ରଣପୁର,(ନୟାଗଡ଼ ଦର୍ପଣ):ନୟାଗଡ ଜିଲ୍ଲା ରଣପୁର ପାଇଁ ମଲାଗୁଣି(ମନ୍ଦାକିନୀ)ସେତୁ ହେଉଛି ଲାଇଫ୍ ଲାଇନ୍। ଏହି ସେତୁ ନିର୍ମାଣରେ ଅଧିକ ବିଳମ୍ବ ହେଉଥିବା ହେତୁ ଅପର ପକ୍ଷେ ରଣପୁର ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମିତ ଅସ୍ଥାୟୀ ପୋଲ ଉପରେ ଯାତାୟତ କରିବା ଏ ଅଞ୍ଚଳର ସମସ୍ତ ଜନସାଧାରଣଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ, ବ୍ୟବସାୟୀ, ଆମ୍ବୁଲାନ୍ସ ଯାତାୟାତ କରିବା, ଏପରିକି ରୋଗୀସେବା ଆଦି ସମସ୍ତ ପ୍ରକାର କାର୍ଯ୍ୟ ବିପଦପୂର୍ଣ୍ଣ ହୋଇପଡିଛି। ଚଳିତ ବର୍ଷ ନିର୍ବାଚନକୁ ଆଖି ଆଗରେ ରଖି ନାଁ’ ନେବା ପାଇଁ ସେତୁ ନିର୍ମାଣ କାମ ଆରମ୍ଭ ହୋଇଥିଲେ ମଧ୍ୟ ବର୍ଷା ଋତୁ ଆସି ଯାଇଥିଲା। ଅଦ୍ୟାବଧି କାମ ବନ୍ଦ ହୋଇ ପଡିଛି। ଏପଟେ ଅବଧି(କଣ୍ଟ)ସରିଲାଣି;ସରୁନି ନିର୍ମାଣ କାମ। ବର୍ଷ ବର୍ଷ ଧରି ଅଧାପନ୍ତରିଆ ଭାବେ ପଡ଼ିରହିଛି ବ୍ରିଜ। ମିଲିଭଗତରେ ଚାଲିଛି ହରିଲୁଟ।ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ…
Read MoreCategory: ନୟାଗଡ଼
ସଙ୍ଗୀତଧାରା’ ପକ୍ଷରୁ ଆରମ୍ଭ ହେବ ଭକ୍ତିସଙ୍ଗୀତ ପ୍ରତିଯୋଗିତା
ନୟାଗଡ଼,(ନୟାଗଡ଼ ଦର୍ପଣ): ପୂର୍ବ ବର୍ଷର ଅପୂର୍ବ ସଫଳତା ପରେ ଚଳିତ ବର୍ଷ ପୁନର୍ବାର ଆରମ୍ଭ ହେବ ଜିଲ୍ଲାସ୍ତରୀୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା। ଜିଲ୍ଲାର ଲୁକ୍କାୟିତ ସଙ୍ଗୀତ ପ୍ରତିଭା ତଥା କଣ୍ଠଶିଳ୍ପୀ ମାନଙ୍କୁ ଲୋକ ଲୋଚନକୁ ଆଣି ସେମାନଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ଏହି ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଚଳିତ ମାସରୁ ଆରମ୍ଭ ହେବାକୁ ଯାଉଛି । ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସଙ୍ଗୀତାନୁଷ୍ଠାନ ‘ସଙ୍ଗୀତଧାରା’ ପକ୍ଷରୁ ଆୟୋଜିତ ହେବାକୁ ଯାଉଥିବା ଏହି ପ୍ରତିଯୋଗିତାରେ ୧୪ରୁ ୨୪ବର୍ଷ ବୟସର ଉଭୟ ପୁଅ ଝିଅ ଅଂଶ ଗ୍ରହଣ କରି ପାରିବେ । ଏ ନେଇ ଆଜି ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ସଂଗୀତ ଅନୁଷ୍ଠାନ ଓ ଏହା ବାହାରେ ଥିବା ପୁଅଝିଅମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ବୋଲି ନିଷ୍ପତ୍ତି ନିଆଯାଇଛି। ପ୍ରତିଯୋଗିମାନେ ଶାଳୀନତାଭିିକ ଭଜନ,ଜଣାଣ,ଧର୍ମୀୟ ଲଘୁସଙ୍ଗୀତ…
Read Moreତିନି ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସହ ପେନସନ ପ୍ରଦାନ
ରଣପୁର,(ନୟାଗଡ଼ ଦର୍ପଣ): ଜନ୍ମ-ମୃତ୍ୟ ଯେପରି ସତ୍ୟ, ସେହିପରି ଚାକିରୀରେ ଯୋଗ ଦେବା ଓ ଚାକିରୀରୁ ଅବସର ନେବା ସେହିପରି ସତ୍ୟ। ସରକାରୀ ନିୟମ ଅନୁଯାୟୀ ସମସ୍ତଙ୍କୁ ନିୟମ ଅନୁଯାୟୀ ଚାକିରୀରୁ ଅବସର ନେବାକୁ ପଡିଥାଏ। ନୟାଗଡ ଜିଲ୍ଲା ରଣପୁର ବ୍ଲକ ରଜସୁନାଖଳା ସ୍ଥିତ ଗୋପୀନାଥପୁର ସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସରୋଜିନୀ ମିଶ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରଣପୁର ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରା, ମୁଖ୍ୟବକ୍ତା ଭାବେ ରାଜ୍ୟ ଶିକ୍ଷକ ସଙ୍ଘର ମହାସଚିବ ଜ୍ୟୋତି ରଞ୍ଜନ ଦାଶ, ସମ୍ମାନିତ ଅତିଥି ଭାବେ ରଣପୁର ବ୍ଲକ ମିଳିତ ଶିକ୍ଷକ ସଙ୍ଘ ସଭାପତି ପ୍ରଫୁଲ ବିଶ୍ୱାଳ, ଉପଦେଷ୍ଟା ଜଗନ୍ନାଥ ଦାଶ, ସମ୍ପାଦକ ଜ୍ୟୋତି ରଞ୍ଜନ କର, ମିଡ଼ିଆ କୋର୍ଡିନେଟର ତଥା ନରସିଂହପୁର କ୍ଲଷ୍ଟର ସି.ଆର.ସି.ସି. ସୁଶୀଲ…
Read Moreରାଜ୍ୟରେ ବନ୍ଦ ଥିବା ବିଦ୍ୟାଳୟ ଖୋଲିବା ପାଇଁ କି ପଦକ୍ଷେପ ନିଆଯାଇଛି ପ୍ରଶ୍ନ କଲେ ଦଶପଲ୍ଲା ବିଧାୟକ
ନୂଆଗାଁ, (ନୟାଗଡ଼ ଦର୍ପଣ): ରାଜ୍ୟରେ ବନ୍ଦ ଥିବା ବିଦ୍ୟାଳୟ ଗୁଡ଼ିକୁ ପୁଣି ଥରେ ଖୋଲିବା ପାଇଁ ସ୍ଥିର କରୁଥିଲେ, ଏ ଦିଗରେ କୁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଙ୍କୁ ବିଧାନସଭାରେ ପ୍ରଶ୍ନ କରିଥିଲେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା। ମିଶ୍ରଣ ହୋଇଥିବା ବିଦ୍ୟାଳୟ କୁ ପୁନଃ ଖୋଲିବା ସମ୍ବନ୍ଧୀୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ଵାରା ଆବେଦନ କରାଯାଇଥିବା WA No 417/2021 ମାନନୀୟ ଉଚ୍ଚ ନ୍ୟାୟାଳୟ ଙ୍କ ବିଚରାଧୀନ ଅଛି ,ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କ ଆଦେଶ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ।
Read Moreବିଜ୍ଞାନର ପ୍ରକୃତି ସ୍ଥିରତା ରେ ଭୂମିକା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ମଡେଲ ଡିଗ୍ରୀ କଲେଜ ବିଜ୍ଞାନ ସମିତି ଆନୁକୂଲ୍ୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଯୁକ୍ତ ତିନ ତୃତୀୟ ବାର୍ଷିକ ଛାତ୍ରଛାତ୍ରୀଙ୍କୁ ନେଇ ଉକ୍ତ ଆଲୋଚନା ଚକ୍ରରେ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ, ବାରିପଦାର ସୁନାମଧନ୍ୟ ରସାୟନ ବିଜ୍ଞାନ ପ୍ରଫେସର ଓ ବିଭାଗୀୟ ମୁଖ୍ୟ ଡକ୍ଟର ପ୍ରମୋଦ କୁମାର ଶତପଥୀ ଯୋଗଦେଇ ବିଶେଷ ଭାବେ କିପରି ଆଜିର ଅସ୍ଥିର ପ୍ରକୃତିକୁ ବିଜ୍ଞାନ ସହାୟତାରେ ସ୍ଥିରତା ଅଣାଯାଇପାରିବ ସେ ସଂକ୍ରାନ୍ତରେ ଆଲୋକପାତ କରିଥିଲେ। ରସାୟନ ବିଜ୍ଞାନର ପ୍ରବଳ ପାର୍ଶ୍ୱ ପ୍ରତିକ୍ରିୟା ଗୁଡିକର ନିୟନ୍ତ୍ରଣ କରା ଯାଇପାରିଲେ ଋତୁ ଅନିୟମିତତାର ଦୀର୍ଘ ସୂତ୍ରୀ ସମାଧାନ ଅଣାଯାଇପାରିବ। ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ପୌରହିତ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଅତିଥି ପରିଚୟ ଡକ୍ଟର ସନ୍ତୋଷ କୁମାର ବେହେରା କରିଥିଲେ. ବିଜ୍ଞାନ ସମିତି ମୁଖ୍ୟା ବିଜୟିନୀ…
Read Moreସାର୍ବଜନୀନ ଦୁର୍ଗାପୂଜା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ) : ନୟାଗଡ଼ ସହରରେ ଅନୁଷ୍ଠିତ ହେଉଥିବା ସାର୍ବଜନୀନ ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ନୟାଗଡ଼ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ନୟାଗଡ଼ ପୌରଧ୍ଯକ୍ଷା ନିରୁପମା ଖଟେଇ, ପୌର ଉପାଧ୍ଯକ୍ଷ ଗୁରୁପ୍ରସାଦ ଜେନା, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ବରିଷ୍ଠ ବିଜେଡି ନେତ୍ରୀ ଇରାନୀ ରାୟ ଓ ଜିଲ୍ଲା ପରିଷଦ ସୁବାସ କଅଁର ପ୍ରମୁଖ ଯୋଗ ଦେଇଥିଲେ। ଏ ବର୍ଷ କିପରି ଭଲ ଭାବରେ ସାର୍ବଜନୀନ ଦୁର୍ଗାପୂଜା ଅନୁଷ୍ଠିତ ହେବ ସେଥି ନିମନ୍ତେ ଆଲୋଚନା କରାଯାଇଥିଲା। ସାର୍ବଜନୀନ ଦୁର୍ଗାପୂଜା କମିଟିର ସମ୍ପାଦକ…
Read Moreପ୍ରଧାନ ଶିକ୍ଷକ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ସଂପଡା କ୍ଲଷ୍ଟରର ମସ୍କାବାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗନ୍ନାଥ ବେହେରାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ନୂଆଗାଁ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସୀମାଞ୍ଚଳ ସେନାପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ସମ୍ମାନୀତ ଅତିଥି ଭାବେ ସି ଆର୍ ସି ସି କୈଳାଶ ନାୟକ, ଶିକ୍ଷକ ସୁଧୀର କୁମାର ପ୍ରଧାନ, ସୁରେଶ ଚନ୍ଦ୍ର ମହାପାତ୍ର, ଅବସରପ୍ରାପ୍ତ ଶିକ୍ଷକ ନବକୃଷ୍ଣ ସାହୁ, ଚିନ୍ତାମଣି ବିଦ୍ୟାପୀଠ ଶିକ୍ଷକ ବିନାୟକ ପରିଡ଼ା, ହୃଷୀକେଶ ପ୍ରଧାନ, ପରମାନନ୍ଦ ପରିଡ଼ା, ଲକ୍ଷ୍ମୀଧର ବେହେରା, ପ୍ରଶାନ୍ତ ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରମୋଦ କୁମାର ନାୟକ, ଦୟାନିଧି ପ୍ରଧାନ, ଗ୍ରାମ ସଭାପତି…
Read Moreଶିକ୍ଷାବିଭାଗର ମୁଖ୍ୟ କିରାଣୀଙ୍କ ଅବସର ଗ୍ରହଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗର ବରିଷ୍ଠ ତଥା ମୁଖ୍ୟ କିରାଣୀ କୈଳାସ ଚନ୍ଦ୍ର ରଥ ଆଜି ତାଙ୍କ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ପ୍ରଥମେ ନୟାଗଡ଼ ଏନଏସିରେ କର୍ମମୟ ଜୀବନ ଆରମ୍ଭ କରି ପରବର୍ତ୍ତୀ ସମୟରେ ଏନଏସି ହାଇସ୍କୁଲ, ନୟାଗଡ଼ରେ କିରାଣୀ ଚାକିରୀରେ ଯୋଗ ଦେଇଥିଲେ। ଏଠାରେ ଦୀର୍ଘ ୩୦ ବର୍ଷ ଧରି କାର୍ଯ୍ୟ ସମ୍ପାଦନ କରି ଗତ ଫେବ୍ରୁଆରୀ ମାସରେ ପଦୋନ୍ନତି ପାଇ ଜିଲ୍ଲା ଶିକ୍ଷା ବିଭାଗରେ ବରିଷ୍ଠ କିରାଣୀ ଭାବେ ଯୋଗଦାନ କରିଥିଲେ। ଶ୍ରୀଯୁକ୍ତ ରଥ ଆଜି ଚାକିରୀ ଜୀବନରୁ ଅବସର ଗ୍ରହଣ କରିଥିବା ବେଳେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ତାଙ୍କୁ ଉପଢୌକନ ଏବଂ ପୁଷ୍ପଗୁଚ୍ଛ ଦିଆଯାଇ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିରେ ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦୀପ୍ତିମୟୀ ପ୍ରିୟଦର୍ଶିନୀଙ୍କ ସମେତ ଶିକ୍ଷା…
Read Moreଶିକ୍ଷାବିତ ଅଶୋକ ନାୟକ ହେଲେ ନୟାଗଡ଼ କ୍ଲବର ନୂତନ ଅଧକ୍ଷ
ନୟାଗଡ଼, (ନୟାଗଡ଼ ଦର୍ପଣ): ରୋଟାରିଆନ ଆରିଫ ଖାନଙ୍କ ଦେହାନ୍ତ ପରେ ଖାଲି ଥିବା ନୟାଗଡ଼ କ୍ଲବ ଅଧକ୍ଷ ପଦ ପାଇଁ ଆଜି କ୍ଲବର ସାଧାରଣ ପରିଷଦ ବୈଠକରେ ଇଟାମାଟି କଲେଜର ପୂର୍ବତନ ଅଧକ୍ଷ ଶ୍ରୀଯୁକ୍ତ ଅଶୋକ ନାୟକଙ୍କୁ ନୟାଗଡ଼ କ୍ଲବର ଅଧକ୍ଷ ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ କରାଯାଇଥିଲା ।
Read Moreଜିଲ୍ଲା ସ୍ତରୀୟ ୨୧ତମ ପ୍ରାଣୀ ଗଣନା ପ୍ରଶିକ୍ଷଣ ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ରୋଟାରୀ ଭବନ ଠାରେ ୨୧ତମ ପ୍ରାଣୀ ସମ୍ପଦ ଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଏଥି ସହିତ ପ୍ରାଣୀ ଗଣନା ସମ୍ପର୍କିତ ସଫ୍ଟୱେୟାରର ପରିଚାଳନା ଏବଂ ପ୍ରାଣୀଙ୍କ ପ୍ରଜାତି ବିଷୟରେ କର୍ମଚାରୀ ମାନଙ୍କୁ ତାଲିମ୍ ମଧ୍ୟ ପ୍ରଦାନ କରଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଈଂ. ଦେବାଶିଷ ପଟ୍ଟନାୟକ, ସହକାରୀ ଜିଲ୍ଲାପାଳ ଡା. ଅଭିଜିତ୍ ଷଡଙ୍ଗୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ସଫଳତାରେ ଜନ ସହଭାଗୀତାକୁ ଗୁରୁତ୍ଵ ଦେବାକୁ ଉପଦେଶ ଦେଇଥିଲେ । ଜିଲ୍ଲା ମୁଖ୍ୟ ପ୍ରାଣୀସମ୍ପଦ ଅଧିକାରୀ ଡା. ଦିଲ୍ଲୀପ କୁମାର ଦାସ ଏବଂ ଭାପୁର ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ବିଭୁ ପ୍ରସାଦ ଶତପଥି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ସୂଚନାଯୋଗ୍ୟ ଯେ, ପ୍ରତି ପାଞ୍ଚ ବର୍ଷରେ…
Read More