ଗଣିଆ, (ନୟାଗଡ଼ ଦର୍ପଣ): ଗଣିଆ ବ୍ଲକ ବେଲପଡା ପାଟଣା ଦଧିବାମନ ଜୀଉ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ହିନ୍ଦୀ ଦିବସ ପାଳିତ ହୋଇଯାଇଛି। ଏହି ହିନ୍ଦୀ ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ବିଇଓ ରବୀନ୍ଦ୍ରନାଥ ରାଉତରାୟ ଯୋଗ ଦେଇଥିବାବେଳେ ମୁଖ୍ୟ ବକ୍ତାରୂପେ କିଶୋର ପ୍ରସାଦ ହାଇସ୍କୁଲର ପ୍ରଧାନ ଶିକ୍ଷକ ଜଗଦୀଶଚନ୍ଦ୍ର ମିଶ୍ର, ସଂମ୍ମାନିତ ଅତିଥି ଭାବେ କାହ୍ନୁ ଚରଣ ରାଉତ, ବିଜୟ କୁମାର ସେନ,, ସୁରେଶ କୁମାର ସାହୁ ଉପସ୍ଥିତ ରହି ହିନ୍ଦୀ ଦିବସ ଉପରେ ଆଲୋକପାତ କରିବା ସହ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ନବ ଶିକ୍ଷକ କିଶୋର ମହାରଣା ସ୍ୱାଗତ ଭାଷଣ ଓ ମଞ୍ଚ ପରିଚାଳନା କରିଥିବା ବେଳେ, ସମସ୍ତ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଯଥା ସଞ୍ଜୟ କୁମାର ପରିଡା, ଲକ୍ଷ୍ମୀ ପ୍ରିୟା ମହାଳିକ, ରିଙ୍କି ମଲ୍ଲିକ, ସୁରେଶ…
Read MoreCategory: ନୟାଗଡ଼
ବିଜେପି ନେତା ରାଘବଙ୍କ ନାଁ’ରେ ନୂଆଗାଁ ଥାନାରେ ଅଭିଯୋଗ କଲେ ସମିତି ସଭ୍ୟା
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ଝୋଲା ପଞ୍ଚାୟତର ସମିତି ସଭ୍ୟା ମିତା ଅଧିକାରିଙ୍କୁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଗତ ନିର୍ବାଚନରେ ବିଜେପିର ବିଧାୟକ ପାର୍ଥି ହୋଇଥିବା ରାଘବ ମଲ୍ଲିକ ଓ ତାଙ୍କ ସହଯୋଗୀମାନେ ଅସଦାଚରଣ କରିବା ସହ ଜୀବନରୁ ମାରିଦେବା ଧମକକୁ ନେଇ ନୂଆଗାଁ ଥାନାରେ ଅଭିଯୋଗ ହୋଇଛି । ସୂଚନା ଥାଉକି ଗତ ତା ୧୨/୯/୨୦୨୪ ରିଖ ଗୁରୁବାର ଦିନ ୧.୩୦ ମିନିଟ୍ ସମୟରେ ବିଜେପି ନେତା ରାଘବ ମଲ୍ଲିକ କିଛି ଗୁଣ୍ଡା ଶ୍ରେଣୀର ଅସାମାଜିକ ଲୋକଙ୍କୁ ଆଣି ନୂଆଗାଁ ପରିସରରେ ଥିବା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟରେ ଧସେଇ ପସି ଥିଲେ। ଅଧ୍ୟକ୍ଷାଙ୍କୁ ନାନା ପ୍ରକାର କଟୁ କଥା କହିବା ସହ ଅସମ୍ମାନ କରୁଥିବା ସମୟରେ ପାଖରେ ବସିଥିବା ବାହାଡ଼ାଝୋଲା ସମିତି ସଭ୍ୟା ମିତା ଅଧିକାରୀ ଏହାର ପ୍ରତିବାଦ…
Read Moreତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ, ନୟାଗଡ ଜିଲ୍ଲାରେ ୧୨୧୫ଟି ମାମଲା ଫଇସଲା
ନୟାଗଡ଼, (ନୟାଗଡ଼ ଦର୍ପଣ): ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶମତେ ଆଜି ଭାରତରସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି । ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ ୫ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୨୯,୧୫,୦୦୦ ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା । ସେହିପରି ୭୯ ଦେୱାନି ମାମଲା ଫଇସଲା କରାଯାଇଥିଲା। ଏନ. ଆଇ. ଆକ୍ଟ କେସ ୨୪ଟି ଫଇସଲା କରାଯାଇ ୧୯,୫୦,୦୦୦ ଟଙ୍କା ଆଦାୟ କରଯାଇଥିଲା ଏବଂ ବିବାହଜନିତ ୨୫ ଟି ମାମଲା ଫଇସଲା କରାଯାଇଥିଲା । ବ୍ଯାଙ୍କରୁ ଋଣ ନେଇ ଋଣ ପରିଶୋଧ କରିନଥିବା ୧୦୧ଜଣ ଋଣ ଗ୍ରହିତାଙ୍କଠାରୁ ୪୬,୪୮,୩୫୮ଟଙ୍କା ଦେବା ପାଇଁ ରାଜିନାମା…
Read More୧୭ରେ ସୁଭଦ୍ରା ଯୋଜନାର ପ୍ରଥମ ଟଙ୍କା
ନୟାଗଡ଼, (ନୟାଗଡ଼ ଦର୍ପଣ: ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ଚୂଡ଼ାନ୍ତ। – ‘ସୁଭଦ୍ରା’ର ଶୁଭାରମ୍ଭ ସହ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିବେ। – ଗୋଟିଏ ସ୍କିମ୍ରେ ସବୁଠୁ ବେଶୀ ମହିଳା ଉପକୃତ ଯୋଜନା ‘ସୁଭଦ୍ରା’। – ଓଡ଼ିଶାର ୧ କୋଟିରୁ ଊର୍ଦ୍ଧ୍ୱ ମହିଳା ‘ସୁଭଦ୍ରା’ର ସୁଫଳ ପାଇବେ। – ଭୁବନେଶ୍ୱରରେ ୨୮୦୦ କୋଟିର ରେଲ୍ ପ୍ରକଳ୍ପର ଶିଳାନ୍ୟାସ କରିବେ। – ୧ ହଜାର କୋଟିର ନ୍ୟାସନାଲ ହାଇୱେ ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମ। – ଦେଶର ୧୩ ଲକ୍ଷ PMAY-G ହିତାଧିକାରୀଙ୍କ ପ୍ରଥମ କିସ୍ତି ରିଲିଜ କରିବେ। – ୧୪ଟି ରାଜ୍ୟର PMAY-G ହିତାଧିକାରୀ ଏହାର ଉପକାର ପାଇବେ।
Read Moreନୂଆଗାଁରେ ମଣ୍ଡଳସ୍ତରୀୟ କୁଇଜ୍ ପ୍ରତିଯୋଗିତା ସମ୍ପନ୍ନ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦମହକୁମାରେ ଥିବା ନୂଆଗାଁ ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଆନୁକୂଲ୍ୟରେ ମଣ୍ଡଳସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଯୋଗଦେଇ ପ୍ରତିଯୋଗିତା ହେବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି କରିବା, ଗୁଣାତ୍ମକ ଶିକ୍ଷାର ବିକାଶ କରିବା ବୋଲି କହିଥିଲେ। ତତ୍ ସହିତ ପ୍ରତ୍ୟକ କ୍ଷେତ୍ରରେ ବିକାଶ ପାଇଁ ଆଗ୍ରହର ଆବଶ୍ୟକତା ଅଛି ବୋଲି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ କହିଥିଲେ। ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ କବିତା ଦାସ, ଜ୍ୟୋତ୍ସ୍ନାରାଣୀ ସେଠୀ, ନୂଆଗାଁ ହାଇସ୍କୁଲର ପ୍ରଧାନ ଶିକ୍ଷକ ଭୀମସେନ ଦାସ, ସିଆରସିସି ବିଭୂତି ଭୂଷଣ ମିଶ୍ର ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମ ଦ୍ବାରା କିପରି ଛାତ୍ରଛାତ୍ରୀମାନଙ୍କ ଅନ୍ତର୍ନିହିତ…
Read Moreବିଦ୍ୟାଳୟରେ ଦାସିଆ ଅଜାଙ୍କ ଶ୍ରାଦ୍ଧ ଦିବସ ପାଳିତ
ରଣପୁର,(ନୟାଗଡ଼ ଦର୍ପଣ): ଓଡ଼ିଶାର ପାଠାଗାର ଆନ୍ଦୋଳନ କଥା ଉଠିଲେ ଯେଉଁ କେତେଜଣ ମହାନ ପୁରୋଧାଙ୍କ କଥା ଉଠେ, ସେଥି ମଧ୍ୟରୁ ଦାସିଆ ଅଜା ଖୁବ ପରିଚିତ। ଏକାଧାରରେ ସେ ଥିଲେ ଜଣେ ଖ୍ୟାତନାମା ସଂଗ୍ରାହକ, ନିଷ୍ଠାପର ସଂଗଠକ, ସମାଜ ସଂସ୍କାରକ, ତଥା ସାହିତ୍ୟ ପ୍ରଂଶସକ। ଦାସିଆ ଅଜାଙ୍କ ଉଦ୍ୟମରେ ନୟାଗଡ ଜିଲ୍ଲାର ଉଦୟପୁର ଗ୍ରାମରେ ପ୍ରତିଷ୍ଠିତ ବାଞ୍ଛାନିଧି ପାଠାଗାର, ଶ୍ରୀ ଅରବିନ୍ଦ ସଂଗ୍ରାହଳୟ ଏବଂ ଯଦୁମଣି ସାହିତ୍ୟ ସଂସଦ ଜାତୀୟ ସ୍ତରରେ ସାହିତ୍ୟକ ଓ ଗବେଷକଙ୍କ ପାଇଁ ପ୍ରେରଣାର ଆଲୋକବର୍ତ୍ତୀକା ହୋଇଛି। ସେହି ଦାସିଆ ଅଜାଙ୍କଙ୍କ ଜନ୍ମ ଜୟନ୍ତୀ ନୟାଗଡ ଜିଲ୍ଲା ରଣପୁର ବ୍ଲକ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟ, ନରସିଂହପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସାମନ୍ତରାୟପୁର ପ୍ରାଥମିକ ବିଦ୍ୟାଳୟ, ପାମ୍ପଡା ପ୍ରାଥମିକ ବିଦ୍ୟାଳୟ, ବ୍ରଜବଲ୍ଲଭପୁର ପ୍ରାଥମିକ ବିଦ୍ୟାଳୟ, ମଙ୍ଗରାଜପୁର ପ୍ରାଥମିକ ବିଦ୍ୟାଳୟ ସମେତ ନରସିଂହପୁର କ୍ଲଷ୍ଟରର ସମସ୍ତ…
Read Moreଶରଣକୁଳରେ ୟେଚୁରୀଙ୍କୁ ଶ୍ରଦ୍ଧାଞ୍ଜଳି
ଶରଣକୁଳ, (ନୟାଗଡ଼ ଦର୍ପଣ): ଶିଖରପୁର କମ୍ୟୁନିଷ୍ଟ ହଲ୍ ଠାରେ ସି.ପି.ଆଇ.ଏମ୍ ଶରଣକୁଳ ଲୋକାଲ କମିଟି ‘ଆନୁକୂଲ୍ୟରେ ପାର୍ଟିର ସର୍ବଭାରତୀୟ ସାଧାରଣ ସମ୍ପାଦକ କମ୍ରେଡ ସୀତାରାମ ୟେଚୁରୀଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରି ବରିଷ୍ଠ ନେତା ଗୋଲକବିହାରି ମୁଦୁଲିଙ୍କ ଅଧ୍ୟକ୍ଷତାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି !୧୩ସେପ୍ଟେମ୍ବର,୨୦୨୪ ଅପରାହ୍ନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅନ୍ୟତମ ଜିଲ୍ଲା ନେତୃତ୍ବ ବିଶ୍ଵନାଥ ମହାପାତ୍ର କମ୍ରେଡ ୟେଚୁରୀଙ୍କ ବିୟୋଗ କିଭଳି ଭାରତବର୍ଷର ମେହେନତୀ ଜଣଗଣଙ୍କର ଅପୂରଣୀୟ କ୍ଷତି ଘଟାଇଲା, ତାହାର ବିଶଦ ବିବରଣୀ ପ୍ରଦାନ କରିଥିଲେ। ଆଞ୍ଚଳିକ କମିଟି ସମ୍ପାଦକ ପବିତ୍ର ଇନ୍ଦ୍ରଜିତ, ମହିଳା ନେତ୍ରୀ ଜ୍ୟୋତିପ୍ରଭା ଜେନା, ଯୁବନେତା ଧିରେନ୍ ପାତ୍ର, କୃଷକ ନେତା ଭାଗିରଥି ସ୍ଵାଇଁ ପ୍ରମୁଖ ଶୋକବାର୍ତ୍ତା ପ୍ରକାଶ କରିଥିଲେ।
Read Moreମଡେଲ ଡିଗ୍ରୀ କଲେଜରେ ରକ୍ତଦାନ ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ): ଲାଠିପଡାସ୍ଥିତ ମଡେଲ ଡିଗ୍ରୀ କଲେଜ ଯୁବ ରେଡକ୍ରସ୍ ଓ ଜାତୀୟ ସେବା ସଂସ୍ଥା ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ପୈ।ରୋହିତ୍ୟରେ ଅନୁଷ୍ଠିତ ଏହି ଶିବିର ଆନୁଷ୍ଠାନିକ ଭାବେ କଲେଜ ପରିଚାଳନା ସମିତି ସଭାପତି ପଞ୍ଚାନନ ଡାକୁଆ ଓ ସଭ୍ୟ ବାଞ୍ଛାନିଧି ପାତ୍ର ଉଦଘାଟନ କରିଥିଲେ। ନୟାଗଡ଼ ବ୍ଳକ ବ୍ୟାଙ୍କ ତରଫରୁ ରକ୍ତ ସଂଗ୍ରହରେ ନିୟୋଜିତ ଦଳର ପ୍ରାୟ ୧୨ଜଣ କର୍ମଚାରୀ ଏହି ଶିବିରରେ ଛାତ୍ରଛାତ୍ରୀ,କର୍ମଚାରୀ ଓ ପୁରାତନ ଛାତ୍ରଛାତ୍ରୀମାନଙ୍କଠାରୁ ଅତି ଯତ୍ନର ସହିତ ୬୫ ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଥମେ ରକ୍ତଦାନ କରି ଉପସ୍ଥିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂତନ ଉତ୍ସାହ ଜାଗ୍ରତ କରିଥିଲେ।ଉକ୍ତ ଶିବିର ଯୁବ ରେଡକ୍ରସ୍ ଅଧିକାରୀ ବିଜୟିନୀ ଶୁଭଦର୍ଶିନୀ ଓ ଜାତୀୟ ସେବା ସଂସ୍ଥା ଅଧିକାରୀ…
Read Moreନୟାଗଡ଼ରେ ଜୋନାଲ ସ୍ତରୀୟ ବିଜ୍ଞାନ ଡ୍ରାମା ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସରକାରୀ ବ୍ରଜେନ୍ଦ୍ର ହାଇସ୍କୁଲ ପରିସରରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଜୋନାଲ ସ୍ତରୀୟ ବିଜ୍ଞାନ ଡ୍ରାମା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହାକୁ ଜିଲ୍ଲା ଶିକ୍ଷାଧିକାରିଣୀ ରାଜଶ୍ରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶରତ ଚନ୍ଦ୍ର ସାହୁ ଏହାକୁ ପରିଚାଳନା କରିଥିବା ବେଳେ ହାଇସ୍କୁଲର ପ୍ରଧାନ ଶିକ୍ଷକ ଉମାକାନ୍ତ ସେଠୀ, ବରିଷ୍ଠ ଶିକ୍ଷକ ବଟକିଶୋର ମହାପାତ୍ର କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। କନ୍ଧମାଳ,ଗଞ୍ଜାମ, ଗଜପତି, ବଲାଙ୍ଗୀର, ବୌଦ, ନୟାଗଡ଼ ଜିଲ୍ଲାର ଛାତ୍ର ଛାତ୍ରୀ ମାନେ ଏହି ବିଜ୍ଞାନ ଡ୍ରାମାରେ ଯୋଗ ଦେଇଥିବା ବେଳେ ବିଚାରକ ଭାବେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ନାଟ୍ୟକାର ପ୍ରଧାନୀ ବୃନ୍ଦାବନ ମହାପାତ୍ର ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ। ଏଥିରେ ଗଞ୍ଜାମ ଜିଲ୍ଲା ପ୍ରଥମ, ନୟାଗଡ ଜିଲ୍ଲା ଦ୍ଵିତୀୟ, ବଲାଙ୍ଗୀର…
Read Moreବ୍ଲକ ସ୍ତରୀୟ କୁଇଜ ପ୍ରତିଯୋଗିତା,୨୬୩ ଜଣ ଛାତ୍ରଛାତ୍ରୀଙ୍କ ଅଂଶ ଗ୍ରହଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ନୟାଗଡ଼ ମଣ୍ଡଳ ସ୍ତରୀୟ କୁଇଜ ପ୍ରତିଯୋଗିତା ଶୁକ୍ରବାର ଦିନ ନବଘନପୁର ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ନୟାଗଡ଼ ବ୍ଲକ ମଧ୍ୟରେ ଥିବା ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟର ୨୬୩ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଏଥିରେ ଜୁନିୟର ବିଭାଗରୁ ପ୍ରିୟମ୍ବଦା ପ୍ରିୟଦର୍ଶିନୀ ପ୍ରଥମ ହୋଇଥିବା ବେଳେ ସ୍ଵର୍ଣପ୍ରଭା ଜେନା ଦ୍ୱିତୀୟ ଏବଂ ରୁଦ୍ରନାରାୟଣ ସେଠି, ଚନ୍ଦନ ଜେନା, ପ୍ରଣବ କିଶୋର ନାୟକ, ପ୍ରତ୍ୟୁଷ ଅଂଶୁମାନ ନାୟକ, ରାକେଶ କୁମାର ଜେନା ପ୍ରମୁଖ ତୃତୀୟ ସ୍ଥାନ ହାସଲ କରିଥିଲେ।ସେହିପରି ସବ ଜୁନିୟର ବିଭାଗରୁ ଯଥାକ୍ରମେ ଓମ ସାଇ ପ୍ରସାଦ ଲେଙ୍କା ପ୍ରଥମ, ବିବେକ ବିକାଶ ସାମଲ, ପ୍ରତୀକ୍ଷା ପ୍ରିୟଦର୍ଶିନୀ ସାହୁ, ଲକ୍ଷ୍ମୀପ୍ରିୟା ନାୟକ ଦ୍ୱିତୀୟ ଏବଂ ଅଦ୍ୟାଶା ସାମନ୍ତରାୟ ତୃତୀୟ ସ୍ଥାନ…
Read More