇ ଯାଇଛି। ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଙ୍କ ପୌରୋହିତ୍ୟରେ କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ଓ ସଂସ୍କୃତି ପରିଷଦ ନୟାଗଡ଼ ଦ୍ଵାରା କେ ସିଂ କ୍ଳବ ସଭା ଗୃହରେ ଆୟୋଜିତ ବର୍ଷା କାଳୀନ ସାହିତ୍ୟ ଆସର ‘ବର୍ଷା କବିତା ଆସର’ କାର୍ଯ୍ୟକ୍ରମରେ ଆଜି ଅତିଥି ମାନଙ୍କ କରକମଳରେ ଏହି ଉପନ୍ୟାସ ପୁସ୍ତକର ଲୋକାର୍ପଣ ହୋଇ ଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ନାଟ୍ୟ ଭୂଷଣ ଡ.ବିଜୟ କୁମାର ଚୈ।ଧୂରୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତାଭାବେ ପ.ବିରଞ୍ଚି ନାରାୟଣ ତ୍ରିପାଠୀ ଯୋଗ ଦେଇଥିଲେ। ଏହି ଆସରରେ କଳାନିଧି ମନୋଜ କୁମାର ମିଶ୍ର ଓ…
Read Moreନୟାଗଡ଼ ଜିଲ୍ଲା ବିକାଶ ପରିଷଦ ତରଫରୁ ଛାତ୍ରଛାତ୍ରୀଙ୍କୁ ଫଳରସ ପ୍ରଦାନ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ନୟାଗଡ଼ ଜିଲ୍ଲା ବିକାଶ ପରିଷଦର କର୍ମକର୍ତ୍ତା ଆଜି ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଫଳରସ ବଣ୍ଟନ କରିଥିଲେ। ପରିଷଦର ବରିଷ୍ଠ କର୍ମକର୍ତ୍ତା ତଥା ଶିକ୍ଷାବିତ୍ ଅନାଦି ଚରଣ ମହାନ୍ତି, ଗୋବିନ୍ଦ ଚନ୍ଦ୍ର ସାହୁ, ପ୍ରଫୁଲ୍ଲ କୁମାର ନାୟକ, ଯଜ୍ଞଦତ୍ତ ମହାପାତ୍ର ଓ ମୈତ୍ରୀ ଯୁବ ସଂସଦର ସଂପାଦକ ପ୍ରଦୀପ ସାହୁ ପ୍ରମୁଖ ବିଦ୍ୟାଳୟରେ ପହଞ୍ଚି ଶ୍ରେଣୀୱାରୀ ଛାତ୍ରଛାତ୍ରୀଙ୍କୁ ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁଙ୍କ କରକମଳରେ ଫଳରସ ପିଆଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଜିଲ୍ଲା ବିକାଶ ପରିଷଦର ଉତ୍ସାହପ୍ରଦ କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଜିଲ୍ଲା ବିକାଶ ପରିଷଦର କର୍ମକର୍ତ୍ତାଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି।
Read Moreନୟାଗଡ଼ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିରରେ ଜ୍ଞାନବିଜ୍ଞାନ ମେଳା ଉଦଘାଟିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିର ଠାରେ ବିଭାଗ ସମ୍ଭାଗ ଜ୍ଞାନବିଜ୍ଞାନ ମେଳା ଉଦଘାଟିତ ହୋଇଯାଇଛି। ଏହି ଅବସରରେ ନୟାଗଡ଼ ଜିଲ୍ଲା ମଣ୍ଡଳ ଶିକ୍ଷାଅଧିକାରୀ ଶ୍ରୀ ନିମାଇଁ ଚରଣ ପ୍ରଧାନ ମହୋଦୟ ମା ଶାରଦା ଙ୍କ ନିକଟରେ ଦୀପ ପ୍ରଜ୍ବଳନ କରି ଆଶିଷ ଭିକ୍ଷା କରିଥିଲେ। ବିଦ୍ୟାଳୟ ର ପ୍ରଧାନାଚାର୍ଯ୍ୟ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ମହୋଦୟ ସାର ଆଇଯାକ ନିଉଟନ ଙ୍କ ଜୀବନୀ ଉଦାହରଣ ମାଧ୍ୟମରେ ଅଦମ୍ୟ ଚେଷ୍ଟା ଆବଶ୍ୟକ ବୋଲି କହିଥିଲେ। ରାମାୟଣ କାଳିନ ରାବଣର ପୁଷ୍ପକ ବୀମାନ ନିର୍ମାଣ ଶୈଳୀ ବିଷୟରେ ଆଜିର ବୈଜ୍ଞାନିକ ମାନେ କରି ପାରିନାହାନ୍ତି। ଆବଶ୍ୟକତା ହିଁ ନୂଆବାଟ କଢାଏ। ଆଜିର ଶିଶୁ ଭବିଷ୍ୟତର ସୁନାଗରିକ। ବୈଜ୍ଞାନିକ ସମ୍ବନ୍ଧିୟ ଅସାଧ୍ୟ ସାଧନ୍ୟ ର ସମ୍ଭାବନା ରହିଛି। ଜିଲ୍ଲା ପ୍ରମୁଖ…
Read Moreବିଭିନ୍ନ ସମସ୍ୟା ସମାଧାନ ପାଇଁ ରେଳ ବିଭାଗ ଏବଂ ନାଗରିକ ମଞ୍ଚର ମିଳିତ ଆଲୋଚନା, ଯାତ୍ରୀଙ୍କ କଲ୍ୟାଣ ପାଇଁ ରେଳ ବିଭାଗର ଦୃଢ଼ ପ୍ରତିଶୃତି
ନୟାଗଡ଼,(ନୟାଗଡ଼ ଦର୍ପଣ): ଖୋର୍ଦ୍ଧାରୋଡ଼ ରେଳ ଡିଭିଜନର ମୁଖ୍ୟ ପରିଚାଳକ ଏଚ.ଏସ. ବାଜ୍ୱାଙ୍କ ଆମନ୍ତ୍ରଣ କ୍ରମେ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ତାଙ୍କ ଜଟଣୀସ୍ଥିତ କାର୍ଯ୍ୟାଳୟ ଠାରେ ଭେଟି ନୟାଗଡ଼ ଜିଲ୍ଲା ରେଳ ସମସ୍ୟା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏଥିରେ ନୟାଗଡ଼ ନାଗରିକ ମଞ୍ଚର ସଭାପତି ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ନେତୃତ୍ୱରେ ଚାରିଜଣିଆ ପ୍ରତିନିଧି ମଣ୍ଡଳି ଏବଂ ରେଳ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହି ଆଲୋଚନା ସକରାତ୍ମକ ହୋଇଥିବା ବେଳେ ରେଳ ବିଭାଗ ଆଗାମୀ ଦିନରେ ନୟାଗଡ଼ ଜିଲ୍ଲାରେ ରେଳ ସେବାରେ ବ୍ୟାପକ ସୁଧାର ଆଣିବ ବୋଲି ସୂଚନା ମିଳିଛି । ଖୁବ୍ କମଦିନ ମଧ୍ୟରେ ଖୋର୍ଦ୍ଧା ରେଳ ଡିଭିଜନ ମୁଖ୍ୟ ପରିଚାଳକ ଶ୍ରୀଯୁକ୍ତ ବାଜ୍ୱା ନିଜେ ନୟାଗଡ଼ ଜିଲ୍ଲା ଗସ୍ତରେ…
Read Moreମଣ୍ଡଳ ସ୍ତରୀୟ ବିଜ୍ଞାନ ଡ୍ରାମା ପ୍ରତିଯୋଗୀତା
ଶରଣକୁଳ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଅନ୍ତର୍ଗତ ରଘୁନାଥ ସରକାରୀ ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ମଣ୍ଡଳ ସ୍ତରୀୟ ବିଜ୍ଞାନ ଡ୍ରାମା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ଗାଁ ବ୍ଳକର ୧୫ଟି କ୍ଳଷ୍ଟରର ପ୍ରତିଯୋଗୀମାନେ ଯୋଗଦେଇଥିଲେ। ପ୍ରତିଯୋଗୀତା ରଘୁନାଥ ବିଦ୍ୟାପୀଠ, ଓଡ଼ଗାଁର ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ନାୟକଙ୍କ କରକମଳରେ ଉଡ୍ଘାଟିତ ହୋଇଥିବା ବେଳେ ବିଚାରକ ଭାବେ ରମେଶ ଚନ୍ଦ୍ର ସାହୁ, ପବିତ୍ର ମୋହନ ସାହୁ, ପଞ୍ଚାନନ ପଣ୍ଡା ଓ ନରେନ୍ଦ୍ର କୁମାର ତ୍ରିପାଠୀ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରଦର୍ଶିତ ଡ୍ରାମା ଗୁଡ଼ିକର ମୂଲ୍ୟାଙ୍କନ କରିଥିଲେ। ସେମାନଙ୍କୁ ସହଯୋଗର ହାତ ବଢ଼ାଇଥିଲେ ସମର ସିଆରସିସି ନରେନ୍ଦ୍ର ପାଣିଗ୍ରାହୀ ଓ ଶିକ୍ଷକ ସୁଶେନ୍ଦୁ ଷଢ଼ଙ୍ଗୀ। ପ୍ରତିଯୋଗୀତାରେ ଚିତାକର୍ଷକ ଅଭିନୟ ପାଇଁ ଶରଣକୁଳ କ୍ଳଷ୍ଟର ଅନ୍ତର୍ଗତ ଲୋକ ନୋଡ଼ାଲ ବିଦ୍ୟାପୀଠ, ପଞ୍ଚିରିଡ଼ାମାନପୁରର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଅଭିନୀତ ବିଜ୍ଞାନ ଡ୍ରାମା…
Read Moreବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ପ୍ରଥମ ଜାତୀୟ ମହାକାଶ ଦିବସ ପାଳିତ
ରଣପୁର,(ନୟାଗଡ଼ ଦର୍ପଣ): ଆଜି ସାରା ଦେଶ ପାଳିଛି ପ୍ରଥମ ଜାତୀୟ ମହାକାଶ ଦିବସ।ଗତବର୍ଷ ଆଜିର ଦିନରେ ମହାକାଶ ଗବେଷଣା କ୍ଷେତ୍ରରେ ଇତିହାସ ରଚିଥିଲା ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ISRO)। ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଥିଲା ଭାରତର ମୁନ୍ ମିଶନ ଚନ୍ଦ୍ରଯାନ-୩ । ପ୍ରତିଟି ଭାରତୀୟଙ୍କ ଛାତି ଖୁସିରେ ଫୁଲି ଉଠିଥିଲା । ଯାହା କୌଣସି ଦେଶ କରିବାରେ ସକ୍ଷମ ହୋଇନଥିଲା ତାହା କରି ଦେଖାଇଥିଲା ଭାରତ । ଦେଶରେ ବିଶ୍ବର ଏକ ନମ୍ବର ଦେଶ ଭାବେ ବିଶ୍ବବିଦିତ ହୋଇଥିଲା ଭାରତ । ଏହି ଦିନକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଆଜି ଦେଶ ପାଳିଛି ପ୍ରଥମ ଜାତୀୟ ମହାକାଶ ଦିବସ । ଏହି ଐତିହାସିକ ସଫଳତା ସହ ଭାରତ ମହାକାଶ ଗବେଷଣା କ୍ଷେତ୍ରରେ ଚନ୍ଦ୍ରରେ ଅବତରଣ କରିବାରେ ବିଶ୍ବର ୪ର୍ଥ ରାଷ୍ଟ୍ର ଭାବେ ସ୍ଥାନ ପାଇଥିଲା।…
Read More