ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ବ୍ଳକ ଅନ୍ତର୍ଗତ ଘୋଳାହାଣ୍ଡି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପରଲୋକଗତ ଅବସରପ୍ରାପ୍ତ କିରାଣୀ ବିରଞ୍ଚିନାରାୟଣ ଗୋଚ୍ଛାୟତଙ୍କର ଏକାଦଶାହ ପାଳନ ଅବସରରରେ ଆଜି ଏକ ସ୍ମୁତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତଚନ୍ଦ୍ର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ବିଦ୍ୟାଳୟର ଶିକ୍ଷକ, କର୍ମଚାରୀ, ପୁରାତନ ଛାତ୍ରଛାତ୍ରୀ, କମିଟି କର୍ମକର୍ତ୍ତାଙ୍କ ସମେତ ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଯୋଗଦେଇ ସ୍ବର୍ଗତ ବିରଞ୍ଚି ଗୋଛାୟତଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରି ଅମର ଆତ୍ମାର ସଦଗତି କାମନା କରିବା ସହିତ ଗୁଣାବଳୀର ସ୍ମୁତିଚାରଣ କରିଥିଲେ।
Read MoreCategory: ନୟାଗଡ଼
ଯୁବ ସାମ୍ବାଦିକ ସଂଜୀବ ସାହୁଙ୍କ ମାତୃ ବିୟୋଗ
ଦଶପଲ୍ଲା, (ନୟାଗଡ଼ ଦର୍ପଣ) ଦଶପଲ୍ଲାର ଯୁବ ସାମ୍ବାଦିକ ତଥା ଓଟିଭିରେ କାର୍ଯ୍ୟ କରୁଥିବା ସାମ୍ବାଦିକ ସଞ୍ଜୀବ କୁମାର ସାହୁଙ୍କ ମା ତଥା ନିରଞ୍ଜନ ସାହୁଙ୍କ ଧର୍ମପତ୍ନୀ ନଳିନୀ ସାହୁଙ୍କ ଶନିବାର ଦିନ ଅପରାହ୍ନ ୩ ଘଂଟିକା ସମୟରେ ଅକାଳ ବିୟୋଗ ଘଟିଛି। ଶନିବାର ଦିନ ଅପରାହ୍ନ ୨ ଘଂଟିକା ସମୟରେ ପେଟରେ ଯନ୍ତ୍ରଣା ଓ ସାମାନ୍ୟ ବାନ୍ତି ହେବାପରେ ତାଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିବାର ଲୋକ ଭର୍ତି କରିଥିଲେ । ସେଠାରେ ଡାକ୍ତର ଚିକିତ୍ସା କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନ ୩ ଘଟିକା ସମୟେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୫୨ବର୍ଷ ବୟସ ହୋଇଥିଲା । ମୃତ୍ୟୁ ସମୟରେ ବଡ଼ପୁଅ ସଞ୍ଜୀବ କୁମାର ସାହୁ ଡାକ୍ତରଖାନାରେ ଉପସ୍ଥିତ ରହିଥିଲେ। ସ୍ବର୍ଗତ ସାହୁ ଜଣେ ମିଷ୍ଠଭାଷୀ, ପରପୋକାରୀ, ଧର୍ମପରାୟଣା ମହିଳାଭାବେ ବେଶ ଜଣାଶୁଣା…
Read Moreନୟାଗଡ଼ରୁ ୨ଜଣ ପାଇଲେ ଓଏଏସ
ନୟାଗଡ଼,(ନୟାଗଡ଼ ଦର୍ପଣ): ଓପିଏସସି ଦ୍ଵାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ନୟାଗଡ଼ରୁ ୨ଜଣ କୃତକାର୍ଯ୍ୟ ହୋଇଛନ୍ତି। ସେମାନେ ହେଲେ ୧୪୧ ତମ ସ୍ଥାନରେ ଥିବା ମିତାଲି ମଧୁସ୍ମିତା ମିଶ୍ର ଏବଂ ୧୫୦ତମ ସ୍ଥାନରେ ଥିବା ସାର୍ଥକ ତାରିଣୀ ପ୍ରସାଦ ମିଶ୍ର। ନୟାଗଡ଼ ଖଣ୍ଡପଡ଼ା ରୋଡ଼ରେ ରହୁଥିବା ଗୀତାଞ୍ଜଳି ମିଶ୍ର ଏବଂ ବିଶ୍ୱନାଥ ମିଶ୍ରଙ୍କ ଏକ ମାତ୍ର କନ୍ୟା ମିତାଲି ଜଣେ ମେଧାବୀ ଛାତ୍ରୀ ଭାବେ ନୟାଗଡ଼ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ପ୍ରାଥମିକ ଶିକ୍ଷା ଗ୍ରହଣ କରି ପରବର୍ତ୍ତୀ ସମୟରେ ନବୋଦୟରେ +୨ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିଥିଲେ। ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରି ବର୍ତ୍ତମାନ ଚିଲିକା ବ୍ଳକରେ ପଞ୍ଚାୟତ ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି।ସେହିପରି ନୟାଗଡ଼ ନିକଟବର୍ତ୍ତୀ ମନ୍ଧତାପୁର ଗ୍ରାମର ବରିଷ୍ଠ କୃଷି ଅଧିକାରୀ ଗୌରୀଶଙ୍କର ମିଶ୍ରଙ୍କ ପୁତ୍ର ସାର୍ଥକ ତାରିଣୀ ମିଶ୍ର…
Read Moreରାଜ୍ୟ ସରକାରଙ୍କ ବିଫଳତା ଓ ବିଜେପିର ମିଥ୍ୟା ପ୍ରତିଶୃତିକୁ ପ୍ରସଙ୍ଗ କରି ମଇଦାନକୁ ଓହ୍ଲାଇବ ବିଜେଡି
ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ବିଫଳତା ଓ ବିଜେପିର ମିଥ୍ୟା ପ୍ରତିଶୃତିକୁ ପ୍ରସଙ୍ଗ କରି ବିଜେଡି ମଇଦାନକୁ ଓହ୍ଲାଇବ। ଜନସାଧାରଣଙ୍କୁ ଏ ବିଷୟରେ ସଚେତନ କରିବେ ଦଳୀୟ କର୍ମକର୍ତ୍ତା। ଆସନ୍ତା ଅକ୍ଟୋବର ମାସ ୩୦ ତାରିଖ ବୁଧବାର ଦିନ ଓଡ଼ଗାଁ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହେବ। ଏନେଇ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଓଡ଼ଗାଁ ବ୍ଲକ ରୋଡ଼ ସ୍ଥିତ କଲ୍ୟାଣମଣ୍ଡପ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ଉକ୍ତ ପଦଯାତ୍ରା ରଘୁନାଥ ମନ୍ଦିର ପରିସରରୁ ବାହାରି ଖେଳପଡିଆ ସାହି ଦେଇ ଆମ୍ବତୋଟାଠାରେ ପହଞ୍ଚିବ ଓ ସେଠାରେ ଦଳୀୟ କର୍ମକର୍ତ୍ତାଙ୍କ ସମାବେଶ ଅନୁଷ୍ଠିତ ହେବ ବୋଲି ବୈଠକରେ ସ୍ଥିରୀକୃତ ହୋଇଛି। ଏହି ଅବସରରେ ବିଧାୟକ ସାହୁ ସାମାଜିକ ଗଣମାଧ୍ୟମକୁ ଅଧିକ ସକ୍ରିୟ…
Read Moreଉତ୍କଳ ଜ୍ୟୋତି ସମ୍ମାନରେ ସମ୍ମାନିତ ହେଲେ ବିଶ୍ୱବିଜିତା
ନୟାଗଡ,(ନୟାଗଡ଼ ଦର୍ପଣ): ଉତ୍କଳ ଜ୍ୟୋତି ସମ୍ମାନରେ ସମ୍ମାନିତ ହୋଇ ନୟାଗଡ ପାଇଁ ଗୌରବ ଆଣିଲେ ନୟାଗଡ଼ ସହର ସ୍ଥିତ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ଷଷ୍ଠ ଶ୍ରେଣୀ ଛାତ୍ରୀ ବିଶ୍ଵବିଜିତା ମହାନ୍ତି। ଭୁବନେଶ୍ବର କଳିଙ୍ଗ ବୁଦ୍ଧ ମନ୍ଦିର ପରିସରରେ ଅକ୍ଟୋବର ୧୭ତାରିଖ ଗୁରୁବାର ଦିନ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଦ୍ଵାରା ଆୟୋଜିତ ଏକ ବର୍ଣାଢ୍ୟ ପରିବେଶରେ ସଭାମଞ୍ଚରେ ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ପ୍ରଫେସର ଡଃ ଅଶୋକ କୁମାର ମହାପାତ୍ର, ଡଃ ପ୍ରଭାସ ଆଚାର୍ଯ୍ୟ, ଡଃ କରୁଣାକର ପ୍ରଧାନ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ବିଶ୍ଵବିଜିତାଙ୍କୁ ଉତ୍କଳଜ୍ୟୋତି ସମ୍ମାନ ପ୍ରଦାନ କରିଥିଲେ। ପ୍ରକାଶ ଥାଉ କି’ ରାଜ୍ୟସ୍ତରୀୟ ଉତ୍କଳ ଜ୍ୟୋତି ପ୍ରତିଯୋଗିତାରେ ଭାଗନେଇ ବକୃତା, ଚିତ୍ରାଙ୍କନ, ସଂଗୀତ, ନୃତ୍ୟ, ସ୍ଵରଚିତ କବିତା, କବିତା ଆବୃତ୍ତି, ସାଧାରଣଜ୍ଞାନ, ଅଭିନୟ ସାଙ୍ଗକୁ ଗଣିତ, ଇଂରାଜୀ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖ୍…
Read Moreଧର୍ମପରାୟଣ ମହିଳାଙ୍କ ପରଲୋକ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ମୁନିସିପାଲିଟି ଓ୍ବାର୍ଡ ନମ୍ବର ୧ର ଜଣେ ବିଶିଷ୍ଟ ଧର୍ମପରାୟଣ ମହିଳା ଆରତୀ ପଟ୍ଟନାୟକଙ୍କ ଦେହାନ୍ତ ହୋଇଥିବା ଜଣାପଡିଛି। ଆରତୀ ଜଣେ ମିଷ୍ଟଭାଷୀ ଓ ପରୋପକାରୀ ମହିଳା ଭାବେ ଜଣାଶୁଣା ଥିଲେ ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା । ସ୍ବର୍ଗତ ଆରତୀ ପଟ୍ଟନାୟକ ନୟାଗଡ଼ ବିଜ୍ଞାପିତ ଅଞ୍ଚଳ ର ପୂର୍ବତନ ଅଧକ୍ଷ ରୋଟାରିଆନ ସୁବୋଧ ଚନ୍ଦ୍ର ପଟ୍ଟନାୟକ ଙ୍କ ଧର୍ମପତ୍ନୀ। ମୃତ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା । ତାଙ୍କର ଦୁଇପୁଅ, ବୋହୁ ଓ ନାତୁଣୀ ଅଛନ୍ତି।
Read Moreତାଲୁକ ଲିଗାଲ ସର୍ଭିସ କମିଟି ଦ୍ୱାରା ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ
ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ତଥା ତାଲୁକ ଲିଗାଲ ସର୍ଭିସ କମିଟି ତରଫରୁ ଗୁରୁବାର ଦହିଖାଇ ଯୁବକ ସଂଘ ଠାରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ରଣପୁର କୋର୍ଟ ବିଚାରପତି ତଥା ତାଲୁକ ଲିଗାଲ ସର୍ଭିସ କମିଟିର ଅଧ୍ୟକ୍ଷ ଶ୍ରୀ ଗୌରୀ ଶଙ୍କର ପଣ୍ଡା ଅଧ୍ୟକ୍ଷତା କରିଥିଲେ । ରଣପୁର ବାର ଆସୋସିଏସନର ସଭାପତି ସୁବାଷ ଚନ୍ଦ୍ର ଜେନା, ଆଇନୀଜୀବୀ ଶ୍ରୀକାନ୍ତ କୁମାର ସାହୁ, ଆଇନୀଜୀବୀ କୃପାସିନ୍ଧୁ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏଥିରେ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ଯୋଗ ଦେଇଥିଲେ। ମାନିସିକ ସ୍ୱାସ୍ଥ୍ୟ ସମ୍ପର୍କରେ ଆଇନ, ମାନସିକ ଅସୁସ୍ଥତା ଏବଂ ମାନସିକ ଅନଗ୍ରସରଙ୍କ ପାଇଁ ଥିବା ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ତାଲୁକ…
Read Moreଇଟାମାଟିରେ ସାର୍ବଜନୀନ ଦୁର୍ଗାପୂଜା ଉତ୍ସବ
ଇଟାମାଟି, (ନୟାଗଡ଼ ଦର୍ପଣ): ଇଟାମାଟି ଗ୍ରାମବାସୀଙ୍କ ତରଫରୁ ଦୀର୍ଘ ୫୮ବର୍ଷ ଧରି ପାଳିତ ହେଇଆସୁଛି ସାର୍ବଜନିନୀ ଦୁର୍ଗାପୂଜା।ଚଳିତ ବର୍ଷ ୧୦ଅକ୍ଟୋବରରୁ ମହାସପ୍ତମୀ ପୂଜା ଆରମ୍ଭ ହୋଇଯାଇଚି। ଆସନ୍ତା ୧୩ତାରିଖରେ ବିଜୟା ଦଶମୀ ପାଳିତ ହେବ। ସ୍ବର୍ଗତ ଉଦ୍ୟନାଥ ପ୍ରଧାନ, ସ୍ବର୍ଗତ ଲଡ଼ୁ ପାତ୍ର, ସ୍ବର୍ଗତ ବଂଶୀଧର ସାହୁ ଓ ସ୍ବର୍ଗତ ଗଙ୍ଗାଧର ମହାପାତ୍ରଙ୍କ ଉଦ୍ୟମରେ ୧୯୬୭ମସିହାରୁ ଏହି ଉତ୍ସବ ପାଳିତ ହୋଇଆସୁଚି ବୋଲି ପ୍ରକାଶ କରନ୍ତି ବରିଷ୍ଠ ବ୍ୟବସାୟୀ ପୂର୍ଣ୍ଣଚନ୍ଦ୍ର ସାହୁ। ଏହି ଅବସରରେ ଦୈନିକ ସଂକୀତ୍ତନ ସହ ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ନାଟକ ମଞ୍ଚସ୍ତ ହୁଏ। ସୁଉଚ୍ଚ ତୋରଣ, ଇଟାମାଟିର ଯୁବ ମୂର୍ତ୍ତିକାର ମନୋଜ ବିଶ୍ୱାଳଙ୍କ ଦ୍ୱାରା ନିର୍ମିତ ମା ଦୁର୍ଗାଙ୍କ ମୃଣ୍ମୟୀ ମୃତ୍ତି, ସୁଦୃଶ୍ୟ ମେଢ଼ ଓ ନାଟ୍ୟମଣ୍ଡପ ସ୍ଥାନୀୟ ଲୋକଙ୍କ ମନ ରେ ଏକ ଭକ୍ତିମୟ ଆଧ୍ୟାତ୍ମିକ ମନୋଭାବ ଜାଗ୍ରତ କରିଥାଏ। …
Read Moreକଷ୍ଟି ଡାକୁଆଙ୍କ ବଳିଦାନ ଅବିସ୍ମରଣୀୟ: ଦଶପଲ୍ଲା ବିଧାୟକ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଜାକେଡା ପଞ୍ଚାୟତ କୁଶୁବିଡା ଗ୍ରାମ ରେ ୮୨ତମ କଷ୍ଟି ଡାକୁଆଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ କଷ୍ଟି ଡାକୁଆଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ବାଧିନତା ସଂଗ୍ରାମରେ କଷ୍ଟି ଡାକୁଆଙ୍କ ଅବଦାନ ଓ ବଳିଦାନ ସମ୍ପର୍କରେ ବର୍ଣ୍ଣନା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ୧୭ ନଂ ଜିଲ୍ଲା ପରିଷଦଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳବେହେରା, ସମିତି ସଭ୍ୟା ପ୍ରଭାତୀ ମଳିକ, ନାଏବ ସରପଞ୍ଚ ପ୍ରହଲ୍ଲାଦ ମଳିକ,ଗ୍ରାମ ସଭାପତି ସନାତନ ଜାନୀ, କଷ୍ଟି ଡାକୁଆଙ୍କ ନାତି ପ୍ରପର ଗୋପୀନାଥ ଡାକୁଆ, କୁବେର ଡାକୁଆ ପ୍ରମୁଖ ଯୋଗଦେଇ କଷ୍ଟି ଡାକୁଆଙ୍କ ବଳିଦାନର ଗାଥା ଉପରେ ବର୍ଣ୍ଣନା କରିଥିଲେ। ସୂଚନା ଥାଉକି କଷ୍ଟି ଡାକୁଆ କୁଶୁବିଡା…
Read Moreଗୌଡ଼ ଥୁଆବାରୀ ଗ୍ରାମରେ ଶହୀଦ ଶ୍ରାଦ୍ଧଦିବସ ପାଳିତ
ନୂଆଗାଁ,(ନୟାଗଡ଼ ଦର୍ପଣ): ସ୍ବାଧିନତା ସଂଗ୍ରାମର ଅଗ୍ରଗାମୀ ଗୋଡ଼ ଥୁଆବାରୀ ଗ୍ରାମର ପ୍ରବାଦ ପୁରୁଷ କଣ୍ଡୁରୀ ପରିଡ଼ା, ବୁଦ୍ଧି ପରିଡ଼ା, ଦୟା ବେହେରା, ଏନ୍ତୁଡି ଶାଳସାଜିଥିବା ପୂର୍ଣ୍ଣପୀଠ ଗୌଡ଼ ଥୁଆବାରୀ ଗ୍ରାମବାସୀଙ୍କ ଆନୁକୂଲ୍ୟରେ ୮୩ତମ ପ୍ରଜାମଣ୍ଡଳ ଶହୀଦ ଶ୍ରାଦ୍ଧଦିବସ ପାଳିତ ହୋଇଯାଇଛି। ଏହି ଶ୍ରାଦ୍ଧ ଦିବସରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଶହୀଦ ସ୍ତମ୍ବରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପତାକା ଉତ୍ତୋଳନ କରିଥିଲେ। ସମାଜସେବୀ ଶଙ୍କର୍ଷଣ ବେହେରାଙ୍କ ତତ୍ବାବଧାନରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ପ୍ରଜାମଣ୍ଡଳ ଆନ୍ଦୋଳନରେ କଣ୍ଡୁରୀ ପରିଡ଼ା, ବୁଦ୍ଧି ପରିଡ଼ା, ଦୟା ବେହେରା ପ୍ରମୁଖ ଯୋଗଦେଇ କିପରି ଇଂରେଜମାନଙ୍କ ବିରୁଦ୍ଧରେ ଲଢେଇ କରି ଜୀବନକୁ କିପରି ବଳିଦାନ ଦେଇଛନ୍ତି ସେ ଉପରେ ବର୍ଣ୍ଣନା କରିଥଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷା…
Read More